BREAKING

ପ୍ରତିବାଦ ଦିବସ ରେ ଦାବୀ ପତ୍ର ପ୍ରଦାନ


ନବରଙ୍ଗପୁର:ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ଦାବିପତ୍ର ADM ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଜରିଆରେ ଶ୍ରୀମାନ ନରେନ୍ଦ୍ର ଦାମୋଦର ମୋଦି ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ସକାଶେ ଦାବିପତ୍ର ପ୍ରଦାନ କରାଗଲା, ଆଜି ଅଗଷ୍ଟ 10 ତାରିଖକୁ "ପ୍ରତିବାଦ ଦିବସ "ଭାବରେ ଭାରତର ସମସ୍ତ ରାଜ୍ୟ ରୁ ଏହି ଦାବିପତ୍ର ପ୍ରଦାନ କରିବା ସକାଶେ ସ୍ଥିର କରିବା ଅନୁସାରେ ନବରଙ୍ଗପୁର ଜ଼ିଲ୍ଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି l
ଏହାର ମୂଳ ଉଦ୍ଦେଶ୍ୟ ହେଲା, ଭାରତ ସମ୍ବିଧାନର ଅନୁସୂଚିତ ଜାତି ଵର୍ଗର ଅଧିକାରରୁ ବିଚ୍ୟୁତ କରାଯାଇଅଛି l 1950 ମସିହା ଯାହା ସମ୍ବିଧାନର ପାରା 3 ରେ ଯୋଗ କରାହେଇଛି l ଏହା ଭାରତୀୟ ଦଳିତ ଖ୍ରୀଷ୍ଟିଆନ ମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାର କ୍ଷ୍ୟୁର୍ଣ୍ଣ ହେଉଅଛି l ଏହି ଦେଶର ମୂଳ ଜାତି ହୋଇ ମଧ୍ୟ ଜାତି ଭିତ୍ତିକ ସଂରକ୍ଷଣରୁ ଵାଦ ଦିଆଯାଇଛି l ଅନ୍ୟ ପକ୍ଷରେ ଭାରତର ଯେ କୌଣସି ଜାତିର ଲୋକ ଯେ କୌଣସି ଧର୍ମ ଗ୍ରହଣ କଲେ ଏସି ଷ୍ଟାଟସ ମିଳେ ନାହିଁ l ଏହା ସମ୍ପୂର୍ଣ୍ଣ ଦଳିତ ଖ୍ରୀଷ୍ଟିଆନ ମାନଙ୍କ ବିରୁଦ୍ଧରେ ନିଷ୍ପତି ଓ ଧର୍ମ ଆଧାରରେ ପକ୍ଷପାତ ଏବଂ ଭେଦ ଭାବ କରାଯାଇଅଛି l
ଏହି ବିଷୟରେ ପୂର୍ବତନ ମୂଖ୍ୟ ବିଚାରପତି ଶ୍ରୀମାନ ରଙ୍ଗନାଥ ମିଶ୍ର ଓ ବହୁ ବୁଦ୍ଧିଜୀବୀ ଓ ବହୁ ସଂଗଠନ ମତାମତ ଦେଇଛନ୍ତି ଯେ ଦଳିତ ଖ୍ରୀଷ୍ଟିଆନ ମାନଙ୍କୁ ଏସି ଷ୍ଟାଟସ ଦିଆଯାଉ l ଏହି ବିଷୟରେ ଦାବିପତ୍ର ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ ଜ଼ିଲ୍ଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଅଛି l
ଏହି ସଂଗଠନର ସଭାପତି ଡ଼ଃ ବିକ୍ରମ କୁମାର ନାଗ, ରେଭ ପଙ୍କଜ ସିପା ଉପ ସଭାପତି, ରେଭ ପ୍ରଦୀପ କୁମାର ନନ୍ଦ ସାଧାରଣ ସମ୍ପାଦକ,ରେଭ ଡ଼ଃ ଶାମୁଏଲ ଲିମା ଯୁଗ୍ମ ସମ୍ପାଦକ, ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ କୋଷାଧକ୍ଷ, ରେଭ ଗାବ୍ରିଏଲ ସେନାପତି ପ୍ରୋଗ୍ରାମ ସମ୍ପାଦକ, ସୁକାନ୍ତ ନାଗ ଅର୍ଗାନାଇଜର, ରେଭ ମାହେର ହିଆଲ କୋଡିନେଟର, ଯୋସେଫ କେନେଡି ମିଡ଼ିଆ ସମ୍ପାଦକ, ଈଶ୍ୱରଦାନ ସୁନା ଉପଦେଷ୍ଟା, ସନାତନ ମହାନ୍ତି ଉପଦେଷ୍ଟା, ସୁଧାଂଶୁ ସାଧୁ ଲିଗାଲ ଉପଦେଷ୍ଟା,ଫିରୋଜ ବାଘ, ତେଜବିନ ନାୟକ, ବାବୁଲା ପରିଚ୍ଛା, ବିରାଜ ମୋହନ କନ୍ଦପାନ ,ଗାବ୍ରିଏଲ କର୍କରା,ଏନ. କେ. ଖୋସଲା, କିଶୋର କୁମାର ଟାକ୍ରୀ ସମସ୍ତେ ଉପସ୍ଥିତ ଥିଲେ l

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଦିଶା ନିୟୁଜ୍

ଡାବୁଗାଁ ରେ ମା ଦୂର୍ଗାଙ୍କ ଅଷ୍ଟମୀ ପୂଜା

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ସୋମବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମାଙ୍କ ଅଷ୍ଟମୀ ପୂଜା ଶେଷ ହୋଇଥିଲା | ଏକ ଆକର୍ଷଣୀୟ ମୂର୍ତି ସହ ଆକର୍ଷଣୀୟ ତୋରଣ ଏବଂ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ଉଠୁଛି ଡାବୁଗାଁ ସହର | ମାଙ୍କ ପୂଜା ଦେଖିବାକୁ ବହୁ ଭକ୍ତଙ୍କ ସମାଗମ ହେଉଛି | ଏହି ପୂଜାରେ କର୍ତ୍ତାଭାବେ ବିକାଶ ରଞ୍ଜନ ନିଶଙ୍କ, ପ୍ଲାବନ ଜେନା ଓ ବାବୁଲି ପଟ୍ଟନାୟକ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି | ଏଥିରେ ମୁଖ୍ୟ ପୂଜକ ମହେଶ ପଣ୍ଡା ପୂଜା କାର୍ଯ୍ୟ ସମ୍ପାଦନା କରୁଥିବା ବେଳେ ବ୍ରଜ କିଶୋର ଦାଶ ଓ ଜିତେନ୍ଦ୍ର ମିଶ୍ର ପୂଜାରେ ସହାୟତା କରୁଛନ୍ତି | ମଙ୍ଗଳବାର ମାଁ ଙ୍କ ନବମୀ ପୂଜା ଓ ବୁଧବାର ମାଁ ଙ୍କ ଦଶମୀ ପୂଜା ଅନୁଷ୍ଠିତ ହେବ...

Prime Odisha October 3, 2022, 9:54 am     744 Views

ବରିଷ୍ଠ ନାଗରିକଙ୍କ ଦେହାନ୍ତରେ ଶୋକର ଛାୟା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡକୁମୁଲି ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଟ ନାଗରିକ ମଧୁସୂଦନ ନାୟକଙ୍କ ଆଜି ଦେହାନ୍ତ ହୋଇ ଯାଇଛି l ସେ ୧୯୪୧ ମସିହାରେ ବଡକୁମଲି ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଭଗତ ନାୟକ ଯେମିତି ଗ୍ରାମର ଲୋକ ମାନଙ୍କୁସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ ।ପିଲାଟି ଦିନରୁ ବାପାଙ୍କ କଥାରେ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। କୌଣସି ଲୋକଙ୍କ ଅସୁବିଧା ରେ ସେ ଲୋକମାନଙ୍କ ପାଇଁ ଆଗରେ ଠିଆ ହେଉଥିଲେ। କୌଣସି ଲୋକ ଯେମିତି ଗ୍ରାମରେ ଭୋକିଲା ରହିବେ ନାହି। ଲୋକମାନଙ୍କୁ ସେ ଡାକି ଉଧାର ବାବଦରେ ଧାନ ଦେଇ ଗ୍ରାମର ଲୋକମାନଙ୍କ ଭୋକର ଅଭାବ ହେବାକୁ ଦେଉ ନ ଥିଲେ। ଯୁବକ ମାନଙ୍କୁ ବାପା ମା ମାନଙ୍କୁ ଦେବତା ଭଳି ସ...

Prime Odisha October 3, 2022, 9:50 am     833 Views

68ତମ ବନ୍ୟ ଜନ୍ତୁ ସପ୍ତାହ ପାଳନ

ନବରଙ୍ଗପୁରା:ପାପଡାହାଣ୍ତି ମୃଗବିହାର ପରିସରରେ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବନ୍ୟଜନ୍ତୁ କୁ ସୁରକ୍ଷା କିପରି କରିବା ତାଙ୍କୁ ଆମେ ସୁରକ୍ଷା ଦେବାର ମୂଳ ଉଦ୍ଦେଶ୍ୟ କଣ ରହିଛି i ଆମେ ଦେଖୁଛୁ ଆଜିକାଲି ମଣିଷ ମାନେ ନିଜର ସ୍ୱାର୍ଥ ପାଇଁ ବନ୍ୟପ୍ରାଣୀ ଙ୍କୁ ମାରି ଦେଉଛନ୍ତି ।କିଛି ପଇସା ଲୋଭ ପାଇଁ ପଶୁପକ୍ଷୀ ଙ୍କ ଶିକାର କରିଥାନ୍ତି ।ଏହାକୁ ରୋକିବା ପାଇଁ ବହୁତ ଜରୁରୀ । ଆମେ ଆଜିକାଲି ଦେଖିଛୁ ବିଭିନ୍ନ ଯାଗାରେ ବାୟୁ ପ୍ରଦୁଷଣ ହେବାର ଲାଗିଛି । ଆଉ ବର୍ଷା ମଧ୍ୟ ବହୁତ କମ ହେଉଛି। ଚାଷୀମାନେ ସମସ୍ତେ ଲୋକେ ଏହା ଲାଗି ହଇରାଣ ହେଉ ଅଛନ୍ତି । ଏହାଦ୍ୱାରା ବନ୍ୟପ୍ରାଣି, ବନ୍ୟଜନ୍ତୁ କୁ ସୁରକ୍ଷା କରିବା ବହୁତ ଜରୁରୀ । ବନ୍ୟଜନ...

Prime Odisha October 3, 2022, 3:01 am     649 Views

କୋରାପୁଟରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

କୋରାପୁଟ:କୋରାପୁଟ ସଦର ମହକୁମାରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରାତଃ ୫ ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ରାମଧୁନ ଓ ପ୍ରଭାତଭେରୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କୁକୁଡା ଫାର୍ମ ନିକଟରେ ଅବସ୍ଥାପିତ ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର,କୋରାପୁଟ ବିଧାୟକ ରଘୁରାମ ପଡାଲ, କୋରାପୁଟ ଉପ ଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପୁର୍ବତନ ବିଧାୟକ ଗୁପ୍ତ ପ୍ରାସାଦ ଦାସ, ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷ ଭଗବାନ ବାହି...

Prime Odisha October 3, 2022, 2:50 am     563 Views

ବୈପାରିଗୁଡାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ବ୍ଲକ ପ୍ରଶାସନ ଓ ମହୁଲି ଗ୍ରାମପଂଚାୟତରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବ୍ଲକ ପରିସର ଭିତରେ ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବ୍ଲକ କର୍ମଚାରୀ ଓ ଜନସାଧାରଣ ମାନେ ପାଳନ କରିଥିବା ବେଳେ ମହୁଲି ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପରିଷଦ ସଭ୍ୟା ମଣି ଜାନୀ, ସରପଂଚ ସଦା ଜାନୀ, ସମିତିସଭ୍ୟ ଭକ୍ତରାମ ହରିଜନ, ଯୋଗାଣ ସହାୟକ ଲିପୁ ମହାପାତ୍ର ,ପିଇଓ, ୱାର୍ଡମେମ୍ବର ଓ ଅନ୍ୟ କର୍ମଚାରୀ, ଗ୍ରାମବାସୀ ମାନେ ଉପସ୍ଥିତ ରହି ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲାବାହାଦୂର ଶାସ୍ତ୍ରୀଙ୍କ ଫୋଟ...

Prime Odisha October 2, 2022, 10:52 am     738 Views

ଭାରତ ମାତାର ଦୁଇ ବରପୁତ୍ର ଶାସ୍ତ୍ରୀଜୀ ଓ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳିତ

ନବରଙ୍ଗପୁର:ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦଶହରା ଛୁଟି ହୋଇ ଥିବାରୁ ସମସ୍ତ ଛାତ୍ରୀ ଓ କର୍ମଚାରୀ ଛୁଟିରେ ଘରକୁ ଯାଇଛନ୍ତି।ଉକ୍ତ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ସ୍ଵାଇଁ ଛୁଟିରେ ଜାଇ ନ ଥିବାରୁ ଆଜି ଭାରତର ତ୍ରୁତୀୟ ପ୍ରଧାନ ମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିନ ଅକ୍ଟୋବର ୨ତାରିଖ ହୋଇ ଥିବାରୁ ପ୍ରଧାନ ଶିକ୍ଷକ ନିଜ କାର୍ଜ୍ୟାଳୟରେ ଦୁଇ ମହାନ ବ୍ୟକ୍ତିତ୍ଵ ଙ୍କ ଫଟୋ ରଖି ଫୁଲମାଳ ପକାଇ ଧୁପ ଦିପ ପ୍ରଜ୍ଵଳନ କରାଇ ଶାସ୍ତ୍ରୀଜୀ ଓ ଗାନ୍ଧୀଜୀ ଙ୍କ ଜୟନ୍ତୀ ପାଳନ କରିଥିଲେ।ଯେତେବେଳେ ଯେଉଁ ପର୍ବ ପର୍ବାଣୀ ହେଉ ଏହି ବିଦ୍ୟାଳୟ ରେ ପାଳନ ହୋଇ ଥାଏ,ତେଣୁ ଛାତ୍ରୀମାନେ ଘର...

Prime Odisha October 2, 2022, 10:06 am     320 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ସୋମବାର ମା ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି | ଆଜି ମା...

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ବଡକୁମୁଲି ଗ୍ରାମ ପଞ୍ଚାୟତର ଜଣେ ବରିଷ୍ଟ ନାଗରିକ ମଧୁ...

ନବରଙ୍ଗପୁରା:ପାପଡାହାଣ୍ତି ମୃଗବିହାର ପରିସରରେ ବନ୍ୟଜନ୍ତୁ ସପ୍ତାହ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ର...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us