BREAKING

ଆସନ୍ତା 22 ପରିବର୍ତ୍ତେ ଡିସେମ୍ବର 2 ରେ ଅନୁଷ୍ଠିତ ହେବ ପରବ:ଆଜିର ବୈଠକ ରେ ହେଲା ସ୍ଥିର, କୁନ୍ଦୁରା


କୁନ୍ଦୁରା:କୋରାପୁଟ ଜିଲ୍ଳା ଅନ୍ତର୍ଗତ କୁନ୍ଦୁରା ବ୍ଲକ ଠାରେ 22 ନଭେମ୍ବର ରେ ପରବ ପାଳନ ପାଇଁ ପୂର୍ବ ବୈଠକ ରେ ନିର୍ଧାରିତ ହେଇଥିବା ଲୋକ ମହୋତ୍ସବ ପରବ କୁ ଆଜିର ଜରୁରୀ କାଳୀନ ବୈଠକ ରେ 2 ଡିସେମ୍ବର କୁ ଲୋକ ପ୍ରତିନିଧି ଏବଂ ପ୍ରଶାସନ ର ନିଷ୍ପତି କ୍ରମେ ଘୁଞ୍ଚାଇ ଦିଆଯାଇଛି।ଗତ 3 ନଭେମ୍ବର ରେ ହୋଇଥିବା ପ୍ରସ୍ତୁତି ବୈଠକ ରେ 22 ନଭେମ୍ବର ରେ ବ୍ଳକ ସ୍ତରୀୟ ପରବ କରିବା ନିମନ୍ତେ ନିଷ୍ପତି ନିଆ ଯାଇଥିବା ବେଳେ ଜିଲ୍ଳା ପ୍ରଶାସନ ର ନିଷ୍ପତି କ୍ରମେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରବ ହେବା ନେଇ ନିଷ୍ପତି ହୋଇ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ଧ୍ୟା ସମରଥ ବୈଠକରେ କହିଛନ୍ତି।ହେଲେ ଲୋକ ପ୍ରତିନିଧି ଙ୍କ କହିବା ଅନୁସାରେ ଜିଲ୍ଳା ପ୍ରଶାସନ ହେଉ ଅଥବା ବ୍ଳକ ପ୍ରଶାସନ ଏତେ ତରବାରୀଆ ଭାବେ 22 ରେ ଥିବା ବ୍ଳକ ସ୍ତରୀୟ ପରବ କୁ ଦୁଇ ଦିନ ପୂର୍ବରୁ ଅଚାନକ ଘୁଞ୍ଚାଇବା ପଛରେ କାରଣ କଣ।ଯଦି ଗ୍ରାମ ପଞ୍ଚାୟତ ସ୍ତରରେ ପରବ କରିବାର ଥିଲା ତେବେ ପୂର୍ବ ପ୍ରସ୍ତୁତି ବୈଠକ ର 11 ଦିନ ପରେ ଛୁଟି ଦିନ ରେ ବୈଠକ ଡାକିବାର ରହସ୍ୟ କଣ।ଜିଲ୍ଳା ଏବଂ ବ୍ଳକ ପ୍ରଶାସନ ର ସମନ୍ବୟ ଅଭାବରୁ ହେଉଛି କି ଏଭଳି ସମସ୍ୟା।ଲୋକ ପ୍ରତିନିଧି ଙ୍କ ଇଛା ଯେ ଗ୍ରାମ ପଞ୍ଚାୟତ ସ୍ତରରେ ହେଲେ ମଧ୍ୟ ପରବ ତରବାରୀଆ ଭାବେ କରା ନଯାଇ ଭଲ ଭାବରେ ହେଉ।ଗ୍ରାମ ପଞ୍ଚାୟତ ସ୍ତରରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ମିଶି ମହା ଆଡମ୍ବରରେ କରିବା ନିମନ୍ତେ ଇଛୁକ ଥିବା ବେଳେ 23 ନଭେମ୍ବର ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରବ ହେବା ନେଇ ତାରିଖ 23 ଏବଂ 24 ରେ ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଇଛି।ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜରୁରୀ କାର୍ଯ୍ୟ ରହିଥିବା ବେଳେ ତାଙ୍କ ଅନୁପସ୍ଥିତି ରେ ବ୍ଳକ ସ୍ତରୀୟ ପରବ ହେଉଥିବା ବେଳେ ପଞ୍ଚାୟତ ସମିତି ଅଧକ୍ଷ୍ୟା ଏବଂ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପରବ ର ମୁଖ୍ୟ ଦାଈତ୍ଵ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ପରବ ମାଧ୍ୟମରେ ଲୁକ୍କାୟିତ ପ୍ରତିଭା କୁ ଉନ୍ମଚନ କରିବା ଚେଷ୍ଟା ର ବ୍ୟତିକ୍ରମ ହୋଇଚାଲିଛି, କେବଳ ପ୍ରହସନ ପାଲଟି ଯାଇଛି ଚଳିତ ପରବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି l ମୂଳ ଆଦିବାସୀ ସଂଗଠକ ଚନ୍ଦ୍ର ସଗରିଆ ବ୍ଲକ ପ୍ରଶାସନ ଚଳିତ ପରବ ତରବରିଆ ଭାବେ ସ୍ଥାନୀୟ ଅନେକ ଗୁଡିଏ ସକ୍ରିୟ ସଂଗଠନ କୁ ଅଣଦେଖା କରାଯାଇଥିବା ଓ ନିଜ ନିଜର ସ୍ୱାର୍ଥ ରଖି ପରବ ପାଳନ କରାଯାଉଥିବା ନେଇଁ ଅସନ୍ତୋଷ ପ୍ରକାଶ କରିଥିଲେ l ସରପଞ୍ଚ ଓ ସମିତି ସଭ୍ୟ ମାନେ ଚଳିତ ପଞ୍ଚାୟତ ସ୍ତରୀୟ ପରବ ପାଳନ ପାଇଁ ମାତ୍ର 5 ହଜାର ଟଙ୍କା ଦିଆଯାଉଥିବା ନେଇଁ ପଞ୍ଚାୟତ ସ୍ତରରେ ପରବ ପାଳନ କୁ ଅମଙ୍ଗ ହୋଇଥିବା ବେଳେ ବ୍ଲକ ସ୍ତରରେ ମାତ୍ର 20 ହଜାର ଟଙ୍କାରେ ପୁରା ପରବ ପାଳନ କରାଯିବାକୁ ବୈଠକରେ ଉପସ୍ଥିତ ସ୍ବେଛାସେବୀ, ଲାଇନ ବିଭାଗ ଓ ବୁଦ୍ଧିଜୀବୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ l ଜିଲ୍ଳା ସ୍ତରରୁ ଆସିଥିବା ନିର୍ଦ୍ଦେଶ ପ୍ରକାରେ ଗ୍ରାମ ପଞ୍ଚାୟତ ସ୍ତରରେ ଏବଂ ବ୍ଳକ ସ୍ତରରେ ଫୁଟବଲ,ଭଲି ବଲ,କବାଡ଼,ବେଡ଼ ୱିନ୍ଟନ୍ ଭଳି ପ୍ରତିଯୋଗିତା ଗୁଡିକ କରିବା ନିମନ୍ତେ ନିଷ୍ପତି ହୋଇଛି।ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଖେଳ ଶିକ୍ଷକ ମାନଙ୍କୁ ଖେଳ ଦାଈତ୍ଵ ଦିଆଯିବ ବୋଲି କହିଛନ୍ତି।ଏହି ଅବସରରେ ସମାଜ ସେବି ସଞ୍ଜୟ କୁମାର ସାହୁ,ଜିଲ୍ଳା ପରିଷଦ ସଭ୍ୟ କନକ ଲତା ପେନ୍ଠୀଆ,ସହକାରୀ କାର୍ଯ୍ୟ ନିର୍ବାହୀଯନ୍ତ୍ରୀ ସ୍ଵରୁପ କୁମାର ସାହୁ,ପଞ୍ଚାୟତ ସମିତି ଉପା ଧ୍ୟକ୍ଷ ତରୁଣୀ ସେନ ବିଶୋୟୀ,ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖୋରା,ଜିପୀଈଓ ସୁରେଶ ଚନ୍ଦ୍ର ହୋତା ପ୍ରମୁଖ ଯୋଗଦେଇ ଥିଲେ l

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     615 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     895 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     954 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     725 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     529 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     789 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us