BREAKING

ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତି - ଏକ ପର୍ଯ୍ୟାଲୋଚନା


ନବରଙ୍ଗପୁର:ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ "ଓଡ଼ିଶାର ଲୋକ ସାହିତ୍ୟ - ଲୋକ ସଂସ୍କୃତି - ଆମ ଅସ୍ମିତା- ଏହି କ୍ରମରେ ଆଲୋଚ୍ୟ ପ୍ରସଙ୍ଗ :“ ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତି -ଏକ ପର୍ଯ୍ୟାଲୋଚନା ” ଶୀର୍ଷକରେ ଏକ ଆଭାସୀ ( ଅନ୍-ଲାଇନ୍) ଆଲୋଚନାଚକ୍ର ଗତ ତା .୧୯ -୦୬ -୨୦୨୨ ରବିବାର ସନ୍ଧ୍ୟା ୦୬ -୩୦ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ପଦ୍ମଶ୍ରୀ ଡ଼. ଦମୟନ୍ତୀ ବେଶ୍ରା‌,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ,ଗବେଷକ ତଥା ବରିଷ୍ଠ ଶିକ୍ଷାବିତ୍ ଯୋଗଦେଇ ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତିକୁ ନେଇ ଏକ ବିଶେଷ ଆଲୋଚନା ସହ ନୂତନ ଦିଗନ୍ତର ଆଶା ପ୍ରକାଶ କରିଥିଲେ । ଉକ୍ତ ସଭାରେ ବରେଣ୍ୟ ମୁଖ୍ୟ ବକ୍ତା ତଥା ଆଲୋଚକ ଭାବରେ ଡ଼.ରାଜକିଶୋର ନାୟକ,ଆଦିବାସୀ ଭାଷା ଓ ସଂସ୍କୃତି ଗବେଷକ ଯୋଗ ଦେଇ ଆଲୋଚ୍ୟ ପ୍ରସଙ୍ଗ ସହ ସାନ୍ତାଳୀ ଭାଷା ଓ ସଂସ୍କୃତିର ଭବିଷ୍ୟତ ଏବଂ ଗବେଷଣାକୁ ଆଧାର କରି ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶ କରିଥିଲେ I ବରେଣ୍ୟ ଅତିଥି ତଥା ଉଦ୍ ଘାଟକ ଡ଼.ରାଜେନ୍ଦ୍ର ପାଢୀ,ଆଦିବାସୀ ସାହିତ୍ୟ -ସଂସ୍କୃତି ଗବେଷକ ଓଡ଼ିଶାର ଆଦିବାସୀ ତଥା ଜନଜାତିଙ୍କ ଜନଜୀବନ ସହ ସଂସ୍କୃତି ଓ ସାହିତ୍ୟକୁ ଆଧାର କରି ସବିଶେଷ ଆଲୋଚନା କରିବା ସହ ଅତୀତ ,ବର୍ତ୍ତମାନ ତଥା ଭବିଷ୍ୟତରେ ଆଦିମ ଅଧିବାସୀଙ୍କ ସାହିତ୍ୟ ଓ ସଂସ୍କୃତିର ଅବଦାନ ଏବଂ ସୁରକ୍ଷା ବିଷୟରେ ରେଖାପାତ କରିଥିଲେ I ଆଲୋଚ୍ୟ ପ୍ରସଙ୍ଗ : ସାନ୍ତାଳୀ ଲୋକ ସାହିତ୍ୟ ଓ ସଂଗୀତକୁ ଆଧାର କରି ବରେଣ୍ୟ ଅତିଥି ପ୍ରାଧ୍ୟାପକ ଡ଼.ସୁନା ମାଝୀ , ସାନ୍ତାଳୀ ସାହିତ୍ୟ ଓ ସଂଗୀତ ଗବେଷକ ତଥା ଶିକ୍ଷାବିତ୍, ଶ୍ରୀମତୀ ଆରତୀ ଟୁଡୁ,ସାନ୍ତାଳୀ ସଂଗୀତ ଗବେଷିକା ତଥା ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ସଭାରେ ଯୋଗ ଦେଇ ନିଜସ୍ୱ ଅଭିବ୍ୟକ୍ତି ପ୍ରକାଶ କରିଥିଲେ I ସୃଜନୀ ପରିବାରର ଉପଦେଷ୍ଟା ମଣ୍ଡଳୀ ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ - ଅବସରପ୍ରାପ୍ତ), ସାହିତ୍ୟ ସାଧିକା ଡ଼.ବାସନ୍ତୀ ମହାନ୍ତି ଏବଂ ପ୍ରଫେସର୍ ଗୋଦାବରୀଶ ମିଶ୍ର,ଦର୍ଶନ ଶାସ୍ତ୍ର ବିଶାରଦ ତଥା ଶିକ୍ଷାବିତ୍ ନିଜସ୍ୱ ଅଭିଭାଷଣ ରଖିଥିଲେ । ସୃଜନୀପରିବାରର ସଂପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କବୀ ଶ୍ରୀମତୀ ସୁମତି ମୁଣ୍ଡ ଙ୍କ ସଂଯୋଜନାରେ ସଭାକାର୍ଯ୍ୟ ଗତିଶୀଳ ହୋଇଥିଲା । ଏହି ଅବସରରେ ସ୍ଵନାମଧନ୍ୟା କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ ସଙ୍ଗୀତ ପରିବେଷଣ କରିଥିବା ସହ ସୃଜନୀପରିବାରର ମୁଖ୍ୟ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ଗୁଣୀଜନଙ୍କ ସମାବେଶ ହୋଇଥିଲା। ସଂଚାଳକ ରମେଶ ଚନ୍ଦ୍ର ପସାଏତ୍ ଙ୍କ ମଙ୍ଗଳାଚରଣ ,ଉପସ୍ଥାପନା ,ଧନ୍ୟବାଦାର୍ପଣ ଓ ଶାନ୍ତିପାଠରେ ସଭାସାଙ୍ଗ ହୋଇଥିଲା ।

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ

ଡାବୁଗାଁରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହା ଆଡ଼ମ୍ବରରେ ପାଳିତ

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଶ୍ରୀମନ୍ଦିରରେ ୩ ଠାକୁରଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ଗୋପାଳ ପାତ୍ର, ପ୍ରଦୀପ ସାହୁ, ରଞ୍ଜନ ମିଶ୍ର ଓ ସୁଜିତ କୁମାର ପାତ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ |ପହଣ୍ଡି ବେଳେ ପଡୋଶି କଳାହାଣ୍ଡି ଜିଲ୍ଲା ଚିଲିଗୁଡା ଓ ବିଜମରା ରୁ କିର୍ତ୍ତନ,ପାପଡାହାଣ୍ଡି ବ୍ଲଜ ସିଙ୍ଗିଗୁଡା ଓ ଡାବୁଗାଁ ର କିର୍ତ୍ତନ ଦଳଙ୍କ କିର୍ତ୍ତନରେ ଜନ ସମାଗମ ବେଶ୍ ମନୋରମ ହୋଇ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇ ...

Prime Odisha July 1, 2022, 9:32 am     189 Views

ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ନବରଙ୍ଗପୁର:ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ବିଭିନ୍ନ ନାରା ଦେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଷ୍ଟ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।ଦୀର୍ଘ ଚାରି ଦିନ ଧରି ମାନ୍ୟବର ସାଂସଦ ଭାରତ ବର୍ଷର ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀ ଙ୍କୁ ଯେଉଁଭଳି ଭାବରେ ମୋଦି ସରକାର ଇଡି ଜେରା କରି ବାରମ୍ବାର ହଇରାଣ କରୁଛି।ଏହା କୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରିବା ବେଳେ ( ଏ ଆଇ ସି ସି ) କାର୍ଯ୍ୟାଳୟ ଆକବର ରୋଡ଼ ଭିତରେ ପଶି ପୁଲିସ ଗୁଣ୍ଡାରାଜ କରି ସାଂସଦ ମାନଙ୍କୁ ଗିରଫ କରିବା ସହ ମହିଳା ସାଂସଦ ମାନଙ୍କୁ ହାତ ଧରି ଟାଣି ନେଉଥିବା ଦେଖିବାକୁ ମିଳିଥିଲା।ମୋଦି ସରକାର କଂଗ୍ରେସ ଦଳ ନେତା ...

Prime Odisha June 17, 2022, 11:19 am     845 Views

ଆଜି ସ୍ନାନ ମଣ୍ଡପରେ ଚକାଡୋଳା

କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ଶ୍ରୀମନ୍ଦିରରେ ଆଜି ପବିତ୍ର ସ୍ନାନ ପୁର୍ଣିମା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ନିଜ ଲୀଳା ଖେଳ ମୁତାବକ ସ୍ନାନ ଉଦେଶ୍ୟରେ ସ୍ନାନ ମଣ୍ଡପରେ ବିରାଜମାନ ହେବାର ଦେଖା ଦେଇଥିଲା.ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ ପଣ୍ଡା ପଡ଼ି଼ହାରୀ ମାନଙ୍କ ଗହଣରେ ଅତ୍ୟନ୍ତ ମନୋଲୋଭ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କୋଟପାଡ଼ ଶ୍ରୀମନ୍ଦିର ପରିସରରେ. ବ୍ରହ୍ମ ମୁହୂର୍ତ୍ତରୁ ଏହି କର୍ମର ଶୁଭାରମ୍ଭ ହୋଇଯାଇଥିଲା ଏବଂ ନନାଦି ସୁଗନ୍ଧ ପୁଷ୍ପ ଧୂପ ଦୀପ ଆଦି ଉପଚାରରେ ସ୍ନାନ ମଣ୍ଡପରେ ଶ୍ରୀ ଜଗନ୍ନାଥ ଅଗ୍ରଜ ବଳିଆ ଓ ସୁନାନାକି ଭଉଣୀ ସୁଭଦ୍ରାଙ୍କୁ ନେଇ ମାନବୀୟ ଲୀଳା ଖେଳ କରିବାକୁ ମଣ୍ଡପରେ ବିରାଜମାନ ହେବାର ଦେ...

Prime Odisha June 14, 2022, 1:23 am     863 Views

ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସି ବୈଠକ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର,ମାନ୍ୟବର ନବରଙ୍ଗପୁର ବିଧାୟକ, ସଦାଶିବ ପ୍ରଧାନୀ, ମାନ୍ୟବର ଉମରକୋଟ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନାରେ ଭାଗ ନେଇଥିଲେ। ଏହା ସହିତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ଆଇନ ପରିବୀକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଶିଶୁଅଧିକାରୀ ଆନୁଷ୍ଠାନିକ ଯତ୍ନ ଶ୍ରୀମତୀ କୁନିମୁନି ସ୍ଵାଇଁ ଏବଂ ପାଞ୍ଚ ଜଣ ଶିଶୁଙ୍କର ...

Prime Odisha June 1, 2022, 6:15 am     187 Views

କଲେଜ ପଢୁଆ ୨୧ବର୍ଷ ର ଛାତ୍ର ୨୦ବର୍ଷର ପୁରୁଣା ସାଇକେଲ ରେ ୧୮୦୦ କି.ମି.କେଦାରନାଥ ଯାତ୍ରା କରି ଫେରୁଛନ୍ତି ଗାଁ କୁ

ନବରଙ୍ଗପୁର:ଜିଲ୍ଲାରେ ଆଦିବାସୀ, ହରିଜନ ସମ୍ପ୍ରଦାୟ ଲୋକେ ବସବାସ ବହୁ ମାତ୍ରାରେ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ସମ୍ପ୍ରଦାୟର ମଧ୍ୟ ଉଣା ଅଧିକେ ରହିଛନ୍ତିନବରଙ୍ଗପୁର ଜିଲ୍ଲା ଦାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ବୋରିପଦର ଗ୍ରାମର ୨୧ ବର୍ଷ କଲେଜ ପଢୁଆ ଛାତ୍ର ର ସାହାସ କୁ ମାନିବାକୁ ପଡିବ।ତାକୁ ତାର ଏପରି ସାହାସିକତା କୁ ସମସ୍ତେ ସାଧୁବାଦ ନ ଦେଇ ରହିପାରିବେ ନାହିଁ।ସେହି ଛାତ୍ରଟି ହେଉଛି ବୋରିପଦର ଗ୍ରାମର ଶିକ୍ଷକ କବି ଡଙ୍ଗ୍ରି ଙ୍କ ପୁଅ ନିହାର ରଞ୍ଜନ ଡଙ୍ଗ୍ରି(୨୧) ସେ ଘରର ଦୀର୍ଘ ୨୦ ବର୍ଷର ପୁରୁଣା ସାଇକେଲ ଧରି ଯୁକ୍ତ ୩ ରେ ପାଠ ପଢୁଥିବା ଜୟପୁର ଡିଗ୍ରି କଲେଜ କୁ ଗାଁ ରୁ ବାହାରି ଜୟପୁର ଅଭିମୁଖେ ବାହାରି ଥିଲେ।ଜୟପୁରରୁ ...

Prime Odisha May 29, 2022, 9:03 am     807 Views

ଜୁଆ ଆଡ୍ଡାରେ ଉପରେ ବ୍ରହ୍ମପୁର ପୋଲିସର ଚ଼ଢାଉ, ୩ ଗିରଫ

ବ୍ରହ୍ମପୁର:ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ବ୍ଲକର ମେଠ ଗାଁ ପର୍ବତ ନିକଟରେ ଥିବା ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢାଉ । ୩ ଜଣ ଜୁଆଡି ଗିରଫ, ନଗଦ ଟଙ୍କା ଓ ବାଇକ ଜବତ ।ଜୁଆ ଆଡ୍ଡା ଉପରେ ବ୍ରହ୍ମପୁର ପୋଲିସର ଚଢାଉ । ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ବ୍ଲକର ମେଠ ଗାଁ ପର୍ବତ ନିକଟରେ ଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିଛି । ପରେ ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ । ସୂଚନା ଅନୁସାରେ, ବ୍ରହ୍ନପୁର ପୋଲିସ ପାଖରେ ମେଠ ଗାଁ ପର୍ବତ ନିକଟରେ ଜୁଆ ଆଡ୍ଡା ଥିବା ସୂଚନା ମିଳିଥିଲା ।ଖବର ପାଇ ବ୍ରହ୍ମପୁର ପୋଲିସର ଏକ ଟିମ ଚଢାଉ କରିଥିଲା । ସେଠାରୁ ୩ଲକ୍ଷ ୮୮ହଜାର ଟଙ୍କା ସମେତ ଦୁଇଟି ମୋଟର ସାଇକେଲ ଓ ...

Prime Odisha May 29, 2022, 6:06 am     816 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : info@primeodisha.news

More News

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ...

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈା...

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us