ଗଞ୍ଜେଇ ଜବତ,କଟକ ଚୋରା ଚାଲାଣ ବେଳେ ଧରିଲା ବୈପାରିଗୁଡା ପୋଲିସ,ଜଣେ ଗିରଫ
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବୈପାରିଗୁଡା ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ବୈପାରିଗୁଡା ମୁଖ୍ୟଛକରେ କଟକ ଯିବା ପାଇଁ ବସକୁ ଅପେକ୍ଷା କରୁଥିବା ଜଣେ ବ୍ୟକ୍ତ ଓ ତାଙ୍କୁ ପାଖରେ ଥିବା ଏକ ବସ୍ତାକୁ ସନ୍ଦେହ କରି ପୋଲିସ କର୍ମଚାରୀ ମାନେ ଯାଂଚ କରିବା ବେଳେ ଉକ୍ତ ବସ୍ତାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇବା ସହ ଗଞ୍ଜେଇ ଜବତ କରିଥିବାର ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ । ବ୍ୟକ୍ତ ଓ ଗଞ୍ଜେଇ ବସ୍ତାକୁ ଥାନାକୁ ନେଇ ଓଜନ କରିବାରୁ ତାହା ୧୪ କେଜି ୯ ଶହ ଗ୍ରାମ ବୋଲି ଜଣାପଡିଛି । ଯାହାର ବଜାର ମୂଲ୍ୟ ୫୦ ହଜାରରୁ ଅଧ...
Prime Odisha August 12, 2022, 7:22 am
264 Views
ଉପାନ୍ତ ଅଂଚଳରେ ଦେଶୀଡଙ୍ଗା ସାହାରା:ଭାଙ୍ଗି ଯିବା ସତ୍ୱେ ମୌନ ପ୍ରଶାସନ
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲୋକଙ୍କ ଗୋଟିଏ ମାତ୍ର ସାହାଭରସା କେବଳ ଦେଶୀ ଡଙ୍ଗା । ତେବେ ସରକାର ବଦଳିଲେ,ନେତା ,ମନ୍ତ୍ରୀ , ବିଧାୟକ ବି ବଦଳି ଗଲେ । ଲୋକଙ୍କ ଯାତାୟତ ପାଇଁ ବିଜ୍ର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ତାହା ସହ ବିଜ୍ର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡଙ୍ଗାରେ ଏ ପଟେ ରୁ ସେ ପଟକୁ ଯିବା ପାଇଁ ପ୍ରଶାସନ ତରଫରୁ ନୂତନ ଡଙ୍ଗା ମଧ୍ୟ ଯୋଗାଇ ଦିଆଗଲା । ମାତ୍ର ବର୍ଷକ ଭିତରେ ନୂତନ ଡଙ୍ଗା ମଧ୍ୟ ଭାଙ୍ଗିରୁଜି ନଦୀ ପାଣିରେ ମିଶି ଯାଇଥିବାର ଦେଖିବାକୁ ମିଳିଲା । ବର୍ଷକୁ ଦୁଇ ଦୁଇ ଥର ସରକାରୀ କର୍ମଚାରୀ ଓ ନେତା ମନ୍ତ୍ରୀ ବିଧାୟକ ସାସଂଦ ଯାଆନ୍ତି ପୁଣି ସେହି ଗ୍ରାମକୁ...
Prime Odisha August 12, 2022, 6:02 am
336 Views
ଭାଲୁ ଆକ୍ରମଣରେ ଜଣେ ଗୁରୁତର
ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ପଞ୍ଚାୟତ ର ସିନ୍ଧିକାଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନ ସମୟରେ ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ :- ଅଞ୍ଚଳା ଗ୍ରାମର ସୁନ୍ଦର ସିଂ ମାଝୀ (୪୫) ଓ ତିର୍ତ୍ତ ଭତ୍ରା (୫୦) କୌଣସି କାମ ପାଇଁ ନିଜ ଗ୍ରାମ ରୁ ପ୍ରାୟ ୨ କିମି ଦୂର ଡୁମାଗୁଡା ଗ୍ରାମ ପାଖ ପାହାଡ଼ କୁ ଯାଇଥିଲେ ସେଠାରେ ସୁନ୍ଦର ସିଂ ଙ୍କୁ ଭାଲୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ସାଙ୍ଗରେ ଥିବା ତୀର୍ତ୍ତ ତାଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । କିଛି ସମୟ ପରେ ଭାଲୁ କବଳରୁ ସେ ସୁନ୍ଦର ଙ୍କୁ ବଞ୍ଚାଇ ଥିଲେ । କିନ୍ତୁ ଭାଲୁ ସୁନ୍ଦର ଙ୍କ ମୁହଁ ଏବଂ ହାତ କୁ ଗୁରୁତର ଭାବେ ଆଘାତ କରିଥିଲା । ସେହି ସ୍ଥାନରୁ ତୀର୍ତ୍ତ ସୁନ୍ଦର ...
Prime Odisha August 11, 2022, 10:15 am
796 Views
ପ୍ରତିବାଦ ଦିବସ ରେ ଦାବୀ ପତ୍ର ପ୍ରଦାନ
ନବରଙ୍ଗପୁର:ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ଦାବିପତ୍ର adm ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଜରିଆରେ ଶ୍ରୀମାନ ନରେନ୍ଦ୍ର ଦାମୋଦର ମୋଦି ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ସକାଶେ ଦାବିପତ୍ର ପ୍ରଦାନ କରାଗଲା, ଆଜି ଅଗଷ୍ଟ 10 ତାରିଖକୁ "ପ୍ରତିବାଦ ଦିବସ "ଭାବରେ ଭାରତର ସମସ୍ତ ରାଜ୍ୟ ରୁ ଏହି ଦାବିପତ୍ର ପ୍ରଦାନ କରିବା ସକାଶେ ସ୍ଥିର କରିବା ଅନୁସାରେ ନବରଙ୍ଗପୁର ଜ଼ିଲ୍ଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି l
ଏହାର ମୂଳ ଉଦ୍ଦେଶ୍ୟ ହେଲା, ଭାରତ ସମ୍ବିଧାନର ଅନୁସୂଚିତ ଜାତି ଵର୍ଗର ଅଧିକାରରୁ ବିଚ୍ୟୁତ କରାଯାଇଅଛି l 1950 ମସିହା ଯାହା ସମ୍ବିଧାନର ପାରା 3 ରେ ଯୋଗ କରାହେଇଛି l ଏହ...
Prime Odisha August 10, 2022, 11:54 am
467 Views
ଘର ଉପରେ ପଡ଼ିଲା ଗଛ , ମୃତ୍ୟୁ ମୁଖରୁ ବଞ୍ଚିଗଲେ ୨ପରିବାର ର ୧୩ ଜଣ
ନବରଙ୍ଗପୁର ୧୦/୮ - ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ଗ୍ରାମ ର ହରିଜନ ସାହିରେ ମଙ୍ଗଳବାର ରାତ୍ରି ସମୟରେ ଭୀଷଣ ବର୍ଷା ଯୋଗୁଁ ଏକ ବିରାଟ ଗଛ ୨ ଟି ଘର ଉପରେ ପଡିଯାଇଥିଲା | ଫଳରେ ୨ ଟି ଘର ର କାନ୍ଥ ଭୁଶୁଡି ପଡିଥିଲା ଘର ଭିତରେ ରହୁଥିବା ୨ ପରିବାର ର ୧୩ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ସୂଚନା ଯୋଗ୍ୟ :- ଅଞ୍ଚଳା ଗ୍ରାମ ର ହରିଜନ ସାହି ର ୨ ଘର ମହେନ୍ଦ୍ର ହରିଜନ ଓ ଚନ୍ଦ୍ର ମିର୍ଗାନ ଙ୍କ ଘର ପାଖରେ ଏକ ତେନ୍ତୁଳି ଗଛ ଭୀଷଣ ବର୍ଷା ଯୋଗୁଁ ଉପୁଡି ଯାଇ ୨ ଘର ଉପରେ ପଡିଯାଇଥିଲା । ଫଳରେ ଉଭୟଙ୍କ ଘର କାନ୍ଥ ଭୁଶୁଡି ଯାଇଥିଲା । ସେହିସମୟରେ ମହେନ୍ଦ୍ର ହରିଜନ ଙ୍କ ପରିବାର ର ୬ ଜଣ ଘର ଭିତରେ ଥିଲେ କାନ୍ଥ ପଡିବା ଶୁଣି ସେ ବାହାରକୁ ଦୌଡ଼ି ଚାଲିଆସିଥିଲେ ...
Prime Odisha August 10, 2022, 11:49 am
637 Views
ମାଟିକାନ୍ଥ ପଡି ବୃଦ୍ଧଙ୍କ ମୃତ୍ୟୁ
କୋରାପୁଟ:ଲଗାଣ ବର୍ଷାରେ ଘରର କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ଗ୍ରାମରେ।ଗ୍ରାମର ପରଜା ସାହିର ଚନ୍ଦ୍ର ମୁଦୁଲି ଗତ କାଲି ରାତିରେ ଖାଇ ସାରି ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଘରର ମାଟି କାନ୍ଥ ପଡ଼ି ଚନ୍ଦ୍ର ମୁଦୁଲିଙ୍କ ମୃତ୍ୟୁ ଘଟିଛି।କୋରାପୁଟ ଜିଲ୍ଲାରେ ୪ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଓଦା ହୋଇ ଭାଙ୍ଗି ଯିବାରୁ ତାହା ବୃଦ୍ଧଙ୍କ ଉପରେ ପଡି ମୃତ୍ୟୁ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇ ଘଟଣା ସ୍ଥଳକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି ଥିଲେ। କୋରାପୁଟ ଜିଲ୍ଲାପାଳଙ...
Prime Odisha August 10, 2022, 11:45 am
671 Views