BREAKING

ଟେଷ୍ଟ୍‌ ପଦାର୍ପଣ ପରେ ରବିନସନ୍ ନିଲମ୍ବିତ, ରଙ୍ଗଭେଦ ଟ୍ବିଟ୍ ମହଙ୍ଗା ସାବ୍ୟସ୍ତ

ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଓଲି ରବିନସନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ ହେବାର ମାତ୍ର କିଛି ଦିନ ଭିତରେ ପଥଚ୍ୟୁତ ହୋଇଛି


ଲଣ୍ଡନ: ଇଂଲଣ୍ଡର ଯୁବ ଦ୍ରୁତ ବୋଲର ଓଲି ରବିନସନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନ ଆରମ୍ଭ ହେବାର ମାତ୍ର କିଛି ଦିନ ଭିତରେ ପଥଚ୍ୟୁତ ହୋଇଛି। ୯ ବର୍ଷ ତଳେ କରିଥିବା‌ ସିରିଜ୍ ଜାତିଆଣ ଓ ରଙ୍ଗଭେଦ ଟ୍ବିଟ୍ ତାଙ୍କ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଭଳି ଆଚରଣ ଓ ବିଶୃଙ୍ଖଳାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ କରି ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ତାଙ୍କୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ନିଲମ୍ବିତ କରିଛି। ତା’ ସହ ରବିନସନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ଇସିବି ତାଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏହି ଲଜ୍ଜାଜନକ ଟ୍ବିଟଗୁଡ଼ିକ ୨୭ ବର୍ଷୀୟ ରବିନସନ୍ ୨୦୧୨ ଓ ୧୩ ମସିହାରେ କରିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷରେ ଲର୍ଡସ ପଡ଼ିଆରେ ପଦାର୍ପଣ କରିବା ପରେ ଏଗୁଡ଼ିକ ସାମ୍ନାକୁ ଆସିଥିଲା। ଯାହା ଇସିବିକୁ ଲଜ୍ଜିତ କରିଥିଲା ଇସିବିର ଏହି ନିଷ୍ପତ୍ତି ଫଳରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରୁ ରବିନସନ୍ ବାଦ ପଡ଼ିଛନ୍ତି। ସେହିଭଳି ତୁରନ୍ତ ଇଂଲଣ୍ଡ ଦଳ ଛାଡ଼ିବାକୁ ଇସିବି ତାଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ଏହି ମାମଲାକୁ ନେଇ ବିବାଦ ସୃଷ୍ଟି ହେବା ପରେ ବୁଧବାର ରବିନସନ୍ ନିଜ କଲାକର୍ମ ପାଇଁ କ୍ଷମାପ୍ରାର୍ଥନା କରିଥିଲେ। ଏହା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତି ପାରି ନାହାନ୍ତି। ସୂଚନାଯୋଗ୍ୟ ଯେ ରବିନସନ୍ କାଉଣ୍ଟି କ୍ରିକେଟ୍‌ରେ ଲଗାତାର ଭଲ ପ୍ରଦର୍ଶନ କରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍ ଖେଳିବାର ସୁଯୋଗ ପାଇଥିଲେ। ଅମୀମାଂସିତ ରହିଥିବା ଏହି ଟେଷ୍ଟ୍‌ରେ ସେ ୭ ୱିକେଟ୍ କରାୟତ୍ତ କରିଥିଲେ। ପ୍ରଥମ ପାଳିରେ ୭୫ ରନ୍ ଦେଇ ୪ ଏବଂ ଦ୍ବିତୀୟରେ ୨୬ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।
TAGS : Cricket, england

ଶେଷରେ ନିଜ ପ୍ରେମିକାଙ୍କୁ ବିବାହ କଲେ ଆଡମ ଜାମ୍ପା, କରୋନା ଯୋଗୁଁ ଦୁଇ ଦୁଇ ଥର ଘୁଞ୍ଚିଥିଲା ବାହାଘର

ନୂଆଦିଲ୍ଲୀ ୨୧।୦୬: ଶେଷରେ ଅଷ୍ଟ୍ରେଲିଆ କ୍ରିକେଟ୍ ଖେଳାଳି ଆଡମ ଜାମ୍ପା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ନିଜର ପ୍ରେମିକା ହେଟି ଲେହିଘ ପାନରଙ୍କୁ ଗତ ସପ୍ତାହରେ ବିବାହ କରିଛନ୍ତି। ଇନଷ୍ଟାଗ୍ରାମରେ ଫୋଟ ସେୟାର କରି ଜାମ୍ପାଙ୍କ ପତ୍ନୀ ହେଟି ପାର୍ନର ଏହାର ସୂଚନା ଦେଇଛନ୍ତି। ଆଡମ ଜାମ୍ପା ଓ ହେଟିଙ୍କ ବିବାହ କରୋନା କାରଣରୁ ଦୁଇ ଦୁଇ ଥର ଘୁଞ୍ଚାଇବାକୁ ପଡିଥିଲା। ହେଲେ ଶେଷରେ ଉଭୟ ବିବାହ କରିବାରେ ସଫଳ ହୋଇଛନ୍ତି। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ। ହେଟି ସର୍ବଦା ଜାମ୍ପାଙ୍କ ସହ ବିଦେଶ ଗସ୍ତରେ ଯାଇଥାନ୍ତି। ହେଟି ପାର୍ନର ୨୦୧୭ରେ ଆଡମ ଜାମ୍ପାଙ୍କ ସହ ଭାରତ ଗସ୍ତରେ ମଧ୍ୟ ଆସିଥିଲେ। ସେହି ସମୟରେ ଜାମ୍ପା ପୁଣେ ସୁପର ଜିଆଣ୍ଟ ଦଳ ...

Prime Odisha June 22, 2021, 6:55 am     211 Views

ଦୂତି ଭାଙ୍ଗିଲେ ଜାତୀୟ କୀର୍ତ୍ତିମାନ

ଭୁବନେଶ୍ବର : ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ନିଜ ୧୦୦ ମିଟର୍‌ ଜାତୀୟ କୀର୍ତ୍ତିମାନକୁ ପଛରେ ପକାଇ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ସୋମବାର ପାତିଆଲାଠାରେ ଇଣ୍ଡିଆନ୍ ଗ୍ରାଁପ୍ରି-୪ର ମହିଳା ୧୦୦ ମିଟର ଦୌଡ଼ରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ନୂଆ ମିଟ୍ ଓ ଜାତୀୟ କୀର୍ତ୍ତିମାନ (୧୧.୧୭ ସେକେଣ୍ଡ୍‌) ସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ମାତ୍ର .୦୨ ସେକେଣ୍ଡ ସମୟ ପାଇଁ ଦୂତି ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ସମୟ ୧୧.୧୫ ସେକେଣ୍ଡ ରହିଥିଲା ବେଳେ ଏହାକୁ ଛୁଇଁବା ଲାଗି ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି। ଆସନ୍ତା ୨୫ରୁ ପାତିଆଲାରେ ହେବାକୁ ଥିବା ...

Prime Odisha June 22, 2021, 6:49 am     686 Views

ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଲା ନ୍ୟୁଜିଲାଣ୍ଡ

ସାଉଥାମ୍ପଟନ : ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଦ୍ୱିତୀୟ ଦିନ ସୁଦ୍ଧା ସୁବିଧାଜନକ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ପ୍ରଥମ ସେସନରେ ୪ ଉଇକେଟ ନେଇ ମ୍ୟାଚ୍‌କୁ ଫେରିଛି ନ୍ୟୁଜିଲାଣ୍ଡ। ତୃତୀୟ ଦିନର ଲଞ୍ଚ ସୁଦ୍ଧା ଟିମ୍‌ ଇଣ୍ଡିଆ ୭ ଉଇକେଟ ହରାଇ ୨୧୧ ରନ୍‌ କରିଛି। ପୂର୍ବ ଦିନର ସ୍କୋର ୧୪୬/୩ରୁ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆକୁ ଅଧିନାୟକ ବିରାଟ କୋହଲି (୪୪)ଙ୍କ ରୂପେ ବଡ଼ ଝଟ୍‌କା ଲାଗିଥିଲା। ତାଙ୍କୁ ଆଉଟ୍‌ କରି ଭାରତୀୟ ଦଳ ଉପରେ ଚାପ ପକାଇଥିଲା ନ୍ୟୁଜିଲାଣ୍ଡ। ଯାହା ଫଳରେ ଫେଲ୍‌ ମାରିଥିଲେ ରିଷଭ ପନ୍ତ (୪)। କ୍ରିଜରେ ଜମି ସାରିଥିବା ଉପ ଅଧିନାୟକ ଅଜି...

