BREAKING

ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଘଟଣା: ତଦନ୍ତ ନିର୍ଦେଶ ଦେଲେ ରାଜସ୍ବ ସଚିବ


ରାୟଗଡ଼ା: ଆନ୍ଧ୍ରକୁ ବେଆଇନ ବାଲି ଚାଲାଣ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ। ୨୪ ଘଣ୍ଟା ମଧ୍ୟରେ ଉପଜିଲ୍ଲାପାଳ ଓ ତହସିଲଦାର ମିଳିତ ଭାବେ ଲିଜ୍ ଅଞ୍ଚଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ସଚିବ କହିଛନ୍ତି। ଲିଜ୍ ଚୁକ୍ତିନାମା ପରଠୁ ଆଜି ପର୍ଯ୍ୟନ୍ତ କେତେ ବାଲି ଉଠିଛି, କେଉଁ ଅଞ୍ଚଳକୁ ଚାଲାଣ ହୋଇଛି ତାର ସବିଶେଷ ତଥ୍ୟ ପ୍ରଦାନ କରିବାକୁ ତଦନ୍ତ ନିର୍ଦେଶରେ ଉଲ୍ଲେଖ ରହିଛି।

ଆନ୍ଧ୍ରକୁ ବାଲି ‌ଚୋରା ଚାଲାଣ ସଂପର୍କିତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ବିଭାଗୀୟ ସଚିବ ତତ୍ପରତା ପ୍ରକାଶ କରି ତଦନ୍ତ କରିବାକୁ ରାୟଗଡ଼ା ଉପଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ସଚିବଙ୍କ ନିର୍ଦେଶ ପରେ ଆଜି ଅପରାହଣ୍ ୪ଟାରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ଖିଲିମିସିଗୁଡା ବାଲିଘାଟ ପରିଦର୍ଶନ କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପହଞ୍ଚିବା ପୂର୍ବରୁ ଲିଜଧାରୀ ନଦୀଶର୍ଯ୍ୟାରେ ଉପସ୍ଥିତ ଥିଲେ।

ଲିଜ୍ ଅଞ୍ଚଳରେ ଉତ୍ତୋଳନ ପାଇଁ ବାଲି ନଥିବାରୁ ଲିଜ୍ ଅଞ୍ଚଳ ବାହାରେ ଲିଜଧାରୀ ବାଲି ଉତ୍ତୋଳନ କରୁଥିବା ତଦନ୍ତ ସମୟରେ ଜଣା ପଡିଥିଲା। ଏପରିକି ବର୍ତ୍ତମାନ ବାଲି ଉଠୁଥିବା ସ୍ଥାନରୁ ୩୦୦ ମିଟର ଦୂରରେ ପୋଲ ନିର୍ମାଣ ହୋଇଛି। ପୋଲର ସୁରକ୍ଷା ଦୃଷ୍ଟିକୋଣରୁ ପୋଲ ନିକଟରୁ ୫୦୦ ମିଟର ଦୂର ପର୍ଯ୍ୟନ୍ତ ବାଲି ନ ଉଠାଇବାର ନିୟମ ରହିଛି। କିନ୍ତୁ ଲିଜଧାରୀ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ରାଜସ୍ବ ବିଭାଗ ଅଧିକାରୀଙ୍କ ମୋଟା ଅଙ୍କର ଉତ୍କୋଚ ଦେଇ ଉତ୍ତୋଳନ ଜାରି ରଖିଛନ୍ତି। ତାହା ପୁଣି ଜେସିବି ମାଧ୍ୟମରେ। ନଦୀଶର୍ଯ୍ୟାରେ ବାଲିନଥିବାରୁ ଲିଜଧାରୀ ଜେସିବି ସାହାର୍ଯ୍ୟରେ ନଦୀଗର୍ଭରୁ ବାଲି ଉତ୍ତୋଳନ କରି ଟ୍ରକ୍, ଟିପର ଜରିଆରେ ଆନ୍ଧ୍ରକୁ ଚାଲାଣ କରୁଛନ୍ତି। ଯାହାର ସମସ୍ତ ତଥ୍ୟ ଆଜି ତଦନ୍ତକାରୀ ଟିମ୍ ଅନୁଧ୍ୟାନ କରିଛନ୍ତି।

ତେବେ ତଦନ୍ତକାରୀ ଟିମ୍ ପହଞ୍ଚିବା ପୂର୍ବରୁ ଲିଜଧାରୀ ଚତୁରତାର ସହ ନଦୀଗର୍ଭରୁ ଜେସିବି ମେସିନକୁ ସ୍ଥାନାନ୍ତର କରିବା ସହ ଉତ୍ତୋଳନକୁ ବନ୍ଦ କରି ଦେଇଥିଲେ। ଫଳରେ ଜେସିବି ମେସିନ୍ ଓ ଟ୍ରକ୍, ଟିପରରେ ବାଲି ଚାଲାଣ ସଂପର୍କରେ ତଦନ୍ତକାରୀ ଟିମକୁ କୌଣସି ସୁରାକ୍ ମିଳିନଥିଲା। ଯାହା ବିଭାଗୀୟ ଅଧିକାରୀଙ୍କୁ ଖସାଇବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି। ସେହିପରି ଲିଜଧାରୀଙ୍କୁ ପ୍ରଦାନ କରାଯାଇଥିବା ୱାଇ ଫର୍ମକୁ ମଧ୍ୟ ଯାଞ୍ଚ କରିଥିଲେ ଉପଜିଲ୍ଲାପାଳ। ହେଲେ ଲିଜଧାରୀ ଚଞ୍ଚକତାର ସହ ବାଲି ଚୋରା ଚାଲାଣ ପାଇଁ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ୱାଇ ଫର୍ମ ବ୍ୟବହାର କରିଥିବାରୁ ରାୟଗଡ଼ା ତହସିଲ ପକ୍ଷରୁ ପ୍ରଦାନ କରାଯାଇଥିବା ୱାଇ ଫର୍ମର ଅନିୟମିତତା ସଂପର୍କରେ ତଦନ୍ତକାରୀ ଟିମକୁ ବିଶେଷ ସଫଳତା ମିଳିନପାରେ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବେହେରାଗୁଡା, ଗୁଣପୁର ଉପଖଣ୍ଡର ଭାମିନି ନଦୀଶର୍ଯ୍ୟାରୁ ମଧ୍ୟ ବେଆଇନ ବାଲି ଉତ୍ତୋଳନର ତଦନ୍ତ ନିର୍ଦେଶ ହୋଇଥିଲା। କିନ୍ତୁ ଉଭୟ ତଦନ୍ତକୁ ବିଭାଗୀୟ ଅଧିକାରୀ ବାଟବଣା କରି ଲିଜଧାରୀଙ୍କୁ ସୁହାଇବା ଭଳି ରିପୋର୍ଟ ସଚିବଙ୍କୁ ଦେଇଥିଲେ। ଯାହା ଫଳରେ ଲିଜଧାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇପାରିନି। ଭାମିନି ନଦୀଶର୍ଯ୍ୟା ଲିଜଧାରୀଙ୍କ ଲିଜକୁ ରାଜସ୍ବ ବିଭାଗ ବାତିଲ୍ କରି ଦେଇଥିବା ବେଳେ ରାୟଗଡ଼ା ତହସିଲର ବେହେରାଗୁଡାରୁ ଏବେ ମଧ୍ୟ ବାଲି ଉ‌ତ୍ତୋଳନ ଜାରି ରହିଛି। ପ୍ରକାଶଥାଉକି, ରାୟଗଡ଼ା ତହସିଲ ଖିଲିମିସିଗୁଡା ବାଲିଘାଟ ୫ ବର୍ଷ ପାଇଁ ଲିଜ୍ ଦିଆଯାଇଛି। ୫ ବର୍ଷରେ ଲିଜଧାରୀ ୪୨ ହଜାର ୮୭୩ କ୍ୟୁବିକ ମିଟର ବାଲି ଉଠାଇବାକୁ ଚୁକ୍ତି ହୋଇଥିବା ବେଳେ ସବୁ ନୀତି ନିୟମକୁ ଉଲ୍ଲଂଘନ କରି ଦୁଇ ବର୍ଷରେ ଲିଜଧାରୀ ୨୦ ହଜାର କ୍ୟୁବିକ ମିଟର ବାଲି ଉଠାଇ‌ ନେଇଥିବା ନେଇ ଅଭିଯୋଗ ହୋଇଛି।

କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ୧୯।୦୬ : ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫୪ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୭୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୧ଜଣ, ବରଗଡ଼ ଜିଲ୍ଲାରୁ ୫୨ଜଣ, ଭଦ୍ରକ ଜିଲ୍ଲାରୁ ୧୩୯ଜଣ, ବଲାଙ୍ଗୀର ଜିଲ୍ଲାରୁ ...

Prime Odisha June 19, 2021, 8:40 am     141 Views

ସ୍କୁଟିରେ ଅଧକୋଟି ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ସ୍କୁଟିରେ ଜଳେଶ୍ବରରୁ ଭୁବନେଶ୍ବର; ଡିକିରେ ଅଧକୋଟି ଟଙ୍କାର ବ୍ରାଉନସୁଗାର। ଯେମିତି କାହା ସନ୍ଦେହକୁ ନ ଆସିବ, ସେଥିପାଇଁ ଏଭଳି ଉପାୟ ଆପଣାଇଥିଲା ଯୁବକ। ଏତେ ସତର୍କ ଥିଲା ଯେ ଗ୍ରାହକ ସହ ଫୋନ୍ କ୍‌ଲ‌ରେ କଥା ନ ହୋଇ ହ୍ବାଟସଆପ୍ କଲ୍‌ରେ କଥାବାର୍ତ୍ତା ହେଉଥିଲା। ଫୋନ ପେ’ରେ କାରବାର କରିବା ପାଇଁ ଯୋଜନା କରିଥିଲା। କିନ୍ତୁ ସବୁ ଫେଲ୍ ମାରିଲା। ଶେଷରେ ପୁଲିସ ହାତରେ ଧରାପଡ଼ିଗଲା ବାଲେଶ୍ବରର ବିଟୁ ଖାନ୍। ତା’ଠାରୁ ୫୭୭ ଗ୍ରାମ ବ୍ରାଉନସୁଗାର, ସ୍କୁଟି ଓ ମୋବାଇଲ ଫୋନ୍ ଜବତ କରିଛି ବଡ଼ଗଡ଼ ଥାନା ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତର ଘର ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ...

Prime Odisha June 19, 2021, 8:17 am     875 Views

ପିଡିଏସ୍‌ ମହାଦୁର୍ନୀତି: ଠିକାଦାର ଛାଡ଼ିଲେ ଦାୟିତ୍ବ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ପିଡିଏସ୍‌ ମହାଦୁର୍ନୀତି ଖବର ପ୍ରକାଶନ ପରେ ଗୁମର ଫିଟିଯିବା ଭୟ ଜିଲ୍ଲା ଯୋଗାଣ ବିଭାଗ, ମିଲର୍ସ ଓ ଠିକାଦାରମାନଙ୍କୁ ଘାରିଛି। ଏହିକ୍ରମରେ ୧୬ ତାରିଖରେ ସୁନ୍ଦରଗଡ଼ର ପରିବହନକାରୀ (ଏଲ୍‌୨) ଠିକାଦାର ସୁମିତ ଅଗ୍ରୱାଲ ଅତି ତରବର ହୋଇ ପରିବହନ ଦାୟିତ୍ବରୁ ଓହରି ଯାଇଛନ୍ତି। ଏ ସମ୍ପର୍କିତ ଲିଖିତ ତ୍ୟାଗପତ୍ର ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଦାଖଲ କରିବା ପରେ ତାଙ୍କ ଅଧୀନସ୍ଥ ହେମଗିର, ଲେଫ୍ରିପଡ଼ା, ଟାଙ୍ଗରପାଲି ବ୍ଲକକୁ ବିଭାଗ ନିଜ ହାତକୁ ନେଇଛି। ସୂଚନାଯୋଗ୍ୟ, ସୁମିତଙ୍କ ବାପାଙ୍କ ନାମରେ ଏକ ରାଇସ୍‌ ମିଲ୍‌ ରହିଛି। ନିୟମ ଅନୁସାରେ, ଯାହାର ରାଇସ୍‌ ମିଲ୍‌ ଥିବ ତାଙ୍କ ପରିବାର ତଥା ରକ୍ତ ସମ୍ପର୍କୀୟ କେହି ପି...

Prime Odisha June 19, 2021, 8:10 am     921 Views

କୂଳ ଲଂଘୁଛି ତେଲ ନଦୀ, ୨୭ ବର୍ଷ ଧରି ସମସ୍ୟା ସୃଷ୍ଟି କରୁଛି ଇନ୍ଦ୍ରାବତୀ

କଣ୍ଟାମାଳ : ୧୯୮୨ ମସିହାର ବନ୍ୟା ବିଭୀଷିକା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ର ନଈକୂଳିଆ ଗାଁର ଅଧିବାସୀମାନେ ଏବେ ବି ଭୁଲି ପାରିନାହାନ୍ତି। ସେବେଠୁ ପ୍ରତ୍ୟେକ ବର୍ଷ ବର୍ଷା ଆସିଲେ ସେଦିନର ଛାତିଥରା ଦୃଶ୍ୟ ଆଖି ଆଗରେ ନାଚି ଉଠୁଥିବା ପ୍ରତ୍ୟକ୍ଷଦର୍ଶୀ କହନ୍ତି। ବନ୍ୟା ବେଳେ ତତ୍କାଳୀନ ସରକାର ତେଲନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ୪୦ ବର୍ଷ ପରେ ବି ଏହି ଦାବି ପୂରଣ ହୋଇ ପାରିନାହିଁ। ତେଲ ନଦୀ କଳାହାଣ୍ଡି ଜିଲ୍ଲାରୁ ବାହାରି ବଲାଙ୍ଗୀର ଜିଲ୍ଲା ଦେଇ କୁଲତାଯୋର ପଞ୍ଚାୟତ ଦେଉଳି ଗ୍ରାମ ଶୈବ ପୀଠରେ ବୌଦ୍ଧ ଜିଲ୍ଲାକୁ ଛୁଇଁଛି। ସେଠାରୁ ଦୀର୍ଘ ୭୦ କିମି ପ୍ରବାହିତ ହୋଇ ମନମୁଣ୍ଡା ପଞ୍ଚାୟତ ସାହୁପଡା ଗ୍ରାମ ନିକଟରେ ମହାନଦୀର...

Prime Odisha June 19, 2021, 8:09 am     405 Views

କୋଟି କୋଟି ଟଙ୍କାର ବାଲି ଚୋରା ଚାଲାଣ, ଏନ୍‌ଜିଟି ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ

ଯାଜପୁର/କୋରେଇ : ଯାଜପୁର ଜିଲ୍ଲାରେ ଦୀର୍ଘଦିନ ହେଲା ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ମହାଦୁର୍ନୀତି କାରବାର ପ୍ରଶାସନର ସହଯୋଗରେ ଜାରି ରହିଛି। ଏହାକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସମୟରେ ସୁପ୍ରିମକୋର୍ଟ, ହାଇକୋର୍ଟ, ଲୋକାୟୁକ୍ତଙ୍କ ଠାରୁ ଆରମ୍ଭ କରି ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ(ଏନଜିଟି)ରେ ମଧ୍ୟ ଏକାଧିକ ମାମଲା ବିଚାରଧୀନ ରହିଛି। ଏନଜିଟି ନିର୍ଦ୍ଦେଶରେ ଆଜି ଏକ ବେଆଇନ୍ ବାଲିଘାଟ ଓ ଚୋରା ବାଲିଗଚ୍ଛିତ ଘଟଣାର ତଦନ୍ତ କଲା ବେଳେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୃଷ୍ଟିକୁ ଅନେକ ବେଆଇନ କାରବାର ଆସିଛି। ପୂର୍ବରୁ ହୋଇଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଉପରେ ସେ କ୍ଷୋଭ ପ୍ରକାଶ କରିବା ସହିତ ସାନି ତଦନ୍ତ କରି ଆଇନ୍ ଅନୁଯାୟୀ କାର...

Prime Odisha June 19, 2021, 8:08 am     551 Views

ମରଣଯନ୍ତାରେ ପୂର୍ବ-ପଶ୍ଚିମ ଯୋଗାଯୋଗର ଜୀବନରେଖା

ଅନୁଗୁଳ : ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲା ଦେଇ ଯାଇଛି ୫୫ ନମ୍ବର ଜାତୀୟ ରାଜପଥ। ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସଡ଼କ ଯୋଗାଯୋଗର ଜୀବନରେଖା ରୂପେ ପରିଚିତ ଏହା ଗାଁ ରାସ୍ତାଠାରୁ ବି କଦର୍ଯ୍ୟ। ନିତି ଏହି ରାସ୍ତାରେ ହଜାର ହଜାର ଗାଡ଼ି ଯାଉଥିଲାବେଳେ ନିୟମିତ ଦୁର୍ଘଟଣା ବି ଘଟୁଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଲାଣି। କିନ୍ତୁ କେହି ଶୁଣୁ ନାହାନ୍ତି। କାରଣ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ଅଧୀନରେ ଥିବା ଏହି ରାସ୍ତାର ବାଇପାସ୍ ରାସ୍ତା ନିର୍ମାଣ ଆରମ୍ଭ ହୋଇଯାଇଛି। ଫଳରେ ହାତ ଝାଡ଼ି ଦେଇଛି ବିଭାଗ। କାହା ଅଧୀନକୁ ଏହି ରାସ୍ତା ଆସିବ, ତାହା ବି ଚୂଡାନ୍ତ ହୋଇପାରୁନି। ତେଣୁ କେହି ଏହି ରାସ୍ତାର ନିର୍ମାଣ କିମ୍ବା ମରାମତି ...

Prime Odisha June 19, 2021, 8:05 am     218 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ର...

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନା...

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us