BREAKING

ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ


ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଗମ ଅଚାଂଳରେ ବେଆଇନ ଭାବେ ଗଞ୍ଜେଇ ବେପାରୀ ମାନେ ଚୋରାଚାଲାଣ ପାଇଁ ଗଞ୍ଜେଇ ଚାଷ କରୁଥିବା ଖବର ମିଳିବା ପରେ ବୈପାରିଗୁଡା ପୋଲିସ ଓ ଅବକାରୀ ବିଭାଗ ତରଫରୁ ସେହି ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛ ଗୁଡିକକୁ ନଷ୍ଟ କରିଥିବାିର ଜଣାପଡିଛି ।ପ୍ରାପ୍ତ ସୂଚନା ଅନୁସାରେ ଆଜି ବୈପାରିଗୁଡା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ,ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବୈପାରିଗୁଡା ବ୍ଳକ ମହୁଲି ପଞ୍ଚାୟତର ସୀମାନ୍ତ ଦୁର୍ଗମ ପାହାଡିଆ ଇଲାକା ଲେଞ୍ଜା ଠାରେ ସରକାରୀ ଜାଗାରେ ଲାଗି ଥିବା ୧୫ ଏକର ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିିବା ସହ ଗୋଟିଏ ସ୍ଥାନରେ ରଖି ପୋଡି ଥିବା ର ସୂଚନା ମିଳିଛି ।ଆଗକୁ ଏହି ଚଢାଉ ମଧ୍ୟ ଆହୁରି ବ୍ୟାପକ କରାଯିବ ଏବଂ ଗଞ୍ଜେଇ ମାଫିଆଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବା ପାଇଁ ସ୍ଥିର କରାଯାଇଛି ବୋଲି ପ୍ରକାଶ କରିଛନ୍ତି ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ।

ଵିଅର ମଦ ଆଣି ଆସୁଥିବା ପିକ୍ ଅପ୍ ଦୁର୍ଘଟଣା ଗ୍ରସ୍ତ

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପେଟି ବିଅର ମଦ ନେଇ ଆସୁଥିବା ଏକ ପିକ ଅପ ଭ୍ୟାନ ଆଜି ସକାଳ ପ୍ରାୟ ୭ଟା ସମୟରେ କୋଷାଗୁମୁଡା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଛେଳିପଦର ଜଙ୍ଗଲ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ଯାଇଛି । ଦୁର୍ଘଟଣା ସ୍ଥଳ ରେ ପେଟି ପେଟି ମଦ ରାସ୍ତା ଉପରେ ପଡି ରହିଥିବା ଦେଖିବାକୁ ମିଳିଥିଲା । ଏହି ଦୁର୍ଘଟଣା ଖବର ପାଇ ଉକ୍ତ ବିଦେଶୀ ମଦ ଦୋକାନ ର ମ୍ୟାନେଜର ଓ କର୍ମୀ ଘଟଣା ସ୍ଥଳ ରେ ପହଞ୍ଚି ରାସ୍ତା ଉପରୁ ସମସ୍ତ ମଦ ବୋତଲ ଗୋଟାଇ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଅନ୍ୟ ପଟେ ଏହାର ଖବର ପାଇ କୋଷାଗୁମୁଡା ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରାଫିକ ବ...

Prime Odisha May 11, 2022, 10:27 am     238 Views

ବିଭିନ୍ନ ଗ୍ରାମରେ ଅବକାରୀ ଚଢାଉ,୨ ଗିରଫ

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ମଦ ଜବତ ଓ ପୋଚ ନଷ୍ଟ କରାଯାଇଛି | ସୂଚନାଯୋଗ୍ୟ :- ନବରଙ୍ଗପୁର ଜିଲା ଆରକ୍ଷୀ ଅଧିକ୍ଷକ ସନ୍ତୋଷ ଧଳସାମନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଉମରକୋଟ ଅବକାରୀ ନିରିକ୍ଷକ ହରିହର ସିଂ ଙ୍କ ତତ୍ଵାବଧାନରେ ଡାବୁଗାଁ ଅବକାରୀ ବିଭାଗ ଡାବୁଗାଁ ଥାନା ଅଧୀନ ଡ଼ଙ୍ଗରିଗୁଡା, ପୂଜାରିଗୁଡା, ସରାଗୁଡା, ଚିଚିବାଇ, ମେଦେନା ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣର ବେଆଇନ ଭାବେ ରୋଷେଇ ପାଇଁ ରହିଥିବା ୫୦ ଲିଟର ଦେଶୀ ମଦ ଓ ୭୦୦ ଲିଟର ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି ।ଏଥିରେ ସମ୍ପୃକ୍ତ ହୃଦାନନ୍ଦ ଠାକୁର ଓ ସବିତା କଲାର ଙ୍କୁ ଗିରଫ କରାଯାଇଛି | ଏଥିରେ ଡ...

Prime Odisha May 11, 2022, 10:24 am     353 Views

ଗୋଲରୀଗୁଡା ଗ୍ରାମବାସୀ ହେଲେ ଥାନାର ଦ୍ବରାସ୍ଥ,ଜବରଦଖଲ ଓ ମଦ ବିକ୍ରିକୁ କରିଛନ୍ତି ତୀବ୍ର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନଚେତ ଗାଁ ରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:32 am     883 Views

ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ

ନବରଙ୍ଗପୁର:ଆଜି ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଠାରେ ଓଡିଶା ଦକ୍ଷତା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ନବରଙ୍ଗପୁରର ମିଳିତ ଆନୁକୂଲ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର ଠାରେ ଆଜି ୭ଟି କମ୍ପାନୀ ତରଫରୁ ପିଲାଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଦେଇଥିବା ବେଳେ ଆଜି ଏହି ପ୍ରଶିକ୍ଷଣ କେନ୍ଦ୍ର ଠାରେ ପ୍ରାୟ ୧୫୦ ଜଣ ପିଲା ପଞ୍ଜିକରଣ କରିଛନ୍ତି l ପିଲା ମାନେ ବିଭିନ୍ନ ଟ୍ରେଡ଼ରେ ତାଲିମ ନେବା ପରେ ସେମାନଙ୍କ ଆତ୍ମନିଯୁକ୍ତି ପାଇଁ ଏହା ଏକ ଭଲ ମାଧ୍ୟମ lକୋଭିଡ ମହାମାରୀର ପ୍ରକୋପକୁ ଦ୍ରୁଷ୍ଟି ରେ ରଖି ବିଭିନ୍ନ ନୂତନ ପାଠ୍ୟକ୍ରମର ଶୁଭାରମ୍ଭ କରାଯା...

Prime Odisha May 11, 2022, 4:07 am     547 Views

ପାନୀୟ ଜଳ ପ୍ରକଳ୍ପ ଅଚଳ,୨ ବର୍ଷ ହେଲା ନାଳ ବଞ୍ଚାଉଛି ଲୋକଙ୍କ ଜୀବନ

ଜୟପୁର:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ପଞ୍ଚାୟତ ଅନ୍ତର୍ଗତ ଚିପିଟିଗୁଡା ଗ୍ରାମରେ ୨ ବର୍ଷ ତଳୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇ ପଡିଛି ।ଏଠାର ତଳଗୁଡା ସ୍ଥିତ ୨ଟି ନଳକୂପ ମଧ୍ୟରୁ ଗୋଟିକରୁ ମୁଣ୍ଡ ବାହାର କରି ମରାମତି ପାଇଁ ପ୍ରାୟ ୩ ବର୍ଷ ତଳେ ନିଆଯାଇଛି, କିନ୍ତୁ ଆଜି ଯାଏଁ ମରାମତି ହୋଇ ଆସିପାରି ନାହିଁ ।ଏକ କିଲୋମିଟର ପରିଧି ମଧ୍ୟରେ ଥିବା ପୋଡାପଦର ଓ ଖୁଣ୍ଟିଆପଲ୍ଲା ଗ୍ରାମକୁ ପାଇପ ସଂଯୋଗ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।କିନ୍ତୁ କାମର ବିଲ୍ କରିବା ହିଁ ଯନ୍ତ୍ରୀ ଓ ଠିକାଦାରଙ୍କର ଏକମାତ୍ର ଲକ୍ଷ୍ୟସ ବୋଲି ଅନୁମାନ କରାଯାଉଛି।ପ୍ରାୟ ଦେଢ ବର୍ଷ ତଳେ ଯନ୍ତ୍ରୀ ଯାଇ ଫଟୋଟିଏ ଉଠାଇ ଆଣି ଖୁବ ଶୀଘ୍ର ଜଳ ଯୋଗାଣ ପାଇଁ ଲୋକ...

Prime Odisha May 10, 2022, 6:02 am     402 Views

ବିଜୁ ଜନତା ଦଳ ପକ୍ଷରୁ ସଡକ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ,ବୈପାରିଗୁଡ଼ା

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ସଡକ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ଜନସାଧାରଣଙ୍କୁ ଏକ ବାର୍ତ୍ତା ଦେବା ଉଦେଶ୍ୟ ନେଇ ଆଜି ବୈପାରିଗୁଡା ଯୁବ ବିଜୁ ଜନତା ଦଳ ତରଫରୁ ବୈପାରିଗୁଡା ମୁଖ୍ୟଛକରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାର ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଯୁବ ଉପସଭାପତି ବିଶ୍ୱଜୀତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ବୈପାରିଗୁଡା ଡିଏସପି ବିରଂଚି ନାରାୟଣ ଜଗତ ଯୋଗଦାନ କରିଥିଲେ । ବାରମ୍ବାର ଥାନା ଅଂଚଳରେ ସଡକ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଥିବା ସହିତ ଦୁର୍ଘଟଣା ହାରକୁ କେମିତି ରୋକା ଯାଇପାରିବ ସେଥି ନିମେନ୍ତ ସମସ୍ତ ଲାଗିପଡିବା ଦରକାର ବୋଲି କହିବା ...

Prime Odisha May 10, 2022, 5:44 am     368 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପ...

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us