BREAKING

ବୈପାରିଗୁଡା ବାଣ ଦୋକାନରେ ପ୍ରବଳ ଭିଡ


ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ସନାତନ ହିନ୍ଦୁ ଧର୍ମର ଆସ୍ଥା ଓ ବିଶ୍ୱାସ ତଥା ଆଲୋକର ପର୍ବ ଦୀପାବଳି । ଏଥିପାଇଁ ଚଳଚଂଚଳ ଗାଁ ଠାରୁ ବୈପାରିଗୁଡା ସହର । ଦୁଇବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳୀକୁ ସହରବାସୀ ବଡ ଧୁମଧାମ୍‌ରେ ସହ ପାଳନ କରିବାକୁ ଚାହିଁ ବସିଛନ୍ତି । ଏଥର ବାଣ ଫୁଟାଇବାକୁ ଅନୁମତି ଥିବାରୁ ଆତସବାଜିରେ ପ୍ରକମ୍ପିତ ହେବ ବୈପାରିଗୁଡା ବ୍ଲକ । ବୈପାରିଗୁଡାର ପଶ୍ଚିମଶ୍ୱେର ମନ୍ଦିର ପାଖରେ ୪ ଟି ବାଣ ଦୋକାନ ଖୋଲିଥିବା ବେଳେ ଏବେ ଠାରୁ ହିଁ ଗାଁ ଗହଳିର ଲୋକେ ବାଣ କିଣିବା ବୈପାରିଗୁଡା ଆସୁଥିବାର ଦେଖାଯାଇଛି । ଜୟପୁର ଓ ମାଲକାନଗିରି ଯିବା ଲୋକ ମାନେ ମଧ୍ୟ ବାଣ କିଣିବା ପାଇଁ ବାଣ ଦୋକାନ ଠାରେ ଭିଡ ଜମାଇ ବିଭିନ୍ନ ପ୍ରକାର ବାଣ କିଣି ଘରକୁ ନେଉଛନ୍ତି । ତେବେ କରୋନା ପର ଠାରୁ ବାଣ ଦର ଆକାଶଛୁଆଁ ହୋଇଛି । ବାଣ ଦର ବୃଦ୍ଧି ପାରିଥିଲେ ମଧ୍ୟ ଲୋକେ କରୋନା କାଳ ଭିତରେ ଯେଉଁ ଦୁଇ ବର୍ଷ ଆଲୋକର ପର୍ବ ଦୀପାବଳୀ ଉତ୍ସବକୁ ପାଳନ କରିନାହାନ୍ତି କିମ୍ବା ମଜା ନେଇ ପାରିନଥିବାରୁ ଆକାଶଛୁଆଁ ବାଣ ଦରକୁ ଖାତିର ମଧ୍ୟ କରୁ ନ ଥିବାର ଦେଖାଯାଇଛି । ଯେଉଁ ବାଣ ଗତ ବର୍ଷର ବଜାର ଦାର ଅନୁସାରେ ୧୦୦ ଟଙ୍କା ଥିଲା ତାହା ଏଥର ୧୫ଶହ ଟଙ୍କାକୁ ଛୁଇଁଛି ।

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     593 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     493 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     524 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     411 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     586 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     448 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us