BREAKING

ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ପକ୍ଷରୁ ବିଶାଳ ଜନସମ୍ପର୍କ ପଦଯାତ୍ରା ଯୋଗଦାନ କଲେ ତିନି ପଂଚାୟତବାସୀ


ବୈପାରିଗୁଡା(ବିକ୍ରନ୍ତ ବେବର୍ତ୍ତା):ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଥିବା ଗୋଷ୍ଠୀକନ୍ଦଳ ଏବେ ଧିରେ ଧିରେ ପଂଚାୟତସ୍ତରରେ ଏହାର ପ୍ରଭାବ ପଡିବା ସହିତ ଦଳୀୟ କର୍ମୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଥିବା ସମୟରେ କାହିଁକି ରାଜ୍ୟ କିମ୍ବା ଜିଲ୍ଲାସ୍ତରର ନେତା ମାନେ ଏହାର ସମାଧାନର ବାଟ ବାହାର କରିପାରିନାହାନ୍ତି ତାହାକୁ ନେଇ କର୍ମୀଙ୍କ ମଧ୍ୟ ଘୋର ଅସନ୍ତୋଷ ଦେଖା ଦେଇଛି । ଏହି ଗୋଷ୍ଠୀକନ୍ଦଳ ବୈପାରିଗୁଡା ବ୍ଲକ ବିଜେଡି ଦଳ ଭିତରେ ଦିନ କୁ ଦିନ ଅତି ଭୟଙ୍କର ରୂପ ନେଉଛି ବୋଲି ମଧ୍ୟ ଆଲେଚନା ହେଉଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଦଳ ଉପରେ ପଡିବ ବୋଲି ମଧ୍ୟ କୁହାଯାଉଛି । ଦଳ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକାର ବ୍ୟବସ୍ଥା ବା କୌଣସି ପ୍ରକାର ବାଟ ବାହାର କରାଯାଇ ନଥିବାରୁ ପଂଚାୟତସ୍ତରର କର୍ମୀ ମାନେ କାହା ସପକ୍ଷରେ ରହିବେ ତାହାକୁ ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦଳରୁ ନିଲମ୍ବିତ କିମ୍ବା ଅସନ୍ତୁଷ୍ଟ କର୍ମୀ ଏହି ଜନସମ୍ପର୍କ ପଦଯାତ୍ରା ଆୟୋଜନ କରି ତିନି ପଂଚାୟତରୁ ହଜାର ହଜାର କର୍ମୀଙ୍କୁ ବାହାର କରିଥିବାର ଦେଖାଯାଇଛି । ଅସନ୍ତୁଷ୍ଟ କର୍ମୀ ମାନେ ପଦଯାତ୍ରା କରିବା ନେଇ ସ୍ଥିର କରିବା ପରେ ଏକତ୍ରି ହୋଇ ତିନି ପଂଚାୟତର ଦଳୀୟ କର୍ମୀଙ୍କୁ ନେଇ ଦଶମନ୍ତପୁର ହାଟପଡା ଠାରୁ ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ସହ ଦଳରେ ତାଙ୍କୁ ଅଣଦେଖା କରୁଥିବା କର୍ମୀ କିମ୍ବା ନେତାଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରି ଗାଁ ଗହଳିର ଭୋଟର ମାନଙ୍କ ପାଖରେ ତାଙ୍କର ଉପସ୍ଥିତି ମଧ୍ୟ ଜାହିର କରିଛନ୍ତି । ତେବେ ସେମାନେ ସିଧାସଳଖ କହିଛନ୍ତିି ଯେ ବିଜେଡି ଦଳର ପକ୍ଷରୁ ଏହି ଜନସମ୍ପର୍କ ପଦଯାତ୍ରା ସବୁ ନିର୍ବାଚନ ମଣ୍ଣଳୀରେ କରିବା ପାଇଁ ନିଦେର୍ଶ ରହିଛି ତେଣୁ କୋରାପୁଟ ନିର୍ବାଚନ ମଣ୍ଡଳୀର ବୈପାରିଗୁଡା ବ୍ଲକର ଦଶମନ୍ତପୁର ଠାରେ ତିନି ପଂଚାୟତର କର୍ମୀଙ୍କୁ ନେଇ ଏହି କାର୍ଯ୍ୟକ୍ରମ କରିଛୁ ବୋଲି କହିଛନ୍ତି । ଏବଂ ସାଧାରଣ ନିର୍ବାଚନ ସମୟରେ ଏହି ପଂଚାୟତ ଠାରୁ ବିଫୁଳ ପରିମାଣ ଭୋଟ ବିଧାୟକ ଓ ସାଂସଦଙ୍କୁ ଦିଆଯିବ ମଧ୍ୟ କହିଥିଲେ । ସ୍ଥାନୀୟ ଦଶମନ୍ତପୁର ହାଟପଡା ଠାରୁ ୩ ଟି ପଂଚାୟତର ହଜାର ହଜାର କର୍ମୀ ହାତରେ ଦଳୀୟ ପତାତା ଧରି ଓଡିଶାର ନମ୍ବର ୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଓ ବବି ଭାଇ ଜିନ୍ଦାବାଦ ନାରା ଦେଇ ଦଶମନ୍ତପୁର ହାଟପଦା ଠାରୁ ବାହାରି ଦଶମନ୍ତପୁର ଗ୍ରାମ ପରିକ୍ରମା କରିବା ପରେ ସ୍‌ଥାନୀୟ ହାଟପଡା ଠାରେ ଏକ ସାଧାରଣ ବୈଠକ ମଧ୍ୟ କରିଥିବାର ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ପଂଚାୟତ ସ୍ତରର କର୍ମୀ ମାନେ ଯୋଗଦାନ କରିଥିବା ବେଳେ ଅସନ୍ତୁଷ୍ଟ କର୍ମୀଙ୍କ ପକ୍ଷରୁ ବରିଷ୍ଟ ନେତା ଆର.ଶ୍ରୀନିବସ ରାଓ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଘୁନାଥ ପୂଜାରୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜୀନି କାଣ୍ଡିକି, ଝରିଆ ଖାନ, ନାରାୟଣ କଦମଗୁଡିଆ, ପୂର୍ବତନ ଜିଲ୍ଲା ସମ୍ପାଦକ ଆର. ଦାମ୍ଭିକା ରାଓ ,ଦଶମନ୍ତପୁର ସରପଂଚ ଆର.ରୋହିତ କୁମାର ଙ୍କ ସହ ବହୁ ଅସନ୍ତୁଷ୍ଟ କର୍ମୀ ମାନଙ୍କ ତରଫରୁ ଆୟୋଜନ କରାଯାଇଥିଲା । ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଅକ୍ଟୋବର ୨ ରୁ ଏକମାସ ଧରି ସମସ୍ତ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ପଦଯାତ୍ରା ଆୟୋଜନ କରାଯାଇଥିବା ବେଳେ ବୈପାରିଗୁଡା ବ୍ଳକର ବିଭିନ୍ନ ସ୍ଥାନରେ ଆଗକୁ ମଧ୍ୟ ଏହିପରି ଜନସମ୍ପର୍କ ପଦଯାତ୍ରା କରାଯିବା ନେଇ ସ୍ଥିର କରାଯାଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ସାମୁହିକ ବିକାଶମୂଳକ ଯୋଜନାର ସଫଳ ରୂପାୟନ କରିବା ଏବଂ ଜନସାଧାରଣ ଓ ସମାଜରେ ସବୁଠାରୁ ତଳସ୍ତରରେ ରହିଥିବା ଲୋକମାନେ କିପରି ସୁଫଳ ପାଇପାରିବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ଦଳୀୟ ଅସନ୍ତୁଷ୍ଟ କର୍ମୀ ନିର୍ବାଚିତ ପ୍ରତିନିଥି ଓ କର୍ମୀଙ୍କୁ ସଚେତନ କରାଇଥିଲେ । ଏହି ଜନସମ୍ପର୍କ ପଦଯାତ୍ରାରେ ଅସନ୍ତୁଷ୍ଟ କର୍ମୀଙ୍କ ସହିତ କିଛି ସରପଂଚ , ସମିତିସଭ୍ୟ, ୱାର୍ଡମେମ୍ବର ମାନେ ଉପସ୍ଥିତ ରହିଥିଲେ । ଅସନ୍ତୁଷ୍ଟ କିଛି କର୍ମା ଦଶମନ୍ତପୁର ପଂଚାୟତର ହାଟପଦା ଠାରେ ଦଶମନ୍ତପୁର, ମାଝୀଗୁଡା ଓ କୋଲାର ପଂଚାୟତର ବିଜେଡି ଦଳର କର୍ମୀ ମାନଙ୍କୁ ନେଇ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା କରିଥିବା ବେଳେ ଏହାକୁ ଚାଲେଞ୍ଜ ଦେଇ ସନ୍ତୁଷ୍ଟ ଗୋଷ୍ଠୀ କଣ ପଦକ୍ଷେପ ନେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଛି ।

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     949 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     729 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     154 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     641 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     338 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     577 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us