BREAKING

ଔଷଧ ବିକଳରେ ତାଟିଆ କାମୁଡୁଛି କୋଟପାଡ଼ ବିଜେଡି l

ସତ୍ତା ହରାଇବାକୁ ବସିଲାଣି କୋଟପାଡ଼ ବିଜେଡି



ଗତ ପୌର ନିର୍ବାଚନ ଠାରୁ କୋଟପାଡ଼ ବିଜେଡି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି l
ଗୋଷ୍ଠୀ କନ୍ଦଳ ଚରମ ସୀମାରେ ପହଂଚି, ଏବେ ଘରରୁ ହାଟ ପର୍ଯ୍ୟନ୍ତ କଲବଲ କରୁଛି l ପୌର ନିର୍ବାଚନ ରେ ତେରଗୋଟି ୱାର୍ଡ ରୁ କେବଳ ତିନୋଟି ୱାର୍ଡ ରେ ବିଜେଡି ପ୍ରାର୍ଥୀ ଜିତିଥିବା ବେଳେ ଅଧକ୍ଷ ପଦ ତିନି ନମ୍ବର ସ୍ଥାନ ଦଖଲ କରିଛନ୍ତି l ପ୍ରକାଶ ଥାଉକି ପୂର୍ବରୁ କଂଗ୍ରେସ ବିଧାୟକ ଥିବା ସମୟରେ ମଧ୍ୟ ବିଜେଡି ଦୁଇ ଦୁଇ ଥର କୋଟପାଡ଼ ନଗରପାଳିକା କୁ ନିଜ ଅକ୍ତିଆର ରେ ରଖିପାରିଥିଲା lଏତିକିରେ ବୁଦ୍ଧି ନ ଶିଖି ପୁଣି ସମବାୟ ନିର୍ବାଚନ ରେ ସଂଖ୍ୟାଗରିଷ୍ଠତା ଥାଇ ମଧ୍ୟ ସଭାପତି ଓ ଉପ ସଭାପତି ପଦ ଉଭୟ କଂଗ୍ରେସ ଓ ବିଜେପି ହାତେଇ ନେଇଛି l ଏଥିରୁ ସ୍ପଷ୍ଟବାରି ହେଉଛି ଯେ ବିଜେଡି ର ନିର୍ବାଚନ ପରିଚାଳନା କରିବାରେ ସମ୍ପୂର୍ଣ ଫେଲ ମାରିଛି l ଦିନକୁ ଦିନ ବଢି ଚାଲିଥିବା ଗୋଷ୍ଠୀ କନ୍ଦଳ କୁ ବ୍ରେକ ଦେବାପାଇଁ ବର୍ତମାନ କିଛି ନେତାଙ୍କୁ ବହିଷ୍କାର ଓ କିଛିକୁ କାରଣ ଦର୍ଶାଅ ବିଜ୍ଞପ୍ତି ଦିଆ ଯାଇଥିବାର ସୂଚନା ଥିଲେ ମଧ୍ୟ, ଏହାକୁ ରୋକିବା ଦଳ ପାଇଁ ଏକ ଚାଲେଞ୍ଜ ହେବ ବୋଲି ବିଭିନ୍ନ ମହଲରୁ ଶୁଣିବାକୁ ମିଳୁଛି l ଏହାର କାରଣ ହେଲା ବର୍ତମାନ ମଧ୍ୟ ଦଳ ର ନେତାମାନେ ପରସ୍ପର ବିରୋଧରେ ରାଜରାସ୍ତାରେ ଚର୍ଚ୍ଚା କରୁଥିବା ନଜିର ଦେଖିବାକୁ ମିଳୁଛି l ବେଳ ଥାଉ ଥାଉ ଦଳ ଏଥିପ୍ରତି ଦୃଷ୍ଟି ଦେଇ ଯଦି ବର୍ତମାନ ଠାରୁ ସଜାଡ଼ିବାକୁ ଚେଷ୍ଟା ନକରେ ତାହେଲେ ଆସନ୍ତା ଚବିଶ ନିର୍ବାଚନ ଦଳ ଅସ୍ତିତ୍ୱ ହରାଇବା ବି ବଡକଥା ନୁହଁ l ବର୍ତମାନ ବିଜେଡି ଦଳରେ କିଛି ହାତ ଗଣତି ପୁରୁଖା ବିଜୁପ୍ରେମୀ କୁ ଛାଡିଦେଲେ ଆମଦାନୀ ନେତାଙ୍କ ସଂଖ୍ୟା ଅଧିକା l ପୁରୁଖା ନେତାମାନେ ବିଜୁବାବୁ ଙ୍କ ସହ ଯେଉଁମାନେ ରହି ଆସିଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ନେତା ଦଳ ଛାଡି ସାରିଲେଣି, ଦକ୍ଷତା ଥିବା ନେତା ଦଳରେ ଅଭାବ ରହିଥିବା ସ୍ପଷ୍ଟ ବାରି ହୋଇଯାଉଥିବା ବେଳେ ଦଳକୁ ମଜବୁତ କରିବାପାଇଁ ପୁରୁଖା ନେତାଙ୍କୁ ମର୍ଯ୍ୟାଦା ସହ ଫେରାଇ ଆଣିବା ନିହାତି ଆବଶ୍ୟକ ରହିଛି ବୋଲି କିଛି ବିଜୁପ୍ରେମୀ ନିଜ ନାମ ପ୍ରକାଶ ନ କରିବାକୁ ଆମ ପ୍ରାଇମ ଓଡିଶା କୁ ଜଣାଇଛନ୍ତି l
TAGS : ବ୍ୟୁର ନ୍ୟୁସ, ପ୍ରାଇମ ଓଡିଶା, ଭୁବନେଶ୍ୱର

