BREAKING

ସୁଭାଷ ବୋଷଙ୍କ 125ତମ ଜୟନ୍ତୀ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ


କୋଟପାଡ଼:ସ୍ୱାଧୀନତାର ସ୍ୱାଦ ଚାଖିବା ପାଇଁ ଯୋଉ ଯୁଗ ପୁରୁଷଙ୍କ ସଂଗ୍ରାମ ତଥା ବଳିଦାନର ଆହୁତି ଦେବାକୁ ପଡିଥିଲା ସେହିଁ ସଂଗ୍ରାମୀ ପୁରୁଷଙ୍କ ମଧ୍ୟରେ ଉତ୍କଳ ମାଟିର ଦୁଇ ବୀର ସନ୍ତାନଙ୍କ ବଳିଦାନ ଉଲ୍ଲେଖନୀୟ.ମହାନ ପରାକ୍ରମୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀ ସହ ବୀର ସୁରେନ୍ଦ୍ର ସାୟଙ୍କ ଜନ୍ମ ଦିନ 23 ଜାନୁୟାରୀରେ ସ୍ଥାନୀୟ ଗୋପବନ୍ଧୁ ପାଠାଗାରର ସଭାପତି ଗଣେଶ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି.ସମ୍ପାଦକ ଦେବୀ ପ୍ରସାଦ ପଣ୍ଡାଙ୍କ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପରେ ଅନୁଷ୍ଠାନର ସାଂସ୍କୃତିକ ବିଭାଗୀୟ ସମ୍ପାଦକ ରଞ୍ଜନ ମହୁରୀଆ ସଭା ପରିଚାଳନା କରିବାର ଦାଇତ୍ୱ ବହନ କରିଥିଲେ.ବୀର ସୁରେନ୍ଦ୍ର ସାୟଙ୍କ ଜୀବନୀ ସଂକ୍ଷେପରେ ବ୍ୟାଖ୍ୟା କରି ଓଡିଶା ମାଟିର ଦୁଇ ବରପୁତ୍ରଙ୍କ ଦେଶ ପାଇଁ ଦେଇଥିବା ବଳିଦାନ ଅବିସ୍ମରଣୀୟ ତଥା ନେତାଜୀଙ୍କ ଜୀବନୀରେ ଉଲ୍ଲେଖ ଥିବା ତାଙ୍କ ବାଣୀରୁ ଝରିଥିବା ସେଇ କଥା ମୁ ବଙ୍ଗଳା ସମ୍ପ୍ରଦାୟ ହେଲେ ସୁଦ୍ଧା ଦେଶ ପ୍ରେମର ପ୍ରେରଣା ମୋତେ କଟକ ମାଟିରୁ ମିଳିଛି ଯୋଉ ମାଟିରେ ମୋର ଜନ୍ମ ଓ ଯୋଉ ପାଣି ପବନରେ ମୁ ବଡ଼ିଛି ବୋଲି କହିଥିବା ସେହି କଥାକୁ ବର୍ଣନା କରି ନେତାଜୀଙ୍କ ଓଡିଶା ପ୍ରୀତି ପ୍ରତି ଆଲୋକପାତ କରି ଯୁବ ପିଢିଙ୍କ ପାଇଁ ଏହିଭଳି କାର୍ଯ୍ୟକ୍ରମ ପ୍ରେରଣା ପାଲଟୁ ଓ ମହାପୁରୁଷଙ୍କ ଆଦର୍ଶରେ ଆଗାମୀ ପିଢ଼ି ଅନୁପ୍ରାଣିତ ହୋଉ ବୋଲି ଆଶାବ୍ୟକ୍ତ କରିଥିଲେ, ଏହା ସହ ସହରର ଦୁଇ ଜଣା ଶୁଣା କବିୟତ୍ରୀଙ୍କ କବିତା ପାଠ ହୋଇଥିଲା ପ୍ରଥମେ କବିୟତ୍ରୀ ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସବିତା ହୋତା ଓ ପରେ ପରେ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ର ସଂଗୃହିତ କବିତା ପାଠ କରିଥିଲେ. ଅନୁଷ୍ଠାନର ଉପଦେଷ୍ଟା ବରିଷ୍ଠ ଓକିଲ କିଶୋର ଚନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ ଉଭୟ ମହାନ ପୁରୁଷଙ୍କ ମହତ ବାଣୀ ବ୍ୟାଖ୍ୟା କରିଥିଲେ ଓ ଆଗାମୀ ପିଢ଼ିଙ୍କୁ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଅଭିଭାବକ ମାନେ ଏହାର ଶୁଭାରମ୍ଭ ନିଜ ଘରୁ ଛୁଆଙ୍କୁ ସେମାନଙ୍କ ଜୀବନୀ ବିଷୟରେ ଶିକ୍ଷାଦେବାର ପ୍ରାରମ୍ଭ କରି ପ୍ରତ୍ୟେକ ଜନ୍ମ ତିଥିରେ ସେମାନଙ୍କ ସ୍ମୃତିଚାରଣ କରିବା ଅଭ୍ୟାସରେ ପରିଣତ କରିବାକୁ ଆବାହନ କରିଥିଲେ.ପରେ ପରେ କବି ଦୟାନିଧି ପାତ୍ର ଓ କବି ସଞ୍ଜୟ ମିଶ୍ର ନିଜ ନିଜ ସ୍ୱରଚିତ କବିତା ଆବୃତି କରିଥିଲେ. ଶେଷରେ ବରିଷ୍ଠ ସଦସ୍ୟ, ଓକିଲ ତଥା ଅନୁଷ୍ଠାନର ଅନ୍ୟେକ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ନାୟକ ବିସ୍ତୃତ ଭାବରେ ଦେଶ ପ୍ରତି ନେତାଜୀଙ୍କ ଅବଦାନ ବିଷୟରେ ଆଲୋକପାତ କରି କହିଥିଲେ ଯେ ସୁବାସ ବୋଷ ବିଶ୍ୱର ଏକମାତ୍ର ବ୍ରିଟିଶ ଶାସନ ବିରୋଧୀ ଯିଏ ହିଟଲର ଭଳି କ୍ରୁର ଶାସକ ଭାବରେ ପରିଚିତ ବ୍ୟକ୍ତିର ଅତି ନିକଟତର ଓ ସମ୍ମାନାସ୍ପଦ ହୋଇ ପାରିଥିଲେ, ଏବଂ ଗୋରା ସରକାର ହଟାଇବା ପାଇଁ ଆଜାଦ ହିନ୍ଦ ଫୌଜ ଗଠନ କରି ଇଂରେଜଙ୍କ ଧୂଳି ଚଟେଇବାକୁ ବାଧ୍ୟ କରି ପାରିଥିଲେ ସେହି ଭାରତୀୟ ମହାନ ନେତା ଚୀର ଦିନ ପାଇଁ ପ୍ରତ୍ୟେକ ଭାରତୀୟଙ୍କ ମାନସ ପଟ୍ଟରେ ଅବିସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ.ଏହି ଅବସରରେ ବରିଷ୍ଠ ଶିକ୍ଷକ ବାଲାଜୀ ନାୟକ, ତ୍ରିପତି ବାଗା,ଗୁପ୍ତ ପ୍ରସାଦ ବେହେରା, ପଦ୍ମନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ.

ରିପୋର୍ଟ:ଦେବୀ ପ୍ରସାଦ ପଣ୍ଡା,ପ୍ରାଇମ ଓଡିଶା ନିୟୁଜ.

ଥାନାର ଦ୍ବରାସ୍ଥ ହେଲେ ଗୋଲରୀଗୁଡା ଗ୍ରାମବାସୀ, ଜବରଦଖଲ ଓ ମଦ ବିକ୍ରିକୁ କଲେ ଘୋର ବିରୋଧ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ , ନଚେତ ଗାଁରେ ମଦ ବିକ୍ରି ବନ୍ଦ କରୁ ! ଏମିତି କିଛି ନାରା ଦେଇ ଗ୍ରାମବାସୀ ବୈପାରିଗୁଡା ଥାନା କୁନ୍ଦୁରା ବ୍ଲକର ମସିଗାଁ ପଂଚାୟତ ଅନ୍ତର୍ଗତ ଗୋଲରୀଗୁଡା ଗ୍ରାମର ପୁରୁଷ, ମହିଳା ମାନଙ୍କ ସହିତ ଗ୍ରାମର ବୃଦ୍ଧବୃଦ୍ଧି ମାନେ ମଧ୍ୟ ଚାଲି ଚାଲି ବୈପାରିଗୁଡା ଥାନାରେ ଆଜି ପହଂଚିଛନ୍ତି ! ସେମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଗୋଲରୀଗୁଡା କୁନ୍ଦୁରା ରାସ୍ତା ଝଡଙ୍ଗା ଛକ ପାଖରେ ପ୍ରଫୁଲ ସ୍ବାଇଁ ନାମକ ଜଣେ ବ୍ୟକ୍ତି ଗାଁ ର ଜାଗା କୁ ଜବରଦଖଲ କରି ଘର ନିର୍ମାଣ କରିଥିବା ବେଳେ ଗୋଲରୀ ଗୁଡା ଗ୍ରାମବାସୀ ମାନେ ଏହାକୁ ବିରୋଧ କରିବା ରୁ ଉକ୍ତ ବ୍ୟକ୍ତି...

Prime Odisha May 11, 2022, 4:23 am     782 Views

ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଗିରଫ;ଗୋଟିଏ ବୋଲେର ଓ ୨ ବାଇକ ଜବତ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାକୁ ଆସିଥିବା ଡିଏସପି ବିରଞ୍ଚି ନାରାୟଣ ଜଗତ ଙ୍କ ନିର୍ଦ୍ଦେଶକ୍ରମେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଅନ୍ତର୍ଗତ ଘୋଡାଘାଟ ଅଚଂଳରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଡିଏସପି ବିରଞ୍ଚି ନାରାୟଣ ଜଗତ , ଥାନା ଆଇଆଇସି ଅଶ୍ବିନୀ କୁମାର ପଟ୍ଟନାୟକ ଏବଂ ଥାନା କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରିବା ସହ ଘଟଣା ସ୍ଥଳରେ ପହଞ୍ଚି ଏକ କ୍ୱିଣ୍ଟାଲରୁ ଊର୍ଦ୍ଧ୍ଵ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିବାରେ ଏକ ବଡ ସଫଳ ହାସଲ କରିଛନ୍ତି । ସୂଚନା ମୁତାବକ ଛତିଶଗଡ ଅଞ୍ଚଳରୁ ଏକ ବୋଲେର ଗାଡି ନଂ cg 04 nm 1944 ଗାଡିରେ ୪ ...

Prime Odisha May 7, 2022, 4:42 am     707 Views

ହଳଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ

ନବରଙ୍ଗପୁର:ଝରିଗାଁ ବ୍ଲକ ଅନ୍ତର୍ଗତ ଡଙ୍ଗରିଗୁଡା ପଞ୍ଚାୟତ ହଲଦିଗୁଡା ଗ୍ରାମରେ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀ ଙ୍କ ମୁକ୍ତ ହସ୍ତରେ ଦାନ କରି ଥିବା ସହଯୋଗ ଯୋଗୁଁ ଉକ୍ତ ବାଲି ଯାତ୍ରା ଅନୁଷ୍ଠିତ ହୋଇ ଥିଲା। ବାଲି ଯାତ୍ରା ରେ ଦୁରଦୁରାନ୍ତର ରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ବୃନ୍ଦ ଆସି ବାଲି ଯାତ୍ରା ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ଏହି ଅବସରରେ ଦେବା ଦେବୀ ମାନଙ୍କ ପ୍ରତୀକ ଲାଠି, କୁର୍ଚି, ସିରା, ପୂଜାରୀ, ହଲଦିଗୁଡା ଗ୍ରାମ ର ସଦର ମହକୁମା ରେ ତା ୦୧/୦୨/୨୨ ବାଲି ଯାତ୍ରା ଆରମ୍ଭ ହୋଇ ଥିବା ବେଳେ ତା ୦୪/୦୫/୨୨ ରେ ଉକ୍ତ ଯାତ୍ରା ଶେଷ ହୋଇ ଯାଇଛି। ମାଁ ଙ୍କ ଯାତ୍ରା ରେ ବାଲି ମଣ୍ଡପ ବେଶ ଜନ ଗହଳି ଥିବା ବେଳେ ଭକ୍ତ ମାନଙ୍କ ମନୋରଞ...

Prime Odisha May 5, 2022, 12:28 pm     387 Views

ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ

ଜୟପୁର:ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁରର ଜୁନିୟର ରେଡ଼କ୍ରସ ଶାଖା ତରଫରୁ ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଜୁନିୟର ରେଡ଼କ୍ରସ ଅଧିକାରୀ ଯଜ୍ଞେଶ୍ବର ପଣ୍ଡା,ଜିଲ୍ଲା ଜୁନିୟର ରେଡ଼କ୍ରସ ସାଧନକର୍ମୀ ଶୁଭସ୍ମିତା ସାହୁ ଉପସ୍ଥିତ ରହି ଛାତ୍ର ଛାତ୍ରୀମାନଙ୍କୁ ମ୍ୟାଲେରିଆ ରୋଗର କାରଣ ଓ ନିରାକରଣ ବିଷୟରେ ଆଲୋକପାତ କରିବା ସହିତ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।ପରିଶେଷରେ ମ୍ୟାଲେରିଆ ରୋଗର ନିରାକରଣ ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ମଧ୍ୟ ଅବଗତ କରାଇଥିଲେ। ରିପୋର୍ଟ:ସ...

Prime Odisha April 25, 2022, 9:34 am     515 Views

ଜୟପୁରରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନ ସମ୍ବୀଳନ ଅନୁଷ୍ଠିତ

ଜୟପୁର:କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସ୍ଥାନୀୟ ଜେ.ଇ.ଏଲ.ସି. ଜୁବୁଲି ଗ୍ରାଉଣ୍ଡ ଠାରେ ଯୀଶୁ ଖ୍ରୀଷ୍ଟଙ୍କର ପୁନଃରଉଥାନର ସମ୍ବୀଳନ ଅନୁଷ୍ଠିତ ହୋଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ଜେଇଏଲସି ଚର୍ଚ୍ଚର ଯୁବକ ଯୁବତୀ ଏବଂ ଛତିଶଗଡ଼ ରାଜ୍ୟର ଯୁବକ ଯୁବତୀ ମାନେ ଏହି ଖ୍ରୀଷ୍ଟଙ୍କର ପୁନଃଉଥାନ ସ୍ୱର ସମ୍ବୀଳନର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଏହି ଖ୍ରୀଷ୍ଟଙ୍କ ପୁନଃରଉଥାନ ସ୍ୱର ସମ୍ବୀଳନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବଗୋଷ୍ଠୀ ମାନେ। ଏହି କାର୍ଯ୍ୟକ୍ରମର ଜୟପୁର ଇଭାଞ୍ଜଲିକାଲ୍ ଲୁଥରାନ ମଣ୍ଡଳୀ ତରଫରୁ ପରିଚାଳନା କରାଯାଇଥିଲା। ଏହି ସ୍ୱର ସମ୍ବୀଳନରେ ବାହାର ରାଜ୍ୟରୁ ମ...

Prime Odisha April 20, 2022, 12:28 pm     218 Views

ବୋଡିଗାଁରେ କୃଷି ଭିତ୍ତିକ ବାଲିଯାତ୍ରା ପର୍ବ ଅନୁଷ୍ଠିତ

ଜୟପୁର:ଅଭିବକ୍ତ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଅଧିବାସୀ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ।ଏହି ଚାଷ କରି ନିଜେ ବଞ୍ଚିବା ସହିତ ଅନ୍ୟ ମାନଙ୍କ ପେଟକୁ ଦାନା ଯୋଗାଇଥାନ୍ତି।ଚାଷ ପାଇଁ ପାଣିପାଗ ଅନୁକୂଳ ହେବା ଅପରିହାର୍ଯ୍ୟ।ଭବିଷ୍ୟତର ପାଣିପାଗକୁ ଜାଣିବା ପାଇଁ ଅଞ୍ଚଳ ଅନୁସାରେ ବାଲିଯାତ୍ରା ଅନୁଷ୍ଠିତ ହେଇଥାଏ ।ଏହି ପର୍ବ ରେ ଏକ ନିର୍ଦ୍ଧିଷ୍ଟ ଜାଗାରୁ ବାଲି ସଂଗ୍ରହ କରି ହୁଣ୍ଡି ବା ବାଲି ଘରେ ଶତାଧିକ ଚାଙ୍ଗୁଡ଼ି ରେ ବିହନ ବୁଣିଥାନ୍ତି ଆଦିବାସୀ ସଂପ୍ରଦାୟ। କିଛି ଦିନ ପରେ ସେଥିରୁ ଗଜା ହୁଏ। ଏପରିକି ଆଶ୍ଚର୍ଯ୍ୟ ଜନକ ଭାବେ ଉଷୁନା ଚାଉଳ ବି ଗଜା ହୁଏ ଆଦିବାସୀ ଶିରା ବା ପୂଜକଙ୍କ ତତ୍ତ୍ବାବଧାନରେ ।ଏହି ଆଧାରରେ ଶିରା ବା ଗାଁ ହୁଣ୍ଡି ପୂଜକ ତଥା ତାଙ...

Prime Odisha April 18, 2022, 11:13 am     800 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ନବରଙ୍ଗପୁର:କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନ କୁ ରାୟଗଡା ଡିପୋ ଠାରୁ ପ୍ରାୟ ୨୫୦ ପ...

ନବରଙ୍ଗପୁର:ବୁଧବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ବିପୁ...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା):ପୋଲିସ ଯଦି ଗିରଫ କରିବ ତେବେ ଗ୍ରାମର ସମସ୍ତ ଲୋକଙ୍କୁ ଗିରଫ, ନ...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us