BREAKING

ଭାରତର ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତ ହେଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ


ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ନିର୍ବାଚନ କମିସନର୍‌ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି।

ଜୁନ୍‌ ୮ ତାରିଖରେ ‘ଦି ଗେଜେଟ୍‌’ରେ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ ଅଛି, ସମ୍ବିଧାନର ଧରା ୩୨୪ (୨) ବ୍ୟବସ୍ଥା ଅନୁସାରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ରାଷ୍ଟ୍ରପତି ଭାରତର ନିର୍ବାଚନ କମିସନର୍‌ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଦାୟିତ୍ବ ଗ୍ରହଣ କରିବା ଦିନ ଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ।

ଭାରତର ନିର୍ବାଚନ କମିସନ୍‌ରେ ଥିବା ଅନ୍ୟ ଦୁଇଜଣ ନିର୍ବାଚନ କମିସନର୍‌ ସୁଶୀଳ ଚନ୍ଦ୍ରା ଏବଂ ରାଜୀବ କୁମାରଙ୍କ ସହ ସମ୍ପ୍ରତି ଅନୁପ ଚନ୍ଦ୍ର ପାଣ୍ଡେ ମୁଖ୍ୟ ନିର୍ବାଚନ କମିସନର୍‌ ଭାବେ ଯୋଗ ଦେବେ। ଭାରତର ଏହି ତିନିଜଣ ନିର୍ବାଚନ କମିସନର୍‌ ୬ ବର୍ଷ ପର୍ଯ୍ୟନ୍ତ ବା ସେମାନେ ୬୫ ବର୍ଷ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ।

ଉତ୍ତର ପ୍ରଦେଶ କ୍ୟାଡର୍‌ର ୧୯୮୪-ବ୍ୟାଚ୍‌ ‘ଆଇଏଏସ୍‌’ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ପ୍ରତିରକ୍ଷା ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଏବଂ କେନ୍ଦ୍ର ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ।

ପ୍ରାଚୀନ ଇତିହାସରେ ‘ପିଏଚ୍‌ଡି’ ହାସଲ କରିଥିବା ଅନୁପ ଚନ୍ଦ୍ର ପାଣ୍ଡେ ଉତ୍ତରପ୍ରଦେଶ‌ ମୌଳିକ ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଖାଦ୍ୟ ବିଭାଗର ଯୁଗ୍ମ ସଚିବ ପଦରେ ମଧ୍ୟ ଅବସ୍ଥାପିତ ହୋଇଥିଲେ। ୨୦୦୩ ରୁ ୨୦୦୪ ପର୍ଯ୍ୟନ୍ତ ସେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟରେ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ପଦବୀ ମଣ୍ଡନ କରିଥିଲେ।

୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୦୬୯ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ, ମୃତ୍ୟୁସଂଖ୍ୟା ୧,୩୨୧

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ସଂକ୍ରମଣସଂଖ୍ୟା ୫୪ ହଜାରରୁ କିଛି ଅଧିକ ଥିବା ବେଳେ ମୃତ୍ୟୁସଂଖ୍ୟା ୧.୩ ହଜାରରୁ ସାମାନ୍ୟ ଅଧିକ ‌ଥିବା ରେକର୍ଡ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୫୪,୦୬୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧,୩୨୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୦୦,୮୨,୭୭୮ ଓ ମୃତ୍ୟୁସଂଖ୍ୟା ୩,୯୧,୯୮୧ରେ ପହଞ୍ଚିଛି। ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୬୮,୮୮୫ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୨,୯୦,୬୩,୭୪୦ରେ ପହଞ୍ଚିଛି।...

Prime Odisha June 24, 2021, 11:14 am     344 Views

ଧଳାବାଘ ଅର୍ଜୁନକୁ ପୋଷ୍ୟ ଭାବେ ଗ୍ରହଣ କଲେ ରାହୁଲ୍‌ ଗାନ୍ଧୀ

ହୁବ୍‌ଲି: କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ୫୧ତମ ଜନ୍ମଦିନରେ କର୍ଣ୍ଣାଟକ ରାଜ୍ୟ ଅନ୍ତର୍ଗତ ବିଜୟନଗର ଜିଲ୍ଲାରେ କଂଗ୍ରେସ ପାର୍ଟିର ଦଳେ କର୍ମୀ ହାମ୍ପିସ୍ଥିତ ‘ଅଟଳବିହାରୀ ବାଜପେୟୀ ଜୁଲୋଜିକାଲ୍‌ ପାର୍କ’ରେ ଥିବା ‌ଅର୍ଜୁନ ନାମଧ୍ୟେୟ ଧଳାବାଘକୁ ଗୋଟିଏ ବର୍ଷ ପାଇଁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଉକ୍ତ ବାଘଟିକୁ ରାହୁଲ୍‌ଙ୍କ ନାଁରେ ପୋଷ୍ୟଭାବେ ଗ୍ରହଣ କରାଯାଇଛି। ବେଲ୍ଲାରୀ ଏବଂ ବିଜୟନଗର ଗ୍ରାମୀଣ ଯୁବ କଂଗ୍ରେସ ଶାଖାର ସଭାପତି ସିଦ୍ଦୁ ହାଲେଗୌଡ଼ା ଏବଂ ତାଙ୍କ ବନ୍ଧୁଗଣ ବାଘଟିକୁ ପୋଷ୍ୟରୂପେ ଗ୍ରହଣ କରିବା ଲାଗି କର୍ଣ୍ଣାଟକର ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ନିକଟରେ ଜୁନ୍‌ ୧୯ ତାରିଖ ଦିନ ୧ଲକ୍ଷ ଟଙ୍କା ଦାଖଲ କରିଛନ୍ତି। ଗଣମାଧ୍...

Prime Odisha June 24, 2021, 11:05 am     462 Views

ଜମ୍ମୁ କଶ୍ମୀର ନେତାଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତିଛନ୍ତି ସର୍ବଦଳୀୟ ବୈଠକ । ଜମ୍ମୁ କଶ୍ମୀରର ବିଭିନ୍ନ ରାଜନୈତିକ ଦଳର ନେତା ଏହି ବୈଠକରେ ଯୋଗ ହେବେ । ଏଥିରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ । ବୈଠକରେ ଗୁପକାର ମେଣ୍ଟ ସମେତ ୧୪ଟି ରାଜନୈତିକ ଦଳ ସାମିଲ ହେବେ । ଜମ୍ମୁ କଶ୍ମୀରର ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ଜଣ ନେତା ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ଅପରାହ୍ମ ୩ଟାରେ ଏହି ବୈଠକ ବସିବ । ଆଜିର ବୈଠକରେ ଜମ୍ମୁ କଶ୍ମୀର ନେଇ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି ପ୍ରଧାନମନ୍ତ୍ରୀ । ସେନେଇ ସେଠାକାର ରାଜନୈତିକ ଦଳଙ୍କ ସହ ବିଚାରବିମର୍ଶ କରିବେ । ତେବେ ବୈଠକରେ ଏଜେଣ୍ଡା ଏବେ ବି ଅସ୍...

Prime Odisha June 24, 2021, 8:34 am     261 Views

ଆତଙ୍କବାଦ ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ ଆୟୋଜିତ ଏହି ବୈଠକରେ ଜାରି କରାଯାଇଛି ମିଳିତ ଘୋଷଣାନାମା। ଏହା ସହ ବୈଠକରେ ଆଫଗାନିସ୍ତାନର ସାମରିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ପାକିସ୍ତାନ ପ୍ରତିପକ୍ଷ ମୋୟିଦ ୟୁସୁଫ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି । ଏସସିଓର ୧୬ତମ ବୈଠକ ଅବସରରେ ତାଜିକସ...

Prime Odisha June 24, 2021, 8:28 am     364 Views

ଟିକା ଦିଅ, ଇଲିଶି ନିଅ

ନୂଆଦିଲ୍ଲୀ: ଭାରତ କୋଭିଡ୍-୧୯ ଟିକା ଯୋଗାଣ ହ୍ରାସ କରି ଦେବାରୁ ବାଂଲାଦେଶ ମଧ୍ୟ ଭାରତକୁ ଇଲିଶି ମାଛ ରପ୍ତାନି ଉପରେ କଟକଣା ଜାରି କରିଥିବା କଥା ଗଣମାଧ୍ୟମ ‘ଏବିପି’ ରିପୋର୍ଟ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ବାଂଲାଦେଶର ପ୍ରାୟ ୧୬ ଲକ୍ଷ ଜନତା ଭାରତରେ ଉତ୍ପାଦିତ କୋଭିଡ୍‌-୧୯ ଟିକା ନେଇଛନ୍ତି। ଏବେ ଆଉ ଟିକା ଯୋଗାଇବା ସମ୍ଭବପର ନୁହେଁ ବୋଲି ଭାରତ କୁଆଡ଼େ ବାଂଲାଦେଶକୁ ଜଣାଇ ଦେଇଛି। ବାଂଲାଦେଶରେ କୌଣସି ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଟିକା ଯୋଗାଣ ବନ୍ଦ ଯୋଗୁଁ ଉତ୍‌କ୍ଷିପ୍ତ ହୋଇ ବାଂଲାଦେଶ ଭାରତରେ ଆଦୃତ ପ୍ରସିଦ୍ଧ ବାଂଲାଦେଶର ପଦ୍ମାନଦୀର ଇଲିଶି ମାଛ ଯୋଗାଣ ଉପରେ କଟକଣା ଲାଗୁ କରିଛି। ସୂଚନାଯୋଗ୍ୟ, ବାଂଲାଦେଶରେ ପ୍ର...

Prime Odisha June 24, 2021, 8:17 am     800 Views

‘ମେଣ୍ଟ ପାଇଁ ମାୟାବତୀ, କଂଗ୍ରେସ ଅନଫିଟ୍‌’

ନୂଆଦିଲ୍ଲୀ: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆମେ ଛୋଟ ଦଳ ସହ ମେଣ୍ଟ କରିବୁ। କିନ୍ତୁ ମାୟାବାତୀଙ୍କ ବହୁ ଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଓ କଂଗ୍ରେସ ସହ ମେଣ୍ଟ କରିବୁ ନାହିଁ। ମେଣ୍ଟ ପାଇଁ ଏହି ଦୁଇ ଦଳ ଅନଫିଟ୍‌। ଏଭଳି ମନ୍ତବ୍ୟ ଦେଇଛନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ। ଆଗାମୀ ନିର୍ବାଚନରେ ଭାଜପାର ପରାଜୟ ହେବ। କାରଣ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଉନ୍ନତିରେ ବାଧା ଦେବା ସହ ଦୁର୍ନୀତିକୁ ପ୍ରୋତ୍ସାହନ ଦେଇଛନ୍ତି। ପରିବର୍ତ୍ତନ ଚାହୁଁଛନ୍ତି ରାଜ୍ୟବାସୀ। ଯେଉଁମାନେ ଭାଜପାକୁ ହରାଇବାକୁ ଚାହୁଁଛନ୍ତି, ମୁଁ ସେମାନଙ୍କୁ ସପାକୁ ସାହାଯ୍ୟ କରି...

Prime Odisha June 23, 2021, 11:22 am     658 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ...

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍...

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us