BREAKING

ଉପାନ୍ତ ଅଂଚଳରେ ଦେଶୀଡଙ୍ଗା ସାହାରା:ଭାଙ୍ଗି ଯିବା ସତ୍ୱେ ମୌନ ପ୍ରଶାସନ


ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲୋକଙ୍କ ଗୋଟିଏ ମାତ୍ର ସାହାଭରସା କେବଳ ଦେଶୀ ଡଙ୍ଗା । ତେବେ ସରକାର ବଦଳିଲେ,ନେତା ,ମନ୍ତ୍ରୀ , ବିଧାୟକ ବି ବଦଳି ଗଲେ । ଲୋକଙ୍କ ଯାତାୟତ ପାଇଁ ବିଜ୍ର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ତାହା ସହ ବିଜ୍ର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡଙ୍ଗାରେ ଏ ପଟେ ରୁ ସେ ପଟକୁ ଯିବା ପାଇଁ ପ୍ରଶାସନ ତରଫରୁ ନୂତନ ଡଙ୍ଗା ମଧ୍ୟ ଯୋଗାଇ ଦିଆଗଲା । ମାତ୍ର ବର୍ଷକ ଭିତରେ ନୂତନ ଡଙ୍ଗା ମଧ୍ୟ ଭାଙ୍ଗିରୁଜି ନଦୀ ପାଣିରେ ମିଶି ଯାଇଥିବାର ଦେଖିବାକୁ ମିଳିଲା । ବର୍ଷକୁ ଦୁଇ ଦୁଇ ଥର ସରକାରୀ କର୍ମଚାରୀ ଓ ନେତା ମନ୍ତ୍ରୀ ବିଧାୟକ ସାସଂଦ ଯାଆନ୍ତି ପୁଣି ସେହି ଗ୍ରାମକୁ । ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ପ୍ରଶାସନ ତରଫରୁ ଏକ ନୂତନ ଡଙ୍ଗା ମିଳିଲା ମାତ୍ର ବର୍ଷ କ ଭିତରେ ଭାଙ୍ଗିରୁଜି ଯିବା ଫଳରେ ଏବେ ବର୍ଷା ଦିନେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖ୍ୟନ ହେଉଥିବାର କହିଛନ୍ତି । ଗାଁକୁ ଚାଲ ଗାଁକୁ ଗଢ ଏ ପରି ଅନେକ ସ୍ଲୋଗାନ ନେଇ ସରକାରଙ୍କ କାହିଁରେ କେତେ ଯୋଜନା କିନ୍ତୁ ଏ ଚିତ୍ର ହିଁ ବୟାନ କରୁଛି ବିକାଶର ବାସ୍ଥବତା । ଆଜିକା ଯୁଗରେ ମନୁଷ୍ୟ ଚନ୍ଦ୍ରରେ ରହିବା ପାଇଁ ଅଣ୍ଠା ଭିଡିଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମୁା ପଂଚାୟତ ଠାରୁ ଏପରି କିଛି ଗାଁ ରହିଛି ଯେଉଁଠି କି ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ବିପନକୁ ନିମନ୍ତ୍ରଣ କରି ଦେଶୀ ଡଙ୍ଗା ଉପରେ ନିର୍ଭିର କରୁଛନ୍ତି । ତେନ୍ତୁଳିଗୁମ୍ମୁା ପଂଚାୟତର ମଧୁପୁର ଘାଟରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଲୋକଙ୍କ ସାହାଭରସା କେବଳ ଡଙ୍ଗା । ବୈପାରିଗୁଡା ବ୍ଳକ କାର୍ଯ୍ୟଳୟକୁ ଯିବାକୁ ହେଲେ ୭୦ ରୁ ୮୦ କିଲୋମିଟର ଯିବାକୁ ପଡେ । କିନ୍ତୁ ଉକ୍ତ ନଦୀ ପାରା ହୋଇ ଅନ୍ୟ ରାସ୍ତାରେ ବୈପାରିଗୁଡା ଆସିଲେ ୪୫ କିଲୋମିଟର ପଡିଥାଏ । ଖରା ଓ ଶୀତ ଦିନରେ ଲୋକେ ଠିକ୍ ଭାବରେ ଉକ୍ତ ଦେଶୀଡଙ୍ଗାରେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନ ଆସିଲେ ଲୋକେ ଭଗବାନକୁ ଡାକି ନଦୀ ପାର ହେଉଥିବା ବେଳେ ଏବେ ମଧୁପୁର ଘାଟ ର ଡଙ୍ଗା ଭାଙ୍ଗି ଯିବା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖ୍ୟନ ହେଉଛନ୍ତି ଗାଁ ଗହଳିର ଲୋକେ । ସରକାର ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ସୋମବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଏକ ଆକର୍ଷଣୀୟ ମୂର୍ତି ସହ ଆକର୍ଷଣୀୟ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ଡାବୁଗାଁ ସହର | ମାଙ୍କ ପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛି | ଏହି ପୂଜାରେ କର୍ତ୍ତାଭାବେ ବିକାଶ ରଞ୍ଜନ ନିଶଙ୍କ, ପ୍ଲାବନ ଜେନା ଓ ବାବୁଲି ପଟ୍ଟନାୟକ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ଏଥିରେ ମୁଖ୍ୟ ପୂଜକ ମହେଶ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ବ୍ରଜ କିଶୋର ଦାଶ ଓ ଜିତେନ୍ଦ୍ର ମିଶ୍ର ପୂଜାରେ ସହାୟତା କରୁଛନ୍ତି | ମଙ୍ଗଳବାର ମାଁ ଙ୍କ ନବମୀ ପୂଜା ଓ ବୁଧବାର ମାଁ ଙ୍କ ଦଶମୀ ପୂଜା ଅନୁଷ୍ଠିତ ହେବ...

Prime Odisha October 3, 2022, 9:54 am     908 Views

ବରିଷ୍ଠ ନାଗରିକଙ୍କ ଦେହାନ୍ତରେ ଶୋକର ଛାୟା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡକୁମୁଲି ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଟ ନାଗରିକ ମଧୁସୂଦନ ନାୟକଙ୍କ ଆଜି ଦେହାନ୍ତ ହୋଇ ଯାଇଛି l ସେ ୧୯୪୧ ମସିହାରେ ବଡକୁମଲି ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଭଗତ ନାୟକ ଯେମିତି ଗ୍ରାମର ଲୋକ ମାନଙ୍କୁସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ ।ପିଲାଟି ଦିନରୁ ବାପାଙ୍କ କଥାରେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। କୌଣସି ଲୋକଙ୍କ ଅସୁବିଧା ରେ ସେ ଲୋକମାନଙ୍କ ପାଇଁ ଆଗରେ ଠିଆ ହେଉଥିଲେ। କୌଣସି ଲୋକ ଯେମିତି ଗ୍ରାମରେ ଭୋକିଲା ରହିବେ ନାହି। ଲୋକମାନଙ୍କୁ ସେ ଡାକି ଉଧାର ବାବଦରେ ଧାନ ଦେଇ ଗ୍ରାମର ଲୋକମାନଙ୍କ ଭୋକର ଅଭାବ ହେବାକୁ ଦେଉ ନ ଥିଲେ। ଯୁବକ ମାନଙ୍କୁ ବାପା ମା ମାନଙ୍କୁ ଦେବତା ଭଳି ସ...

Prime Odisha October 3, 2022, 9:50 am     696 Views

68ତମ ବନ୍ୟ ଜନ୍ତୁ ସପ୍ତାହ ପାଳନ

ନବରଙ୍ଗପୁରା:ପାପଡାହାଣ୍ତି ମୃଗବିହାର ପରିସରରେ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବନ୍ୟଜନ୍ତୁ କୁ ସୁରକ୍ଷା କିପରି କରିବା ତାଙ୍କୁ ଆମେ ସୁରକ୍ଷା ଦେବାର ମୂଳ ଉଦ୍ଦେଶ୍ୟ କଣ ରହିଛି i ଆମେ ଦେଖୁଛୁ ଆଜିକାଲି ମଣିଷ ମାନେ ନିଜର ସ୍ୱାର୍ଥ ପାଇଁ ବନ୍ୟପ୍ରାଣୀ ଙ୍କୁ ମାରି ଦେଉଛନ୍ତି ।କିଛି ପଇସା ଲୋଭ ପାଇଁ ପଶୁପକ୍ଷୀ ଙ୍କ ଶିକାର କରିଥାନ୍ତି ।ଏହାକୁ ରୋକିବା ପାଇଁ ବହୁତ ଜରୁରୀ । ଆମେ ଆଜିକାଲି ଦେଖିଛୁ ବିଭିନ୍ନ ଯାଗାରେ ବାୟୁ ପ୍ରଦୁଷଣ ହେବାର ଲାଗିଛି । ଆଉ ବର୍ଷା ମଧ୍ୟ ବହୁତ କମ ହେଉଛି। ଚାଷୀମାନେ ସମସ୍ତେ ଲୋକେ ଏହା ଲାଗି ହଇରାଣ ହେଉ ଅଛନ୍ତି । ଏହାଦ୍ୱାରା ବନ୍ୟପ୍ରାଣି, ବନ୍ୟଜନ୍ତୁ କୁ ସୁରକ୍ଷା କରିବା ବହୁତ ଜରୁରୀ । ବନ୍ୟଜନ...

Prime Odisha October 3, 2022, 3:01 am     378 Views

କୋରାପୁଟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କୋରାପୁଟ:କୋରାପୁଟ ସଦର ମହକୁମାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାତଃ ୫ ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ରାମଧୁନ ଓ ପ୍ରଭାତଭେରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୁକୁଡା ଫାର୍ମ ନିକଟରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର,କୋରାପୁଟ ବିଧାୟକ ରଘୁରାମ ପଡାଲ, କୋରାପୁଟ ଉପ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୁର୍ବତନ ବିଧାୟକ ଗୁପ୍ତ ପ୍ରାସାଦ ଦାସ, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭଗବାନ ବାହି...

Prime Odisha October 3, 2022, 2:50 am     936 Views

ବୈପାରିଗୁଡାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକ ପ୍ରଶାସନ ଓ ମହୁଲି ଗ୍ରାମପଂଚାୟତରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଲକ ପରିସର ଭିତରେ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ଓ ଜନସାଧାରଣ ମାନେ ପାଳନ କରିଥିବା ବେଳେ ମହୁଲି ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ସରପଂଚ ସଦା ଜାନୀ, ସମିତିସଭ୍ୟ ଭକ୍ତରାମ ହରିଜନ, ଯୋଗାଣ ସହାୟକ ଲିପୁ ମହାପାତ୍ର ,ପିଇଓ, ୱାର୍ଡମେମ୍ବର ଓ ଅନ୍ୟ କର୍ମଚାରୀ, ଗ୍ରାମବାସୀ ମାନେ ଉପସ୍ଥିତ ରହି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀଙ୍କ ଫୋଟ...

Prime Odisha October 2, 2022, 10:52 am     625 Views

ଭାରତ ମାତାର ଦୁଇ ବରପୁତ୍ର ଶାସ୍ତ୍ରୀଜୀ ଓ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳିତ

ନବରଙ୍ଗପୁର:ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଶହରା ଛୁଟି ହୋଇ ଥିବାରୁ ସମସ୍ତ ଛାତ୍ରୀ ଓ କର୍ମଚାରୀ ଛୁଟିରେ ଘରକୁ ଯାଇଛନ୍ତି।ଉକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଛୁଟିରେ ଜାଇ ନ ଥିବାରୁ ଆଜି ଭାରତର ତ୍ରୁତୀୟ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ଅକ୍ଟୋବର ୨ତାରିଖ ହୋଇ ଥିବାରୁ ପ୍ରଧାନ ଶିକ୍ଷକ ନିଜ କାର୍ଜ୍ୟାଳୟରେ ଦୁଇ ମହାନ ବ୍ୟକ୍ତିତ୍ଵ ଙ୍କ ଫଟୋ ରଖି ଫୁଲମାଳ ପକାଇ ଧୁପ ଦିପ ପ୍ରଜ୍ଵଳନ କରାଇ ଶାସ୍ତ୍ରୀଜୀ ଓ ଗାନ୍ଧୀଜୀ ଙ୍କ ଜୟନ୍ତୀ ପାଳନ କରିଥିଲେ।ଯେତେବେଳେ ଯେଉଁ ପର୍ବ ପର୍ବାଣୀ ହେଉ ଏହି ବିଦ୍ୟାଳୟ ରେ ପାଳନ ହୋଇ ଥାଏ,ତେଣୁ ଛାତ୍ରୀମାନେ ଘର...

Prime Odisha October 2, 2022, 10:06 am     525 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ସୋମବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମା...

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡକୁମୁଲି ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଟ ନାଗରିକ ମଧୁ...

ନବରଙ୍ଗପୁରା:ପାପଡାହାଣ୍ତି ମୃଗବିହାର ପରିସରରେ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ର...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us