![]() ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋସପୁର ପଞ୍ଚାୟତ ଠାରେ ଦିନକୁ ଦିନ ମଦ କୁ ନେଇ ବିବାଦ ର ନିଆଁ କୁହୁଳି ବାରେ ଲାଗିଛି। ବନ୍ଦ ହେବାର ନା ନେଉନି। ସୂଚନା ଥାଉ କି ଏହି ବ୍ଲକ ର ସନ୍ତୋସପୁର ରେ ରହିଥିବା ବିଦେଶୀ ମଦ ଦୋକାନ କୁ ନେଇ ଦୀର୍ଘ ବର୍ଷ ହେଲାଣି ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଗତ ବର୍ଷ ଗ୍ରାମବାସୀ ମିଳିତ ଭାବେ ମଦ ଦୋକାନ କୁ ବନ୍ଦ କରିବା ପାଇ ବାରମ୍ବାର ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ କୁ ଲିଖିତ ଅଭିଯୋଗ କରିଥିଲେ ।କିନ୍ତୁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ମିଳିତ ଭାବରେ ମଦ ଦୋକାନ ଆଗରେ ବିଭିନ୍ନ ନାରାବାଜି ସହିତ ହରତାଲ ପ୍ରଦର୍ଶନ କରିଥିଲେ। ଗ୍ରାମ ର ଛୋଟ ବଡ ସମସ୍ତେ ମିଶି ମଦ ଦୋକାନ କୁ ଭଙ୍ଗା ରୁଜା କରିଥିଲେ। ।ଯାହା ଫଳରେ ପରିସ୍ଥିତି ଭୟାନକ ହୋଇଥିଲା। ମଦ ଦୋକାନ ଭଙ୍ଗା ରୁଜା ବିରୁଦ୍ଧରେ ସ୍ଥାନୀୟ ପୋଲିସ ଗ୍ରାମ ର କିଛି ଯୁବକ କୁ କୋର୍ଟ ଚାଲାଣ ମଧ୍ୟ କରିଥିଲା।ଯାହାଫଳରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ କୋଷାଗୁମୁଡା ଥାନା ମଧ୍ୟ ଘେରାଉ କରିଥିଲେ।ଶେଷରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଗ୍ରାମ ର ବ୍ୟକ୍ତି ଙ୍କୁ ତୁରନ୍ତ ଛାଡ଼ିବାକୁ ଦାବୀ କରିଥିଲେ ଓ ବିଦେଶୀ ମଦ ଦୋକାନ କୁ ଗ୍ରାମ ରୁ ବାହାର କରିବା ପାଇ ପ୍ରଶାସନ ଆଗରେ ଦାବୀ କରିଥିଲେ। ଯାହା ଫଳରେ ପ୍ରଶାସନ ଓ ଡ଼ାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି ବିଷୟରେ ମଧ୍ୟସ୍ଥତା କରି ଗ୍ରାମବାସୀ ଙ୍କୁ ବୁଝା ସୁଝା କରି ତିନି ମାସ ପରେ ବିଦେଶୀ ମଦ ଦୋକାନ କୁ ଗ୍ରାମରୁ ଅନ୍ୟ କେଉ ସ୍ଥାନରେ କରିବା ପାଇ ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରତିଶୃତି ପ୍ରତିଶୃତି ରେ ହିଁ ଅଟକି ରହିଯାଇଛି, ଏପର୍ଯ୍ୟନ୍ତ ବିଦେଶୀ ମଦ ଦୋକାନ କୁ ସ୍ଥାନାନ୍ତର କରାଯାଇନାହିଁ। ଯାହା ଫଳରେ ପୁଣି କିଛି ଦିନ ମଧ୍ୟରେ ଗ୍ରାମବାସୀ ଏକ ବୈଠକ ବସିଥିଲେ ଓ ତୁରନ୍ତ ବିଦେଶୀ ମଦ ଦୋକାନ କୁ ଗ୍ରାମ ରୁ ବାହାର କରିବା ବିଷୟରେ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ବିଦେଶୀ ମଦ ଦୋକାନ କୁ ନେଇ କିଛି ରାଜନୈତିକ ଦଳ ରାଜନୀତି କରୁଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚା ଜୋର୍ ଧରିଛି। ଅନ୍ୟପଟେ ପଞ୍ଚାୟତ ର ନୂତନ ସରପଞ୍ଚ ରାଧା ମାଝୀ ଓ କିଛି ୱ।ର୍ଡ ମେମ୍ବର ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ବିଦେଶୀ ମଦ ଦୋକାନ ଗ୍ରାମରେ ହିଁ ରହୁ ବୋଲି ଅନୁରୋଧ କରିଥିବା ସାମ୍ନା କୁ ଆସିଛି ଯାହାକୁ ନେଇ ଗ୍ରାମବାସୀ ସରପଞ୍ଚ ଙ୍କ ବିରୁଦ୍ଧରେ ଶୀତଳ ଯୁଦ୍ଧ ଲାଗି ରହିଥିବା ଦେଖିବାକୁ ମିଳୁଛି। ନୂତନ ସରପଞ୍ଚ ଙ୍କ ଏହି ପଦକ୍ଷେପ କୁ ବିରୋଧୀ ତଥା ପୁରୁଣା ସରପଞ୍ଚ ତୀବ୍ର ନିନ୍ଦା କରିବା ସହିତ ନିରୀହ ଅଶିକ୍ଷିତ ଆଦିବାସୀଙ୍କୁ ମଦ ପିଆଇ ପରିବାର ମଧ୍ୟରେ ଅଶାନ୍ତି ର ବାତା ବରଣ ସୃଷ୍ଟି କରିବାକୁ ବସିଛନ୍ତି କି ବୋଲି କହିବା ସହିତ, ରାଜ୍ୟ ସରକାର ମାଁ କୁ ସମ୍ମାନ ଗାଁ କୁ ସମ୍ମାନ ଏଠାରେ ରେ ରହିଲା କି ବୋଲି ଏହାକୁ ତୀବ୍ରବିରୋଧ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଆଗାମୀ ଦିନରେ ଗ୍ରାମବାସୀ କି ପଦକ୍ଷେପ ନେବେ, ପୁଣି ଆନ୍ଦୋଳନ ର କେଉ ପନ୍ଥା ଆପଣାଇବେ ନା ଶାନ୍ତିଶୃଙଖଳା ର ସହିତ ବିଦେଶୀ ମଦ ଦୋକାନ ବିରଦ୍ଧରେ ପ୍ରଶାସନ ର ଦ୍ବାରସ୍ଥ ହେବେ?ଏହାକୁ ନେଇ ଦିନକୁ ଦିନ ପଞ୍ଚାୟତ ରେ ଗୋଷ୍ଟି କନ୍ଦଳ ଧୀରେ ଧୀରେ ବଢିବାରେ ଲାଗିଛି।ବିଧାୟକ ଦେଇଥିବା ପ୍ରତିଶ୍ରୁତି କେବେ ହେଲେ ଅବହେଳା କରନ୍ତି ନାହିଁ,କିନ୍ତୁ ଏହାକୁ କାର୍ଯ୍ୟ କରାଇବା ବଡ଼ ମୁସ୍କିଲ୍ ବୋଲି ପଞ୍ଚାୟତ ର ବୃଦ୍ଦିଜିବି ଦାବି କରିଛନ୍ତି। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |