![]() ନବରଙ୍ଗପୁର:ଡାବୁଗାଁ ବ୍ଲକ ଡଙ୍ଗରିଗୁଡା ଠାରେ ଡାବୁଗାଁ ବ୍ଲକ କଙ୍ଗ୍ରେସର ବୈଠକ ସହ ନୁତନ କମିଟି ଗଠିତ ହୋଇଯାଇଛି।ଏହି ଅବସରରେ ଜିଲ୍ଲା କଙ୍ଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ଆହ୍ଵାନକ୍ରମେ ଡାବୁଗାଁ ବ୍ଲକ କଙ୍ଗ୍ରେସ ସଭାପତି ଜି ସାଇରାଜୁ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ୍ ଅତିଥି ଭାବେ ଏଆଇସିସି ଅନୁମୋଦିତ ପଶ୍ଛିମବଙ୍ଗ ରୁ ଆସିଥିବା ନିର୍ବାଚନ ପରିଚାଳନା ଅଧିକାରୀ ତାପସ କୋଦାଲି, ସମ୍ମାନିତ ଅତିଥି ଭାବେ ପୁର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି,ଜିଲ୍ଲା କଙ୍ଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ ପ୍ରମୁଖ ବହୁ କର୍ମିମାନଙ୍କ ଉପସ୍ତିତିରେ ଜି ସାଇ ରାଜୁ ଙ୍କୁ ପୁନର୍ବାର ଡାବୁଗାଁ ବ୍ଲକ ସଭାପତି ଭାବେ ମନୋନିତ କରାଯାଇଥିଲା।ବ୍ଲକ ଉପ ସଭାପତି ଭାବେ ଧର୍ମାନନ୍ଦ ନାୟକ,କ୍ରୁଷ୍ଣ ପନକା ଓ ବାଲ ଜାନି,ବ୍ଲକ ସାଧାରଣ ସମ୍ପାଦକ ଭାବେ ଶଶିଧର ମାଝି,ପର୍ଶୁରାମ ଶବର ଓ ଚନ୍ଦ୍ରି ଭତ୍ରା,କୋଷାଧ୍ୟକ୍ଷ ଭାବେ ଗୋବର୍ଧନ ଭତ୍ରା ଓ ମଣ୍ତଳ-୧ ସଭାପତି ପ୍ରକାଶ ପଣ୍ଡା ଓ ମଣ୍ଡଳ -୨ ସଭାପତି ଭାବେ ବଂଶୀଧର ମାଝିଙ୍କୁ ଚୟନ କରାଯାଇଥିଲା।ନବରଙ୍ଗପୁର ଜିଲ୍ଲା କଙ୍ଗ୍ରେସ କମିଟି ସଭ୍ୟ ଭାବେ ଡାବୁଗାଁ ବ୍ଲକରୁ ବାବି ଜେନା,କମଳୁ ଭତ୍ରା,ଦିନମୟ ପନକା,ଦିଲୁ ହରିଜନ ଓ ଡମ୍ବରୁ ମାଝି ପ୍ରମୁଖ ମନୋନୀତ ହୋଇଥିଲେ।ସମସ୍ତ ନବ ନିର୍ବାଚିତ ସଭ୍ୟ ମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ଵାଗତ କରାଜାଇଥିଲ।।ସେହିପରି ପ୍ରଦେଶ କଙ୍ଗ୍ରେସ କମିଟି ସଭ୍ୟ୍ ଭାବେ ନବରଙ୍ଗପୁର ଜିଲ୍ଲାର ୧୦ଗୋଟି ବ୍ଲକ ଓ ପୌର ପାଳିକା ରୁ୧୨ଜଣ ମନୋନିତ ହୋଇଥିଲେ।ପ୍ରଥମ ଥର ଜିଲ୍ଲା କଙ୍ଗ୍ରେସରୁ୩ ଜଣ ମହିଳା ନନ୍ଦାହାଣ୍ଡି ବ୍ଲକରୁ ମନିଷା ତ୍ରିପାଠୀ,ପାପଡାହାଣ୍ଡି ବ୍ଲକରୁ ଡ.ଲିପିକା ମାଝି ଓ ଝରିଗାଁ ବ୍ଲକରୁ ହିରାବତି ଗଣ୍ତ ପିସିସିକୁ ମନୋନିତ ହୋଇ ଥିବା ଜିଲ୍ଲା କଙ୍ଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀ ପ୍ରକାଶ କରିଛନ୍ତି।ଅନ୍ୟ ମାନଙ୍କ୍ ମଧ୍ୟରେ ବରିଷ୍ଟ କଙ୍ଗ୍ରେସ ନେତା ତଥା ପୁର୍ବତନ କୋଡିଙ୍ଗା ବିଧାୟକ ସଦନ ନାୟକ ଓ ପୁର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝି ପ୍ରମୁଖ ପିସିସି ସଭ୍ୟ୍ ଭାବେ ମନୋନିତ ହୋଇଛନ୍ତି।ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ନୁତନ ସଭାପତି ଚୟନ ହୋଇ ଥିବାବେଳେ ପାପଡାହାଣ୍ଡି ବ୍ଲକରେ ସଭାପତି ଚୟନ ହୋଇପାରି ନ ଥିବା ଜିଲ୍ଲା ସଭାପତି କହିଛନ୍ତି।ଅନ୍ୟ ସମସ୍ତ ବ୍ଲକ ଓ ପୌର ପାଳିକାରେ ପୁର୍ବ କଙ୍ଗେସ ସଭାପତି ପୁନର୍ବାର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।ନବରଙ୍ଗପୁର ଜିଲ୍ଲାରେ ପଞ୍ଚାୟତ ଓ ପୌର ନିର୍ବାଚନରେ କଙ୍ଗେସ ଭୋଟ୍ ହାର ସ୍ଥିର ରହିଥିବା ଜିଲ୍ଲା ସଭାପତି କଙ୍ଗ୍ରେସ କର୍ମି ମାନଙ୍କୁ କହିବା ସହ ଆଗାମି ସାଧାରଣ ନିର୍ବାଚନ ପୁର୍ବରୁ ଦଳୀୟ ସଙ୍ଗଠନ କୁ ଅଧିକ ସୁଦ୍ରୁଢ କରିବାକୁ କହି ଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟରଞ୍ଜନ ପାତ୍ର,ରିମେଶ୍ଵର ପାଣିଗ୍ରାହୀ, କେଶବ ରେଲି,ପଦ୍ମନାଭ ମାଝି, ଭାଗିରଥି ମାଝି ପ୍ରମୁଖ ବ୍ଲକର ୧୨ ଗୋଟି ପଞ୍ଚାୟତରୁ ଆସିଥିବା ବହୁ କଙ୍ଗ୍ରେସ କର୍ମି ଉପସ୍ତିତ ଥିଲେ। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |