![]() ନବରଙ୍ଗପୁର:ଜିଲ୍ଲାରେ ଶିଶୁ ଶ୍ରମିକକୁ ରୋକିବା ସହିତ ସମସ୍ତ ଶିଶୁମାନଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ଆଜି ଜିଲ୍ଲା ଶ୍ରମବିଭାଗ ଆନୁକୁଲ୍ଯରେ ସ୍ଥାନୀୟ ଡିପିଆରସି ସଭାଗୃହ ଠାରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଏକ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାକୁ ଏକ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ରୂପେ ପରିଗଣିତ କରିବା ନିମନ୍ତେ ବ୍ୟାପକ ଭାବରେ ସଚେତନତା କାର୍ଯ୍ୟ କରାଯିବା ସହି,ଶିଶୁ ଶ୍ରମିକ କୁ ରୋକିବାରେ ସମାଜର ସବୁ ବର୍ଗର ବ୍ୟକ୍ତି ବିଶେଷଙ୍କର ସହଯୋଗର ଆବଶ୍ୟକତା ଉପରେ ଜିଲ୍ଲାପାଳ ଡଃ ମିଶ୍ର ଗୁରୁତ୍ଵ ଆରୋପ କରିବା ସହିତ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଶିଶୁ ଶ୍ରମିକ କୁ ରୋକିବା ନିମନ୍ତେ ପ୍ରଥମିକତା ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାରମ୍ବରେ ମଣ୍ଡଳ ଶ୍ରମଆୟୁକ୍ତ କୁବେର ବେହେରା ଜିଲ୍ଲାରେ ଚାଲୁଥିବା ଶିଶୁ ଶ୍ରମିକ ମୁକ୍ତ ଅଭିଯାନର କାର୍ଯ୍ୟ କ୍ରମ ଓ ଶିଶୁ ଶ୍ରମିକ ନିରାକରଣ ଆଇନର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ । ବିଶେଷ କରି ୧୪ ବର୍ଷ ପୂର୍ଣ୍ଣ କରିନଥିବା ଶିଶୁଙ୍କୁ କୌଣସି ପ୍ରକାର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୫ ବର୍ଷ ରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଶିଶୁ ଶ୍ରମିକ ନିୟୋଜନ କରିଲେ ଆର୍ଥିକ ଦଣ୍ଡ ସହିତ,ଜେଲେ ର ଦଣ୍ଡ ବ୍ୟବସ୍ଥା ଥିବାର ବିଷୟରେ ସୂଚନା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଜିଲ୍ଲା ଶ୍ରମ ବିଭାଗ ,ଶିକ୍ଷା ବିଭାଗ ,ସମାଜ କଲ୍ଯାଣ ବିଭାଗ ,ଶିଶୁ ସୁରକ୍ଷା ୟୁନିଟ ଓ ଚାଇଲ୍ଡ ଲାଇନ ର ମିଳିତ ସହଯୋଗରେ “ଶ୍ରମ ନୁହେଁ ଶିକ୍ଷା” ଅଭିଯାନ ଜରିଆରେ ଗ୍ରାମ ସ୍ତରରେ ବ୍ୟାପକ ଭାବରେ ଜନସଚେତନ କରାଯିବ ବୋଲି ଏହି ବୈଠକରେ ନିଷ୍ପତି ନିଆଯାଇଛି । ବୈଠକ ଶେଷରେ ନିଜ ପରିବାର ତଥା ସମାଜରେ ଶିଶୁ ଶ୍ରମିକ କୁ ମୁକ୍ତ କରିବା ନିମନ୍ତେ ସାମୁହିକ ଭାବରେ ସମସ୍ତ ଅଂଶଗ୍ରହଣକାରୀ ମାନେ ଶପଥ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଏସେ ସୁଶୀ , ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ବାସ ,ଜିଲ୍ଲା ଶିଶୁମଙ୍ଗଳ ସମିତିର ଅଧକ୍ଷ ଦିବାକର ବାହୁକ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ , ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ , ଆକ୍ସନଏଡ ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ ,ଜିଲ୍ଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ଜିଲ୍ଲା ବଣିକ ସଂଘ , କାଜୁ ଶିଳ୍ପ , ହୋଟେଲ ସଙ୍ଗ , ନିର୍ମାଣ ଶ୍ରମିକ ସଂଗଠନ ର କର୍ମକର୍ତ୍ତା , ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜିଲ୍ଲାରେ ଶିଶୁ ଶ୍ରମିକ କାରଣ ଓ ନିରାକରଣ ଦିଗରେ ନିଜର ମତାମତ ପ୍ରଦାନ କରିଥିଲେ । ଶେଷରେ ଶ୍ରମ ନିରୀକ୍ଷକ ବୁଲୁ ଶ୍ରୀ ହରିଆ ଧନ୍ୟବାଦ ଅର୍ପଣ କରିଥିଲେ । ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |