![]() ନବରଙ୍ଗପୁର:ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିର୍ମୀମୁଣ୍ଡା ଗ୍ରାମରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ଲକ୍ଷ ଲକ୍ଷ ଟଙ୍କା ୫ବର୍ଷ ଆଗରୁ ଆସିଥିଲା। ନିର୍ମାଣ କାମ ବି ଦୃତ ଗତିରେ ଆଗେଇ ଚାଲିଥିଲା,ମୂଳରୁ ନିର୍ମାଣ ହୋଇ ଛାତ ଉପର ବି ସମ୍ପୂର୍ଣ୍ଣ ହେଲା।ହେଲେ କାହିଁକି ସଂପୂର୍ଣ୍ଣ ନିର୍ମାଣ ହୋଇ ପାରିନାହିଁ କହିବା ମୁସ୍କିଲ୍।ବର୍ଷ ବର୍ଷ ୫ବର୍ଷ ହେଲେ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କ ଦ୍ରୁଷ୍ଟି ପଡିନି।ଯାହାର ପରିଣାମ ପ୍ରଥମଶ୍ରେଣୀ ରୁ ଆରମ୍ଭ କରି ୭ମ ଶ୍ରେଣୀ ପିଲାଙ୍କୁ ଦେଖିଲେ, ଲାଗୁଛି ଗାଈ ଗୋଠ ରେ ଯେମିତି ଏକତ୍ର ଗାଈ ବଳଦ ମେଣ୍ଡା ଛେଳି ଇତ୍ୟାଦି ଗୋଟିଏ ଗୋଠ ରେ ରହିଥାନ୍ତି।ଠିକ୍ ଏହି ବିଦ୍ୟାଳୟ ଗୃହ ରେ ମଧ୍ୟ ଯେ, ଦେଖିଲେ ସେ କହୁଛି ଏହିଟା ଗାଈ ଗୋଠ ନା କଣ? ବିଦ୍ୟାଳୟ ରେ ଶିକ୍ଷା ଦେବା ପାଇଁ ଶିକ୍ଷକ ଶିକ୍ଷୀୟତ୍ରିର ଅଭାବ ନାହିଁ। ଅତିରିକ୍ତ ଶ୍ରେଣୀ ଗୃହ ର ହିଁ ଅଭାବ ରହିଛି। ରାଜ୍ୟ ସରକାର ଶିକ୍ଷା ବିଭାଗର ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ବାହାବା ମାରୀ ପବିତ୍ର ଗ୍ରହ ରେ ବିଧାନସଭାରେ ବିଧାୟକ ମାନଙ୍କ ପ୍ରଶ୍ନ ବାଣରେ ଅତି ସୁନ୍ଦର ଭାବରେ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି ଉପରେ ରାଜ୍ୟ ସରକାର ୫ଟି ମାଧ୍ୟମରେ ପ୍ରତ୍ୟେକ ପଞ୍ଚାୟତ ରେ ସ୍ମାର୍ଟ ବିଦ୍ୟାଳୟ ନିର୍ମାଣ କାମ ଆଗେଇ ନେଉଛନ୍ତି। ହେଲେ ବାସ୍ତବରେ ମନ୍ତ୍ରୀ ଉତ୍ତର ଦେଉଛନ୍ତି ଗୋଟେ ହେଉଛି ଗୋଟେ, କେତେ ବେଳେ ୫ଟି ରେ ନିର୍ମାଣ ଗୃହ ସଂପୂର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗୀୟ ଅଧିକାରୀ ଜିଲ୍ଲା ରେ ପାଦ ଦେଉଁ ଦେଉ ଭୂଷଡି ପଡୁଛି ତ କେତେବେଳେ ପାଚେରୀ ଭାଙ୍ଗି ଦୁଇ ଫାଳ ହୋଇଯାଉଛି।ହେଲେ ବି ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀ ଆରମରେ ଘୁଙ୍ଗୁଡ଼ି ନିଦ ମାରି ଶୋଇଥିବା ଦେଖିବାକୁ ମିଳୁଛି। ବ୍ଲକ୍ ପ୍ରଶାସନ ଠାରୁ ପ୍ରତିକ୍ରିୟା ନେଲେ ଉତ୍ତର ମିଳୁଛି ସେ କିଛି ମାସ ହେଲା ଦାୟୀତ୍ବ ନେଇ, ହେଲେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ବାବୁ ମାନେ କହୁଛନ୍ତି କଣ?୨ବର୍ଷ ହେଲା ଶ୍ରେଣୀ ଗୃହ ଗୁଡ଼ିକ ବ୍ଲକ୍ କୁ ଆମେ ସମର୍ପଣ କରି ଦେଇଚୁ କହି କାମ ସାରି ଦେଉଛନ୍ତି।ଏଥିରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ, ବିଭାଗୀୟ ଅଧିକାରୀ ମାନଙ୍କ ମଧ୍ୟରେ ଉତ୍ତମ ତାଳ ମେଳ ରହି ନ ଥିବା ଯୋଗୁ ବିଭାଗୀୟ ଅଧିକାରୀ ଙ୍କ ତୃଟି ଯୋଗୁଁ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳୁଛି ।ଆଉ କେତେ ବର୍ଷ, ମାସ, ଦିନ ଗଲେ ଦୀପ ତଳ ଅନ୍ଧାର ହଟିବ ଅସମ୍ପୂର୍ଣ୍ଣ ଶ୍ରେଣୀ ଗୃହ ସଂପୂର୍ଣ୍ଣ ହେବ । ଶ୍ରେଣୀ ଗୃହ ରେ ପିଲାଏ ପ୍ରବେଶ କରିବେ କେବେ? ଏହାକୁ ନେଇ ବିଜେପି କଂଗ୍ରେସ ଶାସକ ଦଳ ର ନିର୍ବାଚିତ ପ୍ରତିନିଧି ମାନେ ପଞ୍ଚାୟତ ସମିତି ବୈଠକ କିମ୍ବା ଜିଲ୍ଲା ପରିଷଦ ବୈଠକ ରେ ମାସ ବର୍ଷ ହେଲା ସ୍ଵର ଉତ୍ତୋଳନ ନ କରିବା ଏବଂ ସରକାରୀ ବାବୁ ମାନଙ୍କୁ ପଦୁଟିଏ ନ କହିବା ଶାସକ ଦଳ ପିଲାମାନଙ୍କ ଭବିଷ୍ୟତ ସହିତ ଖେଳୁଛି ବୋଲି କହିବା ସହିତ ଜିଲ୍ଲାପାଳ ତୁରନ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲ୍ଲୀପ ପ୍ରଧାନୀ, ବିଜେପି ଅଞ୍ଚଳଗୁମ୍ମା ମଣ୍ଡଳ ସଭାପତି ନନ୍ଦ ନନ୍ଦନ ବିଷୋୟୀ ଙ୍କ ସମେତ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରେସ ଦାବୀ କରିଛି।ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଯୋଗା ଯୋଗ ହୋଇ ହୋଇ ନ ଥିବାରୁ ପ୍ରତିକ୍ରିୟା ପ୍ରକାଶ ପାଇଁ ପାରି ନାହି l ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |