BREAKING

ଏସିଆର ଶିକ୍ଷାକ୍ଷେତ୍ରରେ ଚମକିଲା ଏନ୍‌ଆଇଟି; ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ରେଙ୍କିଙ୍ଗ ପ୍ରକାଶିତ

ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଆଉ ଏକ ଉପଲବ୍ଧି ହାସଲ କରିଛି


ରାଉରକେଲା: ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ଆଉ ଏକ ଉପଲବ୍ଧି ହାସଲ କରିଛି। ଟାଇମ୍‌ସ ହାଇଅର୍‌ ଏଜୁକେଶନ ଏସିଆନ୍‌ ୟୁନିଭର୍ସିଟି ରୢାଙ୍କିରେ ରାଉରକେଲା ଏନ୍‌ଆଇଟି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ସ୍ଥାନ ଦଖଲ କରିଛି। ଦେଶର ସର୍ବଶ୍ରେଷ୍ଠ ଏନ୍‌ଆଇଟି ତାଲିକାରେ ପ୍ରଥମ ସ୍ଥାନ ଦଖଲ କରିଛି। ଏହାସହ ଏସିଆର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ତାଳିକାରେ ୨୦୧-୨୫୦ ବର୍ଗରେ ରହିଛି।

ସେହିଭଳି ଦେଶର ବୈଷୟିକ ଅନୁଷ୍ଠାନ ବର୍ଗରେ ୧୨ତମ ସ୍ଥାନ ଏବଂ ଦେଶର ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ମଧ୍ୟରେ ୨୬ତମ ସ୍ଥାନରେ ରହିଛି। ଅନୁଷ୍ଠାନର ବିଭିନ୍ନ ଦିଗକୁ ଅନୁଶୀଳନ କରି ଏହି ରୢାଙ୍କିଂ ଦିଆଯାଇଥାଏ। ବିଶେଷକରି ଅନୁଷ୍ଠାନରେ ଶିକ୍ଷା ଦାନର ମାନ, ଗବେଷଣା, ଜ୍ଞାନର ଆଦାନ ପ୍ରଦାନ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ଦିଗକୁ ତର୍ଜମା କରାଯାଇଥାଏ। ଏନେଇ ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର ଅନୀମେଶ ବିଶ୍ବାସ କହିଛନ୍ତି, ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କ ନିଷ୍ଠାପର ପରିଶ୍ରମ ତଥା ସମ୍ମିଳିତ ପ୍ରୟାସ ବ‌ଳରେ ଏହି ସଫଳତା ମିଳିପାରିଛି।

ଅନୁଷ୍ଠାନ ବିଭିନ୍ନ ସମୟରେ ଜ୍ଞାନର ଆଦାନ ପ୍ରଦାନ, ଗବେଷଣାକୁ ପ୍ରାଧାନ୍ୟ ଦେଇଆସିଛି। ବିଶେଷକରି ଗବେଷଣା କ୍ଷେତ୍ରରେ ଅନୁଷ୍ଠାନ ଅନ୍ତର୍ଜାତୀୟସ୍ତରରେ ପ୍ରଶଂସନୀୟ ହୋଇପାରିଛି। ଗବେଷଣାକୁ ବ୍ୟାପକ ଓ ତ୍ବରାନ୍ବିତ କରିବାକୁ ଅନୁଷ୍ଠାନରେ ୧୧ଟି ଗବେଷଣା କେନ୍ଦ୍ର ସ୍ଥାପିତ ହୋଇଛି। ସଂପ୍ରତି ଇସ୍ରୋ ସହ ମିଳିତ ଆନୁକୁଲ୍ୟରେ ସ୍ପେସ୍‌ ଟେକ୍ନୋଲୋଜି ଇନ୍‌କ୍ୟୁବେସନ ସେଣ୍ଟର୍‌(ଏସ୍‌-ଟିଆଇସି) ସ୍ଥାପନ କରାଯାଉଛି। ଏହି ସଫଳତା ଆଗାମୀ ଦିନରେ ଅଧିକରୁ ଅଧିକ ଉତ୍କୃଷ୍ଟତା ହାସଲ କରିବାକୁ ପ୍ରେରଣା ଯୋଗାଇବବୋଲି କହିଛନ୍ତି।
TAGS : Rourkela

କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କ ବଦଳି

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ବଦଳି କରିଥିବା ଜଣାପଡିଛି ।କୋଟପାଡ ବ୍ଲକର କେ .ପ୍ରଦୀପ କୁମାର ପୃଷ୍ଟିଙ୍କୁ ବନ୍ଧୁଗାଁ ବ୍ଲକକୁ ବଦଳି କରାଯାଇଥିବା ବେଳେ କୋଟପାଡ ବ୍ଲକର ତୃପ୍ତି ଦାସଙ୍କୁ ବୋରିଗୁମ୍ମା ଓ ମିତା ବେସନଙ୍କୁ ବୈପାରିଗୁଡା, ନାରାୟଣପାଟଣା ବ୍ଳକର ଜୟନ୍ତ କୁମାର ମହନ୍ତଙ୍କୁ କୋଟପାଡ, ଲକ୍ଷ୍ମୀପୁର ବ୍ଲକର କୈଳାଶ ଚନ୍ଦ୍ର ବେହେରାଙ୍କୁ ପଟ୍ଟାଙ୍ଗୀ , ନାରାୟଣପାଟଣା ବ୍ଳକର ଗୋକୁଳ ଚନ୍ଦ୍ର ନାୟକ ଙ୍କୁ ଲମତାପୁଟ, ବନ୍ଧୁଗାଁ ବ୍ଲକର ପ୍ରତାପ କୁମାର ସାହୁଙ୍କୁ ବୈପାରିଗୁଡା , ବୈପାରିଗୁଡା ବ୍ଲକର ସତେନ୍ଦ୍ର କୁମାର ଦତ୍ତ ଙ୍କୁ ନାରାୟଣପାଟଣା, ବୈପାରିଗୁଡା ବ୍ଲକର ଶ୍ର...

Prime Odisha June 24, 2021, 4:22 am     456 Views

ବସା କାଠିରେ ଛନ୍ଦି ହୋଇ ଛଟପଟ ହେଉଥିବା ପକ୍ଷୀକୁ ଉଧାର କଲା କୋରାପୁଟ ଅଗ୍ନିଶମ ବାହିନୀ

କୋରାପୁଟ: ପକ୍ଷୀ ପ୍ରତି ମଣିଷ କେତେ ସମ୍ବେଦନ ଶୀଳ ରହିଛି, ତାର ଜ୍ବଳନ୍ତ ଉଦାହରଣ କୋରାପୁଟରେ ଦେଖିବାକୁ ମିଳିଛି ।ଗଛରେ ନିଜେ ବସା କରିଥିବା ବସାର କାଠି କୁଟାରେ ଛନ୍ଧି ହୋଇ ପକ୍ଷୀଟି ଜୀବନ ବଂଚାଇବାକୁ ଛଟପଟ ହେଉଥୁବାବେଳେ ପକ୍ଷୀର କରୁଣ ରାବ ଶୁଣି ସ୍ଥାନୀୟ କିଛି ଯୁବକ ଉଦ୍ୟମ କରି ବିଫଳ ହେବାପରେ ଅଗ୍ନିଶମ ବାହିନୀର ସହାୟତା ନେଇଥିଲେ। ଅଗ୍ନିଶମ ବାହିନୀର ସହଯୋଗରେ ପକ୍ଷୀଟିକୁ ଉଧାର କରାଯାଇଛି।ଉଧାର କରିବାପରେ ପକ୍ଷିଟିକୁ ଛାଡିଦିଆଯାଇଛି । କୋରାପୁଟ ସହର ଉପକଣ୍ଠରେ ଥିବା କଫିବୋର୍ଡ଼ କାର୍ଯ୍ୟାଳୟ ପରିସରରେ ଏକ ଗଛରେ ଛଟପଟ ହେଉଥୁବା ପକ୍ଷୀକୁ ରାତ୍ରିର ଅନ୍ଧକାରରେ ଦୁଇଘଣ୍ଟା ପରିଶ୍ରମ କରି ଅଗ୍ନିଶମ ବାହିନୀର ଉଦ୍ୟମରେ ଉଧାର କରାଯିବା ଘଟଣା ସହ...

Prime Odisha June 24, 2021, 4:21 am     274 Views

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚତୁର୍ଧାମୂରତି ଙ୍କ ସ୍ନାନ ପୁର୍ଣ୍ଣିମା ସମ୍ପନ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଛତୁର୍ଧା ମୁରତିଙ୍କ ଦେବ ସ୍ନାନ ପୁର୍ଣ୍ଣିମା ଅନୁଷ୍ଟିତ । କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ସେବାୟତଙ୍କ ଦ୍ବାରା ସକାଳର ନୀତିକାନ୍ତି ସମାପନ କରାଯାଇଥିଲା। ସକାଳ ୮ଟାରେ ସୁନା କୂଅରୁ ୧୦୮ କଳଶ ପାଣି ଅଣାଯାଇ ଅଭି ମନ୍ତ୍ରିତ କରି ରଖାଇଥିଲା । ପରେ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ପରିସର ରେ ଥିବା ଅସ୍ଥାୟୀ ସ୍ନାନ ବେଦୀରେ ମହାସ୍ନାନ କରାଯାଇଥିଲା । ନୀତି ଅନୁଯାୟି ଯଜ୍ଞ୍ୟ କରାଯାଇ ଗଜାନନ ବେଶରେ ସଜିତ କରାଯାଇଥିଲା । ସନ୍ଧ୍ୟାରେ ଅଣସର ଘରକୁ ବିଜେ କରିବେ । ଏବଂ ଶବର ସମ୍ପ୍ରଦାୟର ପୂଜକଙ୍କ ଦ୍ବାରା ନେତ୍ର ଉତ୍ସବ ପର୍ଯ୍ୟନ୍ତ ଗୁପ୍ତ ନୀତିକାନ୍ତି କରା...

Prime Odisha June 24, 2021, 4:17 am     270 Views

୩ ବର୍ଷ ପରେ ମଧ୍ୟ ନିର୍ମାଣ ହୋଇପାରୁନି ଅଧପନ୍ତରିଆ ରାସ୍ତା, ତୁରନ୍ତ କାର୍ଯ୍ୟ ଆରମ୍ଭ ନେଇ ଉଠିଲା ଦାବି

ବୈପାରିଗୁଡା: ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଘଟଣା ନେଲେ ମଧ୍ୟ କୌଣସି ପ୍ରଭାବ ପଡୁନଥିବା ବେଳେ ବିଭାଗୀୟ ଅଧିକାରୀ କାହିଁକି ଏହି ଦୁର୍ନିତି ଉପରେ ଦୁଷ୍ଟି ଦେଉନାହାନ୍ତି ତାହାକୁ ନେଇ ବିଭିନ୍ନ ପ୍ରଶ୍ନ ଏବେ ଜନସାଧାରଣଙ୍କ ମନରେ ଉଙ୍ଗୁମାରୁଛି ! କଣ ମିଳିମିଶି ସରକାରୀ ବାବୁ ମାନେ ଖାଇଗଲେ କି ଟଙ୍କା ? ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡି ରହିଛି ବାତ୍ରିଗୁଡା ଠାରୁ କେନ୍ଦୁଗୁଡା ଗ୍ରାମକୁ ସଂଯୋଗ ହେଉଥିବା ଏହି ରାସ୍ତା !କାର୍ଯ୍ୟ g.g.y/୨୦୧୮ -୨୦୧୯ ର ହୋଇଥିବା ବେଳେ କେବଳ କଲଭଟ ନିର୍ମାଣ ହୋଇଥିବା ବେଳେ ୩ ବର୍ଷ ବିତି ଯାଇଥିଲେ ମଧ୍ୟ କଂକ୍ରଟ ରାସ୍ତା ଏପର୍ଯ୍ୟନ୍ତ ନିର୍ମାଣ ହୋଇନଥିବା ନେଇ ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକର ଶମ୍ଭୁ ପ୍ରସାଦ ମହାନ...

Prime Odisha June 24, 2021, 4:10 am     863 Views

ନୂତନ ଡଙ୍ଗା ଅପେକ୍ଷାରେ ନଦୀକୂଳିଆ ଲୋକେ

ବୈପାରିଗୁଡା: ବୈପାରିଗୁଡା ବ୍ଲକ ତେନ୍ତୁଳିଗୁମ୍ମା ଗ୍ରାମର ନଦୀଘାଟରେ ଲୋକ ମାନେ ଯାତାୟତ କରିବା ପାଇଁ ଏକମାତ୍ର ଭରସା ଦେଶୀ ଡଙ୍ଗା ।ମାତ୍ର ଡଙ୍ଗା ଖରାପ ହୋଇଯିବା ପରେ ଏବେ ଜନସାଧାରଣ ନଦୀ ପରା ହେବା ଆଉ ସମ୍ଭବପର ନୁହେିଁ !ନଦୀରେ ବିଜ୍ର ନିର୍ମାଣ କାର୍ଯ୍ୟ ଚାଲିଛି ମାତ୍ର କେବେ ସରିବ ତାହା କାହାକୁ ଜଣାନାହିଁ !ଲୋକଙ୍କ ଯାତାୟତ ପାଇଁ ତୁରନ୍ତ ପ୍ରଶାସନ ଏକ ଡଙ୍ଗା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପଠାଇବା ପାଇଁ ସ୍ଥିର କରିଥିବାର ଜଣାପଡିଛି ! ଆଗକୁ ବର୍ଷା ଦିନ ଆସୁଥିବାରୁ ଲୋକେ ନଦୀ ପରା କରି ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେବା ନେଇ ଦାବି ପତ୍ରରେ ଉଲ୍ଲେଖ କରିଥିବାର ଜଣାପଡିଛି !ନଦୀ ରୁ ଡଙ୍ଗା...

Prime Odisha June 24, 2021, 2:55 am     392 Views

ସନ୍ଦେହଜନକ ଭାବରେ ଗାଡି ଜବତ, ପୋଲିସର ତଦନ୍ତ

କୋଟପାଡ଼: ସନ୍ଦେହଘେରରେ ଥିବା ଛତିଶଗଡ ରେଜିଷ୍ଟ୍ରେସନ ଗାଡିକୁ ଜବତ କରିଚି କୋଟପାଡ଼ ପୋଲିସ । କୋଟପାଡ଼ ଥାନା ଅନ୍ତର୍ଭୁକ୍ତ ପିରିଞ୍ଜି ଗ୍ରାମରେ ଗତ କାଲି ରାତି 9ଟା ରୁ ଥିବା ଛତିଶଗଡ଼ରୁ ଆସିଥିବା ଏକ ଗାଡିକୁ ଜବତ କରି କୋଟପାଡ଼ ଥାନାକୁ ସ୍ଥାନାନ୍ତରିତ କରିଚି.ଗ୍ରାମବାସୀଙ୍କ s asi ଶ୍ରୀ ନିରୋଦ ବାଘ ଘଟଣା ସ୍ଥଳରେ ପହଂଚି ଗାଡି ନମ୍ବର cg16cn6470.ମାରୁତି ଆର୍ଟିକା ଗାଡିକୁ ଅକ୍ତିଆରକୁ ନେଇ ତଦନ୍ତ ଆରମ୍ଭ କରିଚନ୍ତି. ଗ୍ରାମବାସୀ ଏହି ଗାଡିରେ ଗଂଜେଇ ଚାଲାଣ କରା ଯାଉଥିବାର ସନ୍ଦେହ କରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଗତ କିଛି ମାସ ହେବ ଅଂଚଳରେ ଗଂଜେଇ କରବାର ବଢ଼ିଯାଇଥିବାଳେ କୋଟପାଡ଼ ପୋଲିସ ସଜାଗ ଓ ସଚେତ ରହିଥିବାର ବି ଦେଖା ଯାଇଚି.କିନ୍ତୁ ସେହି କାର ଭି...

Prime Odisha June 24, 2021, 1:45 am     351 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ...

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍...

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us