![]() ବ୍ରହ୍ମପୁର(ନୀକୁଞ୍ଜ ବିହାରୀ ପଟ୍ଟନାୟକ):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ ବିରୋଧୀ ନୀତି ଯୋଗୁଁ ଦେଶ ଓ ରାଜ୍ୟରେ ଦିନକୁ ଦିନ ଦର ଦାମ ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି।ନିଯୁକ୍ତିର ସୁଯୋଗ ନଥିବାରୁ ବେକାରୀ ସମସ୍ୟା ବି ଦିନକୁ ଦିନ ବଢ଼ିବାରେ ଲାଗିଛି।ଏହାକୁ ବିରୋଧ କରି ସାରା ଦେଶରେ କଂଗ୍ରେସ ଆନ୍ଦୋଳନର ଡାକରା ଦେଇଛି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜେଲ ଭରୋ ଆନ୍ଦୋଳନର ଡାକରା ଦିଆଯାଇଥିଲା।କେନ୍ଦ୍ରର ମୋଦୀ ସରକାର ଓ ରାଜ୍ୟର ନବୀନ ସରକାରଙ୍କ ଜନ ବିରୋଧୀ ନୀତି, ଦରବୃଦ୍ଧି, ବେକାରୀ, ସିବିଆଇ, ଇଡି ର ଦୁରୁପଯୋଗ, ଧର୍ମ ନାଁରେ ଦେଶର ଭାଇଚାରାକୁନଷ୍ଟ କରିବା, ଦୁର୍ନୀତି, ଅଗଣତାନ୍ତ୍ରିକ ଆଚରଣ, ସମ୍ବିଧାନ ବ୍ୟବସ୍ଥା ଉପରେ ଆକ୍ରମଣ, ପ୍ରଭୁତି ଘଟଣା କୁ ନେଇ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆରଡିସି ଅଫିସ ଆଗରେ ସହସହ କଂଗ୍ରେସ କର୍ମୀ ବିକ୍ଷୋଭ କରିବା ସହ ଜେଲଭାରୋ ଆନ୍ଦୋଳନରେ ସାମିଲ ହୋଇଥିଲେ lକଂଗ୍ରେସ ଅଫିସରୁ ଏକ ଶୋଭାଯାତ୍ରାରେ ବାହାରି ଆରଡି ଅଫିସ ନିକଟରେ ପହଞ୍ଚି ପଥପ୍ରାନ୍ତ ସଭା କରାଯାଇଥିଲା।ଉପସ୍ଥିତ ବକ୍ତାମାନେ ମୋଦୀ ସରକାରଙ୍କ ସମସ୍ତ ଜନବିରୋଧୀ ନୀତିକୁ ପର୍ଲ୍ୟାମେଣ୍ଟ ଭିତରେ ଓ ବାହାରେ ନବୀନ ପଟ୍ଟନାୟକ ସମର୍ଥନ କରୁଥିବା, ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତି ଓ ଖଣି ଦୁର୍ନୀତିରେ ମୋଦୀ ନୀରବ ରହିବା ଘଟଣା କୁ ନିନ୍ଦା କରିବା ସହ ବିଜେପି ଓ ବିଜେଡି ଏକ ଓ ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କହିଥିଲେ lଏହାସହ ଗଞ୍ଜାମ ଜିଲ୍ଲା କୁ ଗତ ୨୩ ବର୍ଷରେ ନବୀନ ସରକାର ସମ୍ପୂର୍ଣ୍ଣ ଅବହେଳା କରିବା, କୌଣସି ଶିଳ୍ପ କାରଖାନା ନକରିବା, ଜଳସେଚନ, ବେକାରୀ, ଦାଦନ, ଚାଷୀ ଆତ୍ମାହତ୍ୟା, ହସ୍ପିଟାଲ ରେ ଡାକ୍ତର ଅଭାବ, ସ୍କୁଲରେ ଶିକ୍ଷକ ଅଭାବ, କଲେଜରେ ଅଧ୍ୟାପକ ଅଭାବ ଆଦି ଘଟଣାରେ ନବୀନ ପଟ୍ଟନାୟକଙ୍କ ବିକାଶର ମିଥ୍ୟା ପ୍ରଚାରକୁ ପଦାରେ ପକାଇଦେଇଛି l ଜିଲ୍ଲାର ପାଞ୍ଚ ଲକ୍ଷ ଯୁବକ ଦାଦନ, କଂଗ୍ରେସ ସମୟରେ ହୋଇଥିବା ଶିଳ୍ପ ଗୁଡ଼ିକୁ ନବୀନ ସରକାର ରୁଗ୍ଣ କରି ବନ୍ଦ କରିଦେଲେ l ଆସିକା ସୂତାକଳ ବନ୍ଦ l ଚିନି କାରଖାନାର ବିକାଶ ନାହିଁ l କିୟାଫୁଲ ଓ ମାଛଚାଷୀ ଙ୍କୁ ପ୍ରୋଛାହନ ନାହିଁ lଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି l ପ୍ରତିଦିନ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାଷ ଦରବୃଦ୍ଧି ଘଟୁଛି l ଖାଇବା ତେଲ, ଡାଲି କଥା ନ କହିଲେ ଭଲ l ଚାଷୀ ତାର ଚାଷର ଉପଯୁକ୍ତ ମୂଲ୍ୟ ପାଉନାହିଁ l ଶିକ୍ଷାର ଘରୋଇକରଣ ଓ ରାଷ୍ଟ୍ରାୟତ ଶିଳ୍ପଙ୍କୁ ବିକ୍ରି ଚାଲିଛି l ରେଳ ଓ ବସ ଭଡା ବୃଦ୍ଧି ଚିଲିଛି l କିନ୍ତୁ ଉଭାୟ ମୋଦୀ ଓ ନବୀନ ନୀରବଦ୍ରଷ୍ଟା ସାଜିଛନ୍ତି lଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ଏମପି ନକୁଳ ନାୟକ ଯୋଗ ଦେଇ ଉଭୟ ସରକାରଙ୍କ ଉପରେ ବର୍ଷିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କିଷାନ କଂଗ୍ରେସ ର ଯୁଗ୍ମ ସଂଯୋଜକ ରଶ୍ମିରଞ୍ଜନ ପଟ୍ଟନାୟକ,ପ୍ରଫୁଲ ପଣ୍ଡା,ଦେବୀ ବିଷୋୟୀ,ମହେଶ୍ୱର ପାତ୍ର,ସଂଗ୍ରାମ ମହାନ୍ତି, ସୁଜିତ ସ୍ୱାଇଁ,ପ୍ରଶାନ୍ତ ବିଷୋୟୀ,ଦେବାଶିଷ ମହାନ୍ତି, ବିକାଶ ନାୟକ, ବୃନ୍ଦାବନ ଖଟେଇ,ନିରଞ୍ଜନ ପାଣିଗ୍ରାହୀ, ଭୋକାଲି ସେଠୀ,ବନଯା ପଣ୍ଡା, ଶୁଭାସିନୀ ପଟ୍ଟନାୟକ, ଗୀତା ନାୟକ,ଚିନ୍ମୟ ହୋତା, ହରି ବ୍ରହ୍ମା, ଶଙ୍କର ଅଧିକାରୀ, ପଦ୍ମ ଚରଣ ସାହୁ, ଵାଲକ୍ରିଷ୍ଟା, ପ୍ରମୁଖ ଯୋଗ ଦେଉଥିଲେ l ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ଏହି କାର୍ଯ୍ୟକ୍ରମ କୁ ସଞ୍ଚାଳନସ କରିଥିଲେ। |
![]() |