![]() ଝରିଗାଁ:ଅବିଭକ୍ତ କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଜିଲ୍ଲା ଭାବେ ନବରଙ୍ଗପୁର ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।ଜିଲ୍ଲାର ସଂସ୍କୃତି ଅତି ପ୍ରାଚୀନ।ସେହି ପ୍ରାଚୀନ ସଂସ୍କୃତିର ଗାଥା ବହନ କରିଥିବା ସ୍ଥାନ ଗୁଡ଼ିକ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ସ୍ଥାନ ସ୍ୱତନ୍ତ୍ର।ଝରିଗାଁ ବ୍ଲକ ଉପରେ ରହିଛି ପ୍ରକୃତିର ଅମାପ ଆର୍ଶୀବାଦ ସୌନ୍ଦର୍ଯ୍ୟର ଗନ୍ତାଘରର ଆଖ୍ୟା ପାଇଥିବା ଏହି ବ୍ଲକରେ ରହିଛି ଅନେକ ଶୈବପୀଠ, ଜଳପ୍ରପାତ ତଥା ଦର୍ଶନୀୟ ସ୍ଥାନ।ସେଥିମଧ୍ୟରୁ ଜଳପ୍ରପାତ ଏବଂ ଶୈବପୀଠର ଅପୂର୍ବ ସଙ୍ଗମସ୍ଥଳୀ ହେଉଛି ଚନ୍ଦନଧାରା।ଝରିଗାଁର କଲେଗାଁ ଛକଠାରୁ ୨୨ କିମି ଦୂରରେ ରହିଛି ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲ ଘେରା ଚନ୍ଦନଧାରା ଜଳପ୍ରପାତ।ଏହି ଜଳପ୍ରପାତ ଝରିଗାଁର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ।ଶାନ୍ତ ଶୀତଳ ପରିବେଶ,ବନ୍ୟପକ୍ଷୀଙ୍କୁ ସ୍ବର ସାଧାରଣରେ ପର୍ଯ୍ୟଟକଙ୍କୁ ବି ଆକର୍ଷିତ କରିଥାଏ।ପର୍ଯ୍ୟଟନସ୍ଥଳୀର ଉପରଭାଗରେ ଶିବ ମନ୍ଦିର ରହିଛି ଏବଂ ଜଳସ୍ତର ପାର କରି ପଥର କରଡ଼ ଉଚ୍ଚରେ ରହିଛି ମା ପାର୍ବତୀଙ୍କ ଆସ୍ଥାନ।ଏହି ଦୁଇଟି ଆସ୍ଥାନ ମଧ୍ୟରେ ରହିଛି ଏକ ସୁନ୍ଦର ଝରଣା।ଏବେ ଧୀରେ ଧୀରେ ଶୀତ ବଢ଼ିବାରେ ଲାଗିଛି।ଏଭଳି ଶୀତରତୁରେ ସାଧାରଣତଃ ବିଭିନ୍ନ ସ୍ଥାନକୁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ ଆଉ ଏବେ ଚନ୍ଦନଧାରା ରେ ମଧ୍ୟ ପଡୋଶୀ ଛତିଶଗଡ଼ ରାଜ୍ୟ ସହିତ କଳାହାଣ୍ଡି, କୋରାପୁଟ ଆଦି ସ୍ଥାନରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି।ଆଜି ଝରିଗାଁ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ମାଝୀ ସ୍ଥାନୀୟ ଚନ୍ଦନଧାରା ଉନ୍ନୟନ କମିଟି ର ନିମନ୍ତ୍ରଣ ରକ୍ଷା କରି ଗସ୍ତରେ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କରିବା ସହିତ ଆନୁସଙ୍ଗିକ ବ୍ୟବସ୍ଥା ରେ ଉନ୍ନତି ସହିତ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ ପାଇଁ ଚନ୍ଦନଧାରା କ୍ଷେତ୍ରକୁ ନୂତନ ରୂପ ଦେବାପାଇଁ କମିଟି ସହିତ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଥିଲେ।ବଣଭୋଜି କରିବା ଉଦ୍ଦେଶ୍ୟରେ ଅସୁବିଧା ପର୍ଯ୍ୟଟକଙ୍କ ପାଈଁ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା,ରାନ୍ଧିବା ଓ ବସିବାପାଇଁ ଆହୁରି ତିନିଟି ସେଡ ବ୍ୟବସ୍ଥା,ପୂର୍ବରୁ ଥିବା ୩୦ ଫୁଟ ଉଚ୍ଚର ୱାଚ ଟାୱାର ର ସୌନ୍ଦର୍ଯ୍ୟକରଣ,ମା ପାର୍ବତୀ ମନ୍ଦିର ପହଞ୍ଚିବା ପାଇଁ ଝୁଲାପୋଲ,ଝରଣା ନିକଟରେ ଥିବା ପାଣିକୁଣ୍ଡ ରେ ଶିଶୁଙ୍କ ପାଇଁ ବୋଟିଂ ର ବ୍ୟବସ୍ଥା ସହିତ ଶିଶୁ ଉଦ୍ୟାନ, ଏଥିସହିତ ବନବିଭାଗ ସହିତ ଯୋଗାଯୋଗ କରି ପାହାଡ଼ ଗୁଡ଼ିକରେ ବନୀକରଣ ସହିତ ଔଷଧୀୟ ବୃକ୍ଷ ଓ ଫଳ ଗଛ ଲଗାଇ ସୌନ୍ଦର୍ଯ୍ୟ ବୃଦ୍ଧିପାଇଁ ସିଦ୍ଧାନ୍ତ ନେଇଥିଲେ।ବିଧାୟକ ଙ୍କ ଗସ୍ତ ବେଳେ ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ,ରଜନୀକାନ୍ତ ପଟ୍ଟନାୟକ,ଟିକଚନ୍ଦ ମାଝୀ,ମଦନ ସାମଲ,ଗୋବିନ୍ଦ ସାହୁ,ଶ୍ୟାମଲଲ ହଲବା ପ୍ରମୁଖ ଉପସ୍ଥିତ ଥିଲେ,ଚନ୍ଦନଧାରା କମିଟି ତରଫରୁ ସଭାପତି ରଜନୀକାନ୍ତ ପଟ୍ଟନାୟକ,ସରପଞ୍ଚ ପବିତ୍ର ଜାନୀ, ସମିତିସଭ୍ୟ ନୀଳମ୍ବର ମୁଦୁଲି,ଟୁଟୁ ପଟ୍ଟନାୟକ, ଟୁନା ଦାସ ପ୍ରମୁଖ ବିଧାୟକ ଙ୍କ ପ୍ରସ୍ତାବ ଶୁଣି ଖୁସି ବ୍ୟକ୍ତ କରିଥିଲେ ତେବେ ମନ୍ଦିର ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ପାଣ୍ଠିର ଆବଶ୍ୟକତା ନେଇ ବିଧାୟକ ଙ୍କ ସହିତ ଆଲୋଚନା କରିଥିଲେ। ରିପୋର୍ଟ:ପ୍ରାଇମ ଓଡିଶା ନିୟୁଜ. |