BREAKING

ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନା


ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସି ବୈଠକ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର,ମାନ୍ୟବର ନବରଙ୍ଗପୁର ବିଧାୟକ, ସଦାଶିବ ପ୍ରଧାନୀ, ମାନ୍ୟବର ଉମରକୋଟ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନାରେ ଭାଗ ନେଇଥିଲେ। ଏହା ସହିତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ଆଇନ ପରିବୀକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଶିଶୁଅଧିକାରୀ ଆନୁଷ୍ଠାନିକ ଯତ୍ନ ଶ୍ରୀମତୀ କୁନିମୁନି ସ୍ଵାଇଁ ଏବଂ ପାଞ୍ଚ ଜଣ ଶିଶୁଙ୍କର ଅଭିଭାବକ ଏହି ବୈଠକରେ ଯୋଗଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ପାଞ୍ଚଜଣ ମାତୃ ପିତୃ ହୀନ ଶିଶୁ ଅନ୍ୟ ଏକ କୋଠରୀରେ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ।
କୋଭିଡ ମହାମାରୀ ରେ ପିତା ମାତାଙ୍କୁ ହରେଇ ଅସହାୟ ହୋଇଥିବା ଶିଶୁ ମାନଙ୍କ ପାଇଁ ଭାରତ ର ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ଗତ ୨୯ ମାର୍ଚ୍ଚ ,୨୦୧୯ ମସିହାରେ ପରିକଳ୍ପନା କରା ଯାଇଥିବା PM CARES FOR CHILDREN SCHEME ଆଜି ସାରା ଦେଶ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ସେହି ଶିଶୁ ମାନଙ୍କ ପାଇଁ ଉତ୍ସର୍ଗୀକୃତ କରା ଯାଇଛି ଯେଉଁ ଶିଶୁମାନଙ୍କର ,ପିତା ଓ ମାତା ଉଭୟ କୋଭିଡରେ ଆକ୍ରାନ୍ତ ହୋଇ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ ମୃତ୍ୟୁ ବରଣ କରିଛନ୍ତି। ପିତା ଓ ମାତାଙ୍କ ମଧ୍ୟରୁ କେହିଜଣେ କୋଭିଡ ଆଗରୁ ମୃତ୍ୟୁ ବରଣ କରିଥିଲେ, ଆଉ ଯେଉଁ ଜଣକ ବଞ୍ଚି ଥିଲେ , ସେ ଜଣକ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ କୋଭିଡ ରେ ମୃତ୍ୟୁ ବରଣ କରି ଗଲେ। ପିତା ଓ ମାତା ଉଭୟ କୋଭିଡ ଆଗରୁ ମୃତ୍ୟୁ ବରଣ କରିଥିଲେ, ପିଲା ମାନେ ସେମାନଙ୍କର କେହି ଜଣେ ଆତ୍ମୀୟ,ପୃଷ୍ଠପୋଷକ କିମ୍ବା ଆଇନ ସମ୍ମତ ଅଭିଭାବକ ଙ୍କ ପାଖରେ ଥିଲେ, ମାତ୍ର ସେ ଜଣକ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଗଲା ପରେ ଶିଶୁଟିର ଯତ୍ନ ନେବାକୁ କେହି ରହିଲେ ନହିଁ । ଏହି ପ୍ରକାର ଶିଶୁମାନଙ୍କୁ ଥଇଥାନ ଓ ସେମାନଙ୍କ ଭବିଷ୍ୟତ ଗଢି ତୋଳିବାର ଲକ୍ଷ୍ୟ ନେଇ PM CARES FOR CHILDREN SCHEME ର ପରିକଳ୍ପନା।

ଯାହାର ଫଳ ସ୍ୱରୂପ ଆଜି ଦେଶ ର ସମସ୍ତ ରାଜ୍ୟରୁ ସର୍ବ ମୋଟ ୪୩୪୫ ଜଣ ଶିଶୁ ଏହି ଯୋଜନାରେ ଉପକୃତ ହୋଇ ପାରିଛନ୍ତି। ଆମ ଜିଲ୍ଲାରୁ ସମୁଦାୟ ୫ ଜଣ ।
ଯୋଜନାର ସୁବିଧା ସୁଯୋଗ :ଆର୍ଥିକ ସହାୟତା:
୧ଯୋଗ୍ୟ ପ୍ରତ୍ୟେକ ଶିଶୁ ନାମରେ ବୟସ ଅନୁସାରେ ପୋଷ୍ଟ ଅଫିସ ରେ ଜମା ରାଶି ଯାହାକି ୧୮ ବର୍ଷ ବୟସ ବେଳକୁ ତାହା ୧୦ ଲକ୍ଷ ଟଙ୍କା ହେବ। ତାହା ଯୁଗ୍ମ ଭାବେ ଜିଲ୍ଲାପାଳ ଓ ଶିଶୁ ନାମରେ ପରିଚାଳିତ ହେବ । ୧୮ ବର୍ଷ ରୁ ୨୩ ବର୍ଷ ପର୍ଯ୍ୟନ୍ତ ଏହି ଟଙ୍କାର ସୁଧ ପିଲାର ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପାଇଁ ମାସକୁ ମାସ ନିଜ ଖାତା କୁ ପଠାଯିବ । ୨୩ ବର୍ଷ ପୂରଣ ହେବା ପରେ ମୂଳ ୧୦ ଲକ୍ଷ ଟଙ୍କା ପିଲାଟି ସ୍ଵାଧୀନ ଓ ଦ୍ଫାଇତ୍ଵବାନ ଭାବେ ମାଲିକାନା ପ୍ରାପ୍ତ ହେବ ।ଆମ ଜିଲ୍ଲା କ୍ଷେତ୍ର ରେ 3 ଟି ପରିବାର ରୁ ୫ ଜଣ ପିଲା ଯୋଗ୍ୟ ବିବେଚିତ ହୋଇ ବୟସାନୁସାରେ
୧ମ ପିଲା ନାମ ରେ – ୫,୧୭,୨୪୦/-
୨ୟ ପିଲା ନାମରେ - ୯,୨୯,୩୭୦/-
୩ୟ ପିଲା ନାମରେ- ୯,୨୯,୩୭୦/-
୪ର୍ଥ ପିଲା ନାମରେ - ୮,୦୨,୭୨୦/-
ଓ ୫ମ ପିଲା ନାମରେ- ୯,୨୯,୩୭୦/-
ସ୍ଥାନୀୟ ପୋଷ୍ଟ ଅଫିସ ଜମା ଖାତାରେ ବନ୍ଧା ଯାଇ ସାରିଛି। ଉକ୍ତ ୫ ଜଣ ଶିଶୁଙ୍କ ମଧ୍ୟରୁ ୪ ଜଣ ଝିଅ ଓ ଜଣେ ପୁଅ ପିଲା ।
୨ ପରିବାର ପିଛା ୫୦,୦୦୦/- ex-gratia. ଦିଆ ସରିଛି
୩ ଉଚ୍ଚ ଶିକ୍ଷା ପାଇଁ ଋଣ ସହାୟତା ଯାହାର ସୁଧ P.M Cares ବହନ କରିବ

