BREAKING

ଅଷ୍ଟମ ଯାଏଁ ପଢ଼ିଛନ୍ତି ସପନା: ବାପାଙ୍କ ଦେହାନ୍ତ ପରେ ଘର ଚଳାଇବାକୁ ୧୨ ବର୍ଷ ବୟସରୁ ଆରମ୍ଭ କରିଥିଲେ ଡ୍ୟାନ୍ସ


ମୁମ୍ବାଇ ୦୭/୦୬ : ହରିୟାଣାର ଗାୟିକା ସପନା ଚୌଧୁରୀ ନିଜ ଦକ୍ଷତା ବଳରେ ସଫଳତା ହାସଲ କରିଛନ୍ତି । ସେ ଯେଉଁ ସଫଳତା ହାସଲ କରିଛନ୍ତି ଅନେକ ଲୋକଙ୍କ ପାଇଁ ତାହା ସ୍ବପ୍ନ । ସପନା ଚୌଧୁରୀ ମନୋରଞ୍ଜନ ଜଗତରେ ନିଜ ଡ୍ୟାନ୍ସରେ ଜଲବା ଦେଖାଇ ଖୁବ ଲୋକପ୍ରିୟ ହୋଇଛନ୍ତି । ସପନା ଆଜି ଯେଉଁଠି ପହଞ୍ଚିଛନ୍ତି ସେଠାରେ ପହଞ୍ଚିବା ତାଙ୍କ ପାଇଁ ସହଜ ନଥିଲା । ତାଙ୍କ ସଂଘର୍ଷ ପିଲାଦିନୁ ହିଁ ଆରମ୍ଭ ହୋଇଯାଇଥିଲା । ସପନା ଦିଲ୍ଲୀ ନିକଟସ୍ଥ ମହିପାଲପୁରରେ ଜନ୍ମ ହୋଇଥିଲେ । ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଦେହାନ୍ତ ପରେ ଘର ଚଳାଇବା ମୁସ୍କିଲ ହୋଇଯାଇଥିଲା । ୧୨ ବର୍ଷ ବୟସରୁ ସପନା ଛୋଟ ଛୋଟ କାର୍ଯ୍ୟକ୍ରମରେ ନାଚିବା ଆରମ୍ଭ କରିଥିଲେ । ସେଥିରୁ ସେ ଯାହା ପାଉଥିଲେ ସେଥିରେ ଘର ଚଳୁଥିଲା । ଏଥିପାଇଁ ସେ ପାଠ ବି ପଢି ପାରିଲେନି । ସପନା ମାତ୍ର ଅଷ୍ଟମ ଯାଏଁ ପଢ଼ିଛନ୍ତି । ଧୀରେ ଧୀରେ ସେ ଡ୍ୟାନ୍ସ କରିବାକୁ ଷ୍ଟେଜ ଶୋ’ କରିବା ଆରମ୍ଭ କଲେ । ଆଲ୍‌ବମ୍‌ରେ ସଲିଡ଼ ବଡିରୁ ତାଙ୍କୁ ପ୍ରଥମ ବଡ ବ୍ରେକ ମିଳିଥିଲା । ଏଠାରୁ ତାଙ୍କର ସଫଳତାର କାହାଣୀ ଆରମ୍ଭ ହେଲା । ତାପରେ ସେ କେବେ ପଛକୁ ବୁଲି ଚାହିଁ ନାହାନ୍ତି । ଏବେ ସପନା ଗୋଟିଏ ଡାନ୍ସ ପରଫରମାନ୍ସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବି କରନ୍ତି । ତାଙ୍କ ପାଖରେ ଫର୍ଚୁନର ସମେତ ଅନେକ ଗାଡି ଅଛି । ତାଙ୍କ ପାଖରେ ଦିଲ୍ଲୀ ନଜଫଗଡ ଅଞ୍ଚଳରେ କୋଟିଏ ଟଙ୍କାର ବଙ୍ଗଳା ଅଛି ଯେଉଁଠି ସେ ରୁହନ୍ତି । ସପନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ସସପେନ୍ସ ରଖିଥାନ୍ତି । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଖୋଲିକି କଥା ହୁଅନ୍ତିନି । ୨୦୨୦ ରେ ଅଚାନକ ବିବାହ କରିଥିଲେ । ତାଙ୍କ ବିବାହ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା । ସେ ହରିୟାଣାର ଗାୟକ ବୀର ସାହୁଙ୍କୁ ବିବାହ କରିଛନ୍ତି । ତାଙ୍କର ଗୋଟିଏ ପୁଅ ବି ଅଛି ।

ହଲିଉଡ୍‌ ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ କ୍ରିତି!

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କ୍ୱେଣ୍ଟିନ୍ ତାରାଣ୍ଟିନୋଙ୍କ ନିର୍ଦ୍ଦେଶିତ ହଲିଉଡର ବ୍ଲକବଷ୍ଟର ମୁଭି ‘କିଲ୍ ବିଲ୍’ର ହିନ୍ଦୀ ରିମେକ୍ ପାଇଁ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କୁ ବଛାଯାଇଥିବା ଗୁଜବ ପ୍ରଚାରିତ ହୋଇଛି। ଯଦି ଗୁଜବ ସତ ହୁଏ ତେବେ କ୍ରିତି ହଲିଉଡ୍‌ ଅଭିନେତ୍ରୀ ଉମା ଥୁର୍ମା‌ନଙ୍କ ଭୂମିକାରେ ଅଭିନୟ କରିବେ। ସୂଚନା ଅନୁଯାୟୀ ନିର୍ମାତା ନିଖିଲ ଦ୍ୱିବେଦୀ ହଲିଉଡ୍‌ ମୁଭି କିଲ୍‌ ବିଲ୍‌ର ଏକ ଏକ ହିନ୍ଦୀ ରିମେକ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏହାର ନିର୍ଦ୍ଦେଶନା ଦେବେ ଅନୁରାଗ କାଶ୍ୟପ। କ୍ରିତିଙ୍କ ବ୍ୟତୀତ ଏଥିରେ ଆଉ ଜଣ ମହିଳା ଅଭିନେତ୍ରୀ ନଜର ଆସିବେ। ତେବେ ଏଯାଏ ନା ସ୍ପଷ୍ଟ ହୋଇନାହିଁ।...

Prime Odisha June 23, 2021, 5:39 am     106 Views

ସୋନୁ ସୁଦଙ୍କୁ ଅପେକ୍ଷା କରିଛନ୍ତି ଜବଲପୁରର ଫ୍ୟାନ୍, ୮ ଦିନରେ ଆଙ୍କିଛନ୍ତି ୧୦ ଫୁଟର ଚିତ୍ର

ଜବଲପୁର ୨୧/୦୬: ବଲିଉଡ ଅଭିନେତା ସୋନୁ ସୁଦ ତାଙ୍କ ଅଭିନୟରେ ପ୍ରଶଂସକଙ୍କ ହୃଦୟରେ ରାଜ କରିଥାନ୍ତି, କିନ୍ତୁ ଗତ ଦୁଇ ବର୍ଷ ଧରି ସେ ନିଜର ସାମାଜିକ ସେବା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ତାଙ୍କର ମହାନ କାର୍ଯ୍ୟ ଯୋଗୁଁ ଫ୍ୟାନ୍ସମାନଙ୍କ ସହିତ, ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଉପରେ ବିଶ୍ୱାସ କରୁଛନ୍ତି । ଫିଲ୍ମ ସ୍କ୍ରିନରେ ପ୍ରାୟତଃ ଭିଲେନ୍ ଭାବରେ ଦେଖାଯାଉଥିବା ସୋନୁ ସୁଦ ବାସ୍ତବ ଜୀବନରେ ହିରୋ ଭୂମିକାରେ ନଜର ଆସିଛନ୍ତି, ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସା କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି, ଏହିପରି ଜଣେ ପ୍ରଶଂସକ ହେଉଛନ୍ତି ଜବଲପୁରର ସୋମିନ ଜୈନ ।ଜବଲପୁରର ସାରଫା ଅଞ୍ଚଳରେ ରହୁଥିବା ସୋମିନ ଚିତ୍ର ଆଙ୍କିବାକୁ ଭଲ...

Prime Odisha June 22, 2021, 7:00 am     381 Views

ଫାଇଟିଂ ପାଇଁ ଅକ୍ଷୟ କୁମାରଙ୍କୁ ଚ୍ୟାଲେଞ୍ଜ କଲେ WWE ସୁପରଷ୍ଟାର ଅଣ୍ଡରଟେକର୍, ମଜାଦାର ଜବାବ ଦେଲେ ବଲିଉଡ ଖିଲାଡି

ନୂଆଦିଲ୍ଲୀ ୧୯/ ୦୬ : ବଲିଉଡର ‘ଖିଲାଡି’ ତଥା ଅଭିନେତା ଅକ୍ଷୟ କୁମାର ସୋସିଆଲ ମିଡିଆରେ ଖୁବ ସକ୍ରିୟ। ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଖିଲାଡିୟୋଂ କା ଖିଲାଡି’ ୨୫ ବର୍ଷ ପୂରଣ କରିଛି । ଯାହାକୁ ନେଇ ଅକ୍ଷୟ ଏକ ବଡ଼ ରହସ୍ୟର ପର୍ଦ୍ଦାଫାସ କରିଛନ୍ତି । ଅକ୍ଷୟ କୁମାର କହିଛନ୍ତି ଯେ ସେ ଏହି ଫିଲ୍ମରେ ପ୍ରକୃତ ଅଣ୍ଡରଟେକରଙ୍କ ସହ ଲଢିନାହାଁନ୍ତି। ତେବେ ବର୍ତ୍ତମାନ ପ୍ରକୃତ ଅଣ୍ଡରଟେକର୍ ଅକ୍ଷୟଙ୍କୁ ଫାଇଟ ପାଇଁ ଚ୍ୟାଲେଞ୍ଜ କରିଛନ୍ତି । ଯାହାକୁ ନେଇ ଅକ୍ଷୟ ମଧ୍ୟ ଏକ ମଜାଳିଆ ଉତ୍ତର ଦେଇଛନ୍ତି । ବାସ୍ତବରେ, ‘ଖିଲାଡିୟୋଂ କା ଖିଲାଡି’ର ୨୫ ବର୍ଷ ପୂରଣ ହେବା ପରେ ସୋସିଆଲ ମିଡିଆରେ ଏକ ମିମି ବେଶ ଭାଇରାଲ ହେବାରେ ଲାଗିଥିଲା ​​ଯେଉଁଥିରେ ଲେଖାଥିଲା ଯେ, ‘ଯଦ...

Prime Odisha June 20, 2021, 8:05 am     526 Views

ସ୍ବାମୀ ନିକ୍‌ଙ୍କ ନାଁରେ ନୁହେଁ, ଜାଣନ୍ତୁ ପ୍ରିୟଙ୍କା କାହା ନାଁରେ ଗୋଡ଼ରେ କଲେ ଟାଟୁ; ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବଲିଉଡ୍‌ରୁ ଓଲିଉଡ୍‌ ପର୍ଯ୍ୟନ୍ତ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ବାମୀ ନିକ୍‌ ଜୋନାସ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରିୟଙ୍କା କେବେ ତାଙ୍କ ଫିଲ୍ମ କେବେ ନିଜର ଫଟୋ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ବର୍ତ୍ତମାନ ପ୍ରିୟଙ୍କା ତାଙ୍କ ନୂଆ ଟାଟୁ ପାଇଁ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଏହି ଟାଟୁକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ଏହି ଟାଟୁକୁ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ପାଇଁ ନୁହେଁ ବରଂ ଅନ୍ୟ କାହା ନାମରେ କରିଛନ୍ତି। ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍‌ ଶେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କର ନୂଆ ଟା...

Prime Odisha June 19, 2021, 10:37 am     642 Views

କେବେ ବ୍ୟାକଗ୍ରାଉଣ୍ଡ୍ ଡ୍ୟାନ୍ସର୍ ଥିଲେ କାଜଲ ଅଗ୍ରୱାଲ୍: ଆଜି ସେ କୋଟି କୋଟି ଟଙ୍କାର ମାଲିକ

ମୁମ୍ବାଇ ୧୯/୦୬: ଜୁନ୍ ୧୯, ୧୯୮୫ ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। କାଜଲ ବଲିଉଡରେ ଅନେକ ଭଲ ଫିଲ୍ମରେ କାମ କରିଥିଲେ ତଥାପି ସେ ସେଥିରେ ଯୋଗ୍ୟ ସ୍ଥାନ ପାଇଲେ ନାହିଁ । ଏଥି ସହିତ, ‘ସିଙ୍ଗହମ୍’ ଅଭିନେତ୍ରୀ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସଫଳତା ହାସଲ କରିଛନ୍ତି । ସେ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଫିଲ୍ମରେ କାମ କରି ସଫଳତାର ଏକ ନୂଆ କାହାଣୀ ଲେଖିଛନ୍ତି । ଯଦିଓ ସେ ହିନ୍ଦୀ ଫିଲ୍ମରେ କିଛି ବିଶେଷ କରିପାରିନାହାଁନ୍ତି, ତଥାପି କାଜଲ ଚର୍ଚ୍ଚାରେ ରହିଛନ୍ତି ଏବଂ ତାଙ୍କ ଫଟୋ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ଆଲୋଚନା କରାଯାଇଥିଲା। ମୁ...

Prime Odisha June 19, 2021, 8:47 am     641 Views

ଜଳବାୟୁ ପରିବର୍ତନ ଉପରେ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ଜେନେଭା ଅବ୍‌ଜର୍ଭର୍‌ରେ ପ୍ରଦର୍ଶିତ ହୋଇଛି

ଭୁବନେଶ୍ୱର : ଅଭିନେତ୍ରୀ ଦିବ୍ୟା ଦତା, ତନିଷ୍ଠା ଚାଟର୍ଜୀ, ମଞ୍ଜିରି ଫଡ୍‌ନିସ୍ ଓ ଚନ୍ଦନ ଆନନ୍ଦଙ୍କ ଅଭିନୀତ ନୀଳମାଧବ ପଣ୍ଡାଙ୍କ ଚଳଚିତ୍ର ‘ମେଘାସ୍ ଡାଇଭର୍ସ’ ନିକଟରେ ଜି ଓ: ସଷ୍ଟେନ୍‌ଡ – ଫସିଲ ଫୁଏଲ୍ ଇନ୍‌ଭେଷ୍ଟମେଂଟ୍ ନିଡ୍‌ସ ଟୁ ଏଣ୍ଡ ନାଓ’ ପାଇଁ ଜେନେଭା ପର୍ଯ୍ୟବେକ୍ଷକ ମଞ୍ଜିରି ଫଡ୍‌ନିସ୍‌ଙ୍କୁ ପ୍ରଦର୍ଶିତ କରିଥିଲା । ଆଡେଲାଇନ୍ ଭନ୍ ଫର୍‌ଷ୍ଟେନ୍‌ବର୍ଗଙ୍କ ଜେନେଭା ବିଷୟବସ୍ତୁ ୧୧ଟି ଦେଶର ୧୧ ଜଣ ଆନ୍ତର୍ଜାତୀୟ ଚଳଚିତ୍ର ନିର୍ମାତାଙ୍କ ଦ୍ୱାରା ଚିତ୍ରିତ କାହାଣୀଗୁଡିକୁ ଚୟନ କରିଥିଲା, ଯାହା ମାନବଜାତି ଓ ପରିବେଶ ମଧ୍ୟରେ ରହିଥିବା ଅନ୍ତର୍ନିହିତ ସମ୍ପର୍କ ଏବଂ ସେଗୁଡିକ କିଭଳି ବିଭିନ୍ନ ସ୍ତର ଓ ପରିମାପରେ ଜଳବାୟୁ ପରିବର୍ତନ ଦ୍ୱାରା କ୍...

Prime Odisha June 18, 2021, 10:20 am     289 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବରିଷ୍ଠ ଆଇପିଏସ୍ ଡ. ...

ଭୁବନେଶ୍ଵର: ଭୁବନେଶ୍ଵରସ୍ଥିତ ଅମିତ କଲେଜର ସାମ୍ବାଦିକତା ବିଭାଗ ପ୍ରଥମ ବର୍ଷର ଛାତ୍ରୀ ସୁମିତ୍ରା ଚଉଁରୀଙ୍...

କୋରାପୁଟ : ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୩ ଜଣ ଜିପିଟିଏ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us