![]() କୁନ୍ଦୁରା:କୋରାପୁଟ ଜିଲ୍ଲା ଅନ୍ତର୍ଗତ କୁନ୍ଦୁରା ବ୍ଲକର ମସିଙ୍ଗା ଗ୍ରାମ ପଞ୍ଚାୟତରେ ଥିବା ବରଗାଁ ଗ୍ରାମର ବସଵାସ କରୁଥିବା ବିଧବା ବୃଦ୍ଧା ମହିଳା ଆଜି ବୈପାରୀଗୁଡା ଥାନା ଅଧିକାରୀ ବିରଞ୍ଚି ନାରାୟଣ ଜଗତ ଙ୍କ ନିକଟରେ ଏକ ଅଭିଯୋଗ ଲିଖିତ ଭାବେ ଦେଇଥିବା ସୂଚନା ଦେଇଛନ୍ତି l ଏ ନେଇ ବୈପାରୀଗୁଡା ଥାନାଧିକାରୀ ସୋମବାର ଦିନ ଏହାର ପୁରା ତଥ୍ୟ ବାହାର କରି ପ୍ରକୃତ ଦୋଷୀ କୁ ଉଚିତ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ପାଇଁ ବୃଦ୍ଧା ମହିଳାଙ୍କୁ ପ୍ରତିଶୃତି ଦେଇଛନ୍ତି l ଏହି ଘଟଣାଟି ଅତି ରୋମାଞ୍ଚକର ଅଟେ l ସୂଚନା ଅନୁସାରେ ବରଗାଁ ରେ ରହୁଥିବା ସ୍ବର୍ଗୀୟ ହରି ଗୌଡ଼ ଙ୍କର ଏକ ସଞ୍ଚୟ ଜମା ଖାତା ନମ୍ବର-୮୪0୨୧0୧୬0୭୯ ଦିଗାପୁର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ରହିଛି, ସେହି ଜମା ଖାତାରେ ହରି ଗୌଙ୍କର କାଳିଆ ଯଜନା ରେ ସରକାରଙ୍କ ଦ୍ୱାରା ମିଳୁଥିବା ସହାୟତା ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଯଜନର କିସ୍ତି ଟଙ୍କା ଓ ମନରେଗା କାର୍ଯ୍ୟ ର କୁଲି ଟଙ୍କା ଜମା ହେଉଥିଲା l ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ହରି ଗୌଡ଼ଙ୍କୁ ଏକ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର ହୋଇଥିଲା l ଆବାସ ଯାଜନା ରେ ଛାତ ପକାଇବା ସମୟରେ ହଠାତ ହରି ଗୌଡ଼ଙ୍କର ମୃତ୍ୟୁ ହୋଇଗଲା l ହରି ଗୌଡ଼ ର ମୃତ୍ୟୁ ପରେ ସ୍ତ୍ରୀ କୌଶଲ୍ୟା ଗୋଡ଼ ଦିଗାପୁର ଠାରେ ରହିଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କୁ ଜାଇ ସ୍ୱାମୀ ର ମୃତ୍ୟୁ ହୋଇଯାଇଥିବା ଓ ସ୍ୱାମୀର ଜମା ଖାତାରୁ ଜମାଥିବା ଟଙ୍କା ଉଠାଣ କରିବା ପାଇଁ ଶାଖା ପରିଚାଳକଙ୍କୁ ଅନୁରୋଧ କରିଥିଲେ l ଆବଶ୍ୟକୀୟ କାଗଜ ଓ ମୃତ୍ୟୁ ପ୍ରଣାମ ପତ୍ର ଆଦି ଆଣିବାକୁ କହି କୌଶଲ୍ୟା ଙ୍କ ମୃତ ସ୍ୱାମୀଙ୍କ ଜମା ଖାତା ଟିକୁ ନିଜ ପୋଖରେ ରଖି ବ୍ୟାଙ୍କ୍ ଶାଖା ପରିଚାଳକ କୌଶଲ୍ୟା ଙ୍କୁ ଫେରାଇ ଦେଇଥିବା ସେ କହିଛନ୍ତି l ଶାଖା ପରିଚାଳକଙ୍କ ନିକଟରେ ହରି ଗୌଡ଼ ଙ୍କ ଖାତା ଜିମା ଦେବା ସମୟରେ ଜମା ଖାତାରେ କେତେ ଟଙ୍କା ଜମା ଥିଲା ନା ସ୍ତ୍ରୀ କୌଶଲ୍ୟା ଜାଣିଥିଲେ ନା ତାଙ୍କ ପୁଅ କର୍ଣ ଜାଣିଥିଲେ କିନ୍ତୁ ହଠାତ ଦିନେ ଶାଖା ପରିଚାଳକଙ୍କ ଦ୍ୱାରା କୌଶଲ୍ୟା ନିକଟକୁ ଖବର ପଠାଗଲା କି ସେ ତୁରନ୍ତ ବ୍ୟାଙ୍କ କୁ ଆସି ସାକ୍ଷାତ କରିବେ l ବ୍ୟାଙ୍କ କୁ କୌଶଲ୍ୟା ଓ ପୁଅ କର୍ଣ ଆସି ଶାଖା ପରିଚାଳକ ଙ୍କୁ ଦେଖା କରିବା ପରେ ପରିଚାଳକ କହିଲେ ହରି ଗୌଡ଼ ର ଜମା ଖାତା ରୁ ଏକାଧିକ ଥର ଟଙ୍କା ଉଠାଣ ହୋଇଛି, ତମେ ମା ପୁଅ କିଏ ଟଙ୍କା କେଉଁଠି ଉଠାଣ କରିଛ କି ? କୌଶଲ୍ୟା କହିଲେ ଯାହାର ନାଁ ରେ ଖାତା ଥିଲା ସେ ତ ମରିଗଲା, ମୋର ନାଁ ରେ ତ କିଛି ବଦଳା ଯାଇନାହିଁ, ବୁଢ଼ା ମଲା ପରେ ଖାତା ଆପଣଙ୍କ ପାଖରେ ରହିଛି ତେବେ ଖାତା ରୁ ଟଙ୍କା ଉଠାଉଛି କିଏ ବୋଲି କୌଶଲ୍ୟା ଶାଖା ପରିଚାଳକଙ୍କୁ ଙ୍କୁ ପ୍ରଶ୍ନ କରିଥିଲା l ଏଇ ଉଠାଣ କୁ ନେଇଁ ଶାଖା ପରିଚାଳକ କିଛି ମତାମତ ରଖିପାରିନଥିଲେ କେବଳ ବିଧବା ବୃଦ୍ଧା ମହିଳାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ l ଏହା ପରେ କୌଶଲ୍ୟା ସ୍ଥାନୀୟ ସାମ୍ବାଦିକ ଙ୍କୁ ଖବର କରି ଏହି ଘଟଣା ବିଷୟରେ ଜଣାଇଥିଲେ l ସ୍ୱାମୀ ହରି ଗୌଡ଼ ର ମୃତ୍ୟୁ ପରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ ପେଙ୍ଗୁ ମାଝୀ ଓ ପୂର୍ବତନ ଗ୍ରାମ ରୋଜଗାର ସେବକ ଘରକୁ ଆସି ମୃତ ହରି ଗୌଡ଼ ଓ କୌଶଲ୍ୟା ଗୌଡ଼ ଙ୍କ ବ୍ୟାଙ୍କ ପାସ ବହିର ନକଲ, ଆଧାର କାର୍ଡ ର ନକଲ ଓ ଅନ୍ୟ ଆବଶ୍ୟକୀୟ କାଗଜ ପତ୍ର ନେଇଥିବା କୌଶଲ୍ୟା କହୁଛନ୍ତି l ବର୍ତମାନ କୌଶଲ୍ୟା ଗୌଡ଼ ଙ୍କ ଆବାସ ଯଜନା ରେ ମିଳିଥିବା ଘର ନିର୍ମାଣ ଅଧପୋନ୍ତରିଆ ହୋଇ ପଡିଛି ,ଅଳ୍ପ ଦିନରେ ବର୍ଷା ଆରମ୍ଭ ହୋଇଯିବ, ପୁରୁଣା ଘର ଭାଙ୍ଗି ନୁଆଁ ଘର ତିଆରି କରିଲେ ସେଠାରେ ସେ ରହିଥାନ୍ତେ, ସେଥିପାଇଁ କୌଶଲ୍ୟା ଙ୍କ ମୁଣ୍ଡରେ ଚିନ୍ତା l କୌଶଲ୍ୟା ଙ୍କ ପୁଅ କର୍ଣ ଙ୍କ ଏକାଯିଦ ଏହିଭଳି ଗରିବ ଲୋକଙ୍କ ଟଙ୍କା ଯିଏବି ବାଟ ମାରଣା କରୁଛି ସେ ଧରାଯିବ ସହ ଉଚିତ ଦଣ୍ଡ ମିଳିବା ଦରକାର l ମସିଙ୍ଗା ପଞ୍ଚାୟତ ରେ ଗତ ୨୦୧୮ ଠାରୁ ୨୦୨୧ ସୁଦ୍ଧା ଆବାସ ଯଜନରେ ଅନେକ ଗରିବ ଗୁରୁବା ହନ୍ତସନ୍ତ ହୋଇଛନ୍ତି, ଥରେ ଯଦି ସଠିକ କାର୍ଯ୍ୟାନୁଷ୍ଠାନ ହୁଅନ୍ତା ତେବେ ବହୁତ ଲୋକ ଉପକୃତ ହୁଅନ୍ତେ ବୋଲି ଉଭୟ ମା ପୁଅ ଜିଦ ଧରି ବୈପାରୀଗୁଡା ଥାନାରେ ଲିଖିତ ଅଭିଯୋଗ ଦେଇଥିବା କହିଛନ୍ତି l ବର୍ତମାନ ଦେଖିବାକୁ ରହିଲା ପ୍ରକୃତରେ ପୋଲିସ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି l ରିପୋର୍ଟ:ମନୋଜ୍ ଦାଶ,ପ୍ରlଇମ୍ ଓଡ଼ିଶା ନ୍ୟୁଜ୍ |