
ନୂଆଦିଲ୍ଲୀ: ଏକ ୬୫୦୦ ଶବ୍ଦବିଶିଷ୍ଟ ପୋଷ୍ଟରେ ଫେସ୍ବୁକ୍ କାର୍ଯ୍ୟନିର୍ବାହୀ ଅଧିକାରୀ ମାର୍କ ଜୁକରବର୍ଗ ବିଶ୍ୱବାସୀଙ୍କୁ ତାଙ୍କ ଗ୍ଲୋବାଲ ମିଶନ୍ ବିଷୟରେ ସୂଚିତ କରିଛନ୍ତି। ଏହି ପୋଷ୍ଟରେ ଜୁକରବର୍ଗ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦାହରଣ ଦେବାକୁ ଯାଇ କହିଛନ୍ତି ଯେ ସୋସିଆଲ ମିଡିଆର ବ୍ୟବହାର କରି ମୋଦି ଯେଭଳି ଲୋକଙ୍କୁ ଏକତ୍ର କରିଛନ୍ତି, ତାହା ସମସ୍ତେ ଶିଖିବା ଉଚିତ। ମୋଦି ସରକାରଙ୍କଠାରୁ ସୋସିଆଲ ମିଡିଆର ବ୍ୟବହାର ଶିଖିବାକୁ ଜୁକର ପରାମର୍ଶ ଦେଇଛନ୍ତି।
ଏହି ବିବୃତିରେ ମାର୍କ କହିଛନ୍ତି, ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତ୍ରିମଣ୍ଡଳକୁ କହିଛନ୍ତି, ସେମାନେ ସମସ୍ତ ସରକାରୀ ସମ୍ବନ୍ଧିତ ନୀତି ଓ ସୂଚନାକୁ ଫେସ୍ବୁକ୍ରେ ସେୟାର କରନ୍ତୁ। ଏହାଦ୍ୱାରା ସାଧାରଣ ଜନତା ଉପକୃତ ହେବେ।
ଜୁକରବର୍ଗ କହିଛନ୍ତି, କେନିଆର ଏକ ଗାଁରେ ସମସ୍ତ ଲୋକ ହ୍ଵାଟସ୍ଅପ୍ ସହିିତ ଜଡ଼ିତ। ଏହା ଦ୍ୱାରା ଜଣେ ଅନ୍ୟଜଣଙ୍କ ସହିତ ସହଜରେ ସଂପର୍କ କରିପାରୁଛନ୍ତି। ସେ କହିଛନ୍ତି, ୧୯୬୦ରେ ଯେମିତି ଟେଲିଭିଜନର ଲୋକପ୍ରିୟତା ଥିଲା, ଆଜି ସେହିଭଳି ସୋସିଆଲ ମିଡିଆର ଲୋକପ୍ରିୟତା ବଢ଼ିଛି।