BREAKING

ବଳି ପଡିଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ହରାଇଲେ ମନ୍ତ୍ରୀ ପଦ


ଭୁବନେଶ୍ୱର(ଅଜିତ କୁମାର ପାତ୍ର):ଗତକାଲି ନିଜ ମନ୍ତ୍ରୀପଦ ହରାଇଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ l ଗତ ନିର୍ବାଚନରେ କଂଗ୍ରେସର ଗଡ଼ କୁହାଯାଉଥିବା କୋଟପାଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀନୀ ଭାବରେ ନିର୍ବାଚିତ ହୋଇଥିବା ପରେ ନବୀନଙ୍କ ଦୃଷ୍ଟି ପଡିଥିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଉପରେ l ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ପଦ୍ମିନୀ ଦିଅନଙ୍କୁ ମନ୍ତ୍ରୀପଦ ଦେଇଥିଲେ l କିନ୍ତୁ ସବୁଥର ଭଳି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ବଳି ପଡିଗଲେ ପଦ୍ମିନୀ l ପ୍ରଥମ ଥର ବିଧାନସଭାକୁ ଯାଇ ମଧ୍ୟ ପ୍ରଥମେ ପ୍ରଥମେ ଅନଭିଜ୍ଞର ପରିଚୟ ଦେଇଥିଲେ ମଧ୍ୟ ବର୍ତ୍ତମାନ ସେ ନିଜକୁ ସମ୍ଭାଳି ନେଲାଭଳି ଜଣା ପଡୁଥିଲେ, ଠିକ ଏହି ସମୟରେ ତାଙ୍କୁ ମନ୍ତ୍ରୀପଦରୁ ବିଦା ହେବାକୁ ପଡିଲା l ରାଜନୈତିକ ବିଶାରଦ ମାନେ ଏହାର କାରଣକୁ ନେଇ ବିଭିନ୍ନ ମତ ରଖିଥିଲେ ମଧ୍ୟ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆଶାନୁରୂପ ଫଳ ବିଜେଡି ପାଇ ନଥିବା ହୁଏତ ଏହାର ମୁଖ୍ୟ କାରଣ l ଗତ ପଞ୍ଚାୟତ ନିର୍ବାଚନରେ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଛାଡିଦେଲେ ଜିଲ୍ଲାରେ ମିଶ୍ରିତ ଫଳାଫଳ ଆସିଥିଲା ଯେଉଁଥିରେକି ଜିଲ୍ଲା ସ୍ତରୀୟ ନେତୃତ୍ୱକୁ ସାଧାରଣରେ ଅଙ୍ଗୁଳି ଉଠାଯାଇଥିଲା l ଏହାର କାରଣ ସାରା ରାଜ୍ୟରେ ବିଜେଡି ଭଲ ପ୍ରଦର୍ଶନ କରୁଥିବାବେଳେ କୋରାପୁଟ ରେ କିନ୍ତୁ ଆଶାନୁରୂପ ପ୍ରଦର୍ଶନ ନଥିଲା l ଏବଂ ଏହା ପରେ ପୌର ନିର୍ବାଚନରେ ମଧ୍ୟ ବିଜେଡିର ପ୍ରଦର୍ଶନ ବହୁତ ଖରାପ ଥିଲା l ଚାରିଟି ରୁ ଗୋଟିଏ ଆସନ ପାଇ ସନ୍ତୁଷ୍ଟି ଲାଭ କଲା ବିଜେଡି l ଏ ସବୁକୁ ହିସାବ କଲେ ଜିଲାରେ ନିଶ୍ଚିତ ଭାବେ ବିଜେଡିର ଭୋଟ ହାର କମିଛି l ମନ୍ତ୍ରୀ ନୂଆ ହୋଇଥିବା ଯୋଗୁଁ ଜିଲ୍ଲା ସ୍ତରୀୟ ନେତୃତ୍ୱ ମନ୍ତ୍ରୀଙ୍କୁ ସେଭଳି କିଛି ଗୁରୁତ୍ୱ ଦେଲେନି ଓ ମନ୍ତ୍ରୀଙ୍କୁ ଅନ୍ୟ ନିର୍ବାଚନ ମଣ୍ଡଳୀ ଠାରୁ ଦୂରରେ ରଖିଲେ ଯଦ୍ୱାରା କି ଜିଲ୍ଲାରେ ମନ୍ତ୍ରୀ ଙ୍କ ଗୁରୁତ୍ୱ କିଛି ରହିଲାନି l ଫଳରେ ଲୋକେ ପ୍ରଭାବ ହୀନ ମନ୍ତ୍ରୀ ର ଆଖ୍ୟା ଦେଲେ l ଏବଂ ଜିଲ୍ଲାର ଅନ୍ୟ ତିନି ବିଧାୟକ ସେମିତି ଆଖିଦୃଶିଆ କାର୍ଯ୍ୟ ଗତ ତିନି ବର୍ଷରେ କରିପାରିନଥିବା ଫଳସ୍ୱରୂପ ଜିଲ୍ଲା ମନ୍ତ୍ରୀଶୁନ୍ୟ ହୋଇଗଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେବାର ଦେଖା ଦେଇଛି l

ଅଜବ ଲୋକଙ୍କ ଗଜବ ସଉକ! ବାଲି ଖାଇ ବିତିଲାଣି ଅଧା ବୟସ, ଚର୍ଚ୍ଚାରେ ୬୮ବର୍ଷୀୟ ଉତ୍ତରପ୍ରଦେଶର ହରିଲାଲ

ବ୍ରହ୍ମପୁର:ଆମେ ଯେମିତି ଦୈନନ୍ଦିନ ଜୀବନରେ ଭାତ, ରୁଟି ଖାଇଥାଉ ସେହି ଭଳି ହରିଲାଲ ଖାଉଛନ୍ତି ମୁଠାମୁଠା ବାଲି!ସେ ଏବେ ଗଂଜାମ ଜିଲ୍ଲାରେ ବାଲିଖିଆ ମଣିଷ ଭାବେ ପରିଚିତ।ଭାତ ଖାଇଲା ଭଳି ବିନା କୌଣସି ଦ୍ବିଧାରେ ସେ ଅତି ସହଜରେ ଚୋବାଇ ଚୋବାଇ ଖାଉଛନ୍ତି ବାଲି । ଏଭଳି ବିସ୍ମୟ ବୃଦ୍ଧଙ୍କୁ ନେଇ ସାରା ଗଞ୍ଜାମରେ ଚର୍ଚ୍ଚା।ଅଦ୍ଭୁତ ଘଟଣା ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଏ ଜଗତ । ଆମ ଚାରିପାଖରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ନିହାତି କଷ୍ଟକର । ସେହିପରି ଜଣେ ବିସ୍ମୟ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହରିଲାଲ ସକସେନା । ଯିଏକି ଦୀର୍ଘ ୩୫ରୁ ୪୦ ବର୍ଷ ଧରି ବାଲି ଖାଇ ଆସୁଛନ୍ତି । ଖାସ କଥା ହେ...

Prime Odisha June 7, 2022, 6:33 am     529 Views

ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେଲା ଜିଲ୍ଲା ସଂଚାଳନ ସମିତି, ନବରଙ୍ଗପୁର

ନବରଙ୍ଗପୁର(ପ୍ରାଇମ ଓଡିଶା ନ୍ୟୁଜ ବ୍ୟୁରୋ):ଶ୍ରୀ ମନ୍ଦୀରର ନବୀକରଣ ନାଁରେ ତଥା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ଭକ୍ତଙ୍କ ସମାଗମରେ ବିଭିନ୍ନ ସୁବିଧା ସୁଯୋଗ ଓ ଆଧୁନିକତାର ଖୋଳ ପିନ୍ଧାଇ ପର୍ଯ୍ୟଟକ ହୋଉ କିମ୍ବା ଭକ୍ତଙ୍କ ଆକର୍ଷଣର କେନ୍ଦ୍ର କରିବା ଉଦେଶ୍ୟରେ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷପ ନିଆଯାଇ ପୁରାତନ ଢାଞ୍ଚାର ତୋଡ ମରୋଡ କରିବା ନେଇ ବିଭିନ୍ନ ମହଲରେ ବିଭିନ୍ନ ପ୍ରକାର ମତ ଆସିଥିବାର ଦେଖା ଦେଇଥିବା ବେଳେ ଅନେକ କ୍ଷେତ୍ରରେ ସଂସୃତି ଓ ଶ୍ରୀମନ୍ଦୀର ବାସ୍ତୁ ହନନର ମଧ୍ୟ ମତ ସାମ୍ନାକୁ ଆସିଛି. ପରମ୍ପରା ଓ ସଂକୃତି ତଥା ଶ୍ରୀ ମନ୍ଦୀରକୁ ସୁରକ୍ଷା ପରିଧି ଭିତରେ ରଖିବା ଉଦେଶ୍ୟ ନେଇ ବିଶ୍ବହିନ୍ଦୁ ପରିଷଦ ନବରଙ୍ଗପୁର ଜିଲ୍ଲା ସଂଯୋଜକ ବାଳକୃଷ୍ଣ ପ...

Prime Odisha June 4, 2022, 12:46 pm     536 Views

ଓଡିଶାର ଦୁଇ ବୀର ସହିଦଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ସହୀଦ ଯବାନଙ୍କୁ ସମ୍ମାନିତ କରିବାର ପରମ୍ପରାକୁ ବଜାୟ ରଖି ଓଡ଼ିଶାର ବୀର ଶହୀଦ ଏସଓଜି ଯବାନ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୀ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି ।ଏହି ଅବସରରେ ଉଭୟ ଯବାନଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ସହ ଅନେକ ବୀର ଜବାନ ଉପସ୍ଥିତ ଥିଲେ l ଦେଶ ଓ ମାଟି ମାଆ ସେବା ପାଇଁ ଉଭୟ ବୀର ଯବାନଙ୍କ ବୀରତ୍ୱ ଓ ବଳିଦାନକୁ ଏ ଦେଶ ସର୍ବଦା ସ୍ମରଣ ରଖିବ । ଓଡିଶା ପ୍ରଦେଶରେ ଦୁଇ ସହୀଦ ଜନ୍ମିତ ହୋଇଥିବାରୁ ପ୍ରଦେଶ ଆଜି ଗର୍ବିତ l ...

Prime Odisha June 1, 2022, 11:35 am     850 Views

ସୃଷ୍ଟିର ଆଉ ଏକ ବୈଚିତ୍ର୍ୟ,ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ

ବ୍ରହ୍ମପୁର:ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ଼ଲେ ଶିଶୁ ଶାବକଙ୍କ ବିରଳ ଦୃଶ୍ୟ । ଏକା ସାଙ୍ଗରେ ହଜାର ହଜାର ଶାବକଙ୍କ ଆରମ୍ଭ ହୋଇଛି ନୂତନ ଯାତ୍ରା । ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ ହେବାର ଦୀର୍ଘ ଦିନ ପରେ ଏବେ ଅଣ୍ଡାରୁ ବାହାରିଛନ୍ତି ଶାବକ । ଫଳରେ ଏବେ ସମୁଦ୍ର ମୁହାଁ ହଜାର ହଜାର ଅଲିଭ୍ ରିଡ଼ଲେ ଶାବକ । ବଙ୍ଗୋପସାଗରର ବାଲୁକାରାଶିରେ କୁନି କୁନି ପାଦରେ ସମୁଦ୍ରର ମଧ୍ୟକୁ ଚାଲି ଯାଉଛନ୍ତି ଏମାନେ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ଏବେ ଶାବକଙ୍କ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।ମୁଖ୍ୟତଃ ଗଣଅଣ୍ଡାଦାନ ପରେ ବେଳାଭୂମିର ବାଲୁକା ରାଶିରେ ୪୫ରୁ ୫୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମଗ୍ରହଣ କରିଥାନ୍ତି । ହେଲେ ଚଳିତବର...

Prime Odisha June 1, 2022, 10:52 am     256 Views

ଆସନ୍ତା ତିରିଶ ତାରିଖରେ ନବୀନ ପଟ୍ଟନାୟକଙ୍କ ସମ୍ଭାବ୍ୟ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ଆସନ୍ତା ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପହଂଚିବାର ସୂଚନା ପ୍ରାପ୍ତ ହୋଇଛି । ଏହି ଗସ୍ତ ଅବସରରେ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର ସମ୍ଭାବନା ରହିଛି । ଉଭୟ ରାଷ୍ଟ୍ର ମୁଖ୍ୟ ଓ ରାଜ୍ୟ ମୁଖ୍ୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ପୁଣି ଜୁନ ୧ ତାରିଖ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାହାରି ଦିନ ଦୁଇଟାରେ ଭୁବନେଶ୍ୱର ପହଞ୍ଚିବାର କାର୍ଯ୍ୟକ୍ରମ ଥିବାର ସୂଚନା ପ୍ରାପ୍ତ ହୋଇଛି l...

Prime Odisha May 29, 2022, 2:21 am     371 Views

ବିଜୁ ଜନତା ଦଳର ରାଜ୍ୟ ସଭା ସଦସ୍ୟ ପ୍ରାର୍ଥୀ ତାଲିକା ଘୋଷିତ

ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ରାଜ୍ୟ ସଭା ସାଂସଦ ଭାବରେ ଆଜି ବିଜେଡି ସୁପ୍ରିମୋ ଶୂନ୍ୟ ଥିବା ଚାରିଗୋଟି ଆସନ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି.ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତକରି ଜଣେ ମହିଳା ଆଉ ତିନି ପୁରୁଷଙ୍କ ସ୍ଥାନ ଦେଇଥିବା ବେଳେ ଶ୍ରୀମତୀ ସୁଲତା ଦେଓ ଓ ଡାକ୍ତର ସସ୍ମିତ ପାତ୍ର ଏବଂ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ତଥା ଶ୍ରୀ ନିରଞ୍ଜନ ବିଶୀଙ୍କୁ ଚୂଡାନ୍ତ ତାଲିକାରେ ସ୍ଥାନ ଦେଇଥିବା ଜଣାପଡିଛି.ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାଶ ଏହି ତାଲିକାକୁ ସାର୍ବଜନିକ କରିବା ପରେ ବିଭିନ୍ନ ମହଲରୁ ସମସ୍ତ ପ୍ରାର୍ଥୀଙ୍କ ପ୍ରତି ଶୁଭେଚ୍ଛାର ବାର୍ତ୍ତାର ସୁଅ ଛ...

Prime Odisha May 29, 2022, 1:31 am     611 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ...

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈା...

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us