BREAKING

ବାଲ୍ୟବିବାହକୁ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ଜାତି ସମାଜ ର ସମନ୍ଵୟ ବୈଠକ


ନବରଙ୍ଗପୁର:ଜିଲ୍ଲାରେ ବାଲ୍ୟ ବିବାହ କୁ ରୋକିବା ନିମନ୍ତେ ଆଜି ସ୍ଥାନୀୟ ମିଶନଶକ୍ତି ସଭାଗୃହ ଠାରେ ସମାଜ କଲ୍ଯାଣ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ୟୁନିସେଫ , ଆକ୍ସନଏଡ ଓ ବିଭିନ୍ନ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ମିଳିତ ବୈଠକ ରେ ଜିଲ୍ଲାପାଳ ଡଃ ମିଶ୍ର ଅଧ୍ୟକ୍ଷତା କରି। କହିଥିଲେ ଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁ ମାନଙ୍କୁ ସୁରକ୍ଷା ଓ ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ ର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି । ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରଖି ଜିଲ୍ଲାରେ ସମସ୍ତ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ନବରଙ୍ଗପୁର ଜିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ଦିଗରେ ଏହି ସମନ୍ଵୟ ବୈଠକ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥି ସହିତ ବାଲ୍ୟ ବିବାହ ପରି ସାମାଜିକ ବ୍ୟାଧି କୁ ରୋକିବା ନିମନ୍ତେ ପ୍ରଶାସନ ଓ ଜାତି ସମାଜର ମୁଖ୍ୟ ମାନେ ମିଳିତ ଭାବରେ ଗ୍ରାମ ସ୍ତରରେ କରିଥବା ଜନ ସଚେତନତା କାର୍ଯ୍ୟକ୍ରମ ଓ ବାଲ୍ୟବିବାହ କୁ ରୋକିବାର ର କାର୍ଯ୍ୟ କ୍ରମକୁ ସମୀକ୍ଷା କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ବୈଠକ ଉଦେଶ୍ୟ ଜ୍ଞାପନ କରିବା ସହିତ ,ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି , ଜିଲ୍ଲା ସମାଜ କଲ୍ଯାଣ ବିଭାଗ , ୟୁନିସେଫ ଓ ଆକ୍ସନଏଡ ର ମିଳିତ ପ୍ରୟାସ ରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟ କ୍ରମ ଚାଲୁଥିବାର ସୂଚନା ଦେବା ସହିତ ଚଳିତ ବର୍ଷ ମାର୍ଚ ମାସ ସୁଧା ଜିଲ୍ଲାରେ ୧୭୧ ଗୋଟି ବାଲ୍ୟ ବିବାହ ରୋକାଯିବା ସହିତ ୬୯୩ ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରାଯାଇ ଥିବାର ଜଣାଇ ଥିଲେ।ଏଥି ସହିତ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ୨୩ ଟି ଜାତି ସମାଜର ମୁଖ୍ୟ ମାନେ ନିଜ ନିଜ ଜାତିରେ ବୈଠକ କରି ନିଜ ସମାଜରେ ବାଲ୍ୟ ବିବାହ ନକରିବାକୁ ଘୋଷଣା କରିବା ସହିତ ଜିଲା ପ୍ରଶାସନ କୁ ଲିଖିତ ଭାବରେ ପ୍ରତିଶୃତି ଦେଇଥିବାର ବିଷୟରେ ସୂଚନା ଦେଇଥିଲେ । ପରେ ଜିଲ୍ଲାପାଳଙ୍କ ଅନୁରୋଧରେ ଉପସ୍ଥିତ ଥିବା ୨୩ ଟି ଜାତିସମାଜର ମୁଖ୍ୟ ମାନେ ଜିଲ୍ଲାରେ ବାଲ୍ୟ ବିବାହ ଘଟୁଥିବାର କାରଣ ଓ ଏହାର ନିରାକରଣ ନିମନ୍ତେ ନିଜ ନିଜ ସମାଜ ତରଫରୁ କିଭଳି ପଦକ୍ଷେପ ନେବେ ସେ ଉପରେ ବକ୍ତବ୍ୟ ରଖିଥିଲେ । ଏଥି ସହିତ ନିଜ ସମାଜରେ ଜାତି ମୁଖିଆ ମାନେ ବାଲ୍ୟ ବିବାହ କୁ ପ୍ରଶାସନ ସହଯୋଗ ରେ ରୋକିବା , ବ୍ଲକ ସ୍ତରରେ ପ୍ରତି ମାସରେ ପ୍ରଶାସନ ଓ ଜାତିସମାଜର ମିଳିତ ବୈଠକ କରାଇବା ,ସମାଜ ମୁଖିଆ ଓ ପ୍ରଶାସନିକ ଅଧିକାରୀ ମାନେ ମିଳିତ ଭାବରେ ଗ୍ରାମ ଗୁଡିକରେ ଜନ ସଚେତନ କାର୍ଯ୍ୟ କ୍ରମ କରିବା, କିଶୋର କିଶୋରୀ ମାନଙ୍କୁ ପଲିଟେନିକ ଶିକ୍ଷା ଓ ଦକ୍ଷତା ବିକାଶ ଶିକ୍ଷାରେ ଯୋଡିବା ଆଦି କାର୍ଯ୍ୟ କ୍ରମ ରେ ସମସ୍ତ ସମାଜ ର ମୁଖ୍ୟ ମାନେ କାର୍ଯ୍ୟ କରିବେ ବୋଲି ଜିଲ୍ଲାପାଳଙ୍କୁ ପ୍ରତିଶୃତି ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ , ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ସହାୟକ ଆରକ୍ଷୀ ଅଧିକ୍ଷକ ଜୟ କୃଷ୍ଣ ବେହେରା , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ, ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ, ଡାକ୍ତର ଦିଲ୍ଲୀପ ଚନ୍ଦ୍ର ବେହେରା , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ବାଲ୍ୟବିବାହ ନିଷେଧ ଅଧିକାରୀ ଏସେ ଗୀତା, ସୁନିତା ଦେବୀ ତ୍ରିପାଠୀ , ଶୈଳେନ୍ଦ୍ରି ମହାନଦ , ଯମୁନା ଭତ୍ରା , ଚାଇଲ୍ଡ ଲାଇନ ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ , ସୁପର ଭାଇଜର, ସଞ୍ଜୁକ୍ତା ବେହେରା ,ଗୀତାଞ୍ଜଳି ମିଶ୍ର ,କାଞ୍ଚନ ପଣ୍ଡା, ସବିତା ମଲ୍ଲିକ ,ସୁଲଚନା ପରିଡା ,ଆରୋଣୀ ଶତ୍ରୁଶଲ୍ୟ , ନର୍ମଦା ବିସ୍ୱୋଇ ଜିଲ୍ଲାରେ ଥିବା ବିଭିନ୍ନ ଜାତି ସମାଜର ର କର୍ମକର୍ତ୍ତା ମାନେ ଆଲୋଚନାରେ ଅଂଶଗ୍ରହଣ କରି ବାଲ୍ୟ ବିବାହ ର ସମାପ୍ତ ଦିଗରେ ଜାତି ସମାଜର ମୁଖ୍ୟଙ୍କର ଭୂମିକା ଓ ସାମାଜିକ ଦାୟିତ୍ଵ ଉପରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ସୁପରଭାଇଜର ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ

ହିନ୍ଦୁ ମହାସଂଘ ତରଫରୁ ୧୨ଘଣ୍ଟିଆ କୋଡିଙ୍ଗା ବନ୍ଦ ସଫଳ

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ୍ଗା ବନ୍ଦ ଡାକରା ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ବାଦୀ ସଂଗଠନ "ହିନ୍ଦୁ ମହାସଂଘ" ଦେଇଥିଲା। ଏହି ବନ୍ଦ କୁ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗଦଳ, ଧର୍ମ ଯୋଦ୍ଧା ସଂଗଠନ, ରାଷ୍ଟ୍ରବାଦୀ କୃଷକ ମହାସଂଘ ଓ କୋଡିଙ୍ଗା ବଣିକ ସଂଘ ସମର୍ଥନ କରିଥିଲା। ହିନ୍ଦୁ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର, ଆଇନ୍ ପରାମର୍ଶ ଦାତା ଅରୁଣ ପ୍ରସନ୍ନ ନାୟକ, ରାଷ୍ଟ୍ରୀୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ସୁନିଲ ବେହେରା, ବାଳକୃଷ୍ଣ ପଟ୍ଟନାୟକ, ଧର୍ମ ଯୋଦ୍ଧା ସଂଗଠନ ର ସତ୍ୟବ୍ରତ ସାମଲ, ପରଜା ସମାଜ ସଭାପତି ବୁଦୁ ଜାନୀ, ଜନଜାତି ମ...

Prime Odisha July 3, 2022, 10:02 am     226 Views

ବନବିଭାଗ କୁ ମିଳିଛି ବଡ଼ ସଫଳତା

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈାଣସି ସୂତ୍ର ରୁ ଖବର ପାଇ ସେମଳା ଛକ ନିକଟରେ ଛପି ରହିଥିଲେ। ସେମଳା ଛକ ଠାରେ ଅନନ୍ତ ପନକା ବ୍ୟକ୍ତି ଙ୍କ ଠାରୁ କଲରା ପତରିଆ ବାଘ ଛାଲ ଜବତ କରି ଗିରଫ କରାଯାଇଛି l ଏହା ପରେ ଉକ୍ତ ବ୍ୟକ୍ତିଙ୍କ ନାମରେ ବନବିଭାଗ ଦ୍ୱାରା କେସ ଫାଇଲ କରାଯାଇ ତାଙ୍କୁ ଥାନାକୁ ପଠାଇ ଦିଆଯାଇଛି। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ...

Prime Odisha July 3, 2022, 9:59 am     902 Views

ନବରଙ୍ଗପୁର ମହାବିଦ୍ୟାଳୟ ସ୍ୱର୍ଣ୍ଣ ଜୟନ୍ତୀ: ପ୍ରାକ୍-ପ୍ରସ୍ତୁତି ବୈଠକ

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରାକ୍-ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ୱାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ଭାବେ ମହାବିଦ୍ୟାଳୟ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ, ଛାତ୍ର ସଂସଦ ର ସମସ୍ତ ସଭାପତି ଓ ସମ୍ପାଦକ ଙ୍କୁ ନେଇ ତଥ୍ୟ ସମ୍ବଳିତ ଏକ ବିବରଣୀ ପ୍ରସ୍ତୁତ କରାଯିବା ପାଇଁ ସ୍ଥିର କରାଯାଇଛି । ପରବର୍ତ୍ତୀ ସମୟରେ ପୁରାତନ ଆଗ୍ରହୀ ଛାତ୍ର ଛାତ୍ରୀ, ଜିଲ୍ଲା ର ମାନ୍ୟଗଣ୍ୟ ବ୍ୟକ୍ତି, ଜିଲ୍ଲା ପ୍ରଶାସନ ର ଉଚ୍ଚ ଅଧିକାରୀ ଙ୍କୁ ନେଇ ଏକ ସର୍ବସମ୍ମତ୍ତ କମିଟି ଗଠନ କରା...

Prime Odisha July 3, 2022, 9:57 am     715 Views

ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଜଣେ ଆହତ

ବୈପାରିଗୁଡା:(ବିକ୍ରାନ୍ତ କୁମାର ବେବର୍ତ୍ତା):ରାଂଚି-ବିଜୟଓ୍ବାର୍ଡା ଜାତୀୟ ରାଜପଥର ବୈପାରିଗୁଡା ଥାନା ଅନ୍ତର୍ଗତ ବୈପାରିଗୁଡା ମାଲକାନଗିରି ରାସ୍ତାର ମନ୍ତ୍ରୀଆମ୍ବ ଓ ଏହାର ଆଖପାଖ ଅଂଚଳରେ ପ୍ରତିଦିନ କୌଣସି ନା କୌଣସି ସ୍ଥା. ରେ ଦୁର୍ଘଟଣା ଘଟୁଥିବା ବେଳେ ଏହାର ପ୍ରତିକାର ବ୍ଯବସ୍ଥା ପ୍ରତି ରାଜ୍ଯ ସରକାର କିମ୍ବା ପରିବହନ ବିଭାଗ ଦୁଷ୍ଟି ଦେଉନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ଦେଖାଯାଉଛି ! କାଲି ଯେଉଁ ସ୍ଥାନରେ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଆଜି ପୁଣି ସେହି ସ୍ଥାନରେ ହିଁ ଏକ ଲୁହା ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇ ଥିବା ବେଳେ ଚାଳକ ଗୁରୁତର ଆହାତ ହୋଇଥିବାର ଶୁଣିବାକୁ ମିଳୁଛି ! କହିବାକୁ ଗଲେ ଅନ୍ଯ ରାଜ୍ଯର ଗାଡି ଗୁଡିକ ହିଁ ଏହି ...

Prime Odisha July 3, 2022, 3:09 am     506 Views

୭୩ତମ ଜିଲ୍ଲା ବନ ମହୋତ୍ସବ ଅବସରରେ ଛତ୍ରଭଟ ଶ୍ମଶାନରେ ଲଗାଗଲା ଦୁଇ ହଜାର ଚାରା ବ୍ରୁକ୍ଷ

ନବରଙ୍ଗପୁର:ଆଜି ୭୩ ତମ ଜାତୀୟ ବନ ମହୋତ୍ସବ ସପ୍ତାହ ଅବସରରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଛତ୍ରଭଟ ଶ୍ମଶାନ ଠାରେ ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଁଳା, ଫାସି, ଆମ୍ବ, ପଣସ, ଜାମୁକୋଳି, ଦେଶୀ ନିମ୍ବ , ବଡ଼ ଚାକୁଣ୍ଡା, ବାହାଡ଼ା, ଅର୍ଜୁନ, କଷି, ଦେବଦାରୁ , କୃଷ୍ଣ ଚୁଡ଼ା, ରାଧା ଚୁଡ଼ା ବୃକ୍ଷ ଆଦି ରୋପଣ କରାଯାଇଥିଲା। ନିଜର ଦୈନନ୍ଦିନ ଜୀବନରେ ହେଉ କିମ୍ବା ଆଗାମୀ ପିଡି ପାଇଁ ସ୍ୱଚ୍ଛ ଅମ୍ଳଜାନ ନିମନ୍ତେ ବୃକ୍ଷ ରୋପଣ ର ବିକଳ୍ପ ଆଉ କିଛି ନାହିଁ ବୋଲି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ବୃ୍ଷରୋପଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମତ ପ୍ରକାଶ କରିଥ...

Prime Odisha July 3, 2022, 2:26 am     306 Views

ପାପଡାହାଣ୍ଡି ପୋଲିସକୁ ମିଳିଛି ବଡ ସଫଳତା

ନବରଙ୍ଗପୁର:ପାପଡ଼ାହାଣ୍ଡି ପୋଲିସକୁ ମିଳିଛି ଏ ଅଞ୍ଚକରେ ଚୋରି କରୁଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦଳକୁ ଧରିବାର ବଡ ସଫଳତା।ପାପଡାହାଣ୍ଡି ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହେଉଥିବା ଘଟଣାରେ ଜନ ସାଧାରଣ ଅତିଷ୍ଠ ହୋଇ ଅନ୍ଧାରରେ ଦିନ କାଟୁ ଥିବାବେଳେ ବିଦ୍ୟୁତ୍ ବିଭାଗକୁ ଜଣାଇ ଥିବାରୁ ବିଦ୍ୟୁତ୍ ବିଭାଗ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକ ଙ୍କ ପାଖରେ ଏଫ୍ ଆଇ ଆର୍ ଦେଇ ଥିଲେ ତା ୨୪/୬/୨୦୨୨ ରେ।ଏନେଇ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରି ଥିଲେ।ଛତିଶଗଡ ଅଞ୍ଚଳରୁ ଆସି ଏ ଅଞ୍ଚଳରେ ଟ୍ରାନ୍ସଫର୍ମର ଚୋରି ରାକେଟ୍ ସକ୍ରିୟ ହୋଇ ୨୨ ଟି ଟ୍ରାନ୍ସଫର୍ମର ଚୋରି କରି ଥିବା ବେଳେ ଉକ୍ତ ଚୋରି କରୁ ଥିବା ଦଳକୁ କଳାହାଣ୍...

Prime Odisha July 3, 2022, 2:27 am     639 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ...

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈା...

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us