BREAKING

ପ୍ରଜାତନ୍ତ୍ରରେ ଯେଉଁମାନେ ଅହଙ୍କାର ଦେଖାନ୍ତି ଲୋକେ ତାଙ୍କୁ ବାଛି ବାଛି ଦଣ୍ଡ ଦିଅନ୍ତି: ଧର୍ମେନ୍ଦ୍ର

ଭୁବେନଶ୍ୱର: ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଫଳାଫଳ ନେଇ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଆଗକୁ ବଡ ପରିବର୍ତ୍ତନର ପଦଧ୍ୱନି ଶୁଣିବାକୁ ମିଳିବ । ପ୍ରଜାତନ୍ତ୍ରରେ ଯେଉଁମାନେ ଅହଙ୍କାର ଦେଖାନ୍ତି ଲୋକେ ତାଙ୍କୁ ବାଛି ବାଛି ଦଣ୍ଡ ଦିଅନ୍ତି । କେବଳ ଏତିକି ନୁହେଁ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ମୁଖ୍ୟପାତ୍ର ଶଶିଭୂଷଣ ବେହେରାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଅମଲାମାନେ ଯାହା ଲେଖନ୍ତି ଶଶିଭୂଷଣ ସେଇଆ କୁହନ୍ତି। ଅନ୍ୟପକ୍ଷରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ ଗତକାଲି ବିଜେପି ସଂପର୍କରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଜେପିକୁ ଡେଙ୍ଗୁ ହୋଇଛି ବୋଲି ଯେଉଁ ବଡ଼ପାଟିଆ ବାହାପିଆ ନେତା କହୁଥିଲେ ତାଙ୍କୁ ମ୍ୟାଲେରିଆ ଓ ଜାପାନୀ ଜ୍ୱର ପ୍ରବଣ ମାଲକାନଗିରି ଜିଲ୍ଲାକୁ ଉଚିତ ଜବାବ ଦେଇଛି । ଧର୍ମେନ୍ଦ୍ରଙ୍କ ସମାଲୋଚନାର ଉତ୍ତରରେ ବିଜେଡ଼ି ମୁଖ୍ୟପାତ୍ର ଶଶିଭୂଷଣ ବେହେରା କହିଛନ୍ତି, ଉଲ୍ଳସିତ ହେଲା ଭଳି ବିଜେପିର ପ୍ରଦର୍ଶନ ହୋଇନାହିଁ। ଏବେବି ବିଜେଡି ପ୍ରଥମ ସ୍ଥାନରେ ଅଛି, ଥିଲା ଓ ରହିବ ।

Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]


More News

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

Welcome to the interview times, the most popular news portal of odisha and to inspiring the young at heart.

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us