BREAKING

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି, ୫୫ ଟି ଅଭିଯୋଗର ସମାଧାନ କଲେ ଜିଲ୍ଲାପାଳ


ନବରଙ୍ଗପୁର:ଜିଲ୍ଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଙ୍କ ଦ୍ଵାରା ୫୫ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲ୍ଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ୫୫ ଟି ଅଭିଯୋଗ ମଧ୍ୟରୁ ୩୭ ଟି ଅଭିଯୋଗ ବ୍ୟକ୍ତିଗତ, ୧୮ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଗିର୍ଲା, କୁସୁମବନ୍ଧ ଓ ବି.କାମତା ଗ୍ରାମର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଚିଚିବାଇ ଗ୍ରାମାଠାରୁ ମନ୍ଦିର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ସନ୍ଧିଡଙ୍ଗରୀ ଜଳସେଚନ ପାଇଁ ପାଣି ମୋଟର ଲଗାଇବା, ଭରତଗୁଡା ଗ୍ରାମରେ ନଳକୂପ ଖନନ, ସାଇରାମ ଏସଏଚଜିକୁ ଆଶ୍ରମ ବିଦ୍ୟାଳୟ ଗୁଡିକୁ ବିଭିନ୍ନ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ପ୍ରଦାନ କରିବା, ମେଦନା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବୋରିଗାଁ ନାମ ବଦଳାଇ ମେଦନା ରଖିବା, ମାଳିଗୁଡା ଓ ବାଉଁଶବେଡା ଗ୍ରାମ ବିଦ୍ୟାଳୟ ଗୃହ ନିର୍ମାଣ, ଡ଼ଙ୍ଗରିଗୁଡା ରାଜସ୍ୱ ଗ୍ରାମରେ ଥିବା ଦେଶୀ ମଦ ଭାଟି ବନ୍ଦ , ମଦ ଭାଟିରୁ ବିଭିନ୍ନ ଗ୍ରାମରେ ଘରେ ଘରେ ନେଇ ମଦ ବିକ୍ରି କରୁଛି ତାହା ବନ୍ଦ କରିବା, ବଡଓଲମା ଗ୍ରାମରେ ପାନୀୟଜଳ ସମସ୍ୟା, ରାସ୍ତା ନିର୍ମାଣ ଓ ପ୍ରାଣୀ ନିରିକ୍ଷକ ନିଯୁକ୍ତି ଦେବା, ସାଇତିଗୁଡା ଓ ଯାଦବଗୁଡା ଗ୍ରାମରୁ ମୁଖ୍ୟ ରାସ୍ତାକୁ ସଂଯୋଗକରିବା ପିନ ରାସ୍ତା ନିର୍ମାଣ ଓ ଡାବୁଗାଁ ଟିକିରାଗୁଡା ଗ୍ରାମରେ ଏଲଆଇ ପଏଣ୍ଟ ସ୍ଥାପନ କରିବା ଆଦି ମୁଖ୍ୟ ସମସ୍ୟା ରହି ଥିବା ବେଳେ ଦିବ୍ୟାଙ୍ଗ ୨ଜଣ ଙ୍କୁ ଟ୍ରାଇ ସାଇକେଲ, ଆଦିତ୍ୟ ରଞ୍ଜନ ସ୍ଵାଇଁ, ପ୍ରହ୍ଲାଦ ପନକା ଓ ଅର୍ଜୁନ ଭତ୍ରା ଓ ସନମତି ଜାନୀ ଙ୍କୁ ଭିନ୍ନକ୍ଷମ ବିବାହ ସହାୟତା ଯୋଜନାରେ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ, ୨ ଜଣଙ୍କୁ ତୃତୀୟ ଲିଙ୍ଗୀ ପ୍ରମାଣପତ୍ର ଲୋକପ୍ରିୟ ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା | ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାଳିପ୍ରସାଦ ବେହେରା, ଜିଲ୍ଲା ନିଯୋଜନ ଅଧିକାରୀ ତତ୍ଵମସି ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ଵାସ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଜି. ଜଗଦୀଶ ରାଓ, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲ୍ଲା ଉଦ୍ୟାନ ଅଧିକାରୀ ପ୍ରଦୋଷ କୁମାର ପଣ୍ଡା, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ସିଡିପିଓ ଗୀତାଞ୍ଜଳି ମହାରଣା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ, ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ଓ ଜିଲ୍ଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ରିପୋର୍ଟ୍:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ୍

ବ୍ଲକସ୍ତରୀୟ ବିଜ୍ଞାନ ମେଳା : ଅନ୍ଧାର ଗୃହ ଭିତରେ ପ୍ରଦର୍ଶିତ ହେଲା ୭୯ ଟି ପ୍ରକଳ୍ପ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭିତରେ ପାଳିତ ହୋଇଛି ବିଜ୍ଞାନ ମେଳା । ବିଭିନ୍ନ ପ୍ରକାର ପ୍ରକଳ୍ପ ରହିଥିବା ବେଳେ ଦେଖିବା ପାଇଁ ନାହିଁନ୍ତି ସାଧାରଣ ଜନତା । ବିଦ୍ୟାଳୟର ୬ ଟି ଶ୍ରେଣୀ ଗୃହ ଭିତରେ ବିଜ୍ଞାନ ମେଳା ଚାଲିଥିବା ବେଳେ ପଛ ପଟେ ରହିଥିବା ରୁମ୍ ଗୁଡିକର ଝରକା ବନ୍ଦ ରହିବା ସହିତ ଶ୍ରେଣୀ ଗୃହ ଭିତରେ ବଲ୍ ନ ଲଗାଯାଇ ଥିବାରୁ ଯୋଗୁଁ ଅଳ୍ପ ଆଲୋକିତ ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶର୍ିର୍ତ କରିଥିବାର ଦେଖିବାକୁ ମିଳିଛି । ଏମିତି କିଛି ଦୁଶ୍ୟ ଆଜି ଦେଖିବାକୁ ମିଳିଛି ବୈପାରିଗୁଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ଠାରେ ଆୟୋଜିତ ହୋଇଥିବା ...

Prime Odisha December 7, 2022, 10:50 am     968 Views

ବ୍ଲକ ସ୍ତରୀୟ ପରବ ଉଦ୍‌ଯାପିତ, ଅଧିକାରୀ, ନେତାଙ୍କ ଢେମସା ନାଚରେ ଦୁଲୁକିଲା ମଂଚ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ପରବ ମଂଚରେ ସରକାରୀ କର୍ମଚାରୀ, ନେତା ଓ ଗ୍ରାମବାସୀ ମାନେ ଏକତ୍ର ହୋଇ ଆଦିବାସୀ ଗୀତ ସହିତ ଢେମସା ନାଚରେ ନାଚିଥିବାର ଦେଖିବାକୁ ମିଳିଛି । ଗ୍ରାମର ଅଧିଷ୍ଠାତ୍ରୀ ମାଁ ବିରଖମ୍ବ ପୋଲ ପାଖରୁ ସକାଳେ ମଶାଲ ଶୋଭାଯାତ୍ରା ଆସିବା ପରେ ବ୍ଲକ ପରିସର ଭିତରେ ସ୍ୱାଗତ କରାଯାଇ ସ୍ଥାପନ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ଙ୍କ ସହିତ ବ୍ଲକର ସମସ୍ତ ଲୋକ ପ୍ରତିନିଥି ସମସ୍ତ ଦଳୀୟ ନେତୃବୃନ୍ଦ ଉପସ୍ଥି...

Prime Odisha December 7, 2022, 12:38 pm     903 Views

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ମଧ୍ୟରେ ଲୋକ ମାନଙ୍କୁ ନେଇ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ସମୀକ୍ଷା ବୈଠକ ଓ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏହି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ 2020/21 ଆର୍ଥିକ ବର୍ଷ ରେ କାର୍ଯକାରୀ ହୋଇଥିବା ସହରାଞ୍ଚଳ ଆବାସ ଯୋଜନାର ସମୀକ୍ଷା ଓ ଜନ ଶୁଣାଣି ଦୁଇ ଦିନ ଧରି ଚାଲିଥିଲା । ସ୍ବାଧିନ ସମୀକ୍ଷା କାର୍ଯ୍ୟ କାରୀ ସଂସ୍ଥା ଓ ଲାଇଫ ଏକାଡେମି ଅଫ ଭୋକେସେନାଲ ସଂସ୍ଥା ଦ୍ୱାରା ଏହି ଜନ ଶୁଣାଣି ହୋଇ ଥିଲା । ସମସ୍ତ 15 ଗୋଟି ୱାର୍ଡ ର କାଉନସିଲର , ସମସ୍ତ ଗ୍ରୁପ , ସ୍ଵଛା ସେବୀ ସଂସ୍ଥା ଓ ସାଧାରଣ ଲୋକ ମାନଙ୍କୁ ନେଇ ଜନ ଶୁଣାଣି କରିଥିଲେ । ଏହା କରିବାର ମୁଖ୍ୟ ଲକ୍ଷ୍ୟ ଥିଲା କି ଘର ପାଇଥିବା ହିତ...

Prime Odisha December 4, 2022, 11:18 am     968 Views

ସଡକ ଦୁର୍ଘଟଣାରେ ଚାରି ମୃତ

ନବରଙ୍ଗପୁର(ଉମାସଙ୍କର ସାହୁ):ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ସରାଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର,ଘଟଣା ସ୍ଥଳରେ ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିଲେ।ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ କୋରାପୁଟ ପଠାଯାଇଥିଲା କିନ୍ତୁ ସେଠାରେ ଆଉ ଜଣେ ମୃତ୍ୟୁ ବରଣ କରିଛନ୍ତି।ମୃତ୍ୟୁ ବରଣ କରିଥିବା ତିନି ଜଣ ନବରଙ୍ଗପୁର ସହର ଗାଦୁଆଗୁଡ଼ା ର ଏମଡି ସଦାମ, ରବିନ ହିଆଲ ଓ ସବନ ହିଆଲ୍। ଗୁରୁତୁର ଦୁଇ ଜଣ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା ଚିକିତ୍ସା ଚାଲିଥିବା ସମୟରେ ଜଣ ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ସୂଚନା ଅନୁଯାୟୀ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ବିଳମ୍...

Prime Odisha December 4, 2022, 11:15 am     475 Views

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକର ବିଭିନ୍ନ ବିଦ୍ଯାଳୟର ଦିବ୍ଯାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ନେଇବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇ ଯାଇଛି।ବୈପାରିଗୁଡା ଅଂଚଳର ଜଣାସୁଣା ସ୍ବେଚ୍ଛାସେବୀ ନଟବର ପଟ୍ଟନାୟକଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ କାର୍ଯ୍ଯକ୍ରମରେ ବିଡିଓ ଅଭିମନ୍ଯୁ କବି ଶତପଥି, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢୀ, ବ୍ଲକ ଅଧ୍ଯକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ଯକ୍ଷ ପୂର୍ଣ୍ଣମା ବାରିକ, ବୈପାରିଗୁଡା ସମିତିସଭ୍ଯା ମଞ୍ଜୁଲତା ପଟ୍ଟନାୟକ, ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିକାରୀ କନକମଞ୍ଜୁରୀ ଭତ୍ରାଙ୍କ ସହିତ ସିଆରସିସି ଓ କିଛି ବିଦ୍ଯାଳୟର ଶିକ୍ଷକ ମାନେ ଯୋଗଦା...

Prime Odisha December 4, 2022, 11:12 am     719 Views

ଦାବି ହାସଲ ପାଇଁ ରାଜରାସ୍ତାରେ ରାଲି:ଗର୍ଜିଲେ ବୈପାରିଗୁଡା ବ୍ଲକ ଗଣ ଶିକ୍ଷକ ଓ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ଏବେ ରାଜରାସ୍ତାରେ ରାଲି କରି ସରକାରଙ୍କ ନିକଟରେ ନିଜ ହକ ଦାବି ପାଇଁ ଲଢେଇ କରୁଥିବା ଭଳି ଦୁଶ୍ୟ ଆଜି ଦେଖିବାକୂୁ ମିଳିଛି ବୈପାରିଗୁଡା ଠାରେ । ବ୍ଲକ ଗଣ ଶିକ୍ଷକ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ସଂଘଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ଓ ଅନ୍ୟାୟ ପ୍ରତିବାଦ କରି ୮ ଦଫା ଦାବି ନେଇ ରାଜରାସ୍ତାରେ ରାଲି କରି ଗର୍ଜିଛନ୍ତି ଶିକ୍ଷକ ସଂଘର ସଦସ୍ୟ ମାନେ । ଏକ୍ସ କ୍ୟାଡର ବୈପାରିଗୁଡା ବ୍ଲକ ସଂଘ ସଭାପତି ଏସ.ଶ୍ରୀଧର ରାଓ ଓ ସମ୍ପାଦକ ସୁରେଶ ପାତ୍ରଙ୍କ ଆବାହନରେ ଶତାଧିକ ଏକ୍ସ କ୍ୟାଡର ଶିକ୍ଷକ କର୍ମକର୍ତିା ମାନେ ଏହି କାର୍ଯ୍ୟକ୍ରମରେ ସାମି...

Prime Odisha December 4, 2022, 11:07 am     802 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us