କୋଟପାଡ଼ ଜୋନ ଏକ ଦ୍ୱିତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ

କୋଟପାଡ଼ : ଦ୍ୱିତୀୟ ରାଉଣ୍ଡ ଗଣତି ଶେଷରେ ବିଜେଡି ନିଜର ପତିଆରା ଜାହିର ରଖିଛି l ପ୍ରଥମ ରାଉଣ୍ଡରେ କଂଗ୍ରେସ ତୃତୀୟ ସ୍ଥାନରେ ଥିବାବେଳେ ଦ୍ୱିତୀୟ ରାଉଣ୍ଡ ଗଣତିରେ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିଛି l କଂଗ୍ରେସ ଓ ବିଜେଡି ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲୁଥିବା ବେଳେ, ବିଜେଡି ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ 1731 ଖଣ୍ଡ ଭୋଟ ପାଇଛି, କଂଗ୍ରେସ ପାଇଛି 1011 ଖଣ୍ଡ ଭୋଟ ଓ ବିଜେପି ପାଇଛି 987 ଖଣ୍ଡ ଭୋଟ l...

Prime Odisha February 26, 2022, 12:51 pm     784 Views

ବିନା ଚନ୍ଦ୍ରରେ କୋଟପାଡ଼ କଂଗ୍ରେସ

କୋଟପାଡ଼ :ନିଜ ନିର୍ବାଚନ ମଣ୍ଡଳୀର ହଜାର ହଜାର ଭୋଟର ମାନଙ୍କ ନଜରରେ ଥିବା ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ର ଶେଖର ମାଝୀ ଗତ ଚଉଦ ତାରିଖରେ ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ପଦରୁ ଇସ୍ତଫା ଦେବା ଏବଂ କେବଳ ଗୋଟିଏ ଦିନ ପରେ ବିଜୁ ଜନତା ଦଳରେ ସାମିଲ ହେବା ନେଇ ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଥିବା ବେଳେ କୋଟପାଡ଼ ବିଧାୟିକା ତଥା ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଖାତାରେ ଅଞ୍ଚଳକୁ ବିରୋଧୀ ଶୂନ୍ୟ କରିବାର ଶ୍ରେୟ ଯୋଡି଼ ହେବାର ଦେଖା ଦେଇଛି.ଏହି ପରିସ୍ଥିତିରେ ଚନ୍ଦ୍ରଙ୍କ ଉଦରବାଦୀ ନୀତି ଅନେକ ପ୍ରଶଂସକ ଓ ସମର୍ଥକଙ୍କ ଭିଡ ଆଗରୁ ଜମାଇଥିବା ବେଳେ ବିଜୁ ଜନତା ଦଳର କୋଟପାଡ଼ ଛାଉଣୀ ବେଶ ଖୁସିରେ ଥିବାର ଦେଖା ଦେଇଛି. ସର୍ବ ଭାରତୀୟ ସ୍ତର...

Prime Odisha September 23, 2021, 7:16 am     860 Views

ଗୃହ ବାହାରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ଗୃହ ବାହାରେ ଗଣମାଧ୍ୟମରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି। କିନ୍ତୁ କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି। ଖଣି ଦୁର୍ନୀତି ଆଲୋଚନାରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ବିଜେଡି ନାଟକବାଜି କରୁଛି। ଯେଉଁଠି ସ୍ୱର ଉତ୍ତୋଳନ କରିବା କଥା ସେଠି ବିଜେଡିକୁ ଖୋଜିଲେ ମିଳୁନାହିଁ। ମରୁଡ଼ି ଆଲୋଚନା ବେଳେ ରାଜ୍ୟରେ ସରକାର ମରୁଡି ଘୋଷଣା କରିବାକୁ କଂଗ୍ରେସ ଦାବି କରିଥିଲା। କିନ୍ତୁ ସେହି ସମୟରେ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ମରୁଡ଼ି ହୋଇ ନାହିଁ, ବର୍ଷା ସମ୍ଭାବନା ରହିଛି...

Prime Odisha September 10, 2021, 7:17 am     123 Views

କାଲି ଆଫଗାନିସ୍ତାନରେ ସରକାର ଗଠନ କରିବ ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବାର ଦୁଇ ସପ୍ତାହ ପରେ ଆସନ୍ତାକାଲି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବ‌ାକୁ ଯାଉଛି। ଆସନ୍ତାକାଲି ଶୁକ୍ରବାର ତାଲିବାନ ସରକାର ଗଠନ କରିବ ବୋଲି ସୂତ୍ରରୁ ପ୍ରକାଶ। ଅଗଷ୍ଟ ୧୫ ରେ କାବୁଲକୁ କାବୁ କରିବା ପରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା। ଏହି ସପ୍ତାହରେ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ଦେଶକୁ ନିୟନ୍ତ୍ରଣକୁ ନେଇଥିବା ଇସଲାମୀୟ ମିଲିଟାଣ୍ଟ ଗ୍ରୁପ୍‌ ନୂତନ ସରକାର ଗଠନକୁ ସମ୍ପୂର୍ଣ୍ଣ ସାମ୍ରାଜ୍ୟରେ ଶାସନ କରିବାକୁ ଅପେକ୍ଷା କରିଛି। ଆମେରିକାର ଆଫଗାନିସ୍ତାନରୁ ପ୍ରତ୍ୟାହାର ପରେ ତାଲିବାନ ସେମାନଙ୍କ ବିଜୟରେ ଆନନ୍ଦିତ ହୋଇ ଦଶନ୍ଧି ଧରି ଯୁଦ୍ଧ ପରେ ଦେଶରେ ଶ...

Prime Odisha September 2, 2021, 6:02 am     864 Views

ଇସ୍ତଫା ଦେଲେ ସିଦ୍ଧୁଙ୍କ ପରାମର୍ଶଦାତା

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ବିବାଦ ମଧ୍ୟରେ କାଶ୍ମୀରରୁ ନେଇ ଇନ୍ଦିରା ଗାନ୍ଧୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନବଜୋତ ସିଂ ସିଦ୍ଧୁଙ୍କ ନବଜୋତ ସିଂ ସିଦ୍ଧୁଙ୍କ ପରାମର୍ଶଦାତା ମାଲବିନ୍ଦର ସିଂ ମାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେବଳ ଏତିକି ନୁହେଁ ମାଲି କହିଛନ୍ତି ଯେ ତାଙ୍କ ଜୀବନ ପ୍ରତି ବିପଦରେ ରହିଛି ଏବଂ ଏଥିପାଇଁ କ୍ୟାପଟେନ ଅମରିନ୍ଦରଙ୍କ ସମେତ ଅନେକ ଲୋକଙ୍କୁ ସେ ଦାୟୀ କରିଛନ୍ତି। ସିଦ୍ଧୁଙ୍କୁ ଲେଖାଯାଇଥିବା ଚିଠିରେ ମାଲବିନ୍ଦର ସିଂ ମାଲି କହିଛନ୍ତି ଯେ ମୁଁ ପରାମର୍ଶ ଦେବା ପାଇଁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କୁ ଦେଇଥିବା ସମ୍ମତି ପ୍ରତ୍ୟାହାର କରିନେଉଛି। ମାଲି ତାଙ୍କ ବିବୃତ୍...

Prime Odisha August 27, 2021, 4:21 am     243 Views

କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ନାଁରେ ମାମଲା ରୁଜୁ; ହୋଇପାରନ୍ତି ଗିରଫ

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିବାରୁ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ପୁଣେର ଚତୁରାଶ୍ରୀଙ୍ଗୀ ପୋଲିସ ଷ୍ଟେସନରେ ଯୁବ ସେନାଙ୍କ ଦ୍ୱାରା ଏକ ଏଫଆଇଆର ଦାଖଲ କରାଯାଇଛି। ଆଇପିସିର ଧାରା ଅନୁଯାୟୀ ୧୫୩ ଏବଂ ୫୦୫ ଅନୁଯାୟୀ ରାଣେଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୋମବାର ଏକ ଅଭିଭାଷଣରେ ରାଣେ ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା କଥା କହିଥିଲେ। ବାସ୍ତବରେ, ଜନ ଆଶୀର୍ବାଦ ଯାତ୍ରା ସମୟରେ ରାଣେ କହିଥିଲେ, ‘ସ୍ୱାଧୀନତା ବର୍ଷ ବିଷୟରେ ମୁଖ୍ୟମନ୍ତ୍ରୀ ଜାଣି ନ ଥିବାରୁ ଏହା ଲଜ୍ଜାଜନକ ବିଷୟ। ତାଙ୍କ ...

Prime Odisha August 24, 2021, 10:36 am     545 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍...

କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us