BREAKING

ଚୌସ୍ତରି ତମ ଗଣରାଜ୍ୟ ଦିବସ ହର୍ଷୋଉଲ୍ଲାସରେ ପାଳିତ,କୋଟପାଡ଼


କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଭାରତୀୟ ଜାତୀୟତାର ପର୍ବ ଚୌସ୍ତରି ତମ ଗଣରାଜ୍ୟ ଦିବସ ଆଜି ଖୁବ ଆନନ୍ଦ ଉଲ୍ଲାସରେ କୋଟପାଡ଼ର ବିଭିନ୍ନ ଅନୁଷ୍ଠାନରେ ପାଳିତ ହୋଇଯାଇଛି.ସାଧାରଣତନ୍ତ୍ର ଦିବସ ପାଳନ ସମିତି,କୋଟପାଡ଼ ତରଫରୁ ସ୍ଥାନୀୟ ଗାନ୍ଧୀ ଛକସ୍ଥ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭାପତି ତହସିଲଦାର ଶକ୍ତି ମହାପାତ୍ର ମହୋଦୟ ପତାକା ଉତୋଳନ କରି ଜନସାଧାରଣଙ୍କୁ ଭାରତୀୟ ସମ୍ବିଧାନର ସାର୍ବଭୌମତ୍ବ ଓ ଅନେକତା ମଧ୍ୟରେ ଏକତା ବିନ୍ଦୁ ଉପରେ ଉଦ୍ବୋଧନ ଦେଇ ଦୃଷ୍ଟି ଆକର୍ଷଣ କରି ଥିଲେ ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ସହ ଅଧକ୍ଷ ଏମ ଶଙ୍କର ରାଓ ସମସ୍ତ କାଉନ୍ସିଲର,ବିଧାୟିକା ପ୍ରତିନିଧି ସୁଧୀର ମହାନ୍ତି, ସାଂସଦ ପ୍ରତିନିଧି ସୁଶାନ୍ତ ବକ୍ସି ଉପସ୍ଥିତ ଥିଲେ.ସାଧାରଣତନ୍ତ୍ର ଦିବସ ପାଳନ ସମିତି, କୋଟପାଡ଼ର ସମ୍ପାଦକ ତଥା କୋଟପାଡ଼ ଚାମ୍ବର ଅଫ କମର୍ସ, ଗୋପବନ୍ଧୁ ପାଠାଗାର, କୋଟପାଡ଼ ଉନ୍ନୟନ ପରିଷଦ ସଭାପତି ଗଣେଶ ପଣ୍ଡାଙ୍କ ଦ୍ୱାରା ସ୍ଥାନୀୟ ପାଠାଗାର ଠାରେ ପତାକା ଉତ୍ତୋଳନ ହୋଇଥିବା ବେଳେ କୋଟପାଡ଼ ବାର ଆସୋସିଏସନ ତରଫରୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ ବିଚାରପତି ଦୀଲପ ବାରିକ ମହୋଦୟଙ୍କ ଦ୍ୱାରା ପତାକା ଉତୋଳନ କରାଯାଇଥିଲା ଏହି ଅବସରରେ ଓକିଲ ସଂଘ ସଭାପତି ମଣି ପ୍ରସାଦ ପଟନାୟକଙ୍କ ସହ ବରିଷ୍ଠ ଓକିଲ ଜିତେନ୍ଦ୍ରନାଥ ମହାପାତ୍ର,ପଙ୍କଜ ପାତ୍ରଙ୍କ ସମେତ ସମସ୍ତ ଓକିଲ ଉପସ୍ଥିତ ଥିବାର ସୂଚନା ପ୍ରାପ୍ତ ହୋଇଛି. ସେହିପରି କୋଟପାଡ଼ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଠାରେ ମହା ଆଡମ୍ବରରେ ପାଳନ କରାଯାଇଥିବାର ସୂଚନା ହସ୍ତଗତ ହୋଇଛି. ଏହି ଅବସରରେ କୋଟପାଡ଼ ଅଞ୍ଚଳର ବିଶିଷ୍ଟ ପାଞ୍ଚ ଜଣ ବ୍ୟକ୍ତିବିଶେଷଙ୍କୁ ସାଧାରଣତନ୍ତ୍ର ଦିବସ ପାଳନ ସମିତି ତରଫରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2023 ବର୍ଷର "କୋଟପାଡ଼ ଗୌରବ"ସମ୍ମାନରେ ସ୍ଥାନୀୟ ବିଧାୟିକା ପଦ୍ମିନୀ ଦିଆନଙ୍କ ଆତିଥ୍ୟର ସମ୍ମାନିତ କରାଯାଇଥିବା ବେଳେ ବିଶିଷ୍ଟ ଚପରାଶି, ବିଶିଷ୍ଟ ସଫେଇ କର୍ମଚାରୀ ଓ ବିଶିଷ୍ଟ ଅଙ୍ଗନବାଡି କର୍ମୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଛି.ସ୍ଥାନୀୟ ଭୈରବ ପଡିଆ ଠାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ୟାରେଡ଼ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ପ୍ରତିଯୋଗିତା ବେସ ଆକର୍ଷଣ ହୋଇପାରିଥିଲା ଏବଂ ଏହି ଅବସରରେ ସମସ୍ତ କୃତିତ୍ବ ହାସଲକାରୀଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା.

ହିନ୍ଦୁ ନବବର୍ଷ ପାଇଁ ଭଗଓ୍ବା ମୟ ହେଉଛି ନବରଙ୍ଗପୁର ଜିଲ୍ଲା

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଧିରେ ଧିରେ ଭଗଓ୍ବା ମୟ ହେଉଛି ନବରଙ୍ଗପୁର ଜିଲ୍ଲା। ୨୦୧୭ ପୂର୍ବରୁ ନବରଙ୍ଗପୁର ଜିଲ୍ଲାର କିଛି ସ୍ଥାନରେ କୌଣସି ଏକ ନିର୍ଦ୍ଧିଷ୍ଟ ସଂଗଠନ କିମ୍ବା ଅନୁଷ୍ଠାନ ତରଫରୁ ପାଳନ ହେଉଥିଲା ହିନ୍ଦୁ ନବବର୍ଷ। ବର୍ତ୍ତମାନ କିନ୍ତୁ ଗାଁ ଗାଁ ରେ , ପ୍ରତି ବ୍ଲକରେ, ଅଧିକାଂଶ ପଞ୍ଚାୟତ ରେ ପାଳନ ହେଉଛି ହିନ୍ଦୁ ନବବର୍ଷ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ହିନ୍ଦୁ ମହାସଂଘ, ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଭଳି ରାଷ୍ଟ୍ରୀୟ ସ୍ତରରେ ସଂଗଠନ ସହିତ ଦେବ ସେନା , ଧର୍ମ ଯୋଦ୍ଧା ସଂଗଠନ, ହିନ୍ଦୁ ଜାଗୃତି ସେନା ଭଳି ଜିଲ୍ଲା ଓ ପ୍ରାଦେଶିକ ସଂଗଠନ ପକ୍ଷରୁ ମଧ୍ୟ ନଗର ସଜା ଚାଲିଛି ନବରଙ୍ଗପୁର ଓ ଉମରକୋଟ ଭଳି ସହର ଗୁଡ଼ିକ ରେ। ରାଷ୍ଟ୍ରୀୟ ସ୍ଵୟଂସେବକ ...

Prime Odisha March 21, 2023, 3:18 am     918 Views

ହିନ୍ଦୁ ମହାସଂଘ ପ୍ରତିଷ୍ଠା ଦିବସ ତଥା ହିନ୍ଦୁ ନବବର୍ଷ ସଂପୂର୍ଣ୍ଣ ଧାର୍ମିକ ରୀତି ରେ କରିବାକୁ ଅନୁରୋଧ କଲେ ସାଧୁସନ୍ଥ

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଆସନ୍ତା ମାର୍ଚ୍ଚ ୨୨ ତାରିଖ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଦିବସ ତଥା ହିନ୍ଦୁ ନବବର୍ଷ। ହିନ୍ଦୁ ମହାସଂଘ ର ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଏବଂ ଅନ୍ୟାନ୍ୟ ସାଧୁସନ୍ଥ ଏହି ଅବସରରେ ପ୍ରତ୍ୟେକ ଘରେ ଭଗଓ୍ବା ଧ୍ଵଜ ଲଗାଇବାକୁ ଅନୁରୋଧ କଲେ । ଏହି ଦିନ ଓଡ଼ିଶା ର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏବଂ ଭାରତର ଅନେକ ସ୍ଥାନରେ ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଦିବସ ତଥା ହିନ୍ଦୁ ନବବର୍ଷ ପାଳିତ ହେବାକୁ ଯାଉଛି । ସମ୍ପୁର୍ଣ୍ଣ ଧାର୍ମିକ ରୀତି ରେ ସମସ୍ତ ଙ୍କୁ ଏହି ଦିବସ ପାଳନ କରିବା ପାଇଁ ସନ୍ଥ ସମାଜ ଅନୁରୋଧ କଲେ।...

Prime Odisha March 20, 2023, 7:31 am     895 Views

ପଣା ସଂକ୍ରାନ୍ତି ରେ ଭବ୍ୟ କାର୍ଯ୍ୟକ୍ରମ ପାଇଁ ହିନ୍ଦୁ ଏକତା ବାହିନୀର ପ୍ରସ୍ତୁତି ବୈଠକ

ନବରଙ୍ଗପୁର(ବ୍ୟୁର ରିପୋର୍ଟ):ନବରଙ୍ଗପୁର ହିନ୍ଦୁ ଏକତା ବାହିନୀର ଆବାହକ ଗୌରୀ ଶଙ୍କର ସାହୁ ଏବଂ ଶାନ୍ତନୁ ପାତ୍ର ଙ୍କ ପରିଚାଳନା ରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି ନବରଙ୍ଗପୁର ଆଖଣ୍ଡଳମଣୀ ମନ୍ଦିର ପରିସରରେ। ଦେବଦାସ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଯୋଗଦେଇ ହିନ୍ଦୁ ଏକତା ବାହିନୀର କାର୍ଯ୍ୟକ୍ରମ କୁ ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରକୃତରେ ହିନ୍ଦୁ ଧର୍ମ ର ସୁରକ୍ଷା ପାଇଁ ନବରଙ୍ଗପୁର ନଗର ରେ ହିନ୍ଦୁ ଏକତା ବାହିନୀର କାର୍ଯ୍ୟ କୁ ହିନ୍ଦୁ ସମାଜ ସବୁଦିନ ପାଇଁ ମନେ ରଖିବ ବୋଲି ସେ ସୂଚିତ କରିଛନ୍ତିି। ଆଗାମୀ ପଣା ସଂକ୍ରାନ୍ତି ରେ ଏକ ବିଶାଳ କାର୍ଯ୍ୟକ୍ରମ ହ...

Prime Odisha March 16, 2023, 9:25 am     440 Views

ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ପାଳିତ ହେବ ହିନ୍ଦୁ ମହାସଂଘ ର ପ୍ରତିଷ୍ଠା ଦିବସ

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଚଳିତ ବର୍ଷ ହିନ୍ଦୁ ନବବର୍ଷ ଅବସରରେ ହିନ୍ଦୁ ମହାସଂଘର ପ୍ରତିଷ୍ଠା ଦିବସ ଓଡ଼ିଶା ର ପ୍ରତ୍ୟେକ ଜିଲ୍ଲା ରେ ଏବଂ ଅଧିକାଂଶ ରାଜ୍ୟରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି। ରାଷ୍ଟ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ ଏହା ଆଜି ପ୍ରେସ ସୂଚନା ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ଯେହେତୁ ମହାସଂଘ ର ଶାଖା ଅଧିକାଂଶ ରାଜ୍ୟରେ ଅଛି ତେଣୁ ପ୍ରତିଷ୍ଠା ଦିବସ ପାଳନ ଏଥର ସମସ୍ତ ରାଜ୍ୟରେ ସଂଘର ସଦସ୍ୟଙ୍କ ଦ୍ୱାରା ସନାତନ ହିନ୍ଦୁ ଧର୍ମାବଲମ୍ବୀ ଗହଣରେ ପାଳିତ ହେବ । ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ସାଧୁସନ୍ଥ ମାନଙ୍କ ଗହଣରେ ଆସନ୍ତା ମାର୍ଚ୍ଚ ୨୨ ତାରିଖରେ ...

Prime Odisha March 10, 2023, 12:30 pm     706 Views

କୋଟପାଡ଼ରେ ଡାକ ବିଭାଗର ନୂତନ କାର୍ଯ୍ୟାଳୟ ଉଦଘାଟିତ

କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଡାକ ବିଭାଗ ତରଫରୁ କୋଟପାଡ଼ ଶାଖାର ନୂତନ କାର୍ଯ୍ୟାଳୟ ଆଜି କୋଟପାଡ଼ ସୌରା ସାହିସ୍ଥ ବନ ବିଭାଗ କାଯ୍ୟଳୟ ନିକଟରେ ଉଦ୍ଘାଟିତ ହୋଇ ସାରିଛି.ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ହେବ ଏହି କାର୍ଯ୍ୟାଳୟ ସହରର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଦୟନୀୟ ଓ ଶଙ୍କଟାପନ୍ନ ଅବସ୍ଥାରେ ଚାଲି ଆସୁଥିଲା.ବିଭାଗ ତଫରୁ ଏସଏସପିଓ ମନୋଜ ପ୍ରଗଡା ଉପସ୍ଥିତ ରହି ଵିଧିବଦ୍ଧ ଭାବେ ଏହି ଶାଖାର ଆଜି ଶୁଭ ଉଦ୍ଘାଟନ କରିଥିବା ବେଳେ ଏସପିଓ ସମରେନ୍ଦ୍ର ସେଠୀ,ଆଇପି ପି. ଦୀନେଶ,ଏସପିଓ ଅମୀୟ ରଞ୍ଜନ ମହାରଣା ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିଥିଲେ.ସୁକନ୍ୟା ଯୋଜନା ଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଡାକ ବିଭାଗ ଦ୍ୱାରା ବି ପରିଚାଳିତ ହେଉଥିବ...

Prime Odisha March 9, 2023, 1:25 am     225 Views

ସିନିୟର୍ ସିଟି ଜେନ , ଜନ ସ୍ୱାର୍ଥ ସୁରକ୍ଷା ଟ୍ରଷ୍ଟ ତରଫରୁ ସ୍ବାସ୍ଥ୍ୟ ସେବା ଶିବିର

ଭୁବନ(ଚୈତନ୍ୟ ସାହୁ):ଢେ଼ଙ୍କାନାଳ ଜିଲ୍ଲା ଭୁବନ ରାମ ମନ୍ଦିର ଠାରେ ଭୁବନ ସିନିୟର୍ ସିଟିଜେନ ତରଫରୁ ଏକ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇ ଥିଲା । ଏ ଥିରେ ଟାଟା ମେଡିକାଲ ର ଇନ୍ ଚାର୍ଜ ଗ୍ୟାଷ୍ଟ୍ରୋ ଲୋଜି ପ୍ରଫେସର ସୁଧାଂଶୁ ଶେଖର ହୋତା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବ୍ଲକ ବିଡିଓ କୈଲ୍ୟାଣ ସୌରଭ ଦାସ । ଭୁବନ ଓ ଭୁବନ ର ଆଖ ପାଖ ଅଞ୍ଚଳରୁ ପ୍ରାୟ 90 ରୁ 100 ଜଣ ଲୋକ ନିଜ ନିଜ ର ଦେହ ଦେଖାଇ ବା ସହିତ ଡାକ୍ତର ଙ୍କ ଠାରୁ ପରାମର୍ଶ ନେଇଥିଲେ । ଏହି ଶିବିରରେ ସିନିୟର୍ ସିଟି ଜେନ ର ସମସ୍ତ କର୍ମ କର୍ତ୍ତା ଯୋଗ ଦେଇଥିଲେ । ...

Prime Odisha March 3, 2023, 4:05 am     718 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଧିରେ ଧିରେ ଭଗଓ୍ବା ମୟ ହେଉଛି ନବରଙ୍ଗପୁର ଜିଲ୍ଲା। ୨୦୧୭ ପୂର୍ବରୁ ନବରଙ୍ଗପୁର...

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଆସନ୍ତା ମାର୍ଚ୍ଚ ୨୨ ତାରିଖ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ହିନ୍ଦୁ ମହାସଂଘ ର ପ୍...

ନବରଙ୍ଗପୁର(ବ୍ୟୁର ରିପୋର୍ଟ):ନବରଙ୍ଗପୁର ହିନ୍ଦୁ ଏକତା ବାହିନୀର ଆବାହକ ଗୌରୀ ଶଙ୍କର ସାହୁ ଏବଂ ଶାନ୍ତନୁ ପାତ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us