BREAKING

ବୋଡିଗାଁରେ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ


ଜୟପୁର:ଅଭିବକ୍ତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ।ଏହି ଚାଷ କରି ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କ ପେଟକୁ ଦାନା ଯୋଗାଇଥାନ୍ତି।ଚାଷ ପାଇଁ ପାଣିପାଗ ଅନୁକୂଳ ହେବା ଅପରିହାର୍ଯ୍ୟ।ଭବିଷ୍ୟତର ପାଣିପାଗକୁ ଜାଣିବା ପାଇଁ ଅଞ୍ଚଳ ଅନୁସାରେ ବାଲିଯାତ୍ରା ଅନୁଷ୍ଠିତ ହେଇଥାଏ ।ଏହି ପର୍ବ ରେ ଏକ ନିର୍ଦ୍ଧିଷ୍ଟ ଜାଗାରୁ ବାଲି ସଂଗ୍ରହ କରି ହୁଣ୍ଡି ବା ବାଲି ଘରେ ଶତାଧିକ ଚାଙ୍ଗୁଡ଼ି ରେ ବିହନ ବୁଣିଥାନ୍ତି ଆଦିବାସୀ ସଂପ୍ରଦାୟ। କିଛି ଦିନ ପରେ ସେଥିରୁ ଗଜା ହୁଏ। ଏପରିକି ଆଶ୍ଚର୍ଯ୍ୟ ଜନକ ଭାବେ ଉଷୁନା ଚାଉଳ ବି ଗଜା ହୁଏ ଆଦିବାସୀ ଶିରା ବା ପୂଜକଙ୍କ ତତ୍ତ୍ବାବଧାନରେ ।ଏହି ଆଧାରରେ ଶିରା ବା ଗାଁ ହୁଣ୍ଡି ପୂଜକ ତଥା ତାଙ୍କ ସାଥି ଗୁରୁମାଇଁ ମାନେ ସମସ୍ତଙ୍କୁ ଆଗାମୀ ଦିନରେ ପାଣିପାଗ ତଥା ଫସଲର ଭବିଷ୍ୟତ ବାଣି କରିଥାନ୍ତି।
ଠିକ ସେହିପରି ଚଳିତ ବର୍ଷ ବୋରିଗୁମ୍ମା ବ୍ଲକର ବୋଡିଗାଁ ରେ ବାଲିଯାତ୍ରା ପାଳିତ ହୋଇଯାଇଛି।ଗ୍ରାମର ନିକଟବର୍ତ୍ତୀ ଜଳାଶୟ ଇନ୍ଦ୍ରାବତୀ ନଦୀ ରୁ ଗ୍ରାମ ର ଶତାଧିକ ପୁରୁଷ ମହିଳା ଗତ ୭ ତାରିଖରେ ଗୁରୁମାଇଗୁଡା ନଦୀ କୂଳରୁ ବାଲି ସଂଗ୍ରହ କରି ସେଥିରେ ବିଭିନ୍ନ କିସମର ବିହନ ବୁଣିଥିଲେ।ଏହି ବାଲିକୁ ଗ୍ରାମର ଶିରା ଶ୍ୟାମ ଜାନିଙ୍କ ଘରେ ରଖିଥିଲେ।ଆଜି ଦୀର୍ଘ ନଅ ଦିନ ପରେ ଏହି ବାଲିକୁ ଗ୍ରାମ ଦେବୀ ମନ୍ଦିରକୁ ଅଣାଯାଇଥିଲା । ପୂଜା କରିବା ପରେ ଚଳିତ ବର୍ଷ ପାଣିପାଗ ଠିକ୍ ବା କୃଷି ଉପଯୋଗୀ ରହିବ ବୋଲି ସୂଚନା ଦେଇ ଥିଲେ। ଏହି ବାଲି ଯାତ୍ରାର ସୁପରି ଚାଳନା ପାଇଁ ଗ୍ରାମବାସୀଙ୍କ ଦ୍ବାରା ଏକ ବାଲିଯାତ୍ରା ପରିଚାଳନା କମିଟି ଗଠନ କରାଯାଇ ଅଛି।ଏହି କମିଟିରେ ହରି ମୁଦୁଲି, ସୁଶାନ୍ତ ନାୟକ, ଗଣେଶ୍ବର ଆଚାରି, ମୁରଲି ମୁଦୁଲି, ସାନ୍ତନୁ ସାହୁ, ରବୀନ୍ଦ୍ର ବେହେରା ପ୍ରମୁଖ ବାଲିଯାତ୍ରା ପରିଚାଳନାରେ ପ୍ରମୁଖ ଦାୟିତ୍ବ ବହନ କରୁଥିବା ଜଣାପଡିଛି।ଦୀର୍ଘ ୭ ଦିନ ଧରି ନାଟକ ଅନୁଷ୍ଠାନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଆସୁଥିବା ବେଳେ ଗ୍ରାମବାସୀଙ୍କ ସମ୍ପର୍କୀୟ ମାନଙ୍କ ସମେତ ପ୍ରମୁଖ ରାଜନୈତିକ ଦଳର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରିତ
କରାଯାଇ ଥିବା ବିଷୟ କମିଟିର ଉପଦେଷ୍ଟା ଶ୍ରୀ ଭାସ୍କର ନାୟକ ସୂଚନା ପ୍ରଦାନ କରିଛନ୍ତି।ଅପରାହ୍ନରେ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି ବୋଡିଗାଁ ପହଞ୍ଚିବା ପରେ ବାଲି ଚାଙ୍ଗୁଡି ଗୁଡିକୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଧାୟକଙ୍କ ଗହଣରେ ଗ୍ରାମଦେବୀଙ୍କ ମନ୍ଦିର ନିକଟରେ ଅବସ୍ଥିତ କାଷ୍ଠ ନିର୍ମିତ ଭୀମା ଦେବତାଙ୍କ ନିକଟକୁ ଅଣା ଯାଇ ପୂଜାର୍ଚ୍ଚନା କରାଯାଇଥିବା ଜଣାପଡିଛି ।ଅସଂଖ୍ୟ ଦୋକାନ ବଜାର ଓ ବ୍ୟୟ ବହୁଳ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକୁ ଦୀର୍ଘ ଦିନ କରୋନା କଟକଣା ପରେ ଅଞ୍ଚଳ ବାସୀ ମନ ଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

ରିପୋର୍ଟ:ସିମାଦ୍ରି ଶ୍ରୀନିବାସ ରାଓ, ଜଯପୁର

ଡାବୁଗାଁରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହା ଆଡ଼ମ୍ବରରେ ପାଳିତ

ନବରଙ୍ଗପୁର:ଡାବୁଗାଁ ବ୍ଲକ ସଦରମହକୁମା ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଆଜି ସକାଳୁ ଶ୍ରୀମନ୍ଦିରରେ ୩ ଠାକୁରଙ୍କ ରୀତିନୀତି ପରେ ପହଣ୍ଡି କରି ରଥକୁ ନିଆଯାଇଥିଲା | ପୂଜକ ନବୀନ ପାଢୀ ପୂଜାର୍ଚ୍ଚନା କରିଥିଲେ | ଏଥିରେ ଦଇତାପତି ଭାବେ ନୀଳକଣ୍ଠ ମହାପାତ୍ର, ତ୍ରିନାଥ ଦାଶ, ଗୋପାଳ ପାତ୍ର, ପ୍ରଦୀପ ସାହୁ, ରଞ୍ଜନ ମିଶ୍ର ଓ ସୁଜିତ କୁମାର ପାତ୍ର ପ୍ରମୁଖ ୩ ଠାକୁରଙ୍କୁ ପହଣ୍ଡି କରାଇଥିଲେ |ପହଣ୍ଡି ବେଳେ ପଡୋଶି କଳାହାଣ୍ଡି ଜିଲ୍ଲା ଚିଲିଗୁଡା ଓ ବିଜମରା ରୁ କିର୍ତ୍ତନ,ପାପଡାହାଣ୍ଡି ବ୍ଲଜ ସିଙ୍ଗିଗୁଡା ଓ ଡାବୁଗାଁ ର କିର୍ତ୍ତନ ଦଳଙ୍କ କିର୍ତ୍ତନରେ ଜନ ସମାଗମ ବେଶ୍ ମନୋରମ ହୋଇ ଭକ୍ତିମୟ ପରିବେଶ ସ୍ରୁଷ୍ଟି ହୋଇ ...

Prime Odisha July 1, 2022, 9:32 am     925 Views

ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତି - ଏକ ପର୍ଯ୍ୟାଲୋଚନା

ନବରଙ୍ଗପୁର:ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ "ଓଡ଼ିଶାର ଲୋକ ସାହିତ୍ୟ - ଲୋକ ସଂସ୍କୃତି - ଆମ ଅସ୍ମିତା- ଏହି କ୍ରମରେ ଆଲୋଚ୍ୟ ପ୍ରସଙ୍ଗ :“ ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତି -ଏକ ପର୍ଯ୍ୟାଲୋଚନା ” ଶୀର୍ଷକରେ ଏକ ଆଭାସୀ ( ଅନ୍-ଲାଇନ୍) ଆଲୋଚନାଚକ୍ର ଗତ ତା .୧୯ -୦୬ -୨୦୨୨ ରବିବାର ସନ୍ଧ୍ୟା ୦୬ -୩୦ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟଅତିଥି ଭାବରେ ପଦ୍ମଶ୍ରୀ ଡ଼. ଦମୟନ୍ତୀ ବେଶ୍ରା‌,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ,ଗବେଷକ ତଥା ବରିଷ୍ଠ ଶିକ୍ଷାବିତ୍ ଯୋଗଦେଇ ସମୃଦ୍ଧ ସାନ୍ତାଳୀ ଭାଷା ଓ ସଂସ୍କୃତିକୁ ନେଇ ଏକ ବିଶେଷ ଆଲୋଚନା ସହ ନୂତନ ଦିଗନ୍ତର ଆଶା ପ୍ରକାଶ କରିଥିଲେ । ଉକ୍ତ ସଭାରେ ବରେଣ୍ୟ ମୁଖ୍ୟ ବକ୍ତା ତଥା ...

Prime Odisha June 20, 2022, 5:05 am     817 Views

ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ

ନବରଙ୍ଗପୁର:ମୋଦି ସରକାରଙ୍କ ତାନାସାହି ଶାସନ ବିରୋଧରେ ବିଭିନ୍ନ ନାରା ଦେଇ ଆଜି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ପୋଷ୍ଟ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।ଦୀର୍ଘ ଚାରି ଦିନ ଧରି ମାନ୍ୟବର ସାଂସଦ ଭାରତ ବର୍ଷର ଯୁବ ମାନସର ପ୍ରତୀକ ରାହୁଲ ଗାନ୍ଧୀ ଙ୍କୁ ଯେଉଁଭଳି ଭାବରେ ମୋଦି ସରକାର ଇଡି ଜେରା କରି ବାରମ୍ବାର ହଇରାଣ କରୁଛି।ଏହା କୁ ନେଇ କଂଗ୍ରେସ ପକ୍ଷରୁ ପ୍ରତିବାଦ କରିବା ବେଳେ ( ଏ ଆଇ ସି ସି ) କାର୍ଯ୍ୟାଳୟ ଆକବର ରୋଡ଼ ଭିତରେ ପଶି ପୁଲିସ ଗୁଣ୍ଡାରାଜ କରି ସାଂସଦ ମାନଙ୍କୁ ଗିରଫ କରିବା ସହ ମହିଳା ସାଂସଦ ମାନଙ୍କୁ ହାତ ଧରି ଟାଣି ନେଉଥିବା ଦେଖିବାକୁ ମିଳିଥିଲା।ମୋଦି ସରକାର କଂଗ୍ରେସ ଦଳ ନେତା ...

Prime Odisha June 17, 2022, 11:19 am     730 Views

ଆଜି ସ୍ନାନ ମଣ୍ଡପରେ ଚକାଡୋଳା

କୋଟପାଡ଼(ଦେବୀ ପ୍ରସାଦ ପଣ୍ଡା):କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଟପାଡ଼ ଶ୍ରୀମନ୍ଦିରରେ ଆଜି ପବିତ୍ର ସ୍ନାନ ପୁର୍ଣିମା ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ ନିଜ ଲୀଳା ଖେଳ ମୁତାବକ ସ୍ନାନ ଉଦେଶ୍ୟରେ ସ୍ନାନ ମଣ୍ଡପରେ ବିରାଜମାନ ହେବାର ଦେଖା ଦେଇଥିଲା.ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ ପଣ୍ଡା ପଡ଼ି଼ହାରୀ ମାନଙ୍କ ଗହଣରେ ଅତ୍ୟନ୍ତ ମନୋଲୋଭ ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କୋଟପାଡ଼ ଶ୍ରୀମନ୍ଦିର ପରିସରରେ. ବ୍ରହ୍ମ ମୁହୂର୍ତ୍ତରୁ ଏହି କର୍ମର ଶୁଭାରମ୍ଭ ହୋଇଯାଇଥିଲା ଏବଂ ନନାଦି ସୁଗନ୍ଧ ପୁଷ୍ପ ଧୂପ ଦୀପ ଆଦି ଉପଚାରରେ ସ୍ନାନ ମଣ୍ଡପରେ ଶ୍ରୀ ଜଗନ୍ନାଥ ଅଗ୍ରଜ ବଳିଆ ଓ ସୁନାନାକି ଭଉଣୀ ସୁଭଦ୍ରାଙ୍କୁ ନେଇ ମାନବୀୟ ଲୀଳା ଖେଳ କରିବାକୁ ମଣ୍ଡପରେ ବିରାଜମାନ ହେବାର ଦେ...

Prime Odisha June 14, 2022, 1:23 am     286 Views

ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନା

ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଏନଆଇସି ବୈଠକ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର,ମାନ୍ୟବର ନବରଙ୍ଗପୁର ବିଧାୟକ, ସଦାଶିବ ପ୍ରଧାନୀ, ମାନ୍ୟବର ଉମରକୋଟ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଭରଚୁଆଲ ମୋଡ଼ ଆଲୋଚନାରେ ଭାଗ ନେଇଥିଲେ। ଏହା ସହିତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ଆଇନ ପରିବୀକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଶିଶୁଅଧିକାରୀ ଆନୁଷ୍ଠାନିକ ଯତ୍ନ ଶ୍ରୀମତୀ କୁନିମୁନି ସ୍ଵାଇଁ ଏବଂ ପାଞ୍ଚ ଜଣ ଶିଶୁଙ୍କର ...

Prime Odisha June 1, 2022, 6:15 am     942 Views

କଲେଜ ପଢୁଆ ୨୧ବର୍ଷ ର ଛାତ୍ର ୨୦ବର୍ଷର ପୁରୁଣା ସାଇକେଲ ରେ ୧୮୦୦ କି.ମି.କେଦାରନାଥ ଯାତ୍ରା କରି ଫେରୁଛନ୍ତି ଗାଁ କୁ

ନବରଙ୍ଗପୁର:ଜିଲ୍ଲାରେ ଆଦିବାସୀ, ହରିଜନ ସମ୍ପ୍ରଦାୟ ଲୋକେ ବସବାସ ବହୁ ମାତ୍ରାରେ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ସମ୍ପ୍ରଦାୟର ମଧ୍ୟ ଉଣା ଅଧିକେ ରହିଛନ୍ତିନବରଙ୍ଗପୁର ଜିଲ୍ଲା ଦାବୁଗାଁ ବ୍ଲକ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ବୋରିପଦର ଗ୍ରାମର ୨୧ ବର୍ଷ କଲେଜ ପଢୁଆ ଛାତ୍ର ର ସାହାସ କୁ ମାନିବାକୁ ପଡିବ।ତାକୁ ତାର ଏପରି ସାହାସିକତା କୁ ସମସ୍ତେ ସାଧୁବାଦ ନ ଦେଇ ରହିପାରିବେ ନାହିଁ।ସେହି ଛାତ୍ରଟି ହେଉଛି ବୋରିପଦର ଗ୍ରାମର ଶିକ୍ଷକ କବି ଡଙ୍ଗ୍ରି ଙ୍କ ପୁଅ ନିହାର ରଞ୍ଜନ ଡଙ୍ଗ୍ରି(୨୧) ସେ ଘରର ଦୀର୍ଘ ୨୦ ବର୍ଷର ପୁରୁଣା ସାଇକେଲ ଧରି ଯୁକ୍ତ ୩ ରେ ପାଠ ପଢୁଥିବା ଜୟପୁର ଡିଗ୍ରି କଲେଜ କୁ ଗାଁ ରୁ ବାହାରି ଜୟପୁର ଅଭିମୁଖେ ବାହାରି ଥିଲେ।ଜୟପୁରରୁ ...

Prime Odisha May 29, 2022, 9:03 am     808 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:ରାଜସ୍ଥାନ ଉଦୟପୁର ରେ ହିନ୍ଦୁ ଟାଇଲର୍ କହ୍ନେଇଲାଲ ହତ୍ୟା କାଣ୍ଡ ର ପ୍ରତିବାଦ ରେ ଜୁଲାଇ ୩ କୋଡିଙ...

ନବରଙ୍ଗପୁର:ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି , ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ବନବିଭାଗ କୈା...

ନବରଙ୍ଗପୁର:ଜିଲ୍ଲା ର ସର୍ବ ପୂରାତନ ମହାବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଗାମୀ ଦିନରେ ଆୟୋଜିତ ହେବ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us