![]() କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):ଆସନ୍ତା ଜୁନ୨୧ ତାରିଖ ବିଶ୍ୱ ଯୋଗ ଦିବସ ପାଳନ ଉପଲକ୍ଷେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦୀର ଠାରେ ପତଞ୍ଜଳି ଯୋଗ ସମିତି,କୋଟପାଡ଼ ତରଫରୁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି.ଏହି ବୈଠକର ମୂଳ ଉଦେଶ୍ୟ ଭାରତୀୟଙ୍କ ମନବ ସମାଜ ଓ ବିଶ୍ୱ ପ୍ରତି ଅମୁଲ୍ୟ ଅବଦାନ ପାରମ୍ପରିକ ଯୋଗ ଶାସ୍ତ୍ରର ବହୁଳ ମାତ୍ରାରେ ପ୍ରଚାର ଆଉ ପ୍ରସାର କରି ଘରେ ଘରେ ଯୋଗ ଜ୍ଞାନ ପହଞ୍ଚାଇ ଏକ ସୁସ୍ଥ ସମାଜ ଗଠନ କରିବା ତଥା ନିରୋଗୀ ରହିବାର ମୂଳ ମନ୍ତ୍ର ଲୋକଙ୍କ ନିକଟକୁ ଆଣିବା.ଆସନ୍ତା ଯୋଗ ଦିବସରେ ସହରର ଆବାଳ ବୃଦ୍ଧ ବନିତାଙ୍କ ସହ ସାମୁହିକ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଉକ୍ତ ଶୁଶୁ ମନ୍ଦିର ପରିସରରେ ସକାଳ ଛଅ ଟା ତିରିଶ ମିନିଟ ଠାରୁ ଆରମ୍ଭ କରି ଆଠଟା ଯାଏଁ ଅଭିଜ୍ଞ ଯୋଗ ଗୁରୁଙ୍କ ତତ୍ୱାବଧାନରେ କରାଯିବାର ନିଷ୍ପତ୍ତି ନିଆ ଯାଇଥିବା ବେଳେ ସହରର ସମସ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କରେ ଦଶଟା ତିରିଶ ମିନିଟ ଠାରୁ ଏଗାର ଟା ଯାଏଁ ଅଭିଜ୍ଞ ଯୋଗ ସଂଯୋଜକ ଓ ଗୁରୁଙ୍କ ଉପସ୍ଥିତିରେ ଶିକ୍ଷାଦାନ କରିବାର ନିଷ୍ପତ୍ତି ନିଆ ଯାଇଛି ଏହା ବାଦ ଆସନ୍ତା ୨୨ ଜୁନ ସକାଳ ୭ଘଣ୍ଟା ଠାରୁ ସ୍ଥାନୀୟ ଗୋପବନ୍ଧୁ ପାଠାଗାର ପରିସରରେ ବାବା ରାମଦେବଙ୍କ ପତଞ୍ଜଳି ସଂସ୍ଥାନର ସ୍ଵୀକୃତି ପ୍ରାପ୍ତ ଆୟୁର୍ବେଦ ଚିକିତ୍ସକ ତଥା ସ୍ଥାନୀୟ ଅଞର୍ବେଦ ଡାକ୍ତରଙ୍କ ଉପସ୍ଥିତିରେ ନିଃଶୁଳ୍କ ଆୟୁର୍ବେଦ ଚିକିତ୍ସା ଶିବିର ଅନୁଷ୍ଠିତ କରିବାର ନିଷ୍ପତ୍ତି ନିଆଯାଇଥିବାର ଜଣାପଡିଛି ଯୋଉଠାରେ ଅଞ୍ଚଳର ରୋଗୀଙ୍କ ମାଗଣାରେ ସ୍ୱାସ୍ଥ୍ୟ ଯାଞ୍ଚ ତଥା ଚିକିତ୍ସାର ପରାମର୍ଶ ଦିଆଯାଇ ଆୟୁର୍ବେଦର ବହୁଳ ବ୍ୟବହାରର ସଚେତନତା ଆଣିବାର ପ୍ରୟାସ କରିବାର ଯୋଜନା ରହିଛି. ଏହା ପରେ ପରେ ଏକ ୨୫ ଦିନିଆ ଯୋଗ ଶିକ୍ଷା ଶିବିର ଉପରକ୍ତ ଶିଶୁ ମଦିର ପରିସରରେ କରାଯାଇ ସମ୍ପୂର୍ଣ ଯୋଗ ଶିକ୍ଷା ସାଧାରଣ ବର୍ଗଙ୍କୁ ଦେବାର ଯୋଜନା ସ୍ଥିରୀକୃତ କରାଗଲା. ଏହାର ସମ୍ପୂର୍ଣ ତତ୍ୱାବଧାନ ପାଇଁ ଏକ କମିଟି ଗଠନ କରାଯାଇ ଦାଇତ୍ୱ ନ୍ୟସ୍ତ କରିବାର ସୂଚନା ମିଳିଥିବା ବେଳେ ଉକ୍ତ କମିଟିର ସଭାପତି ଭାବେ ସମାଜ ସେବୀ ପ୍ରକାଶ ଚନ୍ଦ୍ର ମହାନ୍ତି, ଉପସଭାପତି ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ନାୟକ, ସମ୍ପାଦକ ସମାଜ ସେବୀ ଡ଼କ୍ଟର ଗଣେଶ ଚନ୍ଦ୍ର ପଣ୍ଡା, ସହ ସମ୍ପାଦକ କେ. ରାଜ ଶେଖର ରାଓ, କୋଷାଧକ୍ଷ ସଞ୍ଜୟ କୁମାର ତ୍ରିପାଠୀ ଓ ସଂଯୋଜନା ଦାଇତ୍ୱରେ ବିଜୟ କୁମାର ଖାଡ଼ଙ୍ଗା, ମନୋହର ବିଶୋଇ ଓ ମହିଳା ବିଭାଗ ପାଇଁ ଶୀତଲ ଜୈନ ରହିଥିବା ବେଳେ ଅନ୍ୟାନ୍ୟ ବହୁ ବରିଷ୍ଠ ବ୍ୟକ୍ତି ଏଥିରେ ସଦସ୍ୟ ଥିବାର ଜଣା ପଡିଛି ଏବଂ ନୂତନ କମିଟି ଦ୍ୱାର ଉକ୍ତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆଜୀବନ ସୁସ୍ଥ ଓ ନିରୋଗୀ ରହିବାକୁ ନିବେଦନ କରାଯାଇଛି. |