BREAKING

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ


ନବରଙ୍ଗପୁର:ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧକ୍ଷ ତଥା ଜିଲ୍ଲା ଜଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ତରଫରୁ ମିଳିତ ଭାବେ କୋଷଗୁମୁଡା ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ କୁ ନେଇ ଏକ ଆଇନ ସଚେତନା ଶିବିର ଅନୁଷ୍ଠୀତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତି ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାୟକ ମଞ୍ଚାସିନ ହୋଇ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ଵାରା ଦିବ୍ୟାଙ୍ଗ ମାନେ କିପରି ଉପକୃତ ହେବେ ସେ ନେଇ ବୁଝେଇଥିଲେ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମ୍ବିଧାନ ରେ ଥିବା ବିଭିନ୍ନ ଆଈନ ବିଷୟ ନେଇ ସଚେତନ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ସୁଧାଂଶୁ କୁମାର ପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ନବରଙ୍ଗପୁର, ଶ୍ରୀଯୁକ୍ତ ସୁକାନ୍ତ ଚନ୍ଦ୍ର ଶତପଥୀ, ମେଡିକାଲ ଅଫିସର, ନବରଙ୍ଗପୁର ଓ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ଭାଗ ନେଇଥିଲେ । ଶେଷରେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର, ଟ୍ରାଇ ସାଇକେଲ ଓ ହିଆରିଙ୍ଗ ଏଡ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ଦ୍ଵାରା ମିଳିତ ଭାବେ ପରିଚାଳନା କରାଯାଇଥିଲା ।

ରିପୋର୍ଟ:ରବିନାରାୟଣ ମହାନ୍ତି,ପ୍ରାଇମ୍ ଓଡିଶା ନିୟୁଜ

କାମ ନାହି ତ ଭୋଟ ନାହିଁ,ଭୋଟ ବର୍ଜନର ଚେତାବନୀ

ଭୁବନ:ଗାଁ ରେ କୌଣସି ସୁବିଧା ନାହିଁ ତ ପଞ୍ଚାୟତ ନିର୍ବାଚନରେ ଭୋଟ ନାହିଁ। ନେତାଙ୍କୁ ଗାଁ ରେ ପୁରାଇ ଦେବୁନାହିଁ । ଏଥର ଆଉ ପ୍ରତିଶ୍ରୁତି ଦେଇ ବୋକା ବନାଇ ପାରିବେନି ରାଜନେତା । ଏଭଳି ଚେତାବନୀ ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର କୁମର୍ଦ୍ଧା ଗ୍ରାମର ଲୋକମାନେ । ପଞ୍ଚାୟତ ନିର୍ବାଚନ ପାଇଁ ଏବେ ଉଠୁଛି ପଡୁଛି ଗାଁ ଦାଣ୍ଡ ହେଲେ ଏହି ଗ୍ରାମର ଲୋକଙ୍କ ମଧ୍ୟରେ ନାହିଁ ଉତ୍ସାହ । କାରଣ ଗାଁ ରେ ବର୍ଷ ବର୍ଷ ଧରି ଲାଗିରହିଥିବା ଅସୁବିଧାକୁ ପ୍ରଶାସନ ଠାରୁ ରାଜନେତା ଯାଏ କେହିବି ଧ୍ୟାନ ଦେଲେନାହି ଏହି ଗ୍ରାମକୁ । କେବଳ ପ୍ରତିଶ୍ରୁତି ଦେଇ ବସିଯାଇଥିବାରୁ ଭୋଟର ଏବେ ନଛଡ ବନ୍ଧା । ସମସ୍ୟା ସମାଧାନ ନହେବା ଯାଏ ଗାଁ ରେ କୌଣସି ନେତାଙ୍କ...

Prime Odisha January 28, 2022, 6:08 am     933 Views

ବେଆଇନ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଗମ ଅଚାଂଳରେ ବେଆଇନ ଭାବେ ଗଞ୍ଜେଇ ବେପାରୀ ମାନେ ଚୋରାଚାଲାଣ ପାଇଁ ଗଞ୍ଜେଇ ଚାଷ କରୁଥିବା ଖବର ମିଳିବା ପରେ ବୈପାରିଗୁଡା ପୋଲିସ ଓ ଅବକାରୀ ବିଭାଗ ତରଫରୁ ସେହି ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛ ଗୁଡିକକୁ ନଷ୍ଟ କରିଥିବାିର ଜଣାପଡିଛି ।ପ୍ରାପ୍ତ ସୂଚନା ଅନୁସାରେ ଆଜି ବୈପାରିଗୁଡା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ,ପୋଲିସ କର୍ମଚାରୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମିଳିତ ଉଦ୍ୟମରେ ବୈପାରିଗୁଡା ବ୍ଳକ ମହୁଲି ପଞ୍ଚାୟତର ସୀମାନ୍ତ ଦୁର୍ଗମ ପାହାଡିଆ ଇଲାକା ଲେଞ୍ଜା ଠାରେ ସରକାରୀ ଜାଗାରେ ଲାଗି ଥିବା ୧୫ ଏକର ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିିବା ସହ ଗୋଟିଏ ସ୍ଥାନରେ ରଖି ପୋଡି ଥିବା ର ସୂଚନା ମିଳି...

Prime Odisha January 27, 2022, 6:41 am     111 Views

ନିର୍ବାଚନୀ ରଣକ୍ଷେତ୍ରକୁ ଓଲ୍ହାଇଲେ ଯୁବ ସାମ୍ବାଦିକ,ସହଯୋଗ ହାତ ବଢାଇଲେ ସାମ୍ବାଦିକ ବନ୍ଧୁ

ବୈପାରିଗୁଡା(ରିର୍ପୋଟ:ବିକ୍ରାନ୍ତ କୁମାର ବେବର୍ତ୍ତା) : କର୍ମକ୍ଷେତ୍ରରେ ସବୁ ସମୟରେ ଜନସାଧାରଣଙ୍କ ସହିତ ରହି ଗରିବ ଅସହାୟ ଲୋକଙ୍କ ସେବା କରୁଥିବା ଯୁବ ସାମ୍ବାଦିକ ରାଜେଶ୍ୱର ମହୁରିଆଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଚଳିତ ବର୍ଷ ଜିଲ୍ଲାପରିଷଦ ପ୍ରାର୍ଥୀ ରୂପେ ତ୍ରିସ୍ତରୀୟ ନିର୍ବାଚନରେ ମଇଦାନକୁ ଓହ୍ନାଇବା ପାଇଁ ଦଳ ପକ୍ଷରୁ ଟିକଟ ପ୍ରାଦାନ କରାଯାଇଥିବାରୁ ବୈପାରିଗୁଡା ସାମ୍ବାଦିକଙ୍କ ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟଙ୍କୁ ଶୁଭେତ୍ଥା ଜଣାଇଛନ୍ତି ।ସାମ୍ବାଦିକ କ୍ଷେତ୍ରରେ ରହି ଯାହା କାର୍ଯ୍ୟ କରୁଥିଲେ ବିଜୟ ଲାଭ ପରେ ମଧ୍ୟ ଲୋକଙ୍କ ସାଙ୍ଗରେ ରହି ସେହି ପରି ସେବା ପରି ଭାବେ ସେବା ଯୋଗାଇ ଦେବେ ବୋଲି ତାଙ୍କ ପ୍ରତିକିୟା...

Prime Odisha January 27, 2022, 3:42 am     572 Views

ବୋରିଗୁମ୍ମାକୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ଭାବରେ ଘୋଷଣା କଲେ କୋରାପୁଟ ଜିଲ୍ଲାପାଳ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ସଦର ମହକୁମାଠାରେ କଡା ସୁରକ୍ଷା ମଧ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ ଗତ କାଲି କରୋନା କଟକଣା ମଧ୍ୟରେ ପାଳିତ ହୋଇଛି । ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତ୍ତାକା ଉତ୍ତୋଳନ କରିବା ସହ ସାଙ୍କେତିକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସାଧାରଣତନ୍ତ୍ର ଦିବସରେ ସମସ୍ତ ନାଗରିକ ସମାଜ ଓ ଦେଶପାଇଁ କିଛି ନା କିଛି କରିବାକୁ ଆହ୍ବାନ ଦେବା ସହ ସହିଦ୍ ମାନଙ୍କ ସ୍ମୁତି ଚାରଣ କରିଥିଲେ।ଏହି ଅଵସରରେ ବୋରିଗୁମ୍ମା ବ୍ଲକକୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ଭାବରେ ଘୋଷଣା କରିବା ସହ ଗୋଷ୍ଠୀ ଉନୟନ ଅଧିକାରୀ ଶ୍ରୀ ପ୍ରଣୟ ରଞ୍ଜନ ବେହେରା ଙ୍କୁ ସମ୍ମାନିତ କରିଥିଲେ l ଏହି ଘୋଷଣା ପରେ ...

Prime Odisha January 27, 2022, 2:11 am     781 Views

ପାର୍ଥିପତ୍ର ନାକଚ ନେଇ ସମିତି ସଭ୍ୟା ପାର୍ଥିନି ଙ୍କ ଧାରଣା ନୂଆ ମୋଡ଼

ତେନ୍ତୁଳିଖୁଣ୍ଟି(27/1):ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କାମତା ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀ ନମିତା ସଗରିଆ ବୁଧବାର ସନ୍ଧ୍ୟାରେ ଧାରଣା ପ୍ରତ୍ୟାହାର କରିଛନ୍ତି। ସେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗତ ପାଞ୍ଚ ଦିନ ଧରି ଧାରଣରତ ଥିଲେ। ନମିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବା କାରଣ ଶୁଣି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଧାରଣା ସ୍ଥଳରେ ପହଞ୍ଚି ନମିତାଙ୍କ ସହ ଆଲୋଚନା କରିଥିଲେ। ଏବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ମନୋରଞ୍ଜନ ତ୍ରିପାଠୀଙ୍କ ଅନୁରୋଧ ରକ୍ଷା କରି ନମିତା ଧାରଣା ପ୍ରତ୍ୟାହାର କରି ନେଇଛନ୍ତି । ପ୍ରତ୍ୟାହାର ସମୟରେ ତହସିଲଦାର ପ୍ରଦୀପ କୁମାର ...

Prime Odisha January 27, 2022, 12:35 pm     260 Views

ସାଧାରଣତନ୍ତ୍ର ଦିବସରେ ଜାତୀୟ ପତକା ଉଡ଼ିଲା ନାହିଁ ସରକାରୀ କାର୍ଯ୍ୟଳୟ ପରିସରରେ, ସାଧାରଣରେ ଅସନ୍ତୋଷ

ବୈପାରୀଗୁଡା(୨୭.୧):ସାର ଦେଶ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ମହାଆଡମ୍ବର ଭାବେ ପାଳନ କରିଥିବା ବେଳେ ବ୍ଲକର ସଦର ମହକୁମାରେ ଥିବା ଏକ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ କରିବା ସହ ସାଧାରଣରେ ଘୋର ଅସନ୍ତୋଷ ଦେଖା ଯାଇଛି !ତେବେ ପାପ୍ତ ସୂଚନା ଅନୁଯାୟୀ ବୈପାରିଗୁଡାର ଦିଗାପୁର ରାସ୍ତାର ଦୁର୍ଗାମନ୍ଦିର ପାଖରେ ଥିବା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ପରିସରରେ ୨୬ ତାରିଖ ଦିନ କୌଣସି କର୍ମଚାରୀ ଅଫିସ ନ ଆସିବାରୁ କାର୍ଯ୍ୟଳୟ ପରିସରରେ ଜାତୀୟ ପତକା ଉତ୍ତୋଳନ ହୋଇନାହିଁ !ସ୍ଥାନୀୟ କିଛି ଲୋକେ ଏହି ପରି କାର୍ଯ୍ୟ କୁ ଘୋର ନିନ୍ଦ୍ର କରିଥିବା ବେଳେ ବିଭାଗ...

Prime Odisha January 27, 2022, 10:54 am     450 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନ:ଗାଁ ରେ କୌଣସି ସୁବିଧା ନାହିଁ ତ ପଞ୍ଚାୟତ ନିର୍ବାଚନରେ ଭୋଟ ନାହିଁ। ନେତାଙ୍କୁ ଗାଁ ରେ ପୁରାଇ ଦେବୁନାହି...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଗମ ଅଚାଂଳରେ ବେଆଇନ ଭାବେ ଗଞ୍ଜେଇ ବେପାରୀ ମାନେ ଚୋରାଚାଲ...

ବୈପାରିଗୁଡା(ରିର୍ପୋଟ:ବିକ୍ରାନ୍ତ କୁମାର ବେବର୍ତ୍ତା) : କର୍ମକ୍ଷେତ୍ରରେ ସବୁ ସମୟରେ ଜନସାଧାରଣଙ୍କ ସହିତ ରହି...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us