![]() ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଙ୍କ ସହ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟ|ଳୟର ଅଧିକାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ | ଏଥିରେ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ନେଇ ସମାଧାନ କରାଯାଇଛି | ଏଥିରେ ବଡଓଲମା ନଦୀ ଶଯ୍ୟା ୩ ବାଲୁକା ଖଣି ନିଲାମ ଦିଆଯାଇଛି | ଏନେଇ ଗ୍ରାମବାସୀ ଙ୍କୁ ଜଣାଇ ଦିଆଯାଇଥିଲା | ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବଡଓଲମା ସରପଞ୍ଚ ବୁଦେଇ ଭତ୍ରା, ସମିତି ସଭ୍ୟ ଲଖିଚାନ୍ଦ ଭତ୍ରା, ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ, ରାଜସ୍ୱ ନିରିକ୍ଷକ ସୁବ୍ରତ ମିସ୍ତ୍ରୀ ଓ ଗ୍ରାମର ପ୍ରାୟ ୨୦୦ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବୈପାରିଗୁଡା ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ବେଳେ ବୈପାରିଗୁଡା ମୁଖ୍ୟଛକରେ କଟକ ଯିବା ପାଇଁ ବସକୁ ଅପେକ୍ଷା କରୁଥିବା ଜଣେ ବ୍ୟକ୍ତ ଓ ତାଙ୍କୁ ପାଖରେ ଥିବା ଏକ ବସ୍ତାକୁ ସନ୍ଦେହ କରି ପୋଲିସ କର୍ମଚାରୀ ମାନେ ଯାଂଚ କରିବା ବେଳେ ଉକ୍ତ ବସ୍ତାରୁ ଗଞ୍ଜେଇ ଥିବା ଜାଣିବାକୁ ପାଇବା ସହ ଗଞ୍ଜେଇ ଜବତ କରିଥିବାର ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ । ବ୍ୟକ୍ତ ଓ ଗଞ୍ଜେଇ ବସ୍ତାକୁ ଥାନାକୁ ନେଇ ଓଜନ କରିବାରୁ ତାହା ୧୪ କେଜି ୯ ଶହ ଗ୍ରାମ ବୋଲି ଜଣାପଡିଛି । ଯାହାର ବଜାର ମୂଲ୍ୟ ୫୦ ହଜାରରୁ ଅଧ...
Prime Odisha August 12, 2022, 7:22 am 661 Views
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲୋକଙ୍କ ଗୋଟିଏ ମାତ୍ର ସାହାଭରସା କେବଳ ଦେଶୀ ଡଙ୍ଗା । ତେବେ ସରକାର ବଦଳିଲେ,ନେତା ,ମନ୍ତ୍ରୀ , ବିଧାୟକ ବି ବଦଳି ଗଲେ । ଲୋକଙ୍କ ଯାତାୟତ ପାଇଁ ବିଜ୍ର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ତାହା ସହ ବିଜ୍ର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡଙ୍ଗାରେ ଏ ପଟେ ରୁ ସେ ପଟକୁ ଯିବା ପାଇଁ ପ୍ରଶାସନ ତରଫରୁ ନୂତନ ଡଙ୍ଗା ମଧ୍ୟ ଯୋଗାଇ ଦିଆଗଲା । ମାତ୍ର ବର୍ଷକ ଭିତରେ ନୂତନ ଡଙ୍ଗା ମଧ୍ୟ ଭାଙ୍ଗିରୁଜି ନଦୀ ପାଣିରେ ମିଶି ଯାଇଥିବାର ଦେଖିବାକୁ ମିଳିଲା । ବର୍ଷକୁ ଦୁଇ ଦୁଇ ଥର ସରକାରୀ କର୍ମଚାରୀ ଓ ନେତା ମନ୍ତ୍ରୀ ବିଧାୟକ ସାସଂଦ ଯାଆନ୍ତି ପୁଣି ସେହି ଗ୍ରାମକୁ...
Prime Odisha August 12, 2022, 6:02 am 877 Views
ନବରଙ୍ଗପୁର:ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ପଞ୍ଚାୟତ ର ସିନ୍ଧିକାଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ଅପରାହ୍ନ ସମୟରେ ଭାଲୁ କାମୁଡ଼ାରେ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ :- ଅଞ୍ଚଳା ଗ୍ରାମର ସୁନ୍ଦର ସିଂ ମାଝୀ (୪୫) ଓ ତିର୍ତ୍ତ ଭତ୍ରା (୫୦) କୌଣସି କାମ ପାଇଁ ନିଜ ଗ୍ରାମ ରୁ ପ୍ରାୟ ୨ କିମି ଦୂର ଡୁମାଗୁଡା ଗ୍ରାମ ପାଖ ପାହାଡ଼ କୁ ଯାଇଥିଲେ ସେଠାରେ ସୁନ୍ଦର ସିଂ ଙ୍କୁ ଭାଲୁ ଆକ୍ରମଣ କରିଥିଲା । ଆକ୍ରମଣ ସମୟରେ ସାଙ୍ଗରେ ଥିବା ତୀର୍ତ୍ତ ତାଙ୍କୁ ରକ୍ଷା କରିବା ପାଇଁ ପ୍ରୟାସ କରିଥିଲେ । କିଛି ସମୟ ପରେ ଭାଲୁ କବଳରୁ ସେ ସୁନ୍ଦର ଙ୍କୁ ବଞ୍ଚାଇ ଥିଲେ । କିନ୍ତୁ ଭାଲୁ ସୁନ୍ଦର ଙ୍କ ମୁହଁ ଏବଂ ହାତ କୁ ଗୁରୁତର ଭାବେ ଆଘାତ କରିଥିଲା । ସେହି ସ୍ଥାନରୁ ତୀର୍ତ୍ତ ସୁନ୍ଦର ...
Prime Odisha August 11, 2022, 10:15 am 869 Views
ନବରଙ୍ଗପୁର:ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜ଼ିଲ୍ଲା ତରଫରୁ ଏକ ଦାବିପତ୍ର adm ଅତିରିକ୍ତ ଜ଼ିଲ୍ଲାପାଳଙ୍କ ଜରିଆରେ ଶ୍ରୀମାନ ନରେନ୍ଦ୍ର ଦାମୋଦର ମୋଦି ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିବା ସକାଶେ ଦାବିପତ୍ର ପ୍ରଦାନ କରାଗଲା, ଆଜି ଅଗଷ୍ଟ 10 ତାରିଖକୁ "ପ୍ରତିବାଦ ଦିବସ "ଭାବରେ ଭାରତର ସମସ୍ତ ରାଜ୍ୟ ରୁ ଏହି ଦାବିପତ୍ର ପ୍ରଦାନ କରିବା ସକାଶେ ସ୍ଥିର କରିବା ଅନୁସାରେ ନବରଙ୍ଗପୁର ଜ଼ିଲ୍ଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି l
ଏହାର ମୂଳ ଉଦ୍ଦେଶ୍ୟ ହେଲା, ଭାରତ ସମ୍ବିଧାନର ଅନୁସୂଚିତ ଜାତି ଵର୍ଗର ଅଧିକାରରୁ ବିଚ୍ୟୁତ କରାଯାଇଅଛି l 1950 ମସିହା ଯାହା ସମ୍ବିଧାନର ପାରା 3 ରେ ଯୋଗ କରାହେଇଛି l ଏହ...
Prime Odisha August 10, 2022, 11:54 am 730 Views
ନବରଙ୍ଗପୁର ୧୦/୮ - ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧିନ ଅଞ୍ଚଳା ଗ୍ରାମ ର ହରିଜନ ସାହିରେ ମଙ୍ଗଳବାର ରାତ୍ରି ସମୟରେ ଭୀଷଣ ବର୍ଷା ଯୋଗୁଁ ଏକ ବିରାଟ ଗଛ ୨ ଟି ଘର ଉପରେ ପଡିଯାଇଥିଲା | ଫଳରେ ୨ ଟି ଘର ର କାନ୍ଥ ଭୁଶୁଡି ପଡିଥିଲା ଘର ଭିତରେ ରହୁଥିବା ୨ ପରିବାର ର ୧୩ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ସୂଚନା ଯୋଗ୍ୟ :- ଅଞ୍ଚଳା ଗ୍ରାମ ର ହରିଜନ ସାହି ର ୨ ଘର ମହେନ୍ଦ୍ର ହରିଜନ ଓ ଚନ୍ଦ୍ର ମିର୍ଗାନ ଙ୍କ ଘର ପାଖରେ ଏକ ତେନ୍ତୁଳି ଗଛ ଭୀଷଣ ବର୍ଷା ଯୋଗୁଁ ଉପୁଡି ଯାଇ ୨ ଘର ଉପରେ ପଡିଯାଇଥିଲା । ଫଳରେ ଉଭୟଙ୍କ ଘର କାନ୍ଥ ଭୁଶୁଡି ଯାଇଥିଲା । ସେହିସମୟରେ ମହେନ୍ଦ୍ର ହରିଜନ ଙ୍କ ପରିବାର ର ୬ ଜଣ ଘର ଭିତରେ ଥିଲେ କାନ୍ଥ ପଡିବା ଶୁଣି ସେ ବାହାରକୁ ଦୌଡ଼ି ଚାଲିଆସିଥିଲେ ...
Prime Odisha August 10, 2022, 11:49 am 599 Views
କୋରାପୁଟ:ଲଗାଣ ବର୍ଷାରେ ଘରର କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ଏମିତି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ଗ୍ରାମରେ।ଗ୍ରାମର ପରଜା ସାହିର ଚନ୍ଦ୍ର ମୁଦୁଲି ଗତ କାଲି ରାତିରେ ଖାଇ ସାରି ଘରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଘରର ମାଟି କାନ୍ଥ ପଡ଼ି ଚନ୍ଦ୍ର ମୁଦୁଲିଙ୍କ ମୃତ୍ୟୁ ଘଟିଛି।କୋରାପୁଟ ଜିଲ୍ଲାରେ ୪ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ଯୋଗୁଁ ଘରର ମାଟି କାନ୍ଥ ଓଦା ହୋଇ ଭାଙ୍ଗି ଯିବାରୁ ତାହା ବୃଦ୍ଧଙ୍କ ଉପରେ ପଡି ମୃତ୍ୟୁ ଘଟିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଖବର ପାଇ ଘଟଣା ସ୍ଥଳକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି ଥିଲେ। କୋରାପୁଟ ଜିଲ୍ଲାପାଳଙ...
Prime Odisha August 10, 2022, 11:45 am 484 Views
Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.
Contact Us : [email protected]
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍...
କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗ...
ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲ...