BREAKING

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ


ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ରହିଥିଲେ । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ ମିଳିତ ଭାବେ ଏକ ବିଶାଳ ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବିପତ୍ର ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଜରିଆରେ ଶନିବାର ଦିନ ପ୍ରଦାନ କରାଯାଇଛି । ନିକଟ ଅତୀତରେ ରାଜ୍ୟସରକାର ଚୁକ୍ତିଭିତିକ ନିଯୁକ୍ତି ଉଚ୍ଛେଦ କରିଛନ୍ତି କିନ୍ତୁ ଏହା ଏକ୍ସ କ୍ୟାଡର ଶିକ୍ଷକଙ୍କ କ୍ଷେତ୍ରରେ ଲଙ୍କଜ୍ଞର କରିନାହାନ୍ତି ବୋଲି ସଂଘ ଦାବି କରି ଥିବାର ଜଣାପଡିଛି । ମୁଖ୍ୟ ଦାବି ଭିତରେ ଗଣଶିକ୍ଷକ ମାନଙ୍କୁ ସରକାର ୨୦୧୭ ମହିସାରେ ନିୟମିତ କରିଥିଲେ ମଧ୍ୟ ସେଥିମଧରୁ ପ୍ରାୟ ୩ ହଜାର ଶିକ୍ଷକ ସମସ୍ତ ଯୋଗ୍ୟାତା ଥିବା ସତ୍ୱେ ନିୟମିତ ଶିକ୍ଷକ ହେବାରୁ ବଂଚିତ ହୋଇଛନ୍ତି । ଓଟିଇଟି ଏମାନଙ୍‌କ ପାଇଁ ପ୍ରଯୁଜ୍ୟ ନୁହେିଁ ଏଣୁ ଓଟିଇଟି ଉଚ୍ଛେଦ , ଶିକ୍ଷକମାନଙ୍କୁ ସମଗ୍ର ଶିକ୍ଷା ଅଭିଯାନରେ କରାଯାଇଥିବା ଡେପୁଟେସନ ବାତିଲ କରି ଏକ୍ସ କ୍ୟାଡର ବ୍ୟବସ୍ଥା ଉଚ୍ଛେଦ ସହ ୨୦୧୭ ମସିହା ମାର୍ଚ୍ଚ ୧ ତାରିଖରୁ କ୍ୟାଡର ଭୁକ୍ତ କରିବା, ରାଜ୍ୟ ଅର୍ଥ ବିଭାଗର ପତ୍ରାଙ୍କ ୧୪୦୫୦ ୨୦୨୨ ମସିହା ଜୁନ୍ ୪ ତାରିଖ ଅନୁଯାୟୀ କେନ୍ଦ୍ର ପ୍ରାୟୋଜିତ ଯୋଜନାରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦରମା ପ୍ରଦାନ କରିବା ବ୍ୟବସ୍ଥା, ଏବେ ସମଗ୍ର ଶିକ୍ଷାରେ ଡେପୁଟେଡ ହୋଇଥିବାରୁ କେନ୍ଦ୍ର ପ୍ରାୟେଜିତ ଯୋଚନା ସମଗ୍ର ଶିକ୍ଷାରୁ ଦରମା ମିଳୁଛି । ଏଣୁ ଅର୍ଥବିଭାଗର ସାର୍କୁଲାର ଅନୁଯାଇ ଏକ୍ସକ୍ୟାଡର ଶିକ୍ଷାକମାନଙ୍କୁ ଦରମା ଟ୍ରେଜେରୀ ମାଧ୍ୟମରେ ପ୍ରଦାନ କରିବା ଭଳି ଆଠ ଦଫା ଦାବି ଜଣାଇଛନ୍ତି । ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସକ୍ୟାଡର ସରକାର ତୁରନ୍ତ ଦାବି ଗୁଡିକ କାର୍ଯ୍ୟକାରୀ କରିବାକୁ ଦାବି ରଖାଯାଇଥିବାର ଜଣାପଡିଛି । ରାଲି ସଫଳ କରିବା ପାଇଁ ସମସ୍ତ ଏକ୍ସକ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ ।

ହିନ୍ଦୁ ମହାସଂଘର ପଦାଧିକାରୀ ବୈଠକ ଅନୁଷ୍ଠିତ

କୋରାପୁଟ(ବ୍ୟୁରୋ ରିପୋର୍ଟ):ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ତୁରୁଞ୍ଜିଆଗୁଡା ଶିବ ମନ୍ଦିର ଠାରେ ହିନ୍ଦୁ ମହାସଂଘ ର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକ ଏକ ଆନୁସଙ୍ଗିକ ବନ୍ଧୁମିଳନ ହୋଇଥିବା ବେଳେ ଏଠାରେ ବିଭିନ୍ନ ମୁଦ୍ଦା ଉପରେ ବିଶେଷ ଆଲୋଚନା କରାଯାଇଥିଲା l ସଂଖ୍ୟାଲଘୁ ନାଁରେ ପ୍ରାଧାନ୍ୟତା ଦେଇ ପ୍ରଶାସନ ହିନ୍ଦୁଙ୍କ ପ୍ରତି କରୁଥିବା ପକ୍ଷପାତିତା ବର୍ତ୍ତମାନ ଅସହ୍ୟ ଓ ନିନ୍ଦନୀୟ ଘଟଣା ଏକ ଆଲୋଚନାର ବିଷୟ ପାଲଟିଥିଲା lଅଖଣ୍ଡ ହିନ୍ଦୁ ରାଷ୍ଟ୍ରର ସଂକଳ୍ପ ନେଇ ଅଗ୍ରଗତି କରି ଚାଲିଥିବା ହିନ୍ଦୁ ମହାସଂଘ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ହୋଉଥିବା ବ୍ୟାପକ ଧର୍ମାନ୍ତରୀକରଣକୁ ତୀବ୍ର ନିନ୍ଦା କରି ଏଥି ପାଇଁ ଉଚିତ ପଦକ୍ଷେପ ଆଗାମୀ ଦ...

Prime Odisha January 28, 2023, 11:10 am     170 Views

ଚୌସ୍ତରି ତମ ଗଣରାଜ୍ୟ ଦିବସ ହର୍ଷୋଉଲ୍ଲାସରେ ପାଳିତ,କୋଟପାଡ଼

କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଭାରତୀୟ ଜାତୀୟତାର ପର୍ବ ଚୌସ୍ତରି ତମ ଗଣରାଜ୍ୟ ଦିବସ ଆଜି ଖୁବ ଆନନ୍ଦ ଉଲ୍ଲାସରେ କୋଟପାଡ଼ର ବିଭିନ୍ନ ଅନୁଷ୍ଠାନରେ ପାଳିତ ହୋଇଯାଇଛି.ସାଧାରଣତନ୍ତ୍ର ଦିବସ ପାଳନ ସମିତି,କୋଟପାଡ଼ ତରଫରୁ ସ୍ଥାନୀୟ ଗାନ୍ଧୀ ଛକସ୍ଥ ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭାପତି ତହସିଲଦାର ଶକ୍ତି ମହାପାତ୍ର ମହୋଦୟ ପତାକା ଉତୋଳନ କରି ଜନସାଧାରଣଙ୍କୁ ଭାରତୀୟ ସମ୍ବିଧାନର ସାର୍ବଭୌମତ୍ବ ଓ ଅନେକତା ମଧ୍ୟରେ ଏକତା ବିନ୍ଦୁ ଉପରେ ଉଦ୍ବୋଧନ ଦେଇ ଦୃଷ୍ଟି ଆକର୍ଷଣ କରି ଥିଲେ ଏହି ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରାଙ୍କ ସହ ଅଧକ୍ଷ ଏମ ଶଙ୍କର ରାଓ ସମସ୍ତ କାଉନ୍ସିଲର,ବିଧାୟିକା ପ୍ରତ...

Prime Odisha January 26, 2023, 1:28 am     648 Views

ବୈପାରିଗୁଡାରେ ଜାତୀୟ ମତଦାନ ଦିବସ କାର୍ଯ୍ଯକ୍ରମ ଅନୁଷ୍ଠିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଆଜି ୧୩ ତମ ଜାତୀୟ ମତଦାନ ଦିବସ ପାଳିତ ହୋଇଯାଇଛି ! ଆୟୋଜିତ କାର୍ଯ୍ଯକ୍ରମରେ ବୈପାରିଗୁଡା ବିଡିଓ ଅଭିମନ୍ଯୁ କବି ଶତପଥି ଅଧ୍ଯକ୍ଷତା କରି ଗଣତନ୍ତ୍ର ରାଷ୍ଟ୍ରରେ ମତଦାତାଙ୍କ ଅଧିକାର ହିଁ ଶ୍ରେଷ୍ଠ ଓ ନିର୍ତ୍ତିକ ମତଦାନ ବୋଲି ପ୍ରକାଶ କରିଛନ୍ତି ! ବୈପାରିଗୁଡା ସହିଦ ଲକ୍ଷ୍ମଣ ନାୟକ କନିଷ୍ଠ ଓ ଡିଗ୍ରୀ ମହାବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ କଲେଜରୁ ବାହାରି ବୈପାରିଗୁଡା ସହର ପରିକ୍ରମା କରିବା ସହ ସମସ୍ତ ନାଗରିକ ମତଦାନ କରିବା ଉଦେଶ୍ଯ ବାର୍ତ୍ତା ଦେଇ ସ୍ସାେଗାନ ମାଧ୍ଯମରେ ବ୍ଲକ ପରିସର ଭିତରେ ପହଞ୍ଚିଥିଲେ ! ବିଡିଓ ଅଭିମନ୍ଯୁ କବି ଶତପଥି ,ଅଧ୍ଯକ୍...

Prime Odisha January 25, 2023, 3:39 am     374 Views

ଡାବୁଗାଁ ବିଜେପି ତରଫରୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କୁ ଦିଆଗଲା ଦାବିପତ୍ର

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ପ୍ରଶାସନିକ ଶୀଥିଳତା ଏବଂ ଉପଯୁକ୍ତ ଦାୟିତ୍ୱବୋଧର ଅଭାବ ଯୋଗୁଁ ସାରା ଓଡ଼ିଶାରେ ହୋଉଥିବା ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନର ପ୍ରକ୍ରିୟା ଭାରତୀୟ ଜନତା ପାର୍ଟି କରି ଆସୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ରେ ହେଉଥିବା ଅନିୟମିତତା ଓ ବ୍ୟାପକ ଦୁର୍ନୀତି ବିରୋଧରେ ରାଜ୍ୟ ବିଜେପିର ନିର୍ଦ୍ଦେଶକ୍ରମେ ଡାବୁଗାଁ ବିଜେପି ତରଫରୁ ସ୍ଥାନୀୟ ବିଡିଓଙ୍କ ଜରିଆରେ ଓଡ଼ିଶାର ମୂଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ଦିଆଗଲା ଏକ ଦାବୀପତ୍ର। ଏହି ଦୁର୍ନିତି ଡାବୁଗାଁ ଅଞ୍ଚଳରେ ମଧ୍ୟ ସୀମା ଟପିବାର ଦୃଷ୍ଟାନ୍ତ ରହିଛି l ଏହି ଅବସରରେ ଡାବୁଗାଁ ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ବରିଷ୍ଠ ବିଜେପି ନେତା ଜୟନ୍ତ କ...

Prime Odisha January 25, 2023, 1:23 am     175 Views

5T ଅଧୀନରେ ହୋଇଥିବା କାମରେ ମହା ଦୁର୍ନୀତି । ଚୂନ ଲିପି 35 ଲକ୍ଷ ଟଙ୍କା ଚଳୁ କରିବାକୁ ପ୍ରୟାସ

ଭୁବନ(ଚୈତନ୍ୟ ସାହୁ):5t ଅଧୀନରେ ଯେଉ କାମ ଚାଲିଛି ତାହା କାହା ସ୍ବାର୍ଥ ପାଇଁ। ଛାତ୍ର ଛାତ୍ରୀ ନା ଯନ୍ତ୍ରୀ ଓ ଠିକାଦାର ଙ୍କ ସ୍ଵାର୍ଥ ପାଇଁ। ଆମେ କହିବାର ଅର୍ଥ ହେଉଛି ମୋ ସ୍କୁଲ ଅଭିଯାନ ଜରିଆରେ 5t ରୁ ଆସିଥିବା 35 ଲକ୍ଷ ଟଙ୍କା କୌଣସି ନୂଆ କାମ ନ କରି ପୁରୁଣା ଘରେ ଖାଲି ଚୂନ ଲିପି ସବୁ ଟଙ୍କା ଚଳୁ କରିବାକୁ ବସିଛନ୍ତି କନିଷ୍ଟ ଯନ୍ତ୍ରୀ ଜଣଙ୍କ । ଏ ବାବଦରେ 5t ଓଡିଶା ସରକାର ଓ ସ୍ଥାନୀୟ ଜିଲ୍ଲାପାଳ ଙ୍କୁ ଦୀର୍ଘ ଆଠ ମାସ ହେଲା ଜଣାଇ ଥିଲେ ମଧ୍ୟ ସରକାର ଆଜି ଯାଏଁ କିଛି ପଦକ୍ଷେପ ନେଇ ନାହାନ୍ତି । ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ଢେଙ୍କାନାଳ ଜିଲ୍ଲା ଭୁବନ ବାଳିକା ଉଚ୍ଚ ବିଦ୍ୟାଳୟ ର କଥା। 5t ଅଧୀନରେ ଆସିଥିବା 35 ଲକ୍ଷ ଟଙ୍କା ର କାମକୁ ଭୁବନ nac ର କନିଷ୍ଟ ଯନ୍ତ୍ରୀ ସୁରେନ...

Prime Odisha January 24, 2023, 2:20 am     803 Views

ବିନାୟକ ଇଂଲିଶ ମିଡିୟମ ସ୍କୁଲ ରେ ପାଳିତ ହୋଇଛି ଫୁଡ୍ ଫେଷ୍ଟିଭାଲ

ଭୁବନ:ଚୈତନ୍ୟ ସାହୁ):ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବିନାୟକ ଇଂଲିଶ ମିଡିୟମ୍ ସ୍କୁଲ ରେ ପାଳିତ ହୋଇଯାଇଛି ଫୁଡ୍ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲ ରେ ସ୍କୁଲ ରେ ପଢ଼ୁ ଥିବା ଛାତ୍ର ଛାତ୍ରୀ ଙ୍କ ମା ମାନେ ଭାଗ ନେଇଥିଲେ । ମାଆ ମାନେ ନିଜ ନିଜ ର ଘର ମାନଙ୍କ ରେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଆଣି ଥାଆନ୍ତି। ଏହି ଖାଦ୍ୟ କୁ ଉପସ୍ଥିତ ଅତିଥି ମାନେ ଚାଖି ଥାଆନ୍ତି ଓ ଏଥି ପାଇଁ ନମ୍ବର ଦେଇ ଥାଆନ୍ତି।ଶେଷରେ ଖାଦ୍ୟର ଟେଷ୍ଟ ଅନୁସାରେ ମା ମାନଙ୍କୁ ପ୍ରଥମ , ଦ୍ୱିତୀୟ ଓ ତୃତୀୟ ପ୍ରାଇଯି ଦେବା ସହ ମାନ ପତ୍ର ଦିଆ ଯାଇଥାଏ । ଏହି ଫେଷ୍ଟିଭାଲ ରେ ପ୍ରାୟ 30 ରୁ 40 ଜଣ ମା ଭାଗ ନେଇଥିଲେ । କୁନି କୁନି ପିଲା ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ମ...

Prime Odisha January 22, 2023, 5:19 am     977 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

କୋରାପୁଟ(ବ୍ୟୁରୋ ରିପୋର୍ଟ):ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ତୁରୁଞ୍ଜିଆଗୁଡା ଶିବ ମନ୍ଦିର ଠାରେ ହିନ୍ଦୁ ମହାସଂ...

କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଭାରତୀୟ ଜାତୀୟତାର ପର୍ବ ଚୌସ୍ତରି ତମ ଗଣରାଜ୍ୟ ଦିବସ ଆଜି ଖୁବ ଆନନ୍ଦ ଉଲ୍ଲାସର...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଆଜି ୧୩ ତମ ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us