ଅଜବ ଲୋକଙ୍କ ଗଜବ ସଉକ! ବାଲି ଖାଇ ବିତିଲାଣି ଅଧା ବୟସ, ଚର୍ଚ୍ଚାରେ ୬୮ବର୍ଷୀୟ ଉତ୍ତରପ୍ରଦେଶର ହରିଲାଲ
ବ୍ରହ୍ମପୁର:ଆମେ ଯେମିତି ଦୈନନ୍ଦିନ ଜୀବନରେ ଭାତ, ରୁଟି ଖାଇଥାଉ ସେହି ଭଳି ହରିଲାଲ ଖାଉଛନ୍ତି ମୁଠାମୁଠା ବାଲି!ସେ ଏବେ ଗଂଜାମ ଜିଲ୍ଲାରେ ବାଲିଖିଆ ମଣିଷ ଭାବେ ପରିଚିତ।ଭାତ ଖାଇଲା ଭଳି ବିନା କୌଣସି ଦ୍ବିଧାରେ ସେ ଅତି ସହଜରେ ଚୋବାଇ ଚୋବାଇ ଖାଉଛନ୍ତି ବାଲି । ଏଭଳି ବିସ୍ମୟ ବୃଦ୍ଧଙ୍କୁ ନେଇ ସାରା ଗଞ୍ଜାମରେ ଚର୍ଚ୍ଚା।ଅଦ୍ଭୁତ ଘଟଣା ଓ ଜୀବଜନ୍ତୁରେ ପରିପୂର୍ଣ୍ଣ ଏ ଜଗତ । ଆମ ଚାରିପାଖରେ ବେଳେ ବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ବାସ କରିବା ନିହାତି କଷ୍ଟକର । ସେହିପରି ଜଣେ ବିସ୍ମୟ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍ତରପ୍ରଦେଶର ମୂଳ ବାସିନ୍ଦା ହରିଲାଲ ସକସେନା । ଯିଏକି ଦୀର୍ଘ ୩୫ରୁ ୪୦ ବର୍ଷ ଧରି ବାଲି ଖାଇ ଆସୁଛନ୍ତି । ଖାସ କଥା ହେ...
Prime Odisha June 7, 2022, 6:33 am
719 Views
ବଳି ପଡିଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ହରାଇଲେ ମନ୍ତ୍ରୀ ପଦ
ଭୁବନେଶ୍ୱର(ଅଜିତ କୁମାର ପାତ୍ର):ଗତକାଲି ନିଜ ମନ୍ତ୍ରୀପଦ ହରାଇଲେ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ l ଗତ ନିର୍ବାଚନରେ କଂଗ୍ରେସର ଗଡ଼ କୁହାଯାଉଥିବା କୋଟପାଡ଼ ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀନୀ ଭାବରେ ନିର୍ବାଚିତ ହୋଇଥିବା ପରେ ନବୀନଙ୍କ ଦୃଷ୍ଟି ପଡିଥିଲା କୋଟପାଡ଼ ନିର୍ବାଚନ ମଣ୍ଡଳୀ ଉପରେ l ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରି ପଦ୍ମିନୀ ଦିଅନଙ୍କୁ ମନ୍ତ୍ରୀପଦ ଦେଇଥିଲେ l କିନ୍ତୁ ସବୁଥର ଭଳି ମନ୍ତ୍ରୀ ମଣ୍ଡଳ ଅଦଳ ବଦଳରେ ବଳି ପଡିଗଲେ ପଦ୍ମିନୀ l ପ୍ରଥମ ଥର ବିଧାନସଭାକୁ ଯାଇ ମଧ୍ୟ ପ୍ରଥମେ ପ୍ରଥମେ ଅନଭିଜ୍ଞର ପରିଚୟ ଦେଇଥିଲେ ମଧ୍ୟ ବର୍ତ୍ତମାନ ସେ ନିଜକୁ ସମ୍ଭାଳି ନେଲାଭଳି ଜଣା ପଡୁଥିଲେ, ଠିକ ଏହି ସମୟରେ ତାଙ୍କୁ ମନ୍ତ୍ରୀପଦରୁ ବିଦା ହ...
Prime Odisha June 5, 2022, 5:28 am
247 Views
ଓଡିଶାର ଦୁଇ ବୀର ସହିଦଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କଲେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ସହୀଦ ଯବାନଙ୍କୁ ସମ୍ମାନିତ କରିବାର ପରମ୍ପରାକୁ ବଜାୟ ରଖି ଓଡ଼ିଶାର ବୀର ଶହୀଦ ଏସଓଜି ଯବାନ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୀ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି ।ଏହି ଅବସରରେ ଉଭୟ ଯବାନଙ୍କ ପରିବାର ବର୍ଗ ଓ ଆତ୍ମୀୟ ସ୍ୱଜନଙ୍କ ସହ ଅନେକ ବୀର ଜବାନ ଉପସ୍ଥିତ ଥିଲେ l ଦେଶ ଓ ମାଟି ମାଆ ସେବା ପାଇଁ ଉଭୟ ବୀର ଯବାନଙ୍କ ବୀରତ୍ୱ ଓ ବଳିଦାନକୁ ଏ ଦେଶ ସର୍ବଦା ସ୍ମରଣ ରଖିବ । ଓଡିଶା ପ୍ରଦେଶରେ ଦୁଇ ସହୀଦ ଜନ୍ମିତ ହୋଇଥିବାରୁ ପ୍ରଦେଶ ଆଜି ଗର୍ବିତ l ...
Prime Odisha June 1, 2022, 11:35 am
265 Views
ସୃଷ୍ଟିର ଆଉ ଏକ ବୈଚିତ୍ର୍ୟ,ସମୁଦ୍ର ମୁହାଁ ଅଲିଭ୍ ରିଡ଼ଲେ ଶାବକ
ବ୍ରହ୍ମପୁର:ଋଷିକୁଲ୍ୟା ମୁହାଣରେ ଅଲିଭ ରିଡ଼ଲେ ଶିଶୁ ଶାବକଙ୍କ ବିରଳ ଦୃଶ୍ୟ । ଏକା ସାଙ୍ଗରେ ହଜାର ହଜାର ଶାବକଙ୍କ ଆରମ୍ଭ ହୋଇଛି ନୂତନ ଯାତ୍ରା । ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଶେଷ ହେବାର ଦୀର୍ଘ ଦିନ ପରେ ଏବେ ଅଣ୍ଡାରୁ ବାହାରିଛନ୍ତି ଶାବକ । ଫଳରେ ଏବେ ସମୁଦ୍ର ମୁହାଁ ହଜାର ହଜାର ଅଲିଭ୍ ରିଡ଼ଲେ ଶାବକ । ବଙ୍ଗୋପସାଗରର ବାଲୁକାରାଶିରେ କୁନି କୁନି ପାଦରେ ସମୁଦ୍ରର ମଧ୍ୟକୁ ଚାଲି ଯାଉଛନ୍ତି ଏମାନେ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଣରେ ଏବେ ଶାବକଙ୍କ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।ମୁଖ୍ୟତଃ ଗଣଅଣ୍ଡାଦାନ ପରେ ବେଳାଭୂମିର ବାଲୁକା ରାଶିରେ ୪୫ରୁ ୫୦ ଦିନ ପରେ ଅଣ୍ଡାରୁ ଶାବକ ଜନ୍ମଗ୍ରହଣ କରିଥାନ୍ତି । ହେଲେ ଚଳିତବର...
Prime Odisha June 1, 2022, 10:52 am
795 Views
ଆସନ୍ତା ତିରିଶ ତାରିଖରେ ନବୀନ ପଟ୍ଟନାୟକଙ୍କ ସମ୍ଭାବ୍ୟ ଦିଲ୍ଲୀ ଗସ୍ତ
ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ଆସନ୍ତା ସୋମବାର ଅପରାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯାଇ ପହଂଚିବାର ସୂଚନା ପ୍ରାପ୍ତ ହୋଇଛି । ଏହି ଗସ୍ତ ଅବସରରେ ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବାର ସମ୍ଭାବନା ରହିଛି । ଉଭୟ ରାଷ୍ଟ୍ର ମୁଖ୍ୟ ଓ ରାଜ୍ୟ ମୁଖ୍ୟଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ପୁଣି ଜୁନ ୧ ତାରିଖ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ବାହାରି ଦିନ ଦୁଇଟାରେ ଭୁବନେଶ୍ୱର ପହଞ୍ଚିବାର କାର୍ଯ୍ୟକ୍ରମ ଥିବାର ସୂଚନା ପ୍ରାପ୍ତ ହୋଇଛି l...
Prime Odisha May 29, 2022, 2:21 am
781 Views
ବିଜୁ ଜନତା ଦଳର ରାଜ୍ୟ ସଭା ସଦସ୍ୟ ପ୍ରାର୍ଥୀ ତାଲିକା ଘୋଷିତ
ଭୁବନେଶ୍ୱର(ପ୍ରାଇମ ଓଡିଶା ନିୟୁଜ ବ୍ୟୁରୋ):ରାଜ୍ୟ ସଭା ସାଂସଦ ଭାବରେ ଆଜି ବିଜେଡି ସୁପ୍ରିମୋ ଶୂନ୍ୟ ଥିବା ଚାରିଗୋଟି ଆସନ ପାଇଁ ବିଜୁ ଜନତା ଦଳ ତରଫରୁ ପ୍ରାର୍ଥୀ ତାଲିକା ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି.ସମସ୍ତ କଳ୍ପନା ଜଳ୍ପନାକୁ ଅନ୍ତକରି ଜଣେ ମହିଳା ଆଉ ତିନି ପୁରୁଷଙ୍କ ସ୍ଥାନ ଦେଇଥିବା ବେଳେ ଶ୍ରୀମତୀ ସୁଲତା ଦେଓ ଓ ଡାକ୍ତର ସସ୍ମିତ ପାତ୍ର ଏବଂ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ତଥା ଶ୍ରୀ ନିରଞ୍ଜନ ବିଶୀଙ୍କୁ ଚୂଡାନ୍ତ ତାଲିକାରେ ସ୍ଥାନ ଦେଇଥିବା ଜଣାପଡିଛି.ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାଶ ଏହି ତାଲିକାକୁ ସାର୍ବଜନିକ କରିବା ପରେ ବିଭିନ୍ନ ମହଲରୁ ସମସ୍ତ ପ୍ରାର୍ଥୀଙ୍କ ପ୍ରତି ଶୁଭେଚ୍ଛାର ବାର୍ତ୍ତାର ସୁଅ ଛ...
Prime Odisha May 29, 2022, 1:31 am
818 Views