BREAKING

କୁନ୍ଦ୍ରା ବ୍ଲକରେ ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା ଗୃହ ହିତାଧିକାରୀଙ୍କୁ ବାସ ଯୋଗାଇଦେବା ପାଇଁ ସାଥୀ ସଙ୍ଗଠନ ପକ୍ଷରୁ ଗୋଷ୍ଠୀ ନ୍ନୟନ ଅଧିକାରୀ ସନ୍ଧ୍ୟାରାଣୀ ସମରଥଙ୍କୁ ଓ ଅଧକ୍ଷା ରାଜେଶ୍ୱରୀ ପରଜାଙ୍କୁ ସହାୟତା ପାଇଁ ଦାବିପତ୍ର ପ୍ରଦାନ


କୁନ୍ଦୁରା:ଆଜି ସାଥୀ ସଂଗଠନର ସଭାପତି ଚନ୍ଦ୍ରଶେଖର ରଥ, ଉପ ସଭାପତି ଜିତେନ୍ଦ୍ର ପାଣିଗ୍ରାହୀ, ଫ୍ରଫୁଲ୍ଲ ସ୍ୱାଇଁ,କିଶୋର ମିଶ୍ର,ପ୍ରଣବ ପାଣିଗ୍ରାହୀ,ରାଜେଶ ଗୁରୁ,ଗପାଳ ସାବତ, ଅଶ୍ୱିନୀ ଚୌଧୁରୀ,ହରିଶ୍ଚନ୍ଦ୍ର ବେହେରା, ସ୍ୱରୂପ ଦାସ,ବସନ୍ତ ଭଟ୍ଟ, ମୁନ୍ନା ରାଉତ, ଆକାଶ ପାଣିଗ୍ରାହୀ, ଆଦିତ୍ୟ ନାୟକ, ସୁଧୀର ବେହେରା ପ୍ରମୁଖ ଉପସ୍ଥିତ ରହି କୁନ୍ଦ୍ରା ବ୍ଲକର ଲିମା ପଞ୍ଚାୟତ, ଘୁମର ପଞ୍ଚାୟତ, ଦିଗାପୁର ପଞ୍ଚାୟତ ରେ ଲଗାଣ ବର୍ଷାରେ ଘର ଭାଙ୍ଗି ଚଳିତ ବର୍ଷ କିଛି ପରିବାର ହନ୍ତସନ୍ତ ଭାବେ ଦିନ କାଟୁଥିବା ବେଳେ ଆଉକିଛି ପରିବାର ଦୀର୍ଘ ୨/୩ ବର୍ଷରୁ ଅଧିକା ସମୟ ହେଲାଣି ଦୈବୀ ଦୁର୍ବିପାକରେ ନିଜର ବାସଗୃହ ହରାଇ ଦୟନୀୟ ଭାବେ ଜୀବନ ନିତାଇବା ସହ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇପଡିଛନ୍ତି l ସେହି ଅସହାୟ ଦୟନୀୟ ଜୀବନ ବିତାଉଥିବା ହିତାଧିକାରୀଙ୍କୁ ତୁରନ୍ତ ଆବାସ ଗୃହ ଯୋଗାଇବା ପାଇଁ ସଂଗଠନ ଦ୍ୱାରା ଦାବୀ ପାତ୍ର ଦେବା ସହ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ l
SECC ତାଲିକା ରେ ନାଁ ନଥିଲେ ଆମେ କିଛିମଧ୍ୟ ସହଯୋଗ କରିପାରିବୁ ନାହିଁ, କେବଳ ତହସିଲଦାର ହିଁ ଆମର୍ଜେନ୍ସି ଫୋଣ୍ଡ କିମ୍ବା ଆମର୍ଜେନ୍ସି ଦେଖାଇ କୌଣସି ହିତାଧିକାରୀଙ୍କୁ ସହଯୋଗ କରିପାରିବେ l ଆମ ନିକଟରେ ଆବାସ ଗୃହ ଯୋଗାଇବା କ୍ଷମତା ନାହିଁ, ଆମେ ସ୍ଥାନୀୟ ତହସିଲଦାର ଙ୍କୁ ଓ ଜିଲ୍ଲାପାଳ ଙ୍କୁ ଏହି ଦାବିପତ୍ର ପ୍ରେରଣ କରିଦେବୁ ତାପରେ ଯାହା ଉପର ସ୍ତରରୁ ନିଷ୍ପତି ହେବ ବୋଲି ବ୍ଲକ୍ ଉନ୍ନୟନ ଅଧିକାରୀ (BDO)କହିଥିଲେ l ଚେୟାରମ୍ୟାନ କହିଲେ ଏହି ଦାବିପତ୍ର ପାଇଁ ମୁଁ ସାଥି ସଂଗଠନ ର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି, ଅସହାୟ ଗରିବ ଅବହେଳିତ ଙ୍କ ପାଇଁ ଚେଷ୍ଟା ଜାରିରଖିଛନ୍ତି, ମୁଁ ଜିଲ୍ଲା ସ୍ତରରେ ସମ୍ପୂର୍ଣ୍ଣ ଚେଷ୍ଟା କରିବି ଆଉ ଦାବୀ କରିବି ଜରୁରୀ ପରିସ୍ଥିରେ କୁନ୍ଦ୍ରା ବ୍ଲକ ପାଇଁ କେତୋଟି ଆବାସ ଗୃହ ଯୋଗାଇବା ପାଇଁ l SECC ତାଲିକା ରେ ହିତାଧିକାରୀଙ୍କୁ ଘର ମିଳିବା ଭିତରେ ସେହି ପରିବାର ତଳିତଳାନ୍ତ ହୋଇ ଯାଇଥିବେ, ଆନ୍ତତଃ ଅତ୍ୟାବଶ୍ୟକ ସ୍ଥଳେ ଏହିଭଳି ଘଟଣାରେ ଆବାସ ଗୃହ ତୁରନ୍ତ ଯୋଗାଇବା ବ୍ୟବସ୍ଥା ସରକାର କରିବା ଉଭିତ l ବିଧାୟକ, ସାଂସଦ ମାନଙ୍କ ଦ୍ୱାରା ଦିଆଯାଉଥିବା ଘର କେବଳ ସେମାନଙ୍କ ଦଳୀୟ କର୍ମୀଙ୍କୁ ମିଳୁଛି, ଯଦି ଉନ୍ନୟନ ଅଧିକାରୀ ଓ ତହସିଲଦାର ଙ୍କ ଅଧୀନରେ କିଛି ଆବାସ ଗୃହ ରୁହନ୍ତା ତେବେ ଏହିଭଳି ଅତ୍ୟାବଶ୍ୟକ ଘଟଣାରେ ତୁରନ୍ତ ସହଯୋଗ ହୋଇପାରନ୍ତା ବୋଲି ସଂଗଠନ ର ଉପଦେଷ୍ଠା କିଶୋର ମିଶ୍ର, ଗୁପ୍ତେଶ୍ୱର ପାଣିଗ୍ରାହୀ ଓ ଚନ୍ଦ୍ର ସାଗରିଆ କହିଥିଲେ lଯଦି ବ୍ଲକ ସ୍ତରରେ ଏହି ଅସହାୟ ହିତାଧିକାରୀଙ୍କ ପାଇଁ କିଛି ବ୍ୟବସ୍ଥା ହୋଇପାରୁନାହିଁ ତେବେ ଏହି ସମସ୍ୟାକୁ ନେଇଁ ଆମେ ପଞ୍ଚାୟତିରାଜ ବିଭାଗ,5t, ମୋ ସରକାର, ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ଦାବିପତ୍ର ଦେବାର ବ୍ୟବସ୍ଥା କରାଯିବା ବୋଲି ସଂଗଠନ ର ସଭାପତି ଚନ୍ଦ୍ରଶେଖର ରଥ କହିଥିଲେ l

ରିପୋର୍ଟ:ମନୋଜ୍ ଦାଶ,ପ୍ରlଇମ ଓଡ଼ିଶା ନ୍ୟୁଜ୍

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     145 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     926 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     148 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     601 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     687 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     765 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us