Prime Odisha June 20, 2021, 7:04 am     147 Views

ଫେଲ୍‌ ମାରିଲା ତାରକା ଖଚିତ ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନଅଫ୍‌

ସାଉଥାମ୍ପଟନ: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ଫେଲ୍‌ ମାରିଛି ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ୍‌ଅଫ୍‌। ଦଳରେ ରୋହିତ ଶର୍ମା, ଅଧିନାୟକ ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ରିଷଭ ପନ୍ତଙ୍କ ଭଳି ଅନେକ ତାରକା ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ମାତ୍ର ୨୧୭ ରନ୍‌ରେ ଅଟକି ଯାଇଛି ଭାରତୀୟ ଦଳ। ଏହାର ମୁଖ୍ୟ କାରଣ ସାଜିଥିଲେ କାଇଲ ଜେମିସନ। ସେ ୫ ଉଇକେଟ ନେଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା ଦେଇଥିଲେ ନେଲ ଓ୍ବାଗନର (୨) ଓ ଟ୍ରେଣ୍ଟ ବୋଲ୍ଟ (୨)। ପୂର୍ବଦିନର ସ୍କୋର (୧୪୬/୩)ରୁ ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ମାତ୍ର ୭୧ ରନ୍‌ରେ ବଳକା ୭ ଉଇକେଟ ହରାଇ ୨୧୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ତୃତୀୟ ଦିନ ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲର...

Prime Odisha June 20, 2021, 7:00 am     830 Views

ଦ୍ଵିତୀୟ ଦିନରେ ବାଧକ ସାଜିଲା ଖରାପ ଆଲୋକ, ଭାରତର ସ୍କୋର ୧୪୬/୩

ସାଉଥମ୍ପଟନ ୧୯।୦୬: ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ହୋଇଯିବା ପରେ ଶନିବାର ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍ ମୁକାବିଲା ଆରମ୍ଭ ହୋଇଛି। ହେଲେ ଦ୍ଵିତୀୟ ଦିନରେ ଖରାପ ଆଲୋକ କାରଣରୁ ଖେଳ ବାଧାପ୍ରାପ୍ତ ହୋଇଛି। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ଓ୍ଵିକେଟ୍ ହରାଇ ୧୪୬ ରନ କରିଛି। ଅଧିନାୟକ ବିରାଟ କୋହଲି ୪୪ ଓ ଆଜିଙ୍କ୍ୟ ରାହାଣେ ୨୯ ରନ କରି କ୍ରିଜରେ ଅଛନ୍ତି। ଏହା ପୂର୍ବରୁ ଫାଇନାଲ୍ ମୁକାବିଲାରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ଓ୍ଵିଲିୟମସନ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଓପନିଂ ଯୋଡି ରୋହିତ ଶର୍ମା ଓ ଶୁବମାନ ଗିଲ୍ ଦ୍ରୁତ ବୋଲରଙ୍କୁ ସୁହାଇଥିବା ପିଚ୍‌ରେ ଧୈର୍ଯ୍ୟ ସହ ବ୍ୟାଟିଂ କରିଥ...

Prime Odisha June 20, 2021, 8:09 am     541 Views

ତଥାପି ରେକର୍ଡ ଭାଙ୍ଗି ପାରିଲେନି ପୂଜାରା

ସାଉଥାମ୍ପଟନ: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି ବଲ ଖେଳିବାକୁ ପଡ଼ିଥିଲା। ୩୬ତମ ବଲରେ ନିଲ ଓ୍ବାଗନରଙ୍କୁ ପଏଣ୍ଟ ଅଞ୍ଚଳରେ ଚୌକା ଲଗାଇ ଖାତା ଖୋଲିଥିଲେ। ଶେଷରେ ୫୪ତମ ବଲରେ ୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ ପୂଜାରା। ତେବେ ଖାତା ଖୋଲିବା ପୂର୍ବରୁ ଏତେ ସଂଖ୍ୟାରେ ବଲ ଖେଳିବା ପୂଜାରାଙ୍କ ପାଇଁ କିଛି ନୂଆ ନୁହେଁ। ସେ ୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟରେ ୫୪ତମ ବଲରେ ଖାତା ଖୋଲିଥିଲେ। ଭାରତୀୟଙ୍କ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ସର୍ବାଧିକ ସଂଖ୍ୟକ ବଲ ଖେଳିବାର ରେକର୍ଡ ରବି ଶା...

Prime Odisha June 19, 2021, 10:42 am     275 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ...

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍...

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us