![]() ନବରଙ୍ଗପୁର:ପ୍ରତ୍ୟେକ ବିଭାଗ ଗୋଟିଏ ଗୋଟିଏ ପରିବାର କହିଲେ ଅତ୍ୟୁକ୍ତି ହେବନାହିଁ । ବିଭାଗୀୟ ମୁଖ୍ୟ ହେଉଛନ୍ତି ପରିବାର ମୁଖ୍ୟ। ବିଭାଗର ସଫଳତା ନିର୍ଭର କରେ 5ଟି ଉପରେ. ସବୁଠାରୁ ଗୁରୁତ୍ୱପୁର୍ଣ ଟି ହେଉଛି "Team work"ସମ୍ମିଳିତ କାର୍ଯ୍ୟ। ବିଭାଗୀୟ ମୁଖ୍ୟ ସମସ୍ତ କର୍ମଚାରୀ ମାନଙ୍କର ସୁଖ, ଦୁଃଖରେ ସହଭାଗୀ ହେଲେ କର୍ମଚାରୀ ମାନେ କାର୍ଯ୍ୟକ୍ଷତ୍ରରେ ଦ୍ୱିଗୁଣିତ କାର୍ଯ୍ୟକରି ବାକୁ ପଛାଇ ନଥାନ୍ତି। ଯାହାକି ପ୍ରତୀୟ ମାନ ହୋଇଛି, ନବରଙ୍ଗପୁର ଜିଲ୍ଲା ମଙ୍ଗଳ ବିଭାଗରେ । ବିଭାଗୀୟ କର୍ମଚାରୀ ମାନଙ୍କ ପାଇଁ ଆଣିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ। ପ୍ରତ୍ୟେକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ଗୁଡିକରେ ବିଭିନ୍ନ ପ୍ରକାର କର୍ମଚାରୀ ରହିଥିବା ବେଳେ କେବଳ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର dress code ସରକାର ଲାଗୁ କରିଛନ୍ତି। (C. C. A)ପାଚିକା, metron, Anm ଭଳି କର୍ମଚାରୀ ମାନଙ୍କର କୌଣସି dress code ନଥିଲା। ଏମାନଙ୍କ Dress Code କରି ମାନ୍ୟବର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ରଙ୍କ ଅନୁମତି କ୍ରମେ ଏହା ଲାଗୁ କରାଗଲା। ରାଜ୍ୟର ପ୍ରଥମ ଜିଲ୍ଲା ଗେଟ ପାଖରେ may i help you ଲେଖି ଫୋନ ନମ୍ବର ଲେଖିବା ଯାହାକୁ ଦେଖି ସମ୍ମାନନୀୟ ସଚିବ ମହାଶୟା ରଞ୍ଜନା ଚୋପ୍ରା ମଙ୍ଗଳ ଅଧିକାରିଙ୍କୁ ଧନ୍ୟବାଦ ଦେଇଥିଲେ। Digital mode ରେ ମନିଟରିଂକୁ R. D. C ବ୍ରହ୍ମପୁର ପ୍ରଶଂସା କରିଥିଲେ।ପ୍ରତ୍ୟେକ ଦିନ ବିଦ୍ୟାଳୟ ଗୁଡିକରେ ଖାଦ୍ୟ ପରିବେଷଣ ପାଖରୁ ଆରମ୍ଭ କରି, ସମସ୍ତ କର୍ମଚାରୀ ମାନଙ୍କର ଗ୍ରୁପ ଫଟୋ, ଓ ତାପରେ ଶ୍ରେଣୀ ଗୃହ ରେ ଶିକ୍ଷକ /ଶ୍ରୀକ୍ଷୟତ୍ରୀ ପଠନର ଏକ ଫଟୋ ନବରଙ୍ଗପୁର ଇନଫରମେସନ ଗ୍ରୁପରେ ଛଡା ଯାଏ।ଜିଲ୍ଲାରେ ଥିବା 85 ଗୋଟି ବିଦ୍ୟାଳୟ ଚିତ୍ର 10ଘଟିକା ମଧ୍ୟରେ ପୋଷ୍ଟ ହୋଇଥାଏ।ଏହା କରିବା ମଧ୍ୟ ସାରା ରାଜ୍ୟ ରେ ପ୍ରଥମ ଜିଲ୍ଲା। ପୂର୍ଵରୁ କର୍ମଚାରୀ ମାନେ ପ୍ରତ୍ୟେକ ଦେଢ଼ ମାସରେ ଗୋଟିଏ ମାସର ଦରମା ପାଇ ଆସୁଥିଲେ, କିନ୍ତୁ ବର୍ତମାନ 30 ତାରିଖରୁ 1 ତାରିଖ ମଧ୍ୟରେ ଦରମା ଟଙ୍କା ଜମା ଖାତାରେ ଜମା ହୋଇ ପାରୁଛି। ଜିଲ୍ଲା ମଙ୍ଗଳ ଅଧିକାରଙ୍କ ଅଫିସରେ ଏକ ସମସ୍ୟା ରେଜିଷ୍ଟର କରାଯାଇଛି. ଯେକୌଣସି କର୍ମଚାରୀ gpf ଉଠାଣ, increment, RACP/MACP, permission for Higher Study ପାଇଁ ଅଫିସ ଆସିଲେ ଉକ୍ତ ରେଜିଷ୍ଟରରେ ସମସ୍ୟା ଓ ଫୋନ ନମ୍ବର ଲେଖି ଦସ୍ତଖତ କରିଯିବା ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀ ନିର୍ଦେଶ ଦେଇଛନ୍ତି।କାମ ସରିବା ପରେ କର୍ମଚାରୀ ଙ୍କୁ ଫୋନ ମାଧ୍ୟମରେ ଜଣାଇ ଦିଆ ଯାଉଛି, ଯାହା ଫଳରେ ଜଣେ କର୍ମଚାରୀ ବାରମ୍ବାର ଅଫିସ ଆସିବାକୁ ପଡ଼ୁନାହିଁ। ମାର୍ଚ୍ଚ ମାସରେ ଜିଲ୍ଲା ଗ୍ରସ୍ତରେ ଆସିଥିବା ଶ୍ରୀ ଯୁକ୍ତ ମଲ୍ଲିକ (Directer SC )ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସୃତି ରଞ୍ଜନ ସାମନ୍ତରାୟଙ୍କୁ ଉକ୍ତ କାଯ୍ୟ ପାଇଁ ସାବାସୀ ପ୍ରଦାନ କରିଥିଲେ।କର୍ମଚାରୀଙ୍କ ମହଲରେ ଏକ ଖୁସିର ବାତାବରଣ ଖେଳିଯାଇଛି।ଏହି ଭଳି କାର୍ଯ୍ୟ ଶୈଳୀରେ କାର୍ଯ୍ୟ କରିବାରେ ପ୍ରଥମ ଜିଲ୍ଲା ମଙ୍ଗଳ ଅଧିକାରୀ ଅଟନ୍ତି ସ୍ମୃତି ରଞ୍ଜନ,ଏଥିରେ ସନ୍ଦେହ ନାହିଁ।ଜିଲ୍ଲା ମଙ୍ଗଳ ଅଧିକାରୀ ହେବ ତ ଏମିତି। ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ |