![]() ବ୍ରହ୍ମପୁର:ଏଆଇସିସିର ନବ ସଂକଳ୍ପ ଚିନ୍ତନ ବୈଠକ ରାଜସ୍ଥାନର ଉଦୟପୁର ଠାରେ ଅନୁଷ୍ଠିତ ହେଲାପରେ ସେଠାରେ ସ୍ଥିରୀକୃତ ହୋଇଥିଲା ସାରା ଦେଶରେ ସଙ୍ଗଠନକୁ ସୁଦୃଢ କରିବାକୁ।ଏହାର କିଛିଦିନ ପରେ ଓଡ଼ିଶାରେ ପରିବର୍ତନ ହୋଇଥିଲା ପିସିସି।ଶରତ ପଟ୍ଟନାୟକ ହୋଇଥିଲେ ପିସିସି ସଭାପତି।ଗତ କିଛିଦିନ ତଳେ ନବ ନିଯୁକ୍ତ ସଭାପତି ଦାଇତ୍ୱ ଗ୍ରହଣ କରିଥିଲେ।ବିରାଟ ସଭାର ଆୟୋଜନ କରାଯାଇଥିଲା ଭୁବନେଶ୍ୱର କଂଗ୍ରେସ ଭବନରେ।ସେଠାରେ ପ୍ରତ୍ୟେକ ଜିଲ୍ଲାରୁ ନେତା ଓ କର୍ମୀ ଯାଇ ଯୋଗ ଦେଇଥିଲେ।ନବନିଯୁକ୍ତ ପିସିସି ସଭାପତି ଗୁରୁମନ୍ତ୍ର ଦେଇଥିଲେ ସମସ୍ତେ ଏକ ହୋଇ ସଙ୍ଗଠନକୁ ଆଗକୁ ନେବା ପାଇଁ।ସମସ୍ତେ ଯଦି ଏକ ହୋଇ ଲଢ଼ିଲେ ଏବେ ଯେଉଁ ସଂଖ୍ୟା ବିଧାନ ସଭାରେ ଅଛି ତାହା ଆଗାମୀ ୨୦୨୪ ନିର୍ବାଚନ ରେ ୧୦ଗୁଣ ହେବ।ଏବଂ ତାଙ୍କ ନାରା ଥିଲା ୯ରୁ ୯୦।ପ୍ରତ୍ୟେକ ଜିଲ୍ଲାରେ ନବ ସଂକଳ୍ପ ବୈଠକ କରିବାକୁ ପରାମର୍ଶ ଦେଇଥିଲେ।ତାହାକୁ ପାଳନ କରିବାକୁ ଯାଇ ଗଞ୍ଜାମ ଜିଲ୍ଲାରେ ନବ ସଙ୍କଳ୍ପ ବୈଠକ ସ୍ଥାନୀୟ ବପୁଜି ଆଶ୍ରମରେ ଆୟୋଜନ କରାଯାଇଥିଲା।ହେଲେ ଏଠାରେ ନା ଥିଲେ କର୍ମୀ,ନେତା ନା କର୍ମକର୍ତା।କିଛି ହାତଗଣତି ଲୋକଙ୍କୁ ନେଇ ଏହି ନବ ସଙ୍କଳ୍ପ ବୈଠକ କରାଯାଇଥିଲା।ଏଠାରେ ପ୍ରଶ୍ନ ଉଠୁଛି ଏହି ଯୋଉ ବୈଠକ ରାଜ୍ୟ ସଭାପତିଙ୍କ ନିର୍ଧେସ ରେ ହୋଇଥିଲା,ସମସ୍ତଙ୍କୁ ନେଇ ଚାଲିବା ନା କିଛି ଏକ ନିର୍ଦ୍ଧିଷ୍ଠ ଗୋଷ୍ଠୀର ଲୋକଙ୍କୁ ଚାଲିବା? ଉଧେଷ୍ୟ ଏବଂ ଅଭିମୁଖ୍ୟର ବିରୋଧ ନିଶ୍ଚିତଭାବେ କରୁଛି।ଏହି ବୈଠକ କରିବା ପୂର୍ବରୁ କୌଣସି କର୍ମକର୍ତ୍ତା ଙ୍କ ସହ ଆଲୋଚନା କରାଯାଇନଥିଲା କି କାହାକୁ ସୂଚନା ବି ଦିଆଯାଇନଥିଲା।ଏପରି କି ଆମେ ଜିଲ୍ଲା ସାଧାରଣ ସମ୍ପାଦକଙ୍କ ସହ ଯୋଗାଯୋଗ କରିଥିଲୁ ସେ ମଧ୍ୟ ଏହି ବୈଠକ ବିଷୟରେ ସମ୍ପୂର୍ଣ ଅଜ୍ଞ ଥିବା କହିଥିଲେ।କାର୍ଯ୍ୟକ୍ରମ ବିଷୟରେ ଜାଣିନଥିବା କର୍ମକର୍ତାଙ୍କ ତାଲିକା ବହୁତ ଲମ୍ବା,ସେମାନେ ହେଲେ ସାଧାରଣ ସମ୍ପାଦକ ପ୍ରଶାନ୍ତ ବିଶୋଇ,ପୂର୍ବତନ ନଗର ସଭାପତି ପ୍ରମୋଦ ଜେନା,ଆଇ ଏନ ଟି ୟୁ ସି ସଭାପତି ପୀତବାସ ପଣ୍ଡା,ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଲିଙ୍ଗରାଜ ଚୌଧୁରୀ,ବ୍ରହ୍ମପୁର ନଗର ସଭାପତି ସୁଜୟ ଆଚାର୍ଯ୍ୟ,ଆର ଜି ପି ଆର ଏସ ସଭାପତି ସିଦ୍ଧାନ୍ତ କୁମାର ସାହୁ,ଲୋକସଭା ପ୍ରାର୍ଥୀ ଚନ୍ଦ୍ର ଶେଖର ନାଇଡୁ ପ୍ରମୁଖ।ଯେହେତୁ ଆଇନ ଗତ କଟକଣା ହେତୁ ସନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସଭାପତି ବ୍ରହ୍ମପୁର କୁ ପ୍ରବେଶ କରିବା ନିଷିଦ୍ଧ ଅଛି ଏହାର ସୁଯୋଗ ନେଇ କିଛି କୁଚକ୍ରି ଗୋଷ୍ଠି ବାପୁଜି ଆଶ୍ରମ କୁ ସେମାଙ୍କ କବଜାରେ ରଖି ଗଞ୍ଜାମ କଂଗ୍ରେସକୁ ପୁରା ରସାତଳକୁ ନେଇ ଗଲେଣି।ଏହି ଭଳି ଯଦି ସାଙ୍ଗଠନିକ କାର୍ଯ୍ୟକଳାପ ଚାଲେ ତାହାହେଲେ ଗଂଜାମ ରୁ କଂଗ୍ରେସ ପୁରା ନିଶ୍ଚିର୍ନ ହୋଇଯିବ ଏଥିରେ ଦ୍ବିମତ ନାହିଁ।ଆଜିର କାର୍ଯ୍ୟକ୍ରମ ରେ ଉପସଭାପତି ମହେଶ୍ୱର ପାତ୍ର ଅଧ୍ୟକ୍ଷତା କରିଥିଲେ,ମହିଳା କଂଗ୍ରେସ ସଭାନେତ୍ରୀ ବନଜା ପଣ୍ଡା,ମେୟର ପ୍ରାଥୀ ମଞ୍ଜୁ ରଥ,ନବାଗତ ମହିଳା ନେତ୍ରୀ ସୁବସିନୀ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ରିପୋର୍ଟ:ନୀକୁଞ୍ଜବିହାରୀ ପଟ୍ଟନାୟକ,ପ୍ରାଇମ ଓଡିଶା ନିଉଜ |
![]() |