BREAKING

କାମ ନାହି ତ ଭୋଟ ନାହିଁ,ଭୋଟ ବର୍ଜନର ଚେତାବନୀ


ଭୁବନ:ଗାଁ ରେ କୌଣସି ସୁବିଧା ନାହିଁ ତ ପଞ୍ଚାୟତ ନିର୍ବାଚନରେ ଭୋଟ ନାହିଁ। ନେତାଙ୍କୁ ଗାଁ ରେ ପୁରାଇ ଦେବୁନାହିଁ । ଏଥର ଆଉ ପ୍ରତିଶ୍ରୁତି ଦେଇ ବୋକା ବନାଇ ପାରିବେନି ରାଜନେତା । ଏଭଳି ଚେତାବନୀ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର କୁମର୍ଦ୍ଧା ଗ୍ରାମର ଲୋକମାନେ । ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ଗାଁ ଦାଣ୍ଡ ହେଲେ ଏହି ଗ୍ରାମର ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ । କାରଣ ଗାଁ ରେ ବର୍ଷ ବର୍ଷ ଧରି ଲାଗିରହିଥିବା ଅସୁବିଧାକୁ ପ୍ରଶାସନ ଠାରୁ ରାଜନେତା ଯାଏ କେହିବି ଧ୍ୟାନ ଦେଲେନାହି ଏହି ଗ୍ରାମକୁ । କେବଳ ପ୍ରତିଶ୍ରୁତି ଦେଇ ବସିଯାଇଥିବାରୁ ଭୋଟର ଏବେ ନଛଡ ବନ୍ଧା । ସମସ୍ୟା ସମାଧାନ ନହେବା ଯାଏ ଗାଁ ରେ କୌଣସି ନେତାଙ୍କୁ ପୁରାଇ ଦେବୁନାହିଁ । ଏଣୁ ପଞ୍ଚାୟତ ନିର୍ବାଚନରେ ଭୋଟ ନ ଦେବାକୁ ନିଷ୍ପତି ନେଇଛନ୍ତି ଗାଁ ଲୋକମାନେ ।ଏହି ଗ୍ରାମ ଟି ଭୁବନ ବ୍ଲକ ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ 140 ପରିବାର ବସ ବାସ କରନ୍ତି ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ମୌଳିକ ସୁବିଧାରୁ ବଂଚିତ ଏଠାକାର ଲୋକ । ଦୀର୍ଘ ଶହେ ବର୍ଷର ଗାଁ ହେଲେ ମଧ୍ୟ ଏମାନଙ୍କର ନା ଅଛି ପଟା ନା ପାଉଛନ୍ତି ଆବାସ ଯୋଜନା କି ସ୍ୱଚ୍ଛ ଭାରତ ମିଶନ ଯୋଜନା । ଏ ବିଷୟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଫଳ ସୁନ । ନିର୍ବାଚନ ପରେ ନିର୍ବାଚନ ଆସୁଚି ହେଲେ ଏ ଗ୍ରାମର ଭାଗ୍ୟ ବଦଳୁନି । ଏଣୁ ଏହି ସବୁ ସମସ୍ୟା ମଧ୍ୟରେ ଗାଁ ଲୋକ ମଧ୍ୟରେ ଉତ୍ସାହ ଆସିବ ବା କେମିତି ।

ରିପୋର୍ଟ:ଚୈତନ୍ୟ ସାହୁ,ଭୁବନ.

ଵିଅର ମଦ ଆଣି ଆସୁଥିବା ପିକ୍ ଅପ୍ ଦୁର୍ଘଟଣା ଗ୍ରସ୍ତ

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପେଟି ବିଅର ମଦ ନେଇ ଆସୁଥିବା ଏକ ପିକ ଅପ ଭ୍ୟାନ ଆଜି ସକାଳ ପ୍ରାୟ ୭ଟା ସମୟରେ କୋଷାଗୁମୁଡା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଛେଳିପଦର ଜଙ୍ଗଲ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ଯାଇଛି । ଦୁର୍ଘଟଣା ସ୍ଥଳ ରେ ପେଟି ପେଟି ମଦ ରାସ୍ତା ଉପରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣା ଖବର ପାଇ ଉକ୍ତ ବିଦେଶୀ ମଦ ଦୋକାନ ର ମ୍ୟାନେଜର ଓ କର୍ମୀ ଘଟଣା ସ୍ଥଳ ରେ ପହଞ୍ଚି ରାସ୍ତା ଉପରୁ ସମସ୍ତ ମଦ ବୋତଲ ଗୋଟାଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ ପଟେ ଏହାର ଖବର ପାଇ କୋଷାଗୁମୁଡା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରାଫିକ ବ...

Prime Odisha May 11, 2022, 10:27 am     105 Views

ବିଭିନ୍ନ ଗ୍ରାମରେ ଅବକାରୀ ଚଢାଉ,୨ ଗିରଫ

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ ଓ ପୋଚ ନଷ୍ଟ କରାଯାଇଛି | ସୂଚନାଯୋଗ୍ୟ :- ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ନିରିକ୍ଷକ ହରିହର ସିଂ ଙ୍କ ତତ୍ଵାବଧାନରେ ଡାବୁଗାଁ ଅବକାରୀ ବିଭାଗ ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରିଗୁଡା, ପୂଜାରିଗୁଡା, ସରାଗୁଡା, ଚିଚିବାଇ, ମେଦେନା ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ ଭାବେ ରୋଷେଇ ପାଇଁ ରହିଥିବା ୫୦ ଲିଟର ଦେଶୀ ମଦ ଓ ୭୦୦ ଲିଟର ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି ।ଏଥିରେ ସମ୍ପୃକ୍ତ ହୃଦାନନ୍ଦ ଠାକୁର ଓ ସବିତା କଲାର ଙ୍କୁ ଗିରଫ କରାଯାଇଛି | ଏଥିରେ ଡ...

Prime Odisha May 11, 2022, 10:24 am     735 Views

ଗୋଲରୀଗୁଡା ଗ୍ରାମବାସୀ ହେଲେ ଥାନାର ଦ୍ବରାସ୍ଥ,ଜବରଦଖଲ ଓ ମଦ ବିକ୍ରିକୁ କରିଛନ୍ତି ତୀବ୍ର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନଚେତ ଗାଁ ରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:32 am     511 Views

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ନବରଙ୍ଗପୁର:ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଠାରେ ଓଡିଶା ଦକ୍ଷତା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ନବରଙ୍ଗପୁରର ମିଳିତ ଆନୁକୂଲ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଠାରେ ଆଜି ୭ଟି କମ୍ପାନୀ ତରଫରୁ ପିଲାଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଦେଇଥିବା ବେଳେ ଆଜି ଏହି ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରାୟ ୧୫୦ ଜଣ ପିଲା ପଞ୍ଜିକରଣ କରିଛନ୍ତି l ପିଲା ମାନେ ବିଭିନ୍ନ ଟ୍ରେଡ଼ରେ ତାଲିମ ନେବା ପରେ ସେମାନଙ୍କ ଆତ୍ମନିଯୁକ୍ତି ପାଇଁ ଏହା ଏକ ଭଲ ମାଧ୍ୟମ lକୋଭିଡ ମହାମାରୀର ପ୍ରକୋପକୁ ଦ୍ରୁଷ୍ଟି ରେ ରଖି ବିଭିନ୍ନ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରାଯା...

Prime Odisha May 11, 2022, 4:07 am     404 Views

ପାନୀୟ ଜଳ ପ୍ରକଳ୍ପ ଅଚଳ,୨ ବର୍ଷ ହେଲା ନାଳ ବଞ୍ଚାଉଛି ଲୋକଙ୍କ ଜୀବନ

ଜୟପୁର:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚିପିଟିଗୁଡା ଗ୍ରାମରେ ୨ ବର୍ଷ ତଳୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି ।ଏଠାର ତଳଗୁଡା ସ୍ଥିତ ୨ଟି ନଳକୂପ ମଧ୍ୟରୁ ଗୋଟିକରୁ ମୁଣ୍ଡ ବାହାର କରି ମରାମତି ପାଇଁ ପ୍ରାୟ ୩ ବର୍ଷ ତଳେ ନିଆଯାଇଛି, କିନ୍ତୁ ଆଜି ଯାଏଁ ମରାମତି ହୋଇ ଆସିପାରି ନାହିଁ ।ଏକ କିଲୋମିଟର ପରିଧି ମଧ୍ୟରେ ଥିବା ପୋଡାପଦର ଓ ଖୁଣ୍ଟିଆପଲ୍ଲା ଗ୍ରାମକୁ ପାଇପ ସଂଯୋଗ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।କିନ୍ତୁ କାମର ବିଲ୍ କରିବା ହିଁ ଯନ୍ତ୍ରୀ ଓ ଠିକାଦାରଙ୍କର ଏକମାତ୍ର ଲକ୍ଷ୍ୟସ ବୋଲି ଅନୁମାନ କରାଯାଉଛି।ପ୍ରାୟ ଦେଢ ବର୍ଷ ତଳେ ଯନ୍ତ୍ରୀ ଯାଇ ଫଟୋଟିଏ ଉଠାଇ ଆଣି ଖୁବ ଶୀଘ୍ର ଜଳ ଯୋଗାଣ ପାଇଁ ଲୋକ...

Prime Odisha May 10, 2022, 6:02 am     700 Views

ବିଜୁ ଜନତା ଦଳ ପକ୍ଷରୁ ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ,ବୈପାରିଗୁଡ଼ା

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ସଡକ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେବା ଉଦେଶ୍ୟ ନେଇ ଆଜି ବୈପାରିଗୁଡା ଯୁବ ବିଜୁ ଜନତା ଦଳ ତରଫରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବୈପାରିଗୁଡା ଡିଏସପି ବିରଂଚି ନାରାୟଣ ଜଗତ ଯୋଗଦାନ କରିଥିଲେ । ବାରମ୍ବାର ଥାନା ଅଂଚଳରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିବା ସହିତ ଦୁର୍ଘଟଣା ହାରକୁ କେମିତି ରୋକା ଯାଇପାରିବ ସେଥି ନିମେନ୍ତ ସମସ୍ତ ଲାଗିପଡିବା ଦରକାର ବୋଲି କହିବା ...

Prime Odisha May 10, 2022, 5:44 am     782 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପ...

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us