BREAKING

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ


ନବରଙ୍ଗପୁର:ଜିଲ୍ଳା ର ୧୦ ଟି ବ୍ଲକ ରୁ ଆସିଥିବା ୩ଶହ ଜଣ ଯୁବ ପ୍ରତିଭାଙ୍କୁ ନେଇ ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ନବରଙ୍ଗପୁର ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବ ରେ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଓ ଅନ୍ୟତମ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଏସ.ସୁଶ୍ରୀ,ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ଼ଃ ଚନ୍ଦ୍ର ଶେଖର ହୋତା, ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ,ସଂସ୍କୃତି ଅଧିକାରୀ ଘାସି ହରିଜନ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ,ଶାରରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ବିଭାଶିସ ଦେ, ଜିଲ୍ଳା ଯୁବ ରେଡ କ୍ରସ ସମ୍ପାଦକ ଶ୍ରୀ ଦିଲ୍ଲୀପ କୁମାର ହୋତା ଯୋଗ ଦେଇ ଯୁବ ସମାଜ କୁ ମାର୍ଗ ଦର୍ଶନ କରିଥିଲେ । ଯୁବ ସମାଜ କୁ ଆହ୍ୱାନ ଦେଇ ମୁଖ୍ୟ ଅତିଥି କହିଲେ ଯେ "ଯୁବକ ମାନେ ଆତ୍ମନିର୍ଭରଶୀଳ ହେବା ସହ ନିଜେ ନିଜକୁ ପ୍ରଥମେ ଭଲ ପାଇଲେ ଯାଇ ଅନ୍ୟମାନେ ତୁମକୁ ଭଲ ପାଇବେ" ।ନେହୁରୁ ଯୁବ କେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ଶ୍ରୀଯୁକ୍ତ ବି. ରମେଶ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଯୁବକେନ୍ଦ୍ରର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଉପସ୍ଥାପନା କରିଥିଲେ । ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ବକ୍ତବ୍ୟରେ ନିଜ ବ୍ୟକ୍ତିତ୍ୱର ବିକାଶ ସହିତ କିଛି କିଛି ପ୍ରତିଭାର ବିକାଶ କାର୍ଯ୍ୟ କରିବା ପାଇଁ ଆହ୍ୱାନ କରିଥିଲେ।ବରିଷ୍ଠ ପ୍ରାଧ୍ୟାପକ ଡ଼ଃ ନୀଳାଚଳ ମିଶ୍ର ନିଜ ବକ୍ତବ୍ୟ ପ୍ରଦାନ କରି ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ର ଛାତ୍ରୀ ଙ୍କ ଭିତରେ ସଚେତନତା ସୃଷ୍ଟି ସହ ଆଗାମୀ ଦିନରେ ଏକ ସଚେତନ ସମାଜ ପ୍ରତିଷ୍ଠା ପାଇଁ ସମସ୍ତେ ସହାୟକ ହୋଇ ପାରିବେ ବୋଲି ମତ ପ୍ରକାଶ କରିଥିଲେ । ନେହୁରୁ ଯୁବ କେନ୍ଦ୍ରର ମାର୍ଗ ଦର୍ଶିକା ଅନୁସାରେ ବକ୍ତୃତା, ଚିତ୍ରାଙ୍କନ, ଫଟୋଗ୍ରାଫି, କବିତା ଲିଖନ, ଯୁବ ସମ୍ବାଦ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉତ୍ସବ ଦ୍ଵିତୀୟ ପର୍ଯ୍ୟାୟରେ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଭାବେ ମାନ୍ୟବର ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋହର ରନ୍ଧାରୀ ,ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସଦାଶିବ ପ୍ରଧାନୀ ଯୋଗଦେଇ ଯୁବ ସମାଜ ଭିତରେ ଥିବା ପ୍ରତିଭା ଗୁଡିକର ବିକାଶ ହେଲେ ଯାଇ ଜିଲ୍ଳାର ସମସ୍ତ କ୍ଷେତ୍ରରେ ବିକାଶ ହେବା ସହ ଜିଲ୍ଲା ପାଇଁ ଗୌରବ ଆସି ପାରିବ ବୋଲି କହିଥିଲେ ।କାର୍ଯ୍ୟକ୍ରମ ଆୟୋଜନରେ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ମାନସୀ ମହାପାତ୍ର,ଅଧ୍ୟାପକ ଜାହାଙ୍ଗିର ମହମ୍ମଦ ଓ ଯୁବ ରେଡ଼କ୍ରସ ର କାଉନସିଲର ଅଧ୍ୟାପିକା ରଜନୀ ମିନଜ଼,ନିର୍ମଳା ହିକ୍କା, ଅଧ୍ୟାପକ ଅଶ୍ୱିନୀ କୁମାର ବେହେରା ସମସ୍ତ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଶେଷରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜାତୀୟ ସେବା ଯୋଜନା ର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ସମଗ୍ର କାର୍ଯ୍ୟକ୍ରମ ର ସଂଯୋଜନା କରିବା ସହ ସାମ୍ପ୍ରତିକ ସ୍ଥିତି ରେ ଯୁବ ସମାଜର ସ୍ଥିତି ଓ ବିକାଶ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୁବ କେନ୍ଦ୍ରର ସମସ୍ତ ସ୍ବେଛାସେବୀ ଙ୍କ ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୂର୍ବତନ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।

ରିପୋର୍ଟ୍:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିଉଜ୍

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     979 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     665 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     109 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     809 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     777 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     758 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : info@primeodisha.news

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us