![]() ଭୁବନ:ଭୂତ ଖାଉଛି ଭାତ । ହଁ ଆଜ୍ଞା ଘଟଣାଟି ଶୁଣିବାକୁ କେମିତି ଅଡୁଆ ଲାଗିଲେ ମଧ୍ୟ ଏହା ସତ । ଲୋକଟି ମରି ଗଲା ବୋଲି କଣ ସେ ଖାଇବନି ନା ପିଇ ବନି । ତାର ପୁଣି ପେଟ ଅଛି ନା ନାହିଁ । ସେ ମରିଗଲା ବୋଲି ତାର ପୁଣି ଖାଇବାର ଅଧିକାର ଅଛି ଓ ଡିଲର ଠାରୁ ତାର ରାସନ୍ ସାମଗ୍ରୀ ଆଣିବାର ଅଧିକାର ଅଛି । ଆମେ କହୁନାହୁ ଆଜ୍ଞା ଗ୍ରାମର ଲୋକମାନେ ଲୋକମାନେ କହୁଛନ୍ତି ଓ ଡିଲର କହୁଛନ୍ତି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାଲିବୋ ପଂଚାୟତ ରେ ।ଏହି ପଞ୍ଚାୟତରେ ମରିଯାଇଥିବା ଲୋକ ମାସକୁ ମାସ ଆସି ତାର ରାସନ ସାମଗ୍ରୀ ନେଉଛି । ଏହି ପଂଚାୟତ ର ପୂର୍ବତନ ସରପଂଚ ଥିଲେ ସନ୍ତୋଷ କୁମାର ଖୁଣ୍ଟିଆ । ସେ ସରପଂଚ ହେଲା ପରେ ତାଙ୍କ ସ୍ତ୍ରୀ କୁ କରାଇ ଦେଇଥିଲେ ଡିଲର । ଅର୍ଥାତ୍ ଏହି ପଂଚାୟତ ରେ ଥିବା ମା ବ୍ରାହ୍ମଣୀ ଦେବୀ ଏ ସ ଏସ ଜି କଣ୍ଟ୍ରୋଲ ସାମଗ୍ରୀ ର ବଣ୍ଟନ ଦାଇତ୍ୱ ନେଇ ଥିବା ବେଳେ ପୂର୍ବତନ ସରପଂଚ ଙ୍କ ସ୍ତ୍ରୀ ଥିଲେ ଏହି ଗୋଷ୍ଟିର ମୁଖ୍ୟ । ଏଣୁ ମଲା ଲୋକଙ୍କ ସାମଗ୍ରୀ ନେବାକୁ ସୁବିଧା ହେଲା । କାରଣ ନିଜ ସ୍ବାମୀ ହେଲେ ସରପଂଚ ଓ ନିଜେ ହେଲେ ଡିଲର ତେଣୁ କିଏ କଣ କରିବ । ଏହିଭଳି ତିନି ଚାରି ବର୍ଷ ହେଲା ମଲା ଲୋକଙ୍କ ସାମଗ୍ରୀ ଉଠାଇ ଥିଲେ ମଧ୍ୟ ମରି ଯାଇଥିବା ଲୋକଙ୍କ ପରିବାରକୁ ଦିଆ ଯାଉ ନଥିବାର ଅଭିଯୋଗ ଆସିଛି । ତେବେ ଏତେ ବର୍ଷ ହେଲା ସେ କଣ୍ଟ୍ରୋଲ ସାମଗ୍ରୀ ଖାଉଥିଲା କିଏ । ତେବେ ପ୍ରଶ୍ନ ଉଠୁଛି ଏଠାରେ ଅଫିସର , ଡିଲ ର ଓ ପୂର୍ବତନ ସରପଂଚ ମିଶିକି ଭୂତଙ୍କ ଭାତ ମିଳି ମିଶି ଖାଉ ନ ଥିଲେ ତ । ତେବେ ଏହି ଘଟଣା ପଦାକୁ ଆସିଲା ଯେତେବେଳେ ଜଣେ ହିତାଧିକାରୀ ଅନ୍ୟ ଡିଲର ଏସ ଏସ ଜି ଠାରୁ ନିଜର ରାସନ ସାମଗ୍ରୀ ଆଣିଲେ । ଅର୍ଥାତ ତାଙ୍କ ଲୋକ ମାରିବା ପୂର୍ବ ରୁ ସେମାନେ ଯେତିକି ପାଉଥିଲେ ଏବେବି ସେତିକି ପାଇଲେ । ଅର୍ଥାତ୍ ମରି ଯାଇଥିବା ଲୋକର ମଧ୍ୟ ପାଇଲେ । ସେହି ଠାରୁ ସେ ଜଣିଲେଜେ ପୁରୁଣା ଡିଲର ସବୁ ଖାଉଥିଲା । ଏହିଭଳି ବହୁତ ମଲା ଲୋକଙ୍କ ରାସନ ସାମଗ୍ରୀ ଯାଉଥିଲା କୁଆଡେ ଓ ଏହାକୁ ଖାଉଥିଲା କିଏ। ଏଥି ପାଇଁ ଦାୟୀ କିଏ । ଜାଣି ଶୁଣି ଯୋଗାଣ ଅଧିକାରୀ ,ପୂର୍ବତନ ସରପଂଚ ଓ ଡିଲର ଯେ କି ପୂର୍ବ ତନ ସରପଞ୍ଚଙ୍କ ସ୍ତ୍ରୀ ମିଳି ମିଶି ଖାଉ ନଥିଲେ ତ । ଏ ବିଷୟରେ ଡିଲର ପୂର୍ବତନ ସରପଞ୍ଚଙ୍କ ସ୍ତ୍ରୀ କୁହନ୍ତି ଯେ ଏହା ଭୁଲୁରେ ହୋଇଯାଇଛି ଓ ଏ ସମସ୍ତ ସାମଗ୍ରୀ ଆମ ପାଖରେ ଏବେ ସୁଦ୍ଧା ଗଚ୍ଛିତ ଅଛି ଯଦି ହିତାଧିକାରୀ ଚାହିବେ ତେବେ ଆମେ ସେମାନଙ୍କୁ ସେମାନଙ୍କର ସେମାନଙ୍କର ରାସନ ସାମଗ୍ରୀ ଦେଇଦେବୁ । ତେବେ ଲୋକଙ୍କୁ ନ ଦେଇ ଏତେ ବର୍ଷ ର ସାମଗ୍ରୀ ଗଛିତ ରଖିବାକୁ ଅନୁମତି ସେମାନଙ୍କୁ ଦେଲା କିଏ । ତେବେ ପ୍ରଶ୍ନ ଉଠୁଚି ଯୋଗାଣ ଅଧିକାରୀ ଏହା ଜାଣି ନପାରିଲେ କେମିତି ନା ଜାଣି ଶୁଣି ଚିର ନିଦ୍ରାରେ ରହିଗଲେ । ଯୋଗାଣ ଅଧିକାରୀ ମଲା ଲୋକଙ୍କ ଚାଉଳ , ଗହମ , କିରୋସିନ ଇସୁ କରିଥିଲେ କେମିତି । ଏ ବିଷୟରେ ଆମ ପ୍ରତିନିଧି ବ୍ଲକ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଆମେ ଅଭିଯୋଗ ପାଇଛୁ ଏହାର ତଦନ୍ତ କରାଯାଇ ପକୃତ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ । ତେବେ ଦୀର୍ଘ ଦିନ ଧରି ଲୋକ ମାନେ ମାରିଯାଇ ଥିଲେ ମଧ୍ୟ ସେମାନଙ୍କ ନାମ ରାସନ କାର୍ଡ ରୁ କଟୁନାହିଁ କାହିଁକି ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି । ରିପୋର୍ଟ:ଚୈତନ୍ୟ ସାହୁ, ଭୁବନ |
![]() ![]() |