BREAKING

ବୈପାରିଗୁଡ଼ାରେ ବାଲିଯାତ୍ରା ପାଳିତ ଆଦିବାସୀଙ୍କ ଗଣପର୍ବ କୃଷିଜାତ ଦ୍ରବ୍ୟକୁ ନେଇ ପୁଜାର୍ଚ୍ଚନା


ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡ଼ା ବ୍ଳକର ଆଦିବାସୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଚାଷ କାର୍ଯ୍ୟର ଉନ୍ନତି ପାଇଁ ଆଦିବାସୀ ପରମ୍ପରାର ବାଲିଯାତ୍ରା ବୈପାରିଗୁଡା ବ୍ଲକରେ ଅନୁଷ୍ଠିତ ହୋଇଛି । ଓଡିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ କରୋନା କଟକଣା ପାଇଁ ଦୁଇ ବର୍ଷ ହେବ ଏହି ବାଲିଯାତ୍ରା ବୈପାରିଗୁଡା ବ୍ଲକରେ ଫିକା ପଡିଥିବା ବେଳେ ଚଳିତ ବର୍ଷ ବହୁ ଆଡମ୍ବର ସହିତ ବାଲିଯାତ୍ରା ପାଳନ କରାଯାଇଥିବା ବେଳେ କମିଟି ପକ୍ଷରୁ ଦେବୀଙ୍କ ଲାଠି ବୈପାରିଗୁଡା ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଛି । ପ୍ରାୟ ଦୁଇ ଶହ ବର୍ଷର ବାଲିଯାତ୍ରା ପରମ୍ପରା ପ୍ରତି ବର୍ଷ ପରି ଏହି ବର୍ଷ ପାଳନ କରାଯାଇଛି । ଓଡ଼ିଶାର ଏøତାହାସିକ ସହର କଟକଠାରେ ଯେଉଁ ବାଲିଯାତ୍ର୍ର ପ୍ରତିବର୍ଷ ଅନୁଷ୍ଠିତ ହେଉଛି, ତାହଠାରୁ ଏହି ବାଲିଯାତ୍ରା ସଂପୂର୍ଣ୍ଣ ଭିନ୍ନ । ଆଦିବାସୀ ପରମ୍ପରାରେ ଏହି ପର୍ବକୁ ପାଳନ କରି, ପ୍ରକୃତି ଦେବୀଙ୍କୁ ପୂଜା କରିବା ସହ ଜମିରେ କରାଯାଇଥିବା ଶସ୍ୟର ସଫଳ ଉତ୍ପାଦନ କାମନା କରାଯାଇଥାଏ । ଏହି ପରମ୍ପରାରେ ପ୍ରତି ବର୍ଷପରି ଗଣେଶ ପୂଜାର ନଅ ଦିନ ପରେ ପୂଜାପାଠ କରି ନଦୀରୁ ବାଲି ସଂଗ୍ରହ କରାଯାଇଥାଏ । ଏହା ପରେ ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ବିହନ ସଂଗ୍ରହ କରାଯାଇଥାଏ । ଏହା ପରେ ଗ୍ରାମର ହୁଣ୍ଡି ଦେବତା ନିକଟରେ ବାଉଁଶ ଓ ନଡ଼ାରେ ବାଲି କୁଡ଼ିଆ ନିର୍ମାଣ କରାଯାଇଥାଏ । ଏହି ବାଲି କୁଡ଼ିଆରେ ସଂଗ୍ରହ କରାଯାଇଥିବା ବାଲି ଗୋଟିଏ ବାଉଁରେ ନିର୍ମାଣ କରାଯାଇଥିବା ଗୁଲିରେ ବିହନ ପକାଯାଇ ପୂଜାପାଠ ବାଲଯାତ୍ରା ଅନୁଷ୍ଠିତ ହେବା ପର୍ଯ୍ୟନ୍ତ କରାଯାଇଥାଏ । ବାଲିଯାତ୍ରା ଦିନ ଏହି ବାଲିକୁଡି଼ଆକୁ ଉଜୁଡ଼ାଯାଇଥାଏ । ବାଉଁଶ ତିଆରି ଟୋକେଇରେ ଯେଉଁ ବିହନ ଥେଏ ତାକୁ ବିହନ ପକାଇବା ଦିନଠାରୁ ବାଲି ଯାତ୍ରା ଦିନ ପର୍ଯ୍ୟନ୍ତ ସନ୍ଧ୍ୟାରେ ପୂଜା କରିବା ସହ ହଳଦି ପାଣି ଦିଆଯାଇଥାଏ । ଏହା ଫଳରେ ଏହି ବହନ ହଳଦିଆ ବର୍ଣ୍ଣର ବୀଜ ଆକାର ଧାରଣା କରିଥାଏ । ଏହାକୁ ବାଲି ଫୁଲ କହିଥାନ୍ତି । ଏହି ବାଲି ଯାତ୍ରାର ପ୍ରତିକ ରୂପେ ଲାଠି ଦେବତାକୁ ପୂଜା କରାଯାଇଥାଏ । ଏହି ଲାଠି ଦେବତାଙ୍କୁ ଗୁମ୍ମାଗ୍ରାମରୁ ପୂଜାପାଠ କରିବା ସହ ବୈପାରଗୁଡ଼ା ସହର ପରିକ୍ରମା କରିବା ସହ ପ୍ରତ୍ୟେକ ଘରକୁ ନିଆଯାଇଥାଏ, ସମସ୍ତଙ୍କ ଘରେ ପୁଜା ପାଇବା ପରେ ବୋଦାପୁଟ ଗ୍ରାମକୁ ନିଆଯାଇଥାଏ । ରାଜାମହାରାଜା ସମୟରେ ହିଂଜଡ଼ା ନୃତ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିବା ବେଳେ ସମୟକ୍ରମେ ଏହି ନୃତ୍ୟ ଲୋପ ପାଇ ଯାଇଛି । ବିଶ୍ୱ ସାମ୍ରଜ୍ୟବାଦର ଉଦ୍ଧାରୀ କରଣ ନିତୀ ପରେ ଗ୍ରାମାଚଂଳର ରେ ସଭ୍ୟତାର ପରିବର୍ତନ ପରେ ଏହି ବଲିଯାତ୍ରା ଉଭେଇ ଯିବାକୁ ବସି ଥିବା ବେଳେ ଚଳିତ ବର୍ଷ ନୂତନ ସରପଂଚ ସୂର୍ଯ୍ୟମଣି ନାୟକ ଟିକେ ଅଲଗା ଢାଂଚାରେ ବାଲିଯାତ୍ରା ପାଳନ କରିଛନ୍ତି । ଦେବୀଙ୍କ ଲାଠି ବୈପାରିଗୁଡା ସହର ପରିକ୍ରମା କରୁଥିବା ସମୟରେ ବିଭିନ୍ନ ପ୍ରକାର ବାଦ୍ୟନୃତ ସହ ଆଦିବାସୀ ନାଚର ତାଳେ ତାଳେ ଲାଠି ଙ୍କୁ ସ୍ୱାଗତ କରିଛନ୍ତି ଅଂଚଳବାସୀ ।

ଭୀମଭୋଇ ଭିିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ:ବୈପାରିଗୁଡ଼ା

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସିମାଂଚଳ ମହାପାତ୍ର, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖରା, ଜିଲ୍ଲା ମୁଖ୍ୟ ସାମାଜିକ ସୁରକ୍ଷା ଅଧିକାରୀ ଆହାନା ବେଦ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ଉପାଧ୍ୟକ୍ଷ ପୂର୍ଣ୍ଣମା ବାରିକ, ସରପଂଚ ସୂର୍ଯ୍ୟମଣି ନାୟକ, ସମିତିସଭ୍ୟ ମଞ୍ଜୁଲତା ପଟ୍ଟନାୟକ, ଜିଲ୍ଲାପରିଷଦ ରାଜେଶ୍ୱର ମହୁରିଆ, ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ ପ୍ରମୁଖଙ୍କ ଉପସ୍ଥିତିରେ ଶିବିରକୁ ଆନୁଷ୍ଠାନ୍ମଳ ଭାବେ ଉଦ୍‌ଘା...

Prime Odisha December 7, 2022, 12:36 pm     410 Views

କାର୍ଯ୍ୟରତ କୁନ୍ଦୁରା ବିଡ଼ିଓଙ୍କ ଧୁମଧାମରେ ବାହାଘର ସମାପନ, ଯୋଗ ଦେଲେ ଜିଲ୍ଲାପାଳ,ସର୍ବଦଳୀୟ ରାଜ ନେତା ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ

କୁନ୍ଦୁରା(ମନୋଜ ଦାଶ):ଗତ ପାଞ୍ଚ ମାସ ହେବ ନୂତନ ଭାବେ ଯୋଗ ଦେଇଥିବା କୁନ୍ଦୁରା ବ୍ଲକ ବିଡ଼ିଓ ସନ୍ଧ୍ୟା ସମରଥଙ୍କ ବାହାଘର ଧୂମଧାମ ରେ ଇତିମଧ୍ୟରେ ଶେଷ ହୋଇ ଯାଇଛି l ଶ୍ରୀମତୀ ସମରଥ ଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ସାଲିମ ଗ୍ରାମରେ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଗୋପୀନାଥପୁର ନିବାସୀ ତଥା ଜଗତସିଂହପୁର ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ କମଲେସ୍ ମହନ୍ତ ଙ୍କ ସହ ତାଙ୍କ ବାହାଘର ହୋଇଛି l କୋରାପୁଟ ସହର ନିକଟରେ ଥିବା ତଥାସ୍ତୁ କଲ୍ୟାଣୀ ମଣ୍ଡପ ଠାରେ ଏହି ଶୁଭ କର୍ଯ୍ୟ ଆୟୋଜନ ହାଇଥିଲା l ଯେହେତୁ କୁନ୍ଦୁରା ବ୍ଲକ ର କାର୍ଯ୍ୟରତ ବିଡ଼ିଓଙ୍କ ବାହାଘର ତେଣୁ ଉକ୍ତ ବ୍ଲକର ସର୍ବଦଳୀୟ ରାଜ ନେତା ଓ ସରକାରୀ କର୍ମଚାରୀ ମାନେ ଯୋଗଦେଇ ଥିଲେ l ଏହ...

Prime Odisha November 29, 2022, 9:22 am     233 Views

ବୈପାରିଗୁଡା ବିଏସ୍‌ଏଫ୍ ଯବାନଙ୍କ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ସ୍ଥିତ ସୀମା ସୁରକ୍ଷା ବାହିନୀ ( ବିଏସ୍‌ଏଫ୍ ) ୧୫୧ ବିଏନ ପକ୍ଷରୁ ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ରାଷ୍ଟ୍ର ନିର୍ମାତା ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୭ ତମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଥିବା ବେଳେ ବୈପାରିଗୁଡା ବ୍ଲକରେ ନିୟୋଜିତ ଥିବା ୧୫୧ ବିଏନ ବିଏସ୍‌ଏଫ୍ ପକ୍ଷରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଭା ଆୟୋଜନ କରି ବୈପାରିଗୁଡା ଅଂଚଳର ଛାତ୍ରଛାତ୍ରୀ, ଜନସାଧାରଣ,ବୃଦ୍ଧିଜୀବି ମାନଙ୍କୁ ନେଇ ଏକ ଗଣଦୌଡ କାର୍ଯ୍ୟକ୍ରମ କରିଥିଲେ । ୧୫୧ ବିଏନର ବିଏସ୍‌ଏଫ୍ ମୁଖ୍ୟ କମାଣ୍ଡ...

Prime Odisha November 1, 2022, 11:44 am     699 Views

ଅନୁସୂଚିତ ଜନଜାତି ବାଳକ ବାଳିକାଙ୍କ ଲୁକ୍କାୟିତ ପ୍ରତିଭାର ପ୍ରୋତ୍ସାହନ ପାଇଁ କ୍ରୀଡା ପ୍ରତିଯୋଗିତା ଆୟୋଜିତ

କୁନ୍ଦୁରା(ବ୍ୟୁରୋ ରିପୋର୍ଟ):ଆଜି ସ୍ଥାନୀୟ ଶାସ୍ତ୍ରୀ ମୈଦାନ ଠାରେ ବନବାସୀ କଲ୍ୟାଣ ଆଶ୍ରମ ଓଡିଶା ଦ୍ୱାରା ଅନୁସୂଚିତ ଜନଜାତି(ଏସ.ଟି) ପୁଅ ଝିଅଙ୍କ ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରିବା ଓ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଭା ଦେଖାଇବା ନିମନ୍ତେ ଜିଲ୍ଲା ସ୍ତରୀୟ ଖୋଖ ଓ ତୀର ଚାଳନା ପ୍ରତିଯୋଗିତା କରାଯାଇଛି l ଏହି ପ୍ରତିଯୋଗିତା ରେ କୋରାପୁଟ ଜିଲ୍ଲାର ଚଉଦଟି ବ୍ଲକରୁ ଜନଜାତି ଶ୍ରେଣୀର ପୁଅ ଝିଅ ମାନେ ବିଭିନ୍ନ ବିଦ୍ୟାଳୟ ମାନଙ୍କରୁ ଖେଳ ଶିକ୍ଷକଙ୍କ ସହିତ ଆସି ଯୋଗ ଦେଇଥିଲେ l ସକାଳ ଏଗାରଟା ରେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷl ରାଜେଶ୍ୱରୀ ପରଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ପରିଚାଳନା କରିଥିଲେ ସମ୍ଭାଗ ସ...

Prime Odisha October 30, 2022, 5:44 am     773 Views

ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ନବରଙ୍ଗପୁର:ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଏମ. ଖୁଟୁଗୁଡା ଗ୍ରାମରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି, ପାନୀୟଜଳ ସୁବିଧା, ଶ୍ରେଣୀଗୃହ ନିର୍ମାଣ ଓ ଖେଳ ପଡିଆ ନିର୍ମାଣ ଦାବି କରି ଶନିବାର ସକାଳେ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି | ସୂଚନାଯୋଗ୍ୟ:- ଉକ୍ତ ବିଦ୍ୟାଳୟରେ ୧ ମ ଶ୍ରେଣୀରୁ ୮ ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୩୧ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି | ୫ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି ଏଥିରୁ ଶିକ୍ଷକ ସଞ୍ଜୟ ଜେନାଙ୍କୁ ଗୋଦମାଗୁଡା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଛି | ସେଥିରୁ ଜଣେ ପ୍ରଧାନଶିକ୍ଷକ ଯେକି ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ବେଳେ ଆଉ ଜଣେ ଶିକ୍ଷକ ବିଏଲଓ କ...

Prime Odisha October 22, 2022, 11:07 am     223 Views

ଭୁବନ ପୋଲିସ ର ଫ୍ଲାଗ ମାର୍ଚ୍ଚ

ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନର ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ବଜାୟ ରଖି ପୂଜା ପାଳନ କରିବା ପାଇଁ ଆଜି ସନ୍ଧ୍ୟା ରେ ଭୁବନ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ଓ କାମାକ୍ଷା ନଗର ଏସ୍ଡ଼ିପିଓ ରଞ୍ଜନ କୁମାର ଦେଓ ଙ୍କ ତତ୍ତ୍ଵାବଧାନରେ ଭୁବନ ସହର ର ଗଳି କନ୍ଧି ପୋଲିସ ର ଫ୍ଲାଗ ମାର୍ଚ୍ଚ କରିଥିଲା । ଏହା ଦ୍ବାରା ପୋଲିସ ତରଫରୁ ଭୁବନ ଜନସାଧାରଣ ଙ୍କ ପାଇଁ ବାର୍ତ୍ତା ଗଲା ଯେ ସମସ୍ତେ ଶାନ୍ତି ଶୃଙ୍ଖଳା ରକ୍ଷା କରି ଏହି ପ୍ରସିଦ୍ଧ ଦଶହରା ଓ ବଳଦ ଯାତ୍ରାକୁ ଉପଭୋଗ କରନ୍ତୁ। ଏଣୁ ଆଜି ସନ୍ଧ୍ୟାରେ ଭୁବନ ଥାନା ତରଫରୁ ଭୁବନ କାଳୀ ବଜାର ଠାରୁ ପୋଲିସ ର ଫ୍ଲାଗ୍ ମାର୍ଚ୍ଚ ଆରମ୍ଭ ହୋଇ ଭୁବନ ସହର ସାରା ଫ୍ଲାଗ ମାର୍ଚ୍ଚ କରାଗଲା ଏହି ପ୍ଳାଗ ...

Prime Odisha October 3, 2022, 2:54 am     539 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କେଉଁ ଠି ଆଲୁଅ ଅଛି ତ କେଉଁ ଠି ଅଳ୍ପ ଟିକେ ଅନ୍ଧାର ଶ୍ରେଣୀ ଗୃହ ଭ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ସ୍ତରୀୟ ପରବ ୨୦୨୨ କାର୍ଯ୍...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ପଂଚାୟତ ସମିତି କାର୍ଯ୍ୟାଳୟ ପ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us