![]() କୁନ୍ଦ୍ରା:ଆଜି କୁନ୍ଦ୍ରା ବ୍ଲକ ବୈଠକ ଗୃହ ଠାରେ କୋରାପୁଟ ଜିଲ୍ଲାପାଳଙ୍କ ଦ୍ୱାରା ମିଳିତ ଜନ ଶୁଣାଣୀ ଶିବିର ଆୟଜନ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଙ୍କ ସମେତ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପଲ୍ଲୀ, ପିଡି-ହେମାକାନ୍ତ ସାୟ , ଜିଲ୍ଲାମୁଖ୍ୟ ଚିକିତ୍ସାଧିକlରୀ- ଅରୁଣ କୁମାର ପlଢ଼ି ଓ କୁନ୍ଦ୍ରା ବ୍ଲକ ଅଧକ୍ଷା -ରାଜେଶ୍ୱରୀ ପରଜା ମଂଚାସୀନ ହୋଇ ଅଭିଯୋଗ ଶୁଣୁଥିବା ବେଳେ କୁନ୍ଦ୍ରା ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପ୍ରତେକ ଅଭିଯୋଗ କୁ ଭିତ୍ତିକରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମସ୍ୟା ବିଷୟରେ ନିଜର ମତାମତ ରଖୁଥିଲେ l ଯେହେତୁ ବର୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସକାଳ କାର୍ଯ୍ୟାଳୟ ଚାଲିଛି ସେଥିପାଇଁ ଠିକ ଅପରାହ୍ନ ୨ଟା ସମୟରେ ୬୧ ଟି ଅଭିଯୋଗ ଶୁଣିବା ପରେ ଶିବିର ସମାପ୍ତ କରିଦେଇଥିଲେ l ଆଜିର ଜନ ଶୁଣାଣୀ ରେ ଦିଗାପୁର ଗ୍ରାମ ପଞ୍ଚାୟତରେ ବିଗତ ୫ ବର୍ଷରେ ବିଭିନ୍ନ ଯୋଜନାରେ ହୋଇଥିବା ଅନିୟମିତତା କୁ କେନ୍ଦ୍ରକରି ଦିଗାପୁର ସରପଞ୍ଚ - ନୀଳା ନାୟକ ଓ ସମିତି ସଭ୍ୟ - ଗୁପ୍ତ ଆଡlରି ରାଜ୍ୟ ସ୍ତରରୁ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଦିଗାପୁର ପଞ୍ଚାୟତରେ ସ୍ପେସିଆଲ ଅଡିଟ କରାଇବା ନିମନ୍ତେ ଦାବୀ କରିଥିଲେ l ଏଥିସହ ପ୍ରକଳ୍ପ ନିର୍ଦେଶକ କୋରାପୁଟ,୫ଟି ସଚିବ, ପଞ୍ଚୟତିରାଜ ବିଭାଗ, ପଞ୍ଚଯା୍ତିରାଜ ସଚିବ ଓ ମୁଖ୍ୟ ଶାସନ ସଚିବ ଙ୍କୁ ଦାବୀପତ୍ର ପ୍ରେରଣ କରିଥିବା ଜିଲ୍ଲାପାଳଙ୍କ ନିକଟରେ ଦର୍ଶାଇଥିଲେ l ସେହିପରି ୧୬ ଟି ପଞ୍ଚାୟତରୁ ପ୍ରାୟ ଅଭିଯୋଗ ପାନୀୟଜଳ ସମସ୍ୟା କୁ ଆଧାର କାଟି ଆସିଥିବା ବେଳେ ଆର.ଡ଼lବ୍ଲୁ.ଏସ.ଏସ(RWSS) - ଏସ. ଡି.ଓ - ବିକେତ ମାଝୀଙ୍କ କାର୍ଯ୍ୟକାରିତା କୁ ନେଇଁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ତୁରନ୍ତ ସମସ୍ୟାର ସମାଧାନ କରିବାକୁ କହିଥିଲେ, ଆଉ ଯେମିତି ଆଗାମୀ ଦିନରେ ପାନୀୟଜଳ ସମସ୍ୟାକୁ ନେଇଁ ମୋ ନିକଟକୁ କୌଣସି ଅଭିଯୋଗ ନ ଆସେ ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ l କୁନ୍ଦ୍ରା ଲlମ୍ପ ରେ ଚାଷୀଙ୍କ ଋଣ ବାବଦର ପୈଠ ହୋଇହିବା ଟଙ୍କା ଆତ୍ମସାତ ଏବଂ ମଣ୍ଡିରେ ଚାଷୀଙ୍କ ପଞ୍ଜିକରଣରେ ଅନିୟମିତତା କୁ ଆଧାର କାରୀ ଅଭିଯୋଗ ହେବାପରେ ଉକ୍ତ ସମସ୍ୟାକୁ ନେଇଁ ତୁରନ୍ତ କିଛି ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ l ଆଉ କିଛି ଅଭିଯୋଗକାରୀ ନିରାଶ ହୋଇ ଫେରିଥିବା ବେଳେ ଆଜିର ଜନ ଶୁଣାଣୀ କୁ ନେଇଁ ଅସନ୍ତୋଷ ପ୍ରକାଶ କରିଥିଲେ, କୁନ୍ଦ୍ରା ବ୍ଲକ ରେ ଦୀର୍ଘ ୩ ବର୍ଷ ପରେ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଆୟଜନ କରାଗଲା କିନ୍ତୁ ସରକାରୀ ଭାବେ ବ୍ଲକ ପ୍ରଶାସନ ଦ୍ୱାରା କୌଣସି ଗାଁ କିମ୍ବା ପଞ୍ଚାୟତ ରେ ସୂଚନା ଦିଆ ଗୋଲାନାହିଁ l କୁନ୍ଦ୍ରା ବ୍ଲକରେ ୧୬ ଟି ପଞ୍ଚାୟତ ରେ ପ୍ରାୟ ୧୭୦ ରୁ ଉର୍ଦ୍ଧ ଗ୍ରାମ ରହିଛି, ପ୍ରତେକ ଗାଁ ଗହଳିରେ ଅନେକ ସମସ୍ୟା ରହିଛି, ଲୋକଙ୍କ ନିକଟରେ ଆଜି ଜିଲ୍ଲାପାଳଙ୍କ ଜନ ଶୁଣାଣୀ ବୋଲି କୌଣସି ସୂଚନା ନାହିଁ, ସ୍ଥାନୀୟ ସ୍ବେଛାସେବୀ ଙ୍କ ଦ୍ୱାରା ସୂଚନା ପାଇଁ ଆସିଚୁ ବୋଲି ଖିଲପୁଟ, ମୁଣ୍ଡିଗୁଡା, ଟେମେରାଗୁଡା, କଦମଗୁଡା, ପଣ୍ଡାକିମାରୀ, ଗୌଡ଼ଗୁଡା ଆଦି ଗ୍ରାମର ଅଭିଯୋଗ ଦେବାପାଇଁ ଆସିଥିବା ଲୋକ କ୍ଷୋଭ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି l ରିପୋର୍ଟ:ମନୋଜ୍ ଦାଶ,ପ୍ରlଇମ୍ ଓଡ଼ିଶା ନ୍ୟୁଜ୍ |
![]() |