BREAKING

ମିଲେଟ ମିଶନ ଓ ଫାର୍ମର୍ସ ଆସୋସିଏସନ ପକ୍ଷରୁ ମାଣ୍ଡିଆ ରଥ ଉଦଘାଟିତ


କୋରାପୁଟ: ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, koraput ପରିସରରେ ଓଡିଶା ମିଲେଟ ମିଶନ ଓ କୋରାପୁଟ ଫାର୍ମର୍ସ ଆସୋସିଏସନ ତରଫରୁ ମାଣ୍ଡିଆ ରଥ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ପତାକା ଦେଖାଇ ରଥର ଶୁଭ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ କେଏଫଏ ସ୍ବେଛାସେବୀ ସଂସ୍ଥାର ଶରତ କୁମାର ପଟନାୟକ,ପ୍ରଫୁଲ କୁମାର ନାୟକ,ଦୀପ୍ତି ରଞ୍ଜନ ତ୍ରିପାଠୀ,ରଘୁନାଥ ନାୟକ,ରାମ ନାୟକ, ବାବୁଲି ସ।ହୂ,ମାଧବ ନାୟକ, ପୂର୍ବ ଗୌଡ଼, ଗୁରୁନାଥ ସାଗର, ସତ୍ୟନାରାୟଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରଥ ଜିଲ୍ଲାର ୧୪ ଟି ବ୍ଲକ ବୁଲିବା ମାଣ୍ଡିଆ ଚାଷ ଓ ନିର୍ଦ୍ଧାରିତ ମୂଲ୍ୟ ସଂପର୍କରେ ଲୋକଙ୍କୁ ସଚେତନ କରିବ ବୋଲି ଜଣା ପଡିଛି ।

ରିପୋର୍ଟ : ମଦନ ମୋହନ ସାହୁ, କୋରାପୁଟ

ସୁଭାଷ ବୋଷଙ୍କ 125ତମ ଜୟନ୍ତୀ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ

କୋଟପାଡ଼:ସ୍ୱାଧୀନତାର ସ୍ୱାଦ ଚାଖିବା ପାଇଁ ଯୋଉ ଯୁଗ ପୁରୁଷଙ୍କ ସଂଗ୍ରାମ ତଥା ବଳିଦାନର ଆହୁତି ଦେବାକୁ ପଡିଥିଲା ସେହିଁ ସଂଗ୍ରାମୀ ପୁରୁଷଙ୍କ ମଧ୍ୟରେ ଉତ୍କଳ ମାଟିର ଦୁଇ ବୀର ସନ୍ତାନଙ୍କ ବଳିଦାନ ଉଲ୍ଲେଖନୀୟ.ମହାନ ପରାକ୍ରମୀ ସୁଭାଷ ଚନ୍ଦ୍ର ବୋଷଙ୍କ 125 ତମ ଜନ୍ମ ଜୟନ୍ତୀ ସହ ବୀର ସୁରେନ୍ଦ୍ର ସାୟଙ୍କ ଜନ୍ମ ଦିନ 23 ଜାନୁୟାରୀରେ ସ୍ଥାନୀୟ ଗୋପବନ୍ଧୁ ପାଠାଗାରର ସଭାପତି ଗଣେଶ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି.ସମ୍ପାଦକ ଦେବୀ ପ୍ରସାଦ ପଣ୍ଡାଙ୍କ ସ୍ୱାଗତ ଅଭିଭାଷଣ ଓ ଅତିଥି ପରିଚୟ ପରେ ଅନୁଷ୍ଠାନର ସାଂସ୍କୃତିକ ବିଭାଗୀୟ ସମ୍ପାଦକ ରଞ୍ଜନ ମହୁରୀଆ ସଭା ପରିଚାଳନା କରିବାର ଦାଇତ୍ୱ ବହନ କରିଥିଲେ.ବୀର ସୁରେନ୍ଦ୍ର ସାୟଙ୍କ ଜୀବନୀ ସଂକ୍ଷେପରେ ବ୍...

Prime Odisha January 24, 2022, 1:18 am     871 Views

ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କଲେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀ

ନବରଙ୍ଗପୁର:ତ୍ରୀସ୍ତରୀୟ ନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ ମାହୋଲ ସେତିକି ଗରମ ହେବାରେ ଲାଗିଛି. ଜିଲ୍ଲା ପରିଷଦ, ସମିତି, ସରପଞ୍ଚ ଓ ୱାର୍ଡ ସଭ୍ୟଙ୍କ ନାମାଙ୍କନ ଦାଖଲ ଚାଲିଛି.ବହୁ ସ୍ଥାନରେ ବିଭିନ୍ନ ଦଳ ପକ୍ଷରୁ ନୂଆ ଚେହେରା ଦେଖିବାକୁ ମିଳିଛି।ପାପଡାହାଣ୍ଡି ବ୍ଲକରେ ବି ବହୁ ନୂଆ ଚେହେରା ନାମାଙ୍କନ ଦାଖଲ କରିଥିବା ବେଳେ ଶୁକ୍ରବାର ନାମାଙ୍କନରେ ଆଦିବାସୀ ଉଚ୍ଚ ଶିକ୍ଷିତା ନାମ ଯୋଡି ହୋଇଛି।ପାପଡାହାଣ୍ଡି ବ୍ଲକ ତୁମ୍ବାଲ୍ଲା ସମିତି ପାଇଁ ବୈଜନ୍ତି ଯାନୀ ନାମାଙ୍କନ ଦାଖଲ କରି ନିର୍ବାଚନ ମାହୋଲକୁ ଆହିରି ସରଗରମ କରିଛି। ସେ ଜଣେ ଆଧିବାସୀ ଯୁବତୀ ହୋଇ ଜଣେ ଉଚ୍ଚ ଶିକ୍ଷିତା ବିଏସସି ବିଟେକ ପଶିଛନ୍ତି। ତେଣୁ ତାଙ୍କର ନାମାଙ୍କନ ଚଳିତ ବର୍ଷ ...

Prime Odisha January 21, 2022, 7:31 am     143 Views

ଐତିହାସିକ ପୋଡାଗଡ଼ ମଣ୍ଡେଇ ସ୍ଥଗିତ

ନବରଙ୍ଗପୁର:ଐତିହାସିକ ପୋଡାଗଡ଼ ମଣ୍ଡେଇ କୁ ଚଳିତ ବର୍ଷ କରୋନା ସଙ୍କ୍ରମଣର ତୃତୀୟ ଲହର ଚାଲୁ ଥିବା ବେଳେ କରୋନା ସଙ୍କ୍ରମଣ ବୃଦ୍ଧି ପାଉ ଥିବାରୁ ଉକ୍ତ ପ୍ରସିଦ୍ଧ ଐତିହାସିକ ମଣ୍ଡେଇ ସ୍ତଗିତ ରଖା ଯିବାର ନିଷ୍ପତି ପୋଡା ଗଡ଼ ଚେରିଟେବୁଲ ଟ୍ରଷ୍ଟ ତରଫରୁ ନିଆ ଯାଇଛି।ଏହି ଅବସରରେ ସମସ୍ତ କର୍ମ କର୍ତା ମାନଙ୍କୁ ନେଇ ଏକ ଜରୁରି ବୈଠକ କୃଷ୍ଣ ପୁଝାରି ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇ ଯାଇଛି।ସମ୍ପଦକ ପୁରୁଷୋତ୍ତମ ଭତରା ଓ ଉପଦେଷ୍ଟା ମଣ୍ଡଳୀ ମାନଙ୍କ ମଧ୍ୟରୁ ମୁଖ୍ୟ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା,ଦସରୁ ନାୟକ,ଇଶ୍ୱର ମାଝୀ,ସୁକ ମନ ପୁଝାରି,ଗଦା ଶୀରା,ଜୟଦେବ ଶୀରା,ରଘୁ ଶୀରାଙ୍କ ସମେତ ଭୈରବ ମନ୍ଦିର ପୁଜଜ ବିଞ୍ଜାଲ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ...

Prime Odisha January 17, 2022, 4:36 am     753 Views

କୋରାପୁଟ ଜିଲ୍ଲା କଂଗ୍ରେସର ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା

ଜୟପୁର:ଆଗାମୀ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କଂଗ୍ରେସର ପ୍ରାକ୍ ପ୍ରସ୍ତୁତି ବୈଠକ ଜୟପୁର ସ୍ଥିତ ସ୍ଥାନୀୟ ବାବା ସାହେବ୍ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦଳ କିପରି ଭାବେ ସରପଞ୍ଚ, ସମିତି ସଭ୍ୟ, ଏବଂ ଜିଲ୍ଲା ପରିଷଦ କିପରି ବହୁମାତ୍ରାରେ ହାତେଇବ ଏହାକୁ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା ଏବଂ କୋରାପୁଟ ଜିଲ୍ଲାର ୧୪ ଟି ବ୍ଲକରେ ୨୯ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ମଧ୍ୟ ଏହି ବୈଠକରେ ଘୋଷଣା କରାଯାଇଛି। ଆଜିର ଏହି ବୈଠକରେ କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ପଟାଙ୍ଗୀର ପୂର୍ବତନ ବିଧାୟ...

Prime Odisha January 17, 2022, 12:21 pm     977 Views

ଯୁବ ଦିବସ ଅବସରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର, ୫୬ ୟୁନିଟ୍ ରକ୍ତ ସଂଗୃହିତ

ଜୟପୁର: ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରେ ଅଖିଳ ଭାରତୀୟ ମାରୱାଡି ଯୁବ ମଞ୍ଚ ଜୟପୁର ଶାଖା ପକ୍ଷରୁ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆଜି କୋଭିଡ୍ ନିୟମ ଅନୁସାରେ ଜାତୀୟ ଯୁବ ଦିବସ ପାଳନ କରାଯାଇଛି। ଏହି ଅବସରରେ ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ଓ ଯୁବ ଦିବସ ଅବସରରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସମ୍ବାଦ ଜୟପୁର ସଂସ୍କରଣ ଶାଖା ପରିଚାଳକ ତ୍ରିନାଥ ଖାଡଙ୍ଗା, ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ, ବାଣିଜ୍ୟକର ଏବଂ ଜିଏସ୍‌ଟି ଡେପୁଟି କମିସ...

Prime Odisha January 13, 2022, 11:56 am     972 Views

ପଞ୍ଚାୟତ ନିର୍ବାଚନ ପାଇଁ ନବରଙ୍ଗପୁର ପ୍ରଶାସିକ ପ୍ରସ୍ତୁତି ଜୋର

ନବରଙ୍ଗପୁର:ରାଜ୍ୟରେ ଘୋଷଣା ହୋଇ ସାରିଛି ପଞ୍ଚାୟତ ନିର୍ବାଚନ ତାରିଖ । ରାଜ୍ୟ ନିର୍ବାଚନ କମିଶନଙ୍କ ତାରିଖ ଘୋଷଣା ପରେ ତତ୍ପର ହୋଇପଡିଛି ନବରଙ୍ଗପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର । ନିର୍ବାଚନର ସମସ୍ତ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ନିର୍ଦ୍ଧାରିତ କୋଭିଡ କଟକଣା ମଧ୍ୟରେ ପାଳନ ହେବ । ସମସ୍ତ ପ୍ରକ୍ରିୟାରେ କୋଭିଡ କଟକଣାକୁ କଡାକଡି ପାଳନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।କଟକଣାକୁ ଉଲଘଂନ କରୁଥିବା ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ ୫ଟି ପର୍ଯ୍...

Prime Odisha January 13, 2022, 11:40 am     988 Views


Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.Welcome to the interview times, the most popular news portal of odisha and to inspiring the young at heart. portal of odisha and to inspiring the young at heart.

Contact Us : [email protected]

More News

ଭୁବନ:ଗାଁ ରେ କୌଣସି ସୁବିଧା ନାହିଁ ତ ପଞ୍ଚାୟତ ନିର୍ବାଚନରେ ଭୋଟ ନାହିଁ। ନେତାଙ୍କୁ ଗାଁ ରେ ପୁରାଇ ଦେବୁନାହି...

ବୈପାରିଗୁଡା(ବିକ୍ରାନ୍ତ କୁମାର ବେବର୍ତ୍ତା) : ଦୁର୍ଗମ ଅଚାଂଳରେ ବେଆଇନ ଭାବେ ଗଞ୍ଜେଇ ବେପାରୀ ମାନେ ଚୋରାଚାଲ...

ବୈପାରିଗୁଡା(ରିର୍ପୋଟ:ବିକ୍ରାନ୍ତ କୁମାର ବେବର୍ତ୍ତା) : କର୍ମକ୍ଷେତ୍ରରେ ସବୁ ସମୟରେ ଜନସାଧାରଣଙ୍କ ସହିତ ରହି...

POPULAR CATEGORY

ଦେଶ- ବିଦେଶ

ରାଜ୍ୟ

ଜିଲ୍ଲା

ରାଜନୀତି

ମନୋରଞ୍ଜନ

ପର୍ଯ୍ୟଟନ

ଖେଳ

ସ୍ୱାସ୍ଥ୍ୟ

ନୂତନ ଉଦ୍ୟୋଗ

ଶିକ୍ଷା

ବାଣିଜ୍ୟ

ରାଶିଫଳ

© All right reserved 2016
Disclaimer      Privacy      Advertisement      Contact Us