BREAKING

ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଲା ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ “ଦ ମାଉଣ୍ଟେନ୍ ହକି ‘

ଓଡ଼ିଶାର ହକି ପ୍ରେମୀଙ୍କ ସମେତ ସମସ୍ତ ଓଡ଼ିଆଙ୍କ ପାଇଁ ଖୁସି ଖବର


ଭୁବନେଶ୍ୱର: ଓଡ଼ିଶାର ହକି ପ୍ରେମୀଙ୍କ ସମେତ ସମସ୍ତ ଓଡ଼ିଆଙ୍କ ପାଇଁ ଖୁସି ଖବର । ପ୍ରଥମ ଓଡ଼ିଆ ଡକ୍ୟୁମେଣ୍ଟାରୀ “ମାଉଣ୍ଟେନ୍ ହକି ଦ ଲ୍ୟାଣ୍ଡ ଅଫ୍ ଓଡ଼ିଶା’ ଲୋକପ୍ରିୟ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ରେ ମୁକ୍ତିଲାଭ କରିଛି । ଏହି ଡକ୍ୟୁମେଣ୍ଟାରୀଟି ଜଣେ ନିଃସ୍ୱାର୍ଥପର ହକି ପ୍ରଶିକ୍ଷକ ରାଜେନ୍ଦ୍ର କୁଜୁରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ । ସୁନ୍ଦରଗଡ଼ ଜିଲ୍ଲାର ଅମାଲିଖାମନର ଏକ ଦୂର ଗ୍ରାମରେ ଥିବା ଏକ ଗରିବ ଆଦିବାସୀ
ଝିଅଙ୍କୁ ହକି ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଜଣେ ପ୍ରଶିକ୍ଷକ ହେଉଛନ୍ତି ରାଜେନ୍ଦ୍ର କୁଜୁର । ଡକ୍ୟୁମେଣ୍ଟାରୀରେ କୁଜୁରଙ୍କର ଉତ୍ସର୍ଗୀକୃତ ଓ ନିଷ୍ଠାପର ଜୀବନର କାହାଣୀ ଚିତ୍ରିତ ହୋଇଛି । ଯିଏକି ଆର୍ଥିକ ସଙ୍କଟରେ ଥାଇ ମଧ୍ୟ ୧୦ ବର୍ଷ ଧରି ଆଦିବାସୀ ଝିଅମାନଙ୍କୁ ତାଲିମ ଦେଇଥିଲେ । ଏହି ଡକ୍ୟୁମେଣ୍ଟାରୀଟି ସମ୍ପୂର୍ଣ୍ଣ ଭାବେ ଗାଁରେ ଶୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ରର ମିଳିତ ନିର୍ଦ୍ଦେଶନା ଦେଇଛନ୍ତି ଦେବାଶିଷ ମହାପାତ୍ର ଓ ଅବିନାଶ ପ୍ରଧାନ ।
ସେହିପରି ରାଜକିଶୋର ହୋତା, ମନୀଷ ଭୂଷଣ ଓ ସୁବ୍ରଜିତ୍ ପ୍ରଧାନ ଫିଲ୍ମର ପ୍ରଯୋଜନା
କରିଛନ୍ତି । ଦେବାଶିଷ ମହାପାତ୍ର ଓ ଅବିନାଶ ପ୍ରଧାନ କହିଛନ୍ତି ଯେ ଭୁବନେଶ୍ୱରରେ ହକି
ବିଶ୍ୱକପ-୨୦୧୮ର ସଫଳ ଆୟୋଜନ ସମୟରେ ଡକ୍ୟୁମେଣ୍ଟାରୀ ପାଇଁ ପ୍ରେରଣା ଯୋଗାଇଥିଲା । କୋଚ୍ କୁଜୁରଙ୍କ ସଂଘର୍ଷମୟ ଜୀବନ ଏବଂ ପ୍ରେରଣା ଦାୟକ କାହାଣୀ ବିଷୟରେ ଜାଣିବାକୁ ମିଳିଲା । ଏହାପରେ ଡକ୍ୟୁମେଣ୍ଟାରୀ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ । ଏହା ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ଯେ ପ୍ରଥମ ଥର ପାଇଁ ଏକ ଆନ୍ତର୍ଜାତୀୟ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଏକ ଡକ୍ୟୁମେଣ୍ଟାରୀ ମୁକ୍ତିଲାଭ କରିଛି ।
TAGS : Hocky, ott

କେବେ ବ୍ୟାକଗ୍ରାଉଣ୍ଡ୍ ଡ୍ୟାନ୍ସର୍ ଥିଲେ କାଜଲ ଅଗ୍ରୱାଲ୍: ଆଜି ସେ କୋଟି କୋଟି ଟଙ୍କାର ମାଲିକ

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। କାଜଲ ବଲିଉଡରେ ଅନେକ ଭଲ ଫିଲ୍ମରେ କାମ କରିଥିଲେ ତଥାପି ସେ ସେଥିରେ ଯୋଗ୍ୟ ସ୍ଥାନ ପାଇଲେ ନାହିଁ । ଏଥି ସହିତ, ‘ସିଙ୍ଗହମ୍’ ଅଭିନେତ୍ରୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସଫଳତା ହାସଲ କରିଛନ୍ତି । ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଫିଲ୍ମରେ କାମ କରି ସଫଳତାର ଏକ ନୂଆ କାହାଣୀ ଲେଖିଛନ୍ତି । ଯଦିଓ ସେ ହିନ୍ଦୀ ଫିଲ୍ମରେ କିଛି ବିଶେଷ କରିପାରିନାହାଁନ୍ତି, ତଥାପି କାଜଲ ଚର୍ଚ୍ଚାରେ ରହିଛନ୍ତି ଏବଂ ତାଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ଆଲୋଚନା କରାଯାଇଥିଲା। ମୁ...

Prime Odisha June 19, 2021, 8:47 am     330 Views

ଜଳବାୟୁ ପରିବର୍ତନ ଉପରେ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ଜେନେଭା ଅବ୍‌ଜର୍ଭର୍‌ରେ ପ୍ରଦର୍ଶିତ ହୋଇଛି

ଭୁବନେଶ୍ୱର : ଅଭିନେତ୍ରୀ ଦିବ୍ୟା ଦତା, ତନିଷ୍ଠା ଚାଟର୍ଜୀ, ମଞ୍ଜିରି ଫଡ୍‌ନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜି ଓ: ସଷ୍ଟେନ୍‌ଡ – ଫସିଲ ଫୁଏଲ୍ ଇନ୍‌ଭେଷ୍ଟମେଂଟ୍ ନିଡ୍‌ସ ଟୁ ଏଣ୍ଡ ନାଓ’ ପାଇଁ ଜେନେଭା ପର୍ଯ୍ୟବେକ୍ଷକ ମଞ୍ଜିରି ଫଡ୍‌ନିସ୍‌ଙ୍କୁ ପ୍ରଦର୍ଶିତ କରିଥିଲା । ଆଡେଲାଇନ୍ ଭନ୍ ଫର୍‌ଷ୍ଟେନ୍‌ବର୍ଗଙ୍କ ଜେନେଭା ବିଷୟବସ୍ତୁ ୧୧ଟି ଦେଶର ୧୧ ଜଣ ଆନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାଙ୍କ ଦ୍ୱାରା ଚିତ୍ରିତ କାହାଣୀଗୁଡିକୁ ଚୟନ କରିଥିଲା, ଯାହା ମାନବଜାତି ଓ ପରିବେଶ ମଧ୍ୟରେ ରହିଥିବା ଅନ୍ତର୍ନିହିତ ସମ୍ପର୍କ ଏବଂ ସେଗୁଡିକ କିଭଳି ବିଭିନ୍ନ ସ୍ତର ଓ ପରିମାପରେ ଜଳବାୟୁ ପରିବର୍ତନ ଦ୍ୱାରା କ୍...

Prime Odisha June 18, 2021, 10:20 am     133 Views

କାଷ୍ଟିଂ କାଉଚର ସାମ୍ନା କରିଥିଲେ ନୀନା ଗୁପ୍ତା, ପାଦରେ ଏଡାଇ ଚାଲି ଆସିଥିଲେ ନିର୍ମାତାଙ୍କ ଅଫର୍

ମୁମ୍ବାଇ ୧୮/୦୬: ବଲିଉଡର ଦମଦାର ଅଭିନେତ୍ରୀ ନୀନା ଗୁପ୍ତା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନୀନା ତାଙ୍କ ଜୀବନର ଅଧିକାଂଶ ସ୍ତରକୁ ତାଙ୍କ ଆତ୍ମଜୀବନୀ ‘ସଚ୍ କହୁଁ ତୋ’ରେ ଖୋଲି ରଖିଦେଇଛନ୍ତି । ଅଭିନେତ୍ରୀଙ୍କ ଖୁଲାସା ଆଶ୍ଚର୍ଯ୍ୟଜନକ। ଫିଲ୍ମ ଜଗତରେ କାଷ୍ଟିଂ କାଉଚ୍ ବିଷୟରେ ଅନେକ ଥର କଥା ସାମ୍ନାକୁ ଆସିଛି । ଥରେ, ଟିଭି ନ୍ୟୁଜ୍ ର ଷ୍ଟିଙ୍ଗ୍ ଅପରେସନ୍ ରେ ଅନେକ ବଡ ଷ୍ଟାରମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଥିଲା । ଏହି ପ୍ରସଙ୍ଗରେ ନୀନା ମଧ୍ୟ ତାଙ୍କ ଅନୁଭୂତି ସେୟାର କରିଛନ୍ତି। ନୀନା ଗୁପ୍ତାଙ୍କ ଆତ୍ମଜୀବନୀ ‘ସଚ୍ କହୁଁ ତୋ’ ବଲିଉଡର ଅନେକ ସତ୍ୟର ସାମ୍ନା କରାଉଛି। ଆଜିକାଲି, ନୀନା ତାଙ୍କ ଫିଲ୍ମ କ୍ୟାରିଅର ସମୟରେ ସମ୍ମୁଖୀନ ହୋଇଥିବା ଅନେକ ସମସ୍ୟାର ଖୁ...

Prime Odisha June 18, 2021, 9:05 am     897 Views

ଫିଲ୍ମ ପୃଥ୍ୱୀରାଜକୁ ବିରୋଧ ନାରାବାଜିରେ କମ୍ପିଲା ପରିବେଶ

ନୂଆଦିଲ୍ଲୀ ୧୮/୦୬: ବଲିଉଡର ‘ଖିଲାଡି’ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ୱୀରାଜ’ ଘୋଷଣା ହେବା ଦିନଠାରୁ ଚର୍ଚ୍ଚାରେ ରହିଆସିଛି। ଅକ୍ଷୟଙ୍କ ଏହି ଫିଲ୍ମ ମହାନ ରାଜା ରାଜପୁତ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ। ଏହି ଫିଲ୍ମରୁ ପୂର୍ବ ମିସ୍ ୱାର୍ଲ୍ଡ ମାନୁଷୀ ଛିଲର୍ ବଲିଉଡରେ ଡେବ୍ୟୁ କରୁଛନ୍ତି, କିନ୍ତୁ ଫିଲ୍ମଟି ବର୍ତ୍ତମାନ ସମସ୍ୟା ମଧ୍ୟରେ ଘେରି ରହିଛି। ନିକଟରେ କରଣୀ ସେନା ଫିଲ୍ମର ଟାଇଟଲ୍ ଉପରେ ଆପତ୍ତି ଉଠାଇଥିଲେ। ବର୍ତ୍ତମାନ ଫିଲ୍ମର ନାମ ଉପରେ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା ଆପତ୍ତି କରିଛନ୍ତି। ସୂଚନା ଅନୁଯାୟୀ, ଗୁରୁବାର ଦିନ ଚଣ୍ଡିଗଡ଼ରେ କ୍ଷତ୍ରିୟ ମହାସଭାର ନେତୃତ୍ୱାଧୀନ ଫିଲ୍ମ ‘ପୃଥ୍ୱୀରାଜ’ ବିରୋଧରେ ତୀବ୍ର ବିରୋଧ ପ୍ରଦର୍ଶ...

Prime Odisha June 18, 2021, 8:58 am     423 Views

ପ୍ରଥମ ଟେକରେ ସିନ୍ ପୁରା କରିଦିଅନ୍ତି ଦାଦା

ନୂଆଦିଲ୍ଲୀ ୧୬/୦୬: ହିନ୍ଦୀ ସିନେମାର ଦିଗଜ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ନିଜର ଅଭିନୟ ସହିତ ଡ୍ୟାନ୍ସ ଏବଂ ଆକ୍ସନ ଦ୍ୱାର ଦୀର୍ଘ ସମୟ ଧରି ପରଦାରେ ହେଡଲାଇନ୍ ସୃଷ୍ଟି କରିଥିଲେ । ତାଙ୍କର ବିଶେଷ ଅଭିନୟ ଏବଂ ନୃତ୍ୟ ପାଇଁ ସେ ସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ଥିଲେ। ମିଥୁନ ଚକ୍ରବର୍ତ୍ତୀ ଜୁନ୍ ୧୬, ୧୯୫୦ ରେ ଜନ୍ମଗ୍ରହଣ କରିଥିଲେ। ଆଜି ସେ ତାଙ୍କର ୭୦ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କୋଲକାତା ରୁ କରିଥିଲେ । ଆରମ୍ଭରୁ ଅଭିନୟ ପ୍ରତି ତାଙ୍କର ଆଗ୍ରହ ଥିଲା । ଏହି କାରଣରୁ ମିଥୁନ ଚକ୍ରବର୍ତ୍ତୀ ପୁଣେ ଫିଲ୍ମ ଏଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ଅଭିନୟ ଅଧ୍ୟୟନ କରିବାକୁ ଯାଇଥିଲେ। ଦୀର୍ଘ ଦିନର ସଂଘର୍ଷ ପରେ ମ...

Prime Odisha June 16, 2021, 9:46 am     150 Views

ସୈଫ ଅଲି ଖାନଙ୍କୁ ଛାଡପତ୍ର ଦେବା ପରେ ଅମୃତା ସିଂ ମାଗିଥିଲେ ଏତେ ଟଙ୍କା

ନୂଆଦିଲ୍ଲୀ ୧୬/୦୬: ସୈଫ ଅଲି ଖାନ ତାଙ୍କ ଫିଲ୍ମ ପାଇଁ ଯେତେ ଚର୍ଚ୍ଚାରେ ରହିଛନ୍ତି, ତାହାଠାରୁ ଅଧିକ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ରହିଛନ୍ତି । ଅମୃତା ସିଂଙ୍କ ସହ ତାଙ୍କର ପ୍ରେମ ଏବଂ ଗୁପ୍ତ ବିବାହ କେବଳ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିନଥିଲା। ବରଂ ପୁଅ ସୈଫଙ୍କ ଅମୃତାଙ୍କ ବିବାହ ନିଷ୍ପତ୍ତିରେ ପଟୌଦି ପରିବାର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।କିନ୍ତୁ ଏହି ବିବାହ ଅଧିକ ଦିନ ତିଷ୍ଠି ରହିପାରି ନଥିଲା, ଦୁଇ ସନ୍ତାନ ଜନ୍ମ ହେବା ପରେ ଅମୃତା ଏବଂ ସୈଫଙ୍କ ଯୋଡି ଭାଙ୍ଗି ଯାଇଥିଲା । ଯେତେବେଳେ ସୈଫ ଅଲି ଖାନଙ୍କ ପ୍ରଥମ ବିବାହ ଭାଙ୍ଗିଗଲା, ଅନେକ ପ୍ରକାରର ଖବର ବାହାରିଥିଲା । ୨୦୦୪ ମସିହାରେ, ଟଙ୍କାକୁ ନେଇ ବିବାଦ ଏବଂ ସୈଫଙ୍କ ଏକ୍ସଟ୍ରା ମାରିଟାଲ୍ ...

Prime Odisha June 16, 2021, 9:40 am     477 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନୂଆଦିଲ୍ଲୀ: ଆଜି ରାହୁଲ୍‌ ଗାନ୍ଧୀଙ୍କର ଜନ୍ମଦିନକୁ ‘ସେବା ଦିବସ’ ଭାବେ ପାଳନ କରି ଦିଲ୍ଲୀ କଂଗ୍ରେସ ଜାତୀୟ ର...

ନୂଆଦିଲ୍ଲୀ : କୋଭିଡ୍‌ ଟିକାର କୌଣସି ପ୍ରକାର ପ୍ରତିକୂଳ ପ୍ରଭାବ ପୁରୁଷମାନଙ୍କ ପ୍ରଜନନ କ୍ଷମତା ଉପରେ ପଡ଼େନା...

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us