BREAKING

ଆଇଏଏସ୍‌ ଅଫିସର ପାର୍ଥସାରଥୀ ମିଶ୍ରଙ୍କ ଜାମିନ ଖାରଜ; ଚାକିରିରୁ ନିଲମ୍ବିତ

କଟକ : ଭିଜିଲାନ୍ସ ହାତରେ ଧରାପଡି ଜେଲ ଯାଇଥିବା ଆଇଏଏସ୍‌ ଅଫିସର ପାର୍ଥସାରଥୀ ମିଶ୍ରଙ୍କ ଜାମିନ୍‌ ଆଜି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରିଛନ୍ତି। ଅନ୍ୟପଟେ ଜାମିନ ଖାରଜ ପରେ ସେ ଜେଲ୍‌ରେ ରହିବା ସ୍ପଷ୍ଟ ହୋଇଯାଇଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଆଜି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଶ୍ରୀ ମିଶ୍ରଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି ସମୟରେ ଭିଜିଲାନ୍ସ ପକ୍ଷରୁ କେସ୍‌ ଡାଏରି ସହିତ ଏ ପର୍ଯ୍ୟନ୍ତ ତଦନ୍ତରୁ ମିଳିଥିବା ତଥ୍ୟ ଉପସ୍ଥାପନ କରାଯାଇଥିଲା। କଟକ, ଭୁବନେଶ୍ୱର ଓ ପୁରୀରେ ତାଙ୍କର ୩ଟି କୋଠା ଠାବ କରାଯାଇଛି। ଏଥି ସହିତ ବହୁ ମୂଲ୍ୟବାନ ବିଳାସ ସାମଗ୍ରୀ ତାଙ୍କ ଘରୁ ମିଳିଛି। ଏ ଯାଏ ତାଙ୍କର ପ୍ରାୟ ୫ କୋଟି ଟଙ୍କାରୁ ଅଧିକ ସଂପତ୍ତି ଠାବ କରାଯାଇଥିବା ବେଳେ ଯାଞ୍ଚରୁ ଆହୁରି ଅଧିକ ସଂପତ୍ତି ମିଳିବାର ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଶ୍ରୀ ମିଶ୍ରଙ୍କ ଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜାମିନ ମଞ୍ଜୁର କଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ ଓ ଉଦ୍ଦେଶ୍ୟମୂଳକ ବୋଲି ଶ୍ରୀ ମିଶ୍ରଙ୍କ ପକ୍ଷରୁ ଦର୍ଶାଯାଇଛି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଶ୍ରୀ ମିଶ୍ରଙ୍କ ଜାମିନ ଖାରଜ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ସ୍ପେଶାଲ ପବ୍ଲିକ୍‌ ପ୍ରସିକ୍ୟୁଟର ଅଜୟ ପଟ୍ଟନାୟକ ଓ ଜଗତମୋହନ ଦାଶ ମାମଲା ପରିଚାଳନା କରୁଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମିଶ୍ରଙ୍କୁ ଅଧିକ ପଚରା ଉଚୁରା କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଅଦାଲତରେ ୫ ଦିନ ରିମାଣ୍ଡ ଆବେଦନ କରାଯାଇଛି। ଏହି ଆବେଦନ ଉପରେ ସୋମବାର ଶୁଣାଣି ହେବ। ଏଠାରେ ସୂଚନା ଯୋଗ୍ୟ ଯେ ଓଏସଆଇସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମିଶ୍ର ଗତ ୧୫ ତାରିଖ ଦିନ ତାଙ୍କ କାର୍ଯ୍ୟାଳୟରୁ ବାହାରୁଥିବା ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୧୪ ହଜାର ୭୫୦ ଟଙ୍କା ଭିଜିଲାନ୍ସ ଜବତ କରିଥିଲା। ଏହି ଟଙ୍କା ସଂପର୍କରେ ସେ ସନ୍ତୋଷଜନକ ଉତ୍ତର ରଖିବାରେ ବିଫଳ ହୋଇଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗରିଫ କରି କୋର୍ଟ ଚାଲାଣ କରିଥିଲା। ପରେ ଅଧିକ ଖୋଳତାଡରୁ ଶ୍ରୀ ମିଶ୍ରଙ୍କର ବିପୁଳ ପରିମାଣର ଆୟବର୍ହିଭୂତ ସଂପତ୍ତି ଠାବ କରାଯାଇଥିଲା।

Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]


More News

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us