![]() କୋରାପୁଟ:କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଅନେକ ଦିନ ଧରି ତିକ୍ତତା ଲାଗି ରହିଥିବା ବେଳେ, ଆନ୍ଧ୍ରର ପାର୍ବତୀପୁରମକୁ ନୂତନ ଭାବେ ମାନ୍ୟମ ଜିଲ୍ଲାର ମାନ୍ୟତା ଦେଇ କୋଟିଆ ଅଞ୍ଚଳକୁ ହାତେଇବା ପାଇଁ ଆନ୍ଧ୍ର ପ୍ରାଣପଣେ ଚେଷ୍ଟା ଜାରି ରଖିଛି। କୋରାପୁଟ ଜ଼ିଲ୍ଲା ପ୍ରଶାସନକୁ ବିଭିନ୍ନ ସମୟରେ ଚକମା ଦେଖେଇ କୋଟିଆ ଅଞ୍ଚଳରେ ଅନୁପ୍ରବେଶ କରି କୋଟିଆ ବାସୀଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ରୀତିମତ ଉଦ୍ୟମ ଜାରି ରଖିଛି ଆନ୍ଧ୍ର। ସେହିଭଳି ଗତ ରବିବାର ଦିନ ବିବାଦିୟ କୋଟିଆ ପଞ୍ଚାୟତର ୨୧ ଖଣ୍ଡ ଗ୍ରାମ ମଧ୍ୟରେ ଥିବା ନେରେଡ଼ିବାଲସା ନିକଟସ୍ଥ ତାଡିବାଲସା ଗ୍ରାମକୁ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା ପରିଦର୍ଶନ କରିଥିଲେ।ଅନୁସୂଚିତ ଜାତି ଓ ଜନଜାତିର ବାସିନ୍ଦାଙ୍କ ନିକଟକୁ ଯାଇ ଆନ୍ଧ୍ରର ଜଗନ ସରକାରଙ୍କ ଦ୍ୱାରା ଦିଆ ଯାଉଥିବା ନବରତ୍ନ ଯୋଜନା ମାଧ୍ୟମରେ କିପରି ଲାଭ ବାନ୍ ହାଇପାରିବେ ଓ ଏହାର ସୁଯୋଗ ଉଠାଇବା ପାଇଁ ଲୋକଙ୍କୁ କହୁଥିବା ଦେଖା ଯାଇଥିଲା। ଝିପିରି ଝିପିରି ବର୍ଷା ହେଉଥିବା ସତ୍ବେ ଘରକୁ ଘର ଯାଇ ଲୋକଙ୍କୁ ଆନ୍ଧ୍ର ସରକାରଙ୍କ ବିଭନ୍ନ ଯୋଜନା ସକପର୍କରେ ବୁଝଇଥିଲେ। ବିଗତ ଦିନରେ ଆନ୍ଧ୍ର ପକ୍ଷରୁ ନେରେଡିବାଲସା ଠାରେ ହାଟ ପାଇଁ ନିର୍ମାଣ କରାଯାଇଥିବା ନୂତନ କୋଠା ଘରର ବିଲ ପାଇନଥିବା ନେଇ ପାର୍ବତୀପୁରମ ର ପିଏ ଆଇଟିଡିଏ କୂର୍ମନାଧଙ୍କୁ ଜଣାଇବା ପରେ ମଧ୍ୟ ସେ ଶୁଣୁ ନଥୁବା ,ଏବଂ ଋଣ ଆଣି କୋଠା ନିର୍ମାଣ କରି ହଇରାଣରେ ପଡିଥିବା ଠିକାଦାର ମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ ଯାହାର ତୁରନ୍ତ ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଅନ୍ୟ ପଟେ ତଳ ଗଞ୍ଜେଇ ପଦର ଠାରେ ଆନ୍ଧ୍ର ତରଫରୁ ୱାଇଏସଆର ବୀମା କାର୍ଡରେ ଗ୍ରାମବାସୀଙ୍କୁ ସାମିଲ କରିବା ପାଇଁ ଗ୍ରାମବାସୀଙ୍କ ଆଧାର କାର୍ଡ, ଭୋଟ କାର୍ଡ ଓ ରାସନ କାର୍ଡକୁ ନେଇ ୱାଇଏସଆର ବୀମା ଯୋଜନାରେ ସାମିଲ କରିଥିବା ସୂଚନା ମିଳିଛି। ଏହି ବୀମାରେ ସମ୍ପୃକ୍ତ ଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଆନ୍ଧ୍ର ସରକାରଙ୍କ ତରଫରୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି।ଏଥିପାଇଁ ଆଗରୁ ଆନ୍ଧ୍ରର ଏଜେଣ୍ଟ ମାନେ ଆସି କୋଟିଆରେ ଏଭଳି କାର୍ଯ୍ୟ କରୁଥିଲେ ଯାହାକୁ ଓଡିଶା ବାସୀ ତୀବ୍ର ବିରୋଧ କରିଥିଲେ। କିନ୍ତୁ ଆନ୍ଧ୍ର ଏଥର ଏକ ନୂଆ ଚାଲ ଖେଳି କୋଟିଆ ପଞ୍ଚାୟତର ୨୧ ଟି ଗ୍ରାମ ପୁଞ୍ଜରୁ ୧୬ ଜଣ ଶିକ୍ଷିତ ପିଲାଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ଦରମା ଦେଇ ଆନ୍ଧ୍ର ନିଜର ଏଜେଣ୍ଟ ସଜାଇ କୋଟିଆ ରେ କରୁଛି ୱାଇଏସଆର ବୀମା ଯୋଜନା କାର୍ଯ୍ୟକାରୀ। ଏହି ଖବର ପାଇ ଘଟଣା ସ୍ଥଳରେ ପଟ୍ଟାଙ୍ଗି ଜ଼ିଲ୍ଲା ପରିଷଦ ସଭ୍ୟା ଟୀକାଇ ଗେମେଲ ଓ କିଛି ସାମ୍ବାଦିକ ପହଞ୍ଚି ଆନ୍ଧ୍ର ଏଜେଣ୍ଟ ସାଜିଥିବା କୋଟିଆ ଅଞ୍ଚଳର ଯୁବକଙ୍କୁ ତାଗିଦ କରିବାରୁ ଘଟଣା ସ୍ଥଳରୁ ସେମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି। ରିପୋର୍ଟ:ମଦନ ମୋହନ ସାହୁ, କୋରାପୁଟ |
![]() |