BREAKING

ଅନୁସୂଚିତ ଜନଜାତି ବାଳକ ବାଳିକାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରୋତ୍ସାହନ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ


କୁନ୍ଦୁରା(ବ୍ୟୁରୋ ରିପୋର୍ଟ):ଆଜି ସ୍ଥାନୀୟ ଶାସ୍ତ୍ରୀ ମୈଦାନ ଠାରେ ବନବାସୀ କଲ୍ୟାଣ ଆଶ୍ରମ ଓଡିଶା ଦ୍ୱାରା ଅନୁସୂଚିତ ଜନଜାତି(ଏସ.ଟି) ପୁଅ ଝିଅଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବା ଓ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଭା ଦେଖାଇବା ନିମନ୍ତେ ଜିଲ୍ଲା ସ୍ତରୀୟ ଖୋଖ ଓ ତୀର ଚାଳନା ପ୍ରତିଯୋଗିତା କରାଯାଇଛି l ଏହି ପ୍ରତିଯୋଗିତା ରେ କୋରାପୁଟ ଜିଲ୍ଲାର ଚଉଦଟି ବ୍ଲକରୁ ଜନଜାତି ଶ୍ରେଣୀର ପୁଅ ଝିଅ ମାନେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଖେଳ ଶିକ୍ଷକଙ୍କ ସହିତ ଆସି ଯୋଗ ଦେଇଥିଲେ l ସକାଳ ଏଗାରଟା ରେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷl ରାଜେଶ୍ୱରୀ ପରଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ସମ୍ଭାଗ ସଂଗଠକ ମନ୍ତ୍ରୀ ରତିକାନ୍ତ ପ୍ରଧାନ l ସମ୍ମାନିତ ଅତିଥି ଭାବେ ଲଷ୍ମୀକାନ୍ତ ମିଶ୍ର ନଗର ସମ୍ପାଦକ ଜୟପୁର, କୋମଳ ବେହେରା ଜିଲ୍ଲା ମହିଳା ପ୍ରମୁଖ, ରୁପୁ ଭତ୍ରା ଜିଲ୍ଲା ସଭାପତି କୋରାପୁଟ, ଧନ ଭତ୍ରା ଜିଲ୍ଲା ସଂଗଠନ ମନ୍ତ୍ରୀ, ହାରିବନ୍ଧୁ କେନ୍ଦୁ ଜନଜାତି ସୁରକ୍ଷା ମଞ୍ଚ ଜିଲ୍ଲା ସଂଯଜକ,ବିକାଶ ଚୌଧୁରୀ ସମାଜସେବୀ,"ସାଥି"ସଂଗଠନ ସଭାପତି ଚନ୍ଦ୍ରଶେଖର ରଥ,ସାଧାରଣ ସମ୍ପାଦକ ହରିଶ୍ଚନ୍ଦ୍ର ବେହେରା,ସ୍ୱରୂପ କୁମାର ଦାସ, ଗୋପାଳକୃଷ୍ଣ ସାବତ, ପ୍ରଫୁଲ୍ଲ ସ୍ୱାଇଁ , କିଶୋର ମିଶ୍ର,ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପ୍ରଥମେ ଭାରତମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା lଆଜିର ଏହି ଜିଲ୍ଲା ସ୍ତରୀୟ କ୍ରୀଡାରେ ଭାଗ ନେଇଥିବା ପ୍ରତିଯୋଗୀ ପୁଅ ଓ ଝିଅ ଙ୍କୁ ଉଚ୍ଛାହିତ କରିବା ସହିତ ରାଜ୍ୟ ସ୍ତରକୁ ଖେଳିବାକୁ ଯିବା ପାଇଁ କୃତକାର୍ଯ୍ୟ ହାସଲ କରିଥିବା 22 ଜଣ ଖେଳାଳିଙ୍କୁ ମନ ପାତ୍ର ପ୍ରଦାନ କରାଯାଇଥିଲା l ସବ ଜୁନିଅର ସ୍ତରରେ ପୁଅ 11 ଜଣ ଓ ଜୁନିଅର ସ୍ତରରେ ଝିଅ 11 ଜଣ କୃତକାର୍ଯ୍ୟ ହାସଲ କରିଥିଲେ l ମହିଳା ବର୍ଗରେ 2 ଜଣ କୋଚ ଓ ପୁରୁଷ ବର୍ଗରେ 2 ଜଣ କୋଚ ଯିବାର ସ୍ଥିର ହୋଇଥିଲା lକାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପ୍ରଧାନ କହିଥିଲେ ଆଜିର ଏହି ପ୍ରତିଯୋଗିତାରୁ ଯେଉଁମାନେ କୃତିତ୍ୱ ହାସଲ କରିଛନ୍ତି,ସେମାନେ ଆସନ୍ତା ନଭେମ୍ବର ମାସ 26-27 ତାରିଖ ରେ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ଖେଳରେ ଭାଗ ନେବେ, ସେଠାରେ ଯେଉଁମାନେ ଉତୀର୍ଣ୍ଣ ହେବେ ସେମାନେ ଜାତୀୟ ସ୍ତରରେ ଡିସେମ୍ବର ମାସରେ ଖେଳିବେ, ସେଥିରେ ଯେଉଁମାନେ ଉତୀର୍ଣ୍ଣ ହେବେ ସେମାନେ ବିଦେଶରେ ଭାରତ ପାଇଁ ଖେଳିବାର ସୁଯୋଗ ମିଳିବ l ଏଥିସହ ଉକ୍ତ ଖେଳାଳିଙ୍କୁ ବିଭିନ୍ନ ସରକାରୀ ଚାକିରୀ ବି ମିଳିବା ବ୍ୟବସ୍ଥା ରାଜ୍ୟ ସରକାର ଓ କେନ୍ଦ୍ର ସରକାର କରିବାର ପ୍ରବନ୍ଧ ରହିଛି ବୋଲି କହିଥିଲେ l

ଭୀମଭୋଇ ଭିିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ:ବୈପାରିଗୁଡ଼ା

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଂଚଳ ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖରା, ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଆହାନା ବେଦ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ସରପଂଚ ସୂର୍ଯ୍ୟମଣି ନାୟକ, ସମିତିସଭ୍ୟ ମଞ୍ଜୁଲତା ପଟ୍ଟନାୟକ, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ ପ୍ରମୁଖଙ୍କ ଉପସ୍ଥିତିରେ ଶିବିରକୁ ଆନୁଷ୍ଠାନ୍ମଳ ଭାବେ ଉଦ୍‌ଘା...

Prime Odisha December 7, 2022, 12:36 pm     602 Views

କାର୍ଯ୍ୟରତ କୁନ୍ଦୁରା ବିଡ଼ିଓଙ୍କ ଧୁମଧାମରେ ବାହାଘର ସମାପନ, ଯୋଗ ଦେଲେ ଜିଲ୍ଲାପାଳ,ସର୍ବଦଳୀୟ ରାଜ ନେତା ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ

କୁନ୍ଦୁରା(ମନୋଜ ଦାଶ):ଗତ ପାଞ୍ଚ ମାସ ହେବ ନୂତନ ଭାବେ ଯୋଗ ଦେଇଥିବା କୁନ୍ଦୁରା ବ୍ଲକ ବିଡ଼ିଓ ସନ୍ଧ୍ୟା ସମରଥଙ୍କ ବାହାଘର ଧୂମଧାମ ରେ ଇତିମଧ୍ୟରେ ଶେଷ ହୋଇ ଯାଇଛି l ଶ୍ରୀମତୀ ସମରଥ ଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ସାଲିମ ଗ୍ରାମରେ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଗୋପୀନାଥପୁର ନିବାସୀ ତଥା ଜଗତସିଂହପୁର ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ କମଲେସ୍ ମହନ୍ତ ଙ୍କ ସହ ତାଙ୍କ ବାହାଘର ହୋଇଛି l କୋରାପୁଟ ସହର ନିକଟରେ ଥିବା ତଥାସ୍ତୁ କଲ୍ୟାଣୀ ମଣ୍ଡପ ଠାରେ ଏହି ଶୁଭ କର୍ଯ୍ୟ ଆୟୋଜନ ହାଇଥିଲା l ଯେହେତୁ କୁନ୍ଦୁରା ବ୍ଲକ ର କାର୍ଯ୍ୟରତ ବିଡ଼ିଓଙ୍କ ବାହାଘର ତେଣୁ ଉକ୍ତ ବ୍ଲକର ସର୍ବଦଳୀୟ ରାଜ ନେତା ଓ ସରକାରୀ କର୍ମଚାରୀ ମାନେ ଯୋଗଦେଇ ଥିଲେ l ଏହ...

Prime Odisha November 29, 2022, 9:22 am     250 Views

ବୈପାରିଗୁଡା ବିଏସ୍‌ଏଫ୍ ଯବାନଙ୍କ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ସ୍ଥିତ ସୀମା ସୁରକ୍ଷା ବାହିନୀ ( ବିଏସ୍‌ଏଫ୍ ) ୧୫୧ ବିଏନ ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ର ନିର୍ମାତା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ ବୈପାରିଗୁଡା ବ୍ଲକରେ ନିୟୋଜିତ ଥିବା ୧୫୧ ବିଏନ ବିଏସ୍‌ଏଫ୍ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଭା ଆୟୋଜନ କରି ବୈପାରିଗୁଡା ଅଂଚଳର ଛାତ୍ରଛାତ୍ରୀ, ଜନସାଧାରଣ,ବୃଦ୍ଧିଜୀବି ମାନଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ କରିଥିଲେ । ୧୫୧ ବିଏନର ବିଏସ୍‌ଏଫ୍ ମୁଖ୍ୟ କମାଣ୍ଡ...

Prime Odisha November 1, 2022, 11:44 am     168 Views

ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ନବରଙ୍ଗପୁର:ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଏମ. ଖୁଟୁଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି, ପାନୀୟଜଳ ସୁବିଧା, ଶ୍ରେଣୀଗୃହ ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଦାବି କରି ଶନିବାର ସକାଳେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏଥିରୁ ଶିକ୍ଷକ ସଞ୍ଜୟ ଜେନାଙ୍କୁ ଗୋଦମାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କ...

Prime Odisha October 22, 2022, 11:07 am     503 Views

ଭୁବନ ପୋଲିସ ର ଫ୍ଲାଗ ମାର୍ଚ୍ଚ

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ବଜାୟ ରଖି ପୂଜା ପାଳନ କରିବା ପାଇଁ ଆଜି ସନ୍ଧ୍ୟା ରେ ଭୁବନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ କାମାକ୍ଷା ନଗର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ଙ୍କ ତତ୍ତ୍ଵାବଧାନରେ ଭୁବନ ସହର ର ଗଳି କନ୍ଧି ପୋଲିସ ର ଫ୍ଲାଗ ମାର୍ଚ୍ଚ କରିଥିଲା । ଏହା ଦ୍ବାରା ପୋଲିସ ତରଫରୁ ଭୁବନ ଜନସାଧାରଣ ଙ୍କ ପାଇଁ ବାର୍ତ୍ତା ଗଲା ଯେ ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏହି ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରାକୁ ଉପଭୋଗ କରନ୍ତୁ। ଏଣୁ ଆଜି ସନ୍ଧ୍ୟାରେ ଭୁବନ ଥାନା ତରଫରୁ ଭୁବନ କାଳୀ ବଜାର ଠାରୁ ପୋଲିସ ର ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇ ଭୁବନ ସହର ସାରା ଫ୍ଲାଗ ମାର୍ଚ୍ଚ କରାଗଲା ଏହି ପ୍ଳାଗ ...

Prime Odisha October 3, 2022, 2:54 am     187 Views

ଭିଜିଲାନ୍ସ ଜାଲରେ କିରାଣୀ

ଵୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ଵୈପାରିଗୁଡା ତହସିଲ କାର୍ଯ୍ୟଳୟ ଠାରେ ଭିଜିଲାନ୍ସ ଚଢ଼ାଉ ! ଟ ୫୦୦୦ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାଙ୍କର ଡିସପି ଙ୍କ ହାତରେ ଧରପୋଡିଲେ ସିନିୟରକିରାଣୀ !ଏକ ଜମି ଜମା ପଟା ବାବଦକୁ ଵୈପାରିଗୁଡା ବାସିନ୍ଦା ଶ୍ରୀ ମାନସ ମହାନ୍ତି ଙ୍କ ବହୁତ ହଇରାଣ କରୁଥିବା ବେଳେ ପଟା କୋରେଇ ଦେବା କହି ୫୦୦୦ ହଜାର ଲାଞ୍ଚ ମାଗିଥିଲେ ଓ ଲାଞ୍ଚ ନେଉଥିବା ସମୟରେ ସିନିୟର କିରାଣୀ ଶ୍ରୀ ସତ୍ୟନାରାୟଣ ଦଳେଇ ଡିସପି ଶ୍ରୀ ସୁଶାନ୍ତ କୁମାର ବିଶ୍ବାଳ ଓ ଭିଜିଲାନ୍ସ ଟିମ ଙ୍କ ଦ୍ଵାରା ଧରା ପଡିଲେ !...

Prime Odisha September 27, 2022, 4:36 am     265 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us