![]() ନବରଙ୍ଗପୁର:ଆଜି ପ୍ରାକୃତିକ ବିପର୍ଯ୍ୟୟ ଓ ତାର ସଫଳ ମୁକାବିଲା କିପରି କରାଯାଇପାରିବ, ଜିଲ୍ଲା ସ୍ତରୀୟ ଅଭ୍ୟାସ ପ୍ରସ୍ତୁତି (Table Top Exercise) ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ବିଶେଷ କରି ପ୍ରବଳ ବର୍ଷା ଯୋଗୁଁ ବନ୍ୟା ର ପୂର୍ବରୁ, ବନ୍ୟା ସମୟରେ ଏଵଂ ବନ୍ୟାର ପରବର୍ତ୍ତୀ ସମୟରେ କିଭଳି ବନ୍ୟାର ସଫଳ ମୁକାବିଲା କରାଯାଇ ପାରିବ, ଲୋକଙ୍କ ଧନ ଜୀବନ କିଭଳି ସୁରକ୍ଷିତ କରାଯାଇ ପାରିବ, ବନ୍ୟା ସମୟରେ ଉତ୍ତମ ସ୍ବାସ୍ଥ୍ୟ, ଶୁଦ୍ଧ ପାନୀୟ ଜଳ,ଔଷଧ,ବନ୍ୟା ଜଳ ଘେରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ସହିତ ସେମାନଙ୍କ ଖାଇବା ପିଇବା ସହିତ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ବିଷୟରେ ପ୍ରାକ୍ ଅଭ୍ୟାସ ପ୍ରସ୍ତୁତି ହୋଇଥିଲା। ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ବିଭାଗ ରୁ ଜିଲ୍ଲା ବନ୍ୟା ନିୟନ୍ତ୍ରଣ କକ୍ଷ କୁ ଇ ମୈଲ, ଆଉ ଅନ୍ୟ ସାମାଜିକ ମାଧ୍ୟମରେ ଖବର ଆସିବା ପରେ, ସେହି ଖବରକୁ କାଳବିଲମ୍ବ ନ କରି ତତ୍ କ୍ଷଣାତ ଜିଲ୍ଲାର ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗଙ୍କ ବ୍ୟତୀତ ସଂପୃକ୍ତ ବିଭାଗ କୁ ଅବଗତ କରାଯାଉଥିଲା। ଉକ୍ତ ଖବର ପାଇଲା ପରେ ବ୍ଲକ ସ୍ତରରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି, ତାହାର ଏକ ସମ୍ପୂର୍ଣ୍ଣ ବିବରଣୀ ଜିଲ୍ଲା ଜରୁରୀକାଳୀନ ବିଭାଗକୁ ପ୍ରେରଣ କରୁଥିଲେ, ଏବଂ ସେହି ବିବରଣୀ କୁ ଜିଲ୍ଲା ଜରୁରୀକାଳୀନ ବିଭାଗ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ବିଭାଗକୁ ପ୍ରେରଣ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିଲେ। ଏହି ଅଭ୍ୟାସ କାର୍ଯ୍ୟକ୍ରମ ସକାଳ ଦଶ ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ଉପ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ଜରୁରୀ କାଳୀନ ବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ,ବରିଷ୍ଠ ରାଜସ୍ଵ ସହାୟକ ତ୍ରିପତି ବାଲାଜୀ ସାହୁ ସମେତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ । ଏତଦ୍ ବ୍ୟତୀତ ଅନୁରୂପ ଭାବେ ଏହିଭଳି କାର୍ଯ୍ୟକ୍ରମ ଅପରାହ୍ନ ରେ ଜିଲ୍ଲାର ସମସ୍ତ ଦଶ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ସ୍ତରୀୟ ସମସ୍ତ ଅଧିକାରୀ, ପଞ୍ଚାୟତ ଜନ ପ୍ରତିନିଧି, ବହୁମୁଖି ବନ୍ୟା / ବାତ୍ୟା ଆଶ୍ରୟସ୍ଥଳୀ ର ସମସ୍ତ ସଭାପତି, ସମ୍ପାଦକ, ଏବଂ ନୋଡାଲ NGO ସମ୍ପର୍କ ର ଶ୍ରୀ କାର୍ତିକ ମଲ୍ଲିକ ଯୋଗ ଦେଇଥିଲେ । ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |
![]() |