ରହିବା ଓ ବଞ୍ଚିବା ପାଇଁ ସହାୟତା
୧ .ଜୀବିତ ଥିବା ଆତ୍ମୀୟ ମାନଙ୍କ ପାଖରେ ଶିଶୁ ମାନଙ୍କର ଥଇଥାନ ବ୍ୟବସ୍ଥା କରାଯାଇଛି ।
୨ . ଶିଶୁ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ଶିଶୁ ମାନକୁ ମାସିକ ୨୦୦୦/- sponsorship ସପୋର୍ଟ ଦିଆ ଯାଉଛି ଓ ତାହା ଅପ୍ରେଲ ମାସରୁ ପିଛିଲା ଭାବେ ମାସକୁ 4000/- ଟଙ୍କା କରି ଦିଆଯିବ।
୩ . ରାଜ୍ୟ ସରକାରଙ୍କ ତରଫରୁ ଆଶୀର୍ବାଦ ଯୋଜନାରେ ପ୍ରତ୍ୟେକ ଶିଶୁ ମାନକୁ ମାସିକ ୨୫୦୦/- ଦିଆଯାଉଛି ତାହା ଶିଶୁଟିକୁ ୧୮ ବର୍ଷ ପୂରଣ କରିବା ପର୍ଯ୍ୟନ୍ତ ଦିଆଯିବ।
ସ୍କୁଲ ଶିକ୍ଷା ପାଇଁ ସହାୟତା :
୧ .ନିକଟସ୍ଥ କେନ୍ଦ୍ରିୟ ବିଦ୍ୟାଳୟ ରେ ଦିବାଧ୍ୟାୟୀ ଭାବେ ନିଶୁଳ୍କ ଶିକ୍ଷା ତଥା ମାଗଣାରେ ବିଦ୍ୟାଳୟ ପୋଷାକ,ବହି ଓ ଖାତା ପତ୍ର ସୁବିଧା - ଜଣେ ପିଲା ପଢୁଛି
୨ .ନଭୋଦୟ ବିଦ୍ୟାଳୟ,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ରେ ନିଶୁଳ୍କ ଶିକ୍ଷା ସୁବିଧା
୩ .ପ୍ରଥମ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷ କୁ ୨୦,୦୦୦ ଟଙ୍କା ଶିକ୍ଷା ସହାୟତା ପ୍ରତ୍ୟେକ ପିଲା ପାଇଁ ଆଜି ଘୋଷଣା ହେଲା
୪ .ବେସରକାରୀ ବିଦ୍ୟାଳୟରେ ଆର.ଟି.ଇ ଆକ୍ଟ ଅନୁସାରେ ପଢି ପାରିବେ –ଖର୍ଚ/ଫିସ P.M Cares ବହନ କରିବ
ଉଚ୍ଚ ଶିକ୍ଷା ନିମନ୍ତେ ସହାୟତା:
୧ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ସ୍ଵନାଥ ସ୍କଲାର୍ସିପ- ବର୍ଷ କୁ ୫୦,୦୦୦/-ର ଅତିରିକ୍ତ ସହାୟତା
୨ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ Skill Training ପାଇଁ କର୍ମ ସ୍କଲାର୍ସିପ
୩ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ଶିକ୍ଷା ଋଣ। ସୁଧ P.M Cares ବହନ କରିବ
ସ୍ଵାସ୍ଥ୍ୟ ବୀମା :
୧ ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(P.M-JAY) ରେ ପ୍ରତ୍ୟେକ ଯୋଗ୍ୟ ଶିଶୁ ବାର୍ଷିକ 5,00,000/- ର ସ୍ୱାସ୍ଥ୍ୟ ବୀମା । ଜିଲ୍ଲାର ୫ ଜଣ ଯାକ ଶିଶୁଙ୍କୁ ଆଜି ସ୍ୱାସ୍ଥ୍ୟ ବୀମା କାର୍ଡ,
ପୋଷ୍ଟ ଅଫିସ ଜମା ଖାତା, ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ସାର୍ଟିଫିକେଟ ଓ ସ୍ନେହ ପତ୍ର (ପ୍ରଧାନ ମନ୍ତ୍ରୀ ଙ୍କ ବ୍ୟକ୍ତିଗତ ଚିଠି) ପ୍ରଦାନ କରାଗଲା।
୨ ରାଜ୍ୟ ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ । ବୈଠକ ଶେଷରେ ପାଞ୍ଚଜଣ ଶିଶୁଙ୍କୁ ଆୟୁଷ୍ମାନ ଆରୋଗ୍ୟ ସ୍ଵାସ୍ଥ୍ୟବୀମା କାର୍ଡ, PM CARES ପାସ ବୁକ, PM CARES ସାର୍ଟିଫିକେଟ, ପ୍ରଧାନମନ୍ତ୍ରୀଙ୍କ ପତ୍ର ସହ ସ୍କୁଲ ବେଗ ପ୍ରଦାନ କରଯାଇଥିଲା।

ରିପୋର୍ଟ୍ର:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ

କୁନ୍ଦୁରା ବ୍ଲକର ଗାଁ ଗହଳିରେ ଡି. ଡି. ଟି (DDT) ସିଞ୍ଚନ ସହ ସ୍ୱାସ୍ଥ୍ୟ ସେବା ପ୍ରତି ଧ୍ୟାନଦେବlକୁ ଦାବୀପତ୍ର

କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗାପୁର, ଘୁମର, ରାଣୀଗୁଡା, ମସିଗାଁ, ବଣୁଆଗୁଡା ଆଦି ପଞ୍ଚାୟତରେ ମ୍ୟାଲେରିଆ, ଝାଡା ବାନ୍ତି ଓ ଡେଙ୍ଗୁ ବଢିଚାଲିଛି l ନିହାତି ଗରିବ ଲୋକ ଗାଁ ଗହଳିରେ ବୁଲୁଥିବା କ୍ଵାକ ମାନଙ୍କ ନିକଟରେ ଚିକିତ୍ସା କରାଉଥିବା ବେଳେ ଅଧିକା ସମସ୍ୟା ହେଲେ ଜୟପୁର ତାପରେ କୋରାପୁଟ ନେଇଁ ଚିକିତ୍ସା କରାଉଛନ୍ତି l ଅତ୍ୟଧିକ ଅସୁସ୍ଥତା ହେଲେ ବିଶାଖାପାଟଣା କିମ୍ବା କଟକ ନେବାକୁ ହେଲେ ଗରିବ ଲୋକ ଭାଗ୍ୟକୁ ଆଦରି ଘରକୁ ନେଇଆସି ଚେରମୁଲି ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି l ଶିକ୍ଷିତ ଲୋକ ଟଙ୍କା ଥିବା ଲୋକ ଅଧିକା ଟଙ୍କା ଖର୍ଚ୍ଚ କରି ଅଧିକା ଚିକିତ୍ସା ପାଇଁ ବାହାରକ...

Prime Odisha August 12, 2022, 6:01 am     698 Views

ପୋଲିସ ପେଟ୍ରୋଲିଙ୍ଗ ବେଲେ ଧରାପଡିଲା ଚୋରା ସୁନା,ଟାର୍ଗେଟ ଗଞ୍ଜେଇ ଥିଲା ହାତକୁ ଆସିଲା ବିସ୍କୁଟ ସୁନା

ବ୍ରହ୍ମପୁର(ନିକୁଞ୍ଜ ବିହାରୀ ପଟ୍ଟନାୟକ):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେ ଚୋରା କାରବାର କିଛି ନୁଆଁ କଥା ନୁହେଁ।କେତେ ବେଳେ ଗଞ୍ଜେଇ ତ କେତେବେଳେ ଗୁଟକା।ହେଲେ ଏବେ ଏକ ଭିନ୍ନ ତରିକାରେ ହେଉଥିଲା ସୁନା ବିସ୍କୁଟ ର ଚୋରା କାରବାର।ପୋଲିସ ହାବୁଡ଼ରେ ପଡିଛନ୍ତି ଚୋରା ସୁନା ବିସ୍କୁଟ ବେପାରୀ। ଗଞ୍ଜେଇ ଚୋରା ଚାଲାଣ ପାଇଁ ଚାଲିଥିଲା ପେଟ୍ରୋଲିଂ, କିନ୍ତୁ ଧରା ପଡିଲା ସୁନା ଚାଲାଣ ରାକେଟ। ବ୍ରହ୍ମପୁର ସହରରେ ଘଟିଛି ଏଭଳି କିଛି ଘଟଣା।ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ହୃଦୟାନନ୍ଦ ସାମନ୍ତ ଏବଂ ତାଙ୍କ ଟିମ୍ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଗଞ୍ଜେଇ ଯାଞ୍ଚ କରୁଥିଲେ । ଏହି ସମୟର...

Prime Odisha August 10, 2022, 11:40 am     257 Views

ଟୁରି ନଦୀ ପୋଲ ଉପରେ ପାଣି ,ନବରଙ୍ଗପୁର ଠାରୁ ରାୟପୁରକୁ ଯୋଗାଯୋଗ ବିଛିନ୍ନ

ନବରଙ୍ଗପୁର(ବ୍ୟୁରୋ ରିପୋର୍ଟ):ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନ ଜୀବନ , ଆଜି ସକାଳୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ଟୁରି ନଦୀ ଫୁଲି ଉଠିଛି , ଟୁରି ନଦୀ ଉପରେ ପ୍ରବାହିତ ହେଉଛି ଦୁଇ ଫୁଟ ଉଚ୍ଚତା ର ପାଣି , ଯାହାଫଳରେ ନବରଙ୍ଗପୁର ଉମରକୋଟ ଏବଂ ନବରଙ୍ଗପୁର ଠାରୁ ରାୟପୁର କୁ ଯୋଗଯୋଗ ସମ୍ପୂର୍ଣ୍ଣ ଭାବେ ଠପ ହେଇ ପଡିଛି, ନବରଙ୍ଗପୁର ଜିଲ୍ଲା ସହ ଉମରକୋଟ ଏବଂ ପୋଡ଼ସି ଛତିଶଗଡ଼ ରାଜ୍ୟ ର ରାୟପୁର କୁ ସଂଯୋଗ କରୁଥିବା ଇଏ ହଉଚି ମୁଖ୍ୟ ରାସ୍ତା , ରାସ୍ତା ର ଉଭୟ ପାର୍ଶ୍ଵ ରେ ଅଟକି ରହିଛି ଶହ ଶହ ଗାଡି । ଆସନ୍ତା କାଲି ଶ୍ରାବଣ ମାସ ର ଶେଷ ସୋମବାର ହେଇଥିବାରୁ,ବହୁ କାଉଡ଼ିଆ ମଧ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ...

Prime Odisha August 7, 2022, 6:37 am     780 Views

କୋରାପୁଟରେ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋରାପୁଟ:ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହ ଠାରେ ୭୬ତମ ଜିଲ୍ଲା ସ୍ତରୀୟ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କେବଳ ୨ରୁ ୩ଟି ପୁଲିସ ଦଳକୁ ନେଇ ପ୍ୟାରେଡ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତି ନିଆଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଏହି ଦିବସର ଅବ୍ୟହତି ପୂର୍ବରୁ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଗୁଡିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଅନ୍ୟ କାର୍...

Prime Odisha August 4, 2022, 6:29 am     381 Views

ବ୍ଲକ ସ୍ତରିୟ ଶିଶୁ ସୁରକ୍ଷା କମିଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ସଭାଗୃହ ଠାରେ ଶିଶୁ ଅଧିକାର ଓ ସୁରକ୍ଷା , ବାଲ୍ୟ ବିବାହ ନିରାକରଣ , ପୋଷ୍ୟ ସନ୍ତାନ ଗ୍ରହଣ ଓ ଯୌନ ନିର୍ଯ୍ୟାତନା ରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା କ୍ଷେତ୍ରରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କର ଭୂମିକା ଓ ଦାୟିତ୍ଵ ଉପରେ ଆଜି ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ଵାରା ଆୟୋଜିତ ଏହି ଏକ ଦିବସିୟ ତାଲିମ ଶିବିରରେ ବ୍ଲକ ଅଧ୍ୟକ୍ଷା ହେମଲତା ମାଝି ଅଧ୍ୟକ୍ଷତା କରି ବ୍ଲକର ଜଣେବି ଶିଶୁ ଯେପରି ସେମାଙ୍କର ଅଧିକାରରୁ ବଞ୍ଚିତ ନ ହୁଅନ୍ତି ସେ ଉପରେ ସମସ୍ତ ସରପଞ୍ଚ ମାନେ ଦାୟିତ୍ଵବାନ ହୁଅନ୍ତୁ ବୋଲି ନବ ନିର୍ବାଚିତ ପଞ୍ଚାୟତ ପ୍ର...

Prime Odisha July 27, 2022, 4:35 am     451 Views

ରାଜନେତା ମାଲାମାଲ କିନ୍ତୁ କୋଷାଗୁମୁଡ଼ା ବେହାଲ୍

ନବରଙ୍ଗପୁର:ସ୍ଥାନୀୟ କୋଷାଗୁମୁଡ଼ା ସଦର ମହକୁମା ସମସ୍ତଙ୍କ ପାଇଁ ରାଜନୈତିକ ପ୍ରାଣ କେନ୍ଦ୍ର ବିନ୍ଦୁ ପାଲଟିଛି। ପ୍ରତ୍ୟେକ ଦିନ ଏଠି ବ୍ଲକ ର ସମସ୍ତ ଦଳୀୟ ନେତା, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ,ଉପାଧ୍ୟକ୍ଷ ଆସିଥାନ୍ତି ଓ ନିଜ ନିଜ ଅଞ୍ଚଳ ର ବିକାଶ ପାଇ ବିଭିନ୍ନ ପ୍ରକାରର ଲେଖାଯୋଖା କରିବାରେ ବ୍ୟସ୍ତ ଥାନ୍ତି ,ବେଳେ ବେଳେ ବ୍ଲକ ପରିସର ରାଜନେତା ମାନଙ୍କୁ ନେଇ ଭାରି ବ୍ୟସ୍ତ ଓ ଗହଳି ହୋଇ ଉଠି ଥାଏ। ହେଲେ ଏଠି କାହାର ନଜର କୋଷାଗୁମୁଡ଼ା ସଦର ମହକୁମା ର ବିକାଶ ଉପରେ ଜମା ରୁ ଜଣା ପଡେ ନାହିଁ । ଆଜି ମଧ୍ୟ ଅବହେଳିତ ଅବସ୍ଥାରେ ରହିଛି ରାଜନୈତିକ କେନ୍ଦ୍ରବିନ୍ଦୁ କୁହା ଯାଉଥିବା କୋଷାଗୁମୁଡ଼ା ସଦରମହକୁମା ର ଦୃଶ୍ୟ । କ...

Prime Odisha July 23, 2022, 11:27 am     311 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବୈପାରିଗୁଡା ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ତତ୍...

କୁନ୍ଦୁରା:କୁନ୍ଦୁରା ବ୍ଲକରେ ରହିଛି 16 ଟି ପଞ୍ଚାୟତ, ଚୋଟ ବଡ଼ ହୋଇ ରହିଛି ୨00 ରୁ ଉର୍ଦ୍ଧ ଗାଁ l ସେଥି ମଧ୍ୟରେ ଦିଗ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us