BREAKING

ଫେଲ ମାରିଛି ପରିମଳ ବ୍ୟବସ୍ଥା:ଆବର୍ଜନାର ଦୁର୍ଗନ୍ଧରେ ଫାଟି ପଡୁଛି ବୈପାରିଗୁଡା ସହର

ସ୍ୱଚ୍ଛତାର ଦାୟିତ୍ୱ କାହାର? ପଂଚାୟତ ନା ରାସ୍ତା କଡରେ ଥିବା ବେପାରୀଙ୍କର


ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁଠି ନାଳ ଚୋରି ତ କେଉଁ ଠାରୁ ନିର୍ମାଣ ପର ଠାରୁ ଜାମ ହୋଇ ପଡିରହିଛି । ନାଳ ନିର୍ମାଣ ହେଲେ ଆଉ ଅସୁବିଧାର ସମ୍ମୁଖ୍ୟନ ହେବେ ନାହିଁ ବୋଲି ଭାବୁଥିଲେ ଅଂଚଳବାସୀ । ମାତ୍ର ନାଳ ନିର୍ମାଣ ହେବା ପରେ ତାଙ୍କ ସମସ୍ୟା ବଢିଗଲା ଦୁଇଗୁଣ । ନାଳ ପାଇଁ କୋଟି କୋଟି ଟଙ୍କା ବ୍ୟୟ ସତ୍ୱେ ନାଳ ଆସୁନାହିଁ କାମରେ । ନାଳ ଗୁଡିକ କେଉଁ ସ୍ଥାନରେ ରାସ୍ତାରୁ ଉଚ୍ଚରେ ରହିଥିବା ବେଳେ ତ ଆଉ କେତେକ ସ୍ଥାନରେ ରାସ୍ତାରୁ ପାଣି ନାଳକୁ ନ ଯାଇ ରାଜରାସ୍ତାରେ ଗଡୁଛି । କେତେକ ସ୍ଥାନରେ ନାଳ ଯାକ ଉପରୁ ଖୋଲା ପଡିରହିଛି । ନିଜ ଦୋକାନ ପାଖର କଥା ନିଜେ ବୁଝ ଏପରି ଭାବେ ଚାଲିଛି ଏବେ ବୈପାରିଗୁଡା ସହରର ପରିମଳ ବ୍ୟବସ୍ଥା । ବୈପାରିଗୁଡା ଗ୍ରାମ ଦେଇ ରାଂଚି ବିଜୟୱାର୍ଡ ଜାତୀୟ ରାଜପଥି ନିର୍ମାଣ ହେବା ପରେ ବୈପାରିଗୁଡାବାସୀ ଚକଚକିଆ ରାସ୍ତା ସହ ରାସ୍ତାର ଦୁଇ ପାଶ୍ୱର୍ରେ ନାଳ ପାଇଲେ । ବର୍ଷା ଦିନର ସମସ୍ୟାରୁ ବର୍ତି ଗଲେ ବୋଲି ମଧ୍ୟ ଭାବିଲେ ଅଂଚଳବାସୀ ମାତ୍ରା ଦେଖିବା ବେଳକୁ ହୋଇଗଲା ଅଲଗା । ତେବେ ନାଳ ନିର୍ମାଣ ହେଲା ପରେ ବଧେ ଆଉ ଅଳିଆ ଆବର୍ଜନା ଆଉ ରହିବ ନାହିଁ । ବର୍ଷ ବର୍ଷ ଦିନର ଅଳିଆ ଆବର୍ଜନା ପଡି ରହିଛି ନାଳ ଭିିତରେ । କିଛି କିଛି ସ୍ଥାନରେ ନାଳ ଗୁଡିକ ଭାଙ୍ଗି ଯାଇଥିବା ବେଳେ ସେଗୁଡିକକୁ ପଂଚାୟତ କିମ୍ବା ପ୍ରଶାସନ ତରଫରୁ ଏବେ ପର୍ଯ୍ୟନ୍ତ ସଫା କରୁ ନ ଥିବା ଯୋଗୁଁ ନାଳର ପାଣି ଯାକ ରାସ୍ତା ଉପରେ ଗଢି ଦୂଷିତ କରିବା ସହ ନାଳ ଭିତରୁ ଗନ୍ଧମୟ ହୋଇ ପରିବେଶକୁ ଦୂଷିତ ମଧ୍ୟ କରୁଛି । ବୈପାରିଗୁଡା ମୁଖ୍ୟଛକ ରେ ସରକାରଙ୍କ ପକ୍ଷରୁ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଇ ଥିବା ବେଳେ ସେଠି ପ୍ରତିଦିନ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ଲୋକ ଓ ସରକାରୀ ବେସରକାରୀ କର୍ମଚାରୀ ମାନେ ବସ କୁ ଅପେକ୍ଷା ମଧ୍ୟ କରନ୍ତି । କିଛି ଯାତ୍ରୀ ବସ କୁ ଅପେକ୍ଷା କରିବା ସମୟରେ ଯାତ୍ରୀ ବିଶ୍ରାମଗାର ଠାରେ ନାକରେ ହାତ ଦେଇ ବସି ରହୁଥିବାର ଦେଖିବାକୁ ମିଳିଛି । ତେବେ ପ୍ରଶାସନ କିମ୍ବା ସ୍ଥାନୀୟ ପଂଚାୟତ ତରଫରୁ ନାଳ ଓ ରାସ୍ତା ଗୁଡିକ ସଫା ନ ହେବାରୁ ଶେଷରେ ବାଧ୍ୟ ହୋଇ କିଛି ଦୋକାନୀ ମାନେ ଗାଡି ଲଗାଇ ନିଜ ନିଜ ଦୋନାକ ପାଖରେ ଥିବା ନାଳ ସଫା କରୁଥିବାର ଦୁଃଶ୍ୟ ରାତ୍ରି ସମୟରେ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ଏହି ସମସ୍ୟା ପ୍ରତି ଟିକେ ସତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଗ୍ରାମ୍ୟ ଜଙ୍ଗଲ ଓ ଜମିକୁ ଜବରଦଖଲ ହଟାଇବାକୁ ଦାବି ଜଣାଇଲେ ଜବିଆଗୁଡା ଗ୍ରାମବାସୀ
ବୈପାରିଗୁଡା:୪.୧୧.୨୦୨୨( ବିକ୍ରାନ୍ତ କୁମାର ବେବ ର୍ା):ଗୋଟିଏ ଜମିକୁ ଦୁଇ ଗ୍ରାମବାସୀଙ୍କ ମଧ୍ୟ ଟଣାଟଣି ଚାଲିଥିବା ବେଳେ ତାହାର ସମାଧାନ ବାଟ କାଢିବା ନେଇ ଜବିଆଗୁଡା ଗ୍ରାମବାସୀ ଆଜି ବୈପାରିଗୁଡା ବନାଂଚଳ କାର୍ଯ୍ୟାଳୟକୁ ଆସି ରେଞ୍ଜର ସନ୍ଦୀପ କୁମାର ପାଣିଗ୍ରାହୀଙ୍କୁ ଦେଖା କରି ସମସ୍ୟା ବିଷୟ କହିବା ସହ ତାହାର ସମାଧାନ କରିବା ପାଇଁ ଗୁହାରୀ ଜଣାଇଥିବାର ଦେଖାଯାଇଛି । ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ସମ୍ପାଦକ ଶମ୍ଭୁପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଜବିଆଗୁଡା ଗ୍ରାମବାସୀ ମାନେ ଆସି ଦାବି ଜଣାଇଛନ୍ତି । ସେମାନେ ପ୍ରକାଶ କରିଛନ୍ତି ଯେ ଜବିଆଗୁଡା ଗ୍ରାମରେ ଥିବା ଗ୍ରାମ୍ୟ ଜଙ୍ଗଲ ଓ ଜମିକୁ ମୁଦୁଲିଗୁଡା ଗ୍ରାମବାସୀ ମାନେ ଜବରଦଖଲ କରି ରଖିବା ସହିତ ଯଦି ଜବିଆଗୁଡା ଗ୍ରାମବାସୀ ମାନେ ସେହି ସ୍ଥାନକୁ ଗଲେ ମୁଦୁଲିଗୁଡା ଗ୍ରାମର ଲୋକେ ନାନାପ୍ରକାର ଧମକଚମକ ଦେଇ ବିଶୃଙ୍ଗଳା ସୃଷ୍ଟି କରୁଥିବା ଜବିଆଗୁଡା ଗ୍ରାମବାସୀ ମାନେ ସିଧାସଳଖ ତାହାକୁ ବିରୋଧ କଲେ ମଧ୍ୟ ମୁଦୁଲିଗୁଡା ଗ୍ରାମବାସୀ ସରକାରୀ କର୍ମଚାରୀଙ୍କ ଭୟ ଦେଖାଉଛନ୍ତି ବୋଲି କହିଛନ୍ତି ଜବିଆଗୁଡା ଗ୍ରାମବାସୀ । ଏହି ପରି କିଛି ସମସ୍ୟା ଏବେ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ କୋଲାର ପଂଚାୟତର ଜବିଆଗୁଡା ଓ ମୁଦୁଲିଗୁଡା ଗ୍ରାମବାସୀଙ୍କ ମଧ୍ୟରେ । ଏଥିପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖ୍ୟନ ହେଉଥିବା ବେଳେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ସରକାର ମହାଲରେ ଥିବା ଗ୍ରାମ୍ୟ ଜଙ୍ଗଲ ଜମିକୁ ମୁଦୁଲିଗୁଡା ଗ୍ରାମବାସୀ ବେଆଇନ ଭାବେ ଜବରଦଖଲ କରି ରହିବା ବେଳେ ଜବିଆଗୁଡା ଗ୍ରାମବାସୀ ମହଲରେ ତ୍ରୀବ ଅସନ୍ତୋଷ ପ୍ରକାଶ ପାଉଛି । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ଏସବୁ ବେଆଇନ ଜବରଦଖଲ ଅକ୍ତିଆର ହଟାଇବାକୁ ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଏନେଇ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଅବଶ୍ୟକ ସମାଧାନ ହୋଇ ନ ଥିବାରୁ ଲୋକେ ଅସୁବିଧା ଭୋଗୁଥିବା ଅଭିଯୋଗକରିଛନ୍ତି । ଏହାକୁ ନେଇ ଆଜି ବନବିଭାଗ କାର୍ଯ୍ୟାଳୟକୁ ଆସି ଜବିଆଗୁଡା ଗ୍ରାମବାସୀ ମାନେ ବିରୋଧ କହିବ ସହିତ ଏହାର କୌଣସି ସମାଧାନ ନ ହେବା ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     640 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     891 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     165 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     524 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     979 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     547